Posted inଖେଳ

ବ୍ୟାଟରଙ୍କ ପାଇଁ ବଦଳିଲା ନିୟମ

ଲଣ୍ଡନ,୯।୩: ମାରିଲେବୋନ କ୍ରିକେଟ କ୍ଲବ (ଏମ୍‌ସିସି) ବୁଧବାର କ୍ରିକେଟର ଅନେକ ନିୟମରେ ପରିବର୍ତ୍ତନ କରିଛି। ଏଥି ମଧ୍ୟରେ ବ୍ୟାଟରଙ୍କ ଲାଗି ଦୁଇଟି ନିୟମରେ ସଂଶୋଧନ କରାଯାଇଛି। ନୂଆ ନିୟମ ଚଳିତ ବର୍ଷ ଅକ୍ଟୋବରରୁ କାର୍ଯ୍ୟକରୀ ହେବ।

ବ୍ୟାଟରଙ୍କ ଲାଗି ଉଦ୍ଦିଷ୍ଟ ୧୮.୧୧ ନିୟମରେ ପରିର୍ତ୍ତନ କରାଯାଇଛି। କୌଣସି ବ୍ୟାଟର କ୍ୟାଚ୍‌ ଆଉଟ୍‌ ହେଲେ ନୂଆ ବ୍ୟାଟରଙ୍କୁ ହିଁ ପରବର୍ତ୍ତୀ ବଲର ସମ୍ମଖୁୀନ ହେବାକୁ ପଡ଼ିବ। କିନ୍ତୁ ଓଭରର ଅନ୍ତିମ ବଲରେ କୌଣସି ବ୍ୟାଟର କ୍ୟାଚ୍‌ ଆଉଟ୍‌ ହେଲେ ପୂର୍ବ ନିୟମ ଅନୁସାରେ, ନନ୍‌ ଷ୍ଟ୍ରାଇକ ଏଣ୍ଡରେ ଥିବା ବ୍ୟାଟର ବ୍ୟାଟିଂ କରିବେ। ପୂର୍ବରୁ ବଲକୁ ଫିଲ୍ଡର କ୍ୟାଚ୍‌ କରିବା ମଧ୍ୟରେ ନନ୍‌ ଷ୍ଟ୍ରାଇକ ବ୍ୟାଟର ଷ୍ଟ୍ରାଇକ ବ୍ୟାଟରଙ୍କୁ ଅତିକ୍ରମ କଲେ ନୂଆ ବ୍ୟାଟରଙ୍କୁ ନନ୍‌ ଷ୍ଟ୍ରାଇକ ଏଣ୍ଡକୁ ଆସିବାକୁ ପଡ଼ୁଥିଲା।

ଏହାବାଦ୍‌ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିୟମରେ ପରିବର୍ତ୍ତନ କରାଯାଇଛି। ବୋଲର ବଲ ପକାଇବା ପୂର୍ବରୁ ବ୍ୟାଟରମାନେ ବଡ଼ ଶଟ ଖେଳିବା ପାଇଁ ନିଜ ପୋଜିଶନରେ ପରିବର୍ତ୍ତନ କରୁଛନ୍ତି। ଯଦି ଏଭଳି ସମୟରେ ବୋଲର ଧାର୍ଯ୍ୟ ସୀମା ବାହାରେ ବୋଲିଂ କରନ୍ତି, ତେବେ ତାହାକୁ ଆଉ ଓ୍ବାଇଡ୍‌ ଦିଆଯିବ ନାହିଁ। ବ୍ୟାଟରଙ୍କ ପୋଜିଶନ ଆଧାରରେ ଓ୍ବାଇଡ୍‌ ନିର୍ଣ୍ଣୟକ କରାଯିବ। ପରିବର୍ତ୍ତିତ ୨୨.୧ ଆଇନ ଅନୁଯାୟୀ, ବ୍ୟାଟର ଛିଡ଼ା ହୋଇଥିବା ସ୍ଥାନ ଠାରୁ ଓ୍ବାଇଡ୍‌ ନିୟମ କାର୍ଯ୍ୟକାରୀ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

ୟୁଏଇ ଆଣବିକ ପ୍ଲାଣ୍ଟକୁ ଟାର୍ଗେଟ, ବଢ଼ିଲା ଚିନ୍ତା…

ଦୁବାଇ,୧୭ା୫: ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ର ବାରାକାହ ଆଣବିକ ବିଦ୍ୟୁତ୍‌ ପ୍ଲାଣ୍ଟକୁ ଟାର୍ଗେଟ କରି ରବିବାର ଡ୍ୟୋନ୍‌ ଆକ୍ରମଣ ହୋଇଛି। ଫଳରେ ପ୍ଲାଣ୍ଟ ପରିସରରେ ଥିବା ବିଦ୍ୟୁତ୍‌…

ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ସମସ୍ୟା, ମଣ୍ଡିକୁ ଧାନ ଆସୁଛି ହେଲେ ଆସୁନାହାନ୍ତି ମିଲର୍ସ

ବରଗଡ଼,୧୭ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି । ରବିବାର ଏହି ପ୍ରକ୍ରିୟାକୁ ସପ୍ତାହେ ପୂରିବ। ହେଲେ ଆରମ୍ଭରୁ ଏହି ପ୍ରକ୍ରିୟାରେ ଧାନ କିଣାବିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri