Posted inଫୁରସତ

ଫଟା ଜୋତାର ମୂଲ୍ୟ ୧.୪୩ ଲକ୍ଷ ଟଙ୍କା

ବିଳାସପୂର୍ଣ୍ଣ ଫ୍ୟାଶନ ବ୍ରାଣ୍ଡ ବାଲେନସିଆଗା ଏକ ନୂଆ ଜୋତା ଲଞ୍ଚ କରିଛି। ଏହି ଜୋତା ବହୁତ ପୁରୁଣା ଏବଂ ଚିରା-ଫଟା ଭଳି ଦେଖାଯାଉଛି। ଏହାର ମୂଲ୍ୟ ଏତେ ଅଧିକ ଯେ ଲୋକମାନେ ଏଥିପାଇଁ ଚାରି ଚକିଆ କିଣି ପାରିବେ। ଏହିପରି ଜୋତାକୁ ‘ପ୍ୟାରିସ ସ୍ନିକର୍‌’ କଲେକ୍ସନ କୁହାଯାଏ। କୁହାଯାଉଛି ଯେ, କମ୍ପାନୀ ବଜାରରେ କେବଳ ଶହେ ଯୋଡା ଜୋତା ଆଣିଛି, ଯାହା ସମ୍ପୂର୍ଣ୍ଣ ଚିରି ଯାଇଛି। ସବୁଠୁ ରୋଚକ କଥା ହେଉଛି ଏହି ଜୋତାର ମୂଲ୍ୟ ହେଉଛି $ ୧,୮୫୦ (ପ୍ରାୟ ୧,୪୩,୦୦୦ ଟଙ୍କା)। ବାଲେନସିଆଗା ନୂଆ ସୁପର-ଡିଟ୍ରେସଡ ଜୋତା ଦେଖିବା ପରେ ୟୁଜର୍ସମାନେ ସୋସିଆଲ ମିଡିଆରେ କମ୍ପାନୀକୁ ଟ୍ରୋଲ କରିବା ଆରମ୍ଭ କଲେ।
ସମଗ୍ର ବିଶ୍ୱରେ ଏହି ଜୋତା ପ୍ରି-ଅର୍ଡର ପାଇଁ ଉପଲବ୍ଧ ଅଛି। କମ୍ପାନୀ ପକ୍ଷରୁ ଏହି ଜୋତାକୁ ନେଇ ଏକ ନୋଟ ଲେଖାଯାଇଛି। ବଜାରକୁ ଆସିଥିବା ଏହି ନୂଆ ଜୋତା ଉଦ୍ଦେଶ୍ୟମୂଳକ ଭାବରେ ଅପରିଷ୍କାର ଏବଂ ଚିରାଫଟା ଭାବେ ପ୍ରସ୍ତୁତ କରାଯାଇଛି। ଏହି ଜୋତା କଳା, ଧଳା ଏବଂ ଲାଲ ରଙ୍ଗର ଉପଲବ୍ଧ ରହିଛି। ଏହା ସମ୍ପୂର୍ଣ୍ଣ କ୍ଷୟ ହୋଇଥିବା ସୂତା ଏବଂ ରବରରୁ ତିଆରି। ୟୁରୋପୀୟ ବଜାରରେ ଏହି ଜୋତା ପୂର୍ବରୁ ଉପଲବ୍ଧ । ମେ ୧୬ରେ ଆମେରିକା ଏବଂ ମେ ୨୩ରେ ଜାପାନରେ ଉପଲବ୍ଧ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଗାଁ, ଯେଉଁଠି କୁକୁର କୋଟିପତି

ଗୁଜରାଟ: ସାଧାରଣତଃ ଲୋକମାନେ କୋଟିପତି ହୋଇଥା’ନ୍ତି। କିନ୍ତୁ କୁକୁରମାନେ କୋଟିପତି ବୋଲି ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଫିଲ୍ମ ‘ଏଣ୍ଟରଟେନ୍‌ମେଣ୍ଟ୍‌’ରେ ଦେଖିଥିବେ। ମାତ୍ର ଏହା ବାସ୍ତବରେ ସତ...

୭୩ ବର୍ଷୀୟା ବୃଦ୍ଧା ନିଜ ପାଇଁ ଖୋଜୁଛନ୍ତି ବର: ଦେଲେ ଏମିତି ବିଜ୍ଞାପନ

କଥାରେ ଅଛି ପ୍ରେମ ଏବଂ ବିବାହର କୌଣସି ବୟସ ନ ଥାଏ। ଏହାର ଏକ ଉଦାହରଣ କର୍ନାଟକର ମଇସୁରରେ ଦେଖିବାକୁ ମଳିଛି। ଏଠାରେ ଜଣେ ୭୩...

୫ ଥର ଝିଅ ଦେଖିବା ପରେ ଯୁବକ କଲେ ନାପସନ୍ଦ, ନିର୍ଧୂମ ଖାଇଲେ ଛେଚା, ଭିଡିଓ ଭାଇରାଲ

ମୁମ୍ବାଇ,୨୫।୪: ଜଣେ ଯୁବକ ୫ ଥର ଝିଅ ଦେଖିବା ପରେ ନାପସନ୍ଦ କରିବାରୁ ଝିଅ ଘର ଲୋକେ ସଂପୃକ୍ତ ଯୁବକଙ୍କୁ ଏକ ବନ୍ଦ କୋଠରିରେ ପ୍ରବଳ...

ଚର୍ଚ୍ଚାରେ ବାରାଣସୀର ରିକ୍ସା ଚାଳକ ମଙ୍ଗଳା

ବାରାଣସୀ,୧୭।୨: ଗୋଟିଏ ଦିନ ପୂର୍ବରୁ ଶୁଣିବାକୁ ମିଳିଥିଲା ବାରାଣସୀର ଜଣେ ରିକ୍ସା ଚାଳକ ମଙ୍ଗଳା କେଭଟଙ୍କ ଘରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ବାର୍ତ୍ତା ପଠାଇଥିଲେ।...

ସଫଳତା ପଛରେ.. ଗୁରୁଙ୍କ ହାତ

ପ୍ରତ୍ୟେକଙ୍କ ଜୀବନରେ ଗୁରୁ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥାଆନ୍ତି। ସେମାନଙ୍କର ପ୍ରେରଣା ଆମକୁ ନିଜ ଲକ୍ଷ୍ୟ ପଥରେ ଅଗ୍ରସର ହେବାକୁ ଯଥେଷ୍ଟ ସାହାଯ୍ୟ କରିଥାଏ। ସେହିପରି...

ମହାକାଶ ବୈଜ୍ଞାନିକଙ୍କ ଅନ୍ଧବିଶ୍ୱାସ: ରାହୁ କାଳ ଓ ୧୩ ଅଶୁଭ

ଚେନ୍ନାଇ, ୨୧।୭: ଇଣ୍ଡିଆନ ସ୍ପେସ୍‌ ଏଜେନ୍ସି ମହାକାଶକୁ ରକେଟ୍‌ ଓ ସାଟେଲାଇଟ ପଠାଉଛି , କିନ୍ତୁ ଏହା ପଛରେ କିଛି ଅନ୍ଧବିିଶ୍ୱାସ ଯୋଡ଼ିି ହୋଇ ରହିଛି...

ଆଙ୍କର ହେବା ସହଜ ନୁହେଁ: ଅଭିମନ୍ୟୁ ପରିଡ଼ା

ଯାତ୍ରାର ପ୍ରଥମ ଚରଣ ଆରମ୍ଭ ହୁଏ ଆଙ୍କରିଂରୁ। ଯାତ୍ରା ଦେଖିବାକୁ ଯାଉଥିବା ଦର୍ଶକମାନେ ପ୍ରଥମେ ଯାହାଙ୍କୁ ଦେଖି ତାଳିମାଡ଼ କରନ୍ତି ସେ ହେଉଛନ୍ତି ଜଣେ ଆଙ୍କର।...

ଏମିତି ବି ଘର

ରହିବା ପାଇଁ ଘରଟିଏ ସମସ୍ତେ ଚାହାନ୍ତି। ଏଇ ଘର କେବଳ ଯେ, ଖରା, ବର୍ଷା, ଶୀତରୁ ସୁରକ୍ଷା ଦିଏ ତାହା ନୁହେଁ, ବେଳେବେଳେ କିଛି ଘରର...

Advertisement
Archives

Model This Week