ରାମ୍‌କୋ ସିମେଣ୍ଟ ପାଇଁ ନିୟମ ଭିନ୍ନ

ଯାଜପୁର ଅଫିସ,୧୬।୩: ପ୍ରଭାବିତ ଓ କ୍ଷତିଗ୍ରସ୍ତ ଲୋକଙ୍କ ସହିତ ଜନଶୁଣାଣି ନ କରି ସିମେଣ୍ଟ ପ୍ରସ୍ତୁତକାରୀ କମ୍ପାନୀ ରାମ୍‌କୋକୁ ରାଜ୍ୟ ସରକାର ସମସ୍ତ ପ୍ରକାର ଅନୁମତି ପ୍ରଦାନ କରିଛନ୍ତି। କଞ୍ଚାମାଲ ଓ ଉପତ୍ାଦିତ ସାମଗ୍ରୀର ପରିବହନ ରେଳପଥରେ କରାଯିବ ବୋଲି ଦର୍ଶାଇ ରାମ୍‌କୋ ଜନଶୁଣାଣିକୁ ବାଦ୍‌ ଦେଇ ପରିବେଶଗତ ଅନୁମତି ହାତେଇଥିବା ପୂର୍ବରୁ ଅଭିଯୋଗ ହୋଇଛି। ଏବେ ଉତ୍ପାଦିତ ସାମଗ୍ରୀ ଓ କଞ୍ଚାମାଲ ସଡ଼କ ପଥରେ ପରିବହନ ହେଉଛି। ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ହରିଦାସପୁରଠାରେ କାରଖାନା ପ୍ରତିଷ୍ଠା ପାଇଁ ଚଞ୍ଚକତା ସହିତ ପ୍ରାୟ ୨ ଏକର ଗୋଚର ଜମିକୁ ଅଣଗୋଚର ଜମି ଭାବେ ପରିବର୍ତ୍ତନ କରିବା ପାଇଁ ତତ୍କାଳୀନ ଥାନୁଆଳ ସରପଞ୍ଚ ଅମୂଲ୍ୟଧନ ଜେନା ଓ ଆରୁହା ସରପଞ୍ଚ ହରିହର ରାଉତଙ୍କ ଦସ୍ତଖତ ଜାଲିଆତି କରାଯାଇଛି। ଏନେଇ ଉଭୟ ସରପଞ୍ଚ ୨୦୧୯ ଫେବୃୟାରୀରେ ଧର୍ମଶାଳା ଥାନାରେ ଅଭିଯୋଗ କରିଥିଲେ। ହେଲେ ଅର୍ଥ ବଳରେ ଅଭିଯୋଗଗୁଡ଼ିକ ଚପାଇ ଦିଆଯାଇଥିବା ଜଣାପଡ଼ିଛି।
ରାମ୍‌କୋ ସିମେଣ୍ଟ ଲିଃ ୨୫ା୬ା୨୦୧୮ରେ ‘ଗୋ ସ୍ବିଫ୍ଟ’ ପୋର୍ଟାଲ ଜରିଆରେ ପିପିଏସ୍‌ସି ପାଇଁ ଆବେଦନ କରିଥିଲା। ଏହାପୂର୍ବରୁ କମ୍ପାନୀ ୧୦ା୫ା୨୦୧୭ରେ ଫେରୋ ଆଲଏଜ କର୍ପୋରେଶନଠାରୁ ଜମି କିଣିଥିଲା। ୨୦୧୮ ନଭେମ୍ବର ୧୬ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସ ଜରିଆରେ ରାମ୍‌କୋ ସିମେଣ୍ଟ କାରଖାନାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। କମ୍ପାନୀ ବାର୍ଷିକ ୦.୯ ମିଲ୍‌ିୟନ ଟନ ପୋର୍ଟଲାଣ୍ଡ ସ୍ଲାଗ୍‌ ସିମେଣ୍ଟ, ପୋର୍ଟଲାଣ୍ଡ ପୋଜୋଲାନା ସିମେଣ୍ଟ ଓ ଅର୍ଡିନାରି ପୋର୍ଟଲାଣ୍ଡ ସିମେଣ୍ଟ ଉପତ୍ାଦନ କରିବାକୁ ଲକ୍ଷ୍ୟ ରଖିଥିଲା। ଏହି କାରଖାନାରେ ସିଧାସଳଖ ୬୩ ଓ ପରୋକ୍ଷ ଭାବେ ୩୦୦ ଜଣ ନିଯୁକ୍ତି ପାଇବେ ବୋଲି କମ୍ପାନୀ ରିପୋର୍ଟରେ ଦର୍ଶାଯାଇଥିଲା। ଏଥିପାଇଁ ୫୧୫ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଥିଲା। ଏଥିରେ ଜମି ଓ ଜମି ଉନ୍ନତୀକରଣ ପାଇଁ ୬୦ କୋଟି, ବିଲ୍‌ଡିଂ ଓ ସିଭିଲ କାର୍ଯ୍ୟ ଲାଗି ୫୬.୫ କୋଟି ଟଙ୍କା, ବିଦ୍ୟୁତ୍‌କରଣ ନିମନ୍ତେ ୫୦ କୋଟି ଟଙ୍କା, ଯନ୍ତ୍ରପାତି ପାଇଁ ୩୧୬ କୋଟି ଓ ଭିତ୍ତିଭୂମି ଉନ୍ନତୀକରଣ ସକାଶେ ୩୨ କୋଟି ଟଙ୍କା ରହିଥିଲା। କିନ୍ତୁ ଜନଶୁଣାଣି ନ କରି କନସେଣ୍ଟ ଟୁ ଏଷ୍ଟାବ୍ଲିଶ୍‌, ପରିବେଶଗତ ଅନୁମତି, ଭୂତଳ ଜଳ ବ୍ୟବହାର ଅନୁମତି, ନେସ୍କୋରୁ ବିଦ୍ୟୁତ୍‌ ସଂଯୋଗ, ଶ୍ରମିକ ପଞ୍ଜୀକରଣ ଆଦି ଚଞ୍ଚକତା କରି କମ୍ପାନୀ ହାତେଇ ନେଇଥିବା ଅଭିଯୋଗ ହୋଇଆସୁଛି। ଉଲ୍ଲେଖଯୋଗ୍ୟ, ଜନଶୁଣାଣିରେ ଲୋକଙ୍କ ସମର୍ଥନ ପରେ ପରିବେଶଗତ ଅନୁମତି ମିଳିବା କଥା। କିନ୍ତୁ କେଉଁ ଆଧାରରେ ପରିବେଶଗତ ଅନୁମତି ମିଳିଛି ତାହାର ତଦନ୍ତ କରାଯାଉ ବୋଲି ସାମାଜିକ କର୍ମୀ ସର୍ବେଶ୍ୱର ବେହୁରା ଦାବି କରିଛନ୍ତି। ଏପରି କି କମ୍ପାନୀ ସାମଗ୍ରୀ ପରିବହନ କରୁଥିବା ଗାଡ଼ିଗୁଡ଼ିକ ମଧ୍ୟ ଅଧିକାଂଶ ବିନା ଇନ୍ସ୍ୟୁରାନ୍ସରେ ଚାଲିଛି ବୋଲି ବେହୁରା ଅଭିଯୋଗ କରିଛନ୍ତି।
ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ଇମାମି, ଜେଏସ୍‌ଡବ୍ଲ୍ୟୁ ଓ ସାଗର ସିମେଣ୍ଟ କାରଖାନା ପ୍ରତିଷ୍ଠା ପୂର୍ବରୁ ସେହି କମ୍ପାନୀଗୁଡ଼ିକ ଜନଶୁଣାଣିରେ ଲୋକଙ୍କ ସମର୍ଥନ ହାସଲ କରିଥିଲା। ହେଲେ ଅଣଓଡ଼ିିଆ ସଂସ୍ଥା ରାମ୍‌କୋ ପାଇଁ ଜନଶୁଣାଣି ଛାଡ଼ ହେବା ପଛରେ କମ୍ପାନୀ, ପ୍ରଶାସନ ଓ ପ୍ରଭାବଶାଳୀ ନେତାଙ୍କ ମେଣ୍ଟ ରହିଥିବା ସ୍ଥାନୀୟ ଲୋକେ ବୁଝିପାରୁଛନ୍ତି। କିନ୍ତୁ ଏହାର କୁପରିଣାମ ଏବେ ସ୍ଥାନୀୟ ବାଟିଜଙ୍ଗା, ଟେଲର, ଥାନୁଆଳ, ଜୋଗଡ଼ା, ମୁରାରୀପୁର, ନାନପୁର, ହରିଦାସପୁର, ଉଡଙ୍ଗା, ବାଜବାଟି, ଭାତୁରୁପୋଷି, ନେଉଳପୁର ଓ ରଥିଆ ଗ୍ରାମବାସୀ ଭୋଗୁଛନ୍ତି। ରାମ୍‌କୋ କାରଖାନାରୁ ଦୈନିକ ପ୍ରାୟ ୧୫ରୁ ୨୦ ଗାଡ଼ିରେ ବିଷାକ୍ତ କଞ୍ଚାମାଲ ପରିବହନ ହେଉଥିବାରୁ ଲୋକେ ପ୍ରଦୂଷଣ ଯାତନାରେ ଅତିଷ୍ଠ ହୋଇ ପଡ଼ିଛନ୍ତି। ଏପରିକି ଆଖପାଖରେ ଥିବା ଚାଷଜମିର ଉବର୍ର୍ରତା ମଧ୍ୟ ନଷ୍ଟ ହେଉଥିବା କେତେଜଣ ଚାଷୀ ଅଭିଯୋଗ ଆଣିଛନ୍ତି। ଏହିସବୁ ଦୃଷ୍ଟିରୁ ଜନଶୁଣାଣିର ଆବଶ୍ୟକତା ନିହାତି ରହିଥିଲା ବୋଲି ପ୍ରଭାବିତ ଲୋକେ ମତପ୍ରକାଶ କରିଛନ୍ତି।
ଜମି ଜାଲିଆତି ନେଇ ଅଭିଯୋଗ ଅନୁଯାୟୀ, ରାମ୍‌କୋ ଅଧୀନରେ ଥିବା ଧର୍ମଶାଳା ତହସିଲ ଅନ୍ତର୍ଗତ ବାଟିଜଙ୍ଗା, ନାନପୁରର ଓ ଜୋଗରଡ଼ା ମୌଜାର ପ୍ରାୟ ୨ ଏକର ଗୋଚର ଜମିକୁ ୨୦୧୯ ଫେବୃୟାରୀରେ ଅଣଗୋଚର ଜମି ଭାବେ ପରିବର୍ତ୍ତନ ହୋଇଥିଲା। ଏଥିପାଇଁ ଜାରି ହୋଇଥିବା ସର୍ବସାଧାରଣ ନୋଟିସରେ ୨୦ଜଣ ସ୍ଥାନୀୟ ଲୋକ ଏବଂ ଉପର ଲିଖିତ ୨ ଜଣ ସରପଞ୍ଚଙ୍କ ଦସ୍ତଖତକୁ ତହସିଲ କର୍ମଚାରୀ ଜାଲିଆତି କରିଥିଲେ। ପରେ ତହସିଲ ପ୍ରଶାସନ ପକ୍ଷରୁ ଉକ୍ତ ଜମି ଇଡ୍‌କୋକୁ ହସ୍ତାନ୍ତର କରିବାକୁ ପ୍ରସ୍ତାବ ହୋଇଥିଲା। ଏନେଇ ଥାନାରେ ଅଭିଯୋଗ ହେବା ପରେ ତତ୍କାଳୀନ ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡା ତହସିଲ ଅଫିସର ପ୍ରୋସେସର୍ଭର ହେମନ୍ତ କୁମାର ନନ୍ଦଙ୍କ ସମେତ ଥାନୁଆଳ ସରପଞ୍ଚ ଜେନା ଓ ଆରୁହା ସରପଞ୍ଚ ରାଉତଙ୍କୁ ନେଇ ତଦନ୍ତ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଏହି ଜାଲିଆତିକୁ ଚପାଇ ଦିଆଯାଇଛି। ଏ ସଂକ୍ରାନ୍ତରେ ରାମ୍‌କୋ ସିମେଣ୍ଟ କାରଖାନାର ଜେନେରାଲ ମ୍ୟାନେଜର ଅଜିତ ପଲଙ୍କ ମତାମତ ନେବାକୁ ତାଙ୍କ ମୋବାଇଲ ନମ୍ବର ୭୮୯୩୬୫୧୯୧୯ରେ ମଙ୍ଗଳବାର ସନ୍ଧ୍ୟା ୬ଟା ୩୯ରେ ଯୋଗାଯୋଗ କରିଥିଲେ ହେଁ ସେ ଫୋନ କଲ୍‌ ଗ୍ରହଣ କରି ନ ଥିଲେ।

ହର୍ଷବର୍ଦ୍ଧନ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

ନେପାଳରେ ବନ୍ୟା: ୟୁପିରୁ ମିଳିଲାଣି ୧୦ ମୃତଦେହ

ଲକ୍ଷ୍ନୌ,୨୯ା୮: ନେପାଳ ବନ୍ୟାରେ ଭାସିଆସିଥିବା ୧୦ ଜଣଙ୍କ ମୃତଦେହ ପୂର୍ବ ଉତ୍ତରପ୍ରଦେଶର ଗଣ୍ଡକ ନଦୀରୁ ମିଳିଛି। ମହାରାଜଗଞ୍ଜ ଏବଂ କୁଶିନଗର ଜିଲାରୁ ୨ ଦିନରେ ୧୦ ଜଣଙ୍କ…

ନେପାଳ ବନ୍ୟାରେ ସାଙ୍ଘାତିକ ଲୁଟ୍! ଭାସିଆସିଲା ସିନ୍ଦୁକ, ଲୁଟିନେଲେ ୯୨.୭ ଲକ୍ଷ! ମୃତଦେହରୁ ବି ଚୋରି ହେଲା…

କାଠମାଣ୍ଡୁ, ୨୯।୮: ନେପାଳରେ ସମ୍ପ୍ରତି ଆସିଥିବା ବିନାଶକାରୀ ବନ୍ୟା ମଧ୍ୟରେ କିଛି ଚାଞ୍ଜଲ୍ୟକର ଘଟଣା ସାମ୍ନାକୁ ଆସିଛି। ବନ୍ୟା ପାଣିରେ ଭାସିଆସିଥିବା ଏକ ସେଫ୍‌ (ସିନ୍ଦୁକ)ରୁ ଟଙ୍କା…

ୟୁପିରେ ବନ୍ୟା: ପ୍ରଭାବିତ ଅଞ୍ଚଳ ବୁଲିଲେ ଯୋଗୀ, ରିଲିଫ କିଟ୍‌ କଲେ ବଣ୍ଟନ

ଲକ୍ଷ୍ନୌ,୨୯।୮: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶର ବନ୍ୟା ପରିସ୍ଥିତିକୁ ଗମ୍ଭୀରତାର ସହ ନେଉଛନ୍ତି। ଚିତ୍ରକୂଟ, ଜାଲୌନ, ହମିରପୁର ଏବଂ ଆଉରିଆରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୋଗୀ…

ଗ୍ଲେସିଅର୍ ତାଣ୍ଡବ ମଧ୍ୟରେ ଭାରତ ସାଜିଲା ଦେବଦୂତ! ପିଏମ୍ ମୋଦିଙ୍କୁ ‘ଉଦାର’ କହି କୃତଜ୍ଞତା ଜଣାଇଲେ ନେପାଳ ଅର୍ଥମନ୍ତ୍ରୀ!

କାଠମାଣ୍ଡୁ,୨୯।୮: ନେପାଳ-ତିବ୍ବତ ସୀମାରେ ହିମସ୍ଖଳନ ଏବଂ ଗ୍ଲେସିଅର୍ ଫାଟିବା ଯୋଗୁ ଆସିଥିବା ବିନାଶକାରୀ ବନ୍ୟା ନେପାଳରେ ଭୟଙ୍କର ତାଣ୍ଡବ ରଚିଛି। ଏହି ପ୍ରାକୃତିକ ବିପତ୍ତିରେ ବର୍ତ୍ତମାନ ସୁଦ୍ଧା…

ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ: ବିଜୟୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର

କର୍ଲାମୁଣ୍ଡା, ୨୯।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରାସ୍ଥିତ ରାଧାମାଧବ ଯୁବକ ସଂଘ ପକ୍ଷରୁ ଶନିବାର ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି।…

ରାଜସ୍ବ ଆଦାୟରେ ଆଗୁଆ, ସୁରକ୍ଷା ଦିଗରେ ପଛୁଆ: ଆରଟିଓଙ୍କ ପାଖରେ ସୂଚନା ମିଳୁନି, କିରାଣି ସର୍ବେସବା, ବୈଠକରେ ସୀମିତ

ଭବାନୀପାଟଣା,୨୯।୮(ଉତ୍ତମ କୁମାର ଦାଶ): ଜିଲା ସ୍ତରରେ ସଡ଼କ ଦୁର୍ଘଟଣା ରୋକିବା ଏବଂ ଯାତାୟତ ବ୍ୟବସ୍ଥାର ସୁଧାର ପାଇଁ ଜିଲା ସ୍ତରରେ ଏକ ସଡ଼କ ସୁରକ୍ଷା ସମିତି କମିଟି…

ଗାଧୋଇବା ବେଳେ ନଦୀରେ ବୁଡ଼ି ନାବାଳିକାଙ୍କ ମୃତ୍ୟୁ

ପଟ୍ଟାମୁଣ୍ଡାଇ, ୨୯/୮ (କଳ୍ପତରୁ ନାୟକ): ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ତନୂପୁର ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବ୍ରାହ୍ମଣୀ ନଦୀର ଶାଖା ନାଳରେ ଗାଧୋଇବା ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri