ମହାପ୍ରଭୁଙ୍କୁ ଭଜିଲେ ଶାସକ, ବିରୋଧୀ

ଭୁବନେଶ୍ୱର,୮।୧୨(ବ୍ୟୁରୋ): ମହାପ୍ରଭୁ କେନ୍ଦ୍ର ସରକାରଙ୍କୁ ସଦ୍‌ବୁଦ୍ଧି ଦିଅନ୍ତୁ, କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁ। ହେ ମହାପ୍ରଭୁ ମୁଖ୍ୟମନ୍ତ୍ରୀଙ୍କୁ ଶକ୍ତି ଦିଅନ୍ତୁ, ମମିତାଙ୍କୁ ନ୍ୟାୟ ଦେବା ପାଇଁ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବହିଷ୍କାର ଓ ସିବିଆଇକୁ ତଦନ୍ତ ନିର୍ଦ୍ଦେଶ ଦେଇ ବିଧାନସଭାକୁ ଆସନ୍ତୁ। ଶାସକ-ବିରୋଧୀ ଦଳ ସଦସ୍ୟମାନେ ନିଜର ଦାବି ପୂରଣ ପାଇଁ ଏଭଳି ଉପାୟରେ ମହାପ୍ରଭୁ ଜଗନ୍ନାଥଙ୍କ ଶରଣ ପଶିଛନ୍ତି। ପରସ୍ପରକୁ ସଦ୍‌ବୁଦ୍ଧି ଦେବାକୁ ପ୍ରଭୁଙ୍କୁ ଭଜିଛନ୍ତି। ବିରୋଧୀ ଭାଜପା ସଦସ୍ୟମାନେ ଘଣ୍ଟନାଦ ଓ ବିଧାନସଭା ବାହାରେ ଶ୍ରୀଜଗନ୍ନାଥଙ୍କୁ ପୂଜା କରି ପ୍ରତିବାଦ କରିଥିବା ବେଳେ କଂଗ୍ରେସ ସଦସ୍ୟମାନେ ପୋଷ୍ଟର, ବ୍ୟାନର ଧରି ବିଧାନସଭା ପରିକ୍ରମା କରିଥିଲେ। ଏଭଳିସ୍ଥଳେ ଶାସକ ଦଳର ମହିଳା ସଦସ୍ୟମାନେ ବିରୋଧୀ କଂଗ୍ରେସ ଓ ଭାଜପା ସଦସ୍ୟଙ୍କ ଉପରେ ଗଙ୍ଗାଜଳ ଛିଞ୍ଚି ପ୍ରତିବାଦ କରିଥିଲେ। ଏସବୁ ପ୍ରତିବାଦ ଯୋଗୁ ଷଷ୍ଠ ଦିନ ଲାଗି ମଧ୍ୟ ବିଧାନସଭା ପ୍ରାୟ ଅଚଳ ହୋଇଯାଇଛି। କେବଳ ପାଇକ ବିଦ୍ରୋହ ସଂକଳ୍ପ ପାରିତ ହେବା ଛଡ଼ା ଗୃହରେ କୌଣସି କାର୍ଯ୍ୟକ୍ରମ ହୋଇପାରି ନ ଥିଲା। ଗୃହକୁ ସ୍ବାଭାବିକ କରିବାକୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମଙ୍ଗଳବାର ପୁଣି ଡାକିଥିବା ସର୍ବଦଳୀୟ ବୈଠକ ମଧ୍ୟ ଫେଲ୍‌ ମାରିଛି।
ପୂର୍ବାହ୍ନ ୧୦ଟା ୩୦ ମିନିଟରେ ବାଚସ୍ପତି ସଭା କାର୍ଯ୍ୟ ଚଳାଇବାକୁ ଗୃହକୁ ପ୍ରବେଶ କରିଥିଲେ। ବାଚସ୍ପତି ନିଜ ସିଟ୍‌ରେ ବସିବା ପୂର୍ବରୁ ଆରମ୍ଭ ହୋଇଯାଇଥିଲା ହଟ୍ଟଗୋଳ। ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ କଂଗ୍ରେସ ସଦସ୍ୟମାନେ ବାଚସ୍ପତିଙ୍କ ପୋଡିୟମକୁ କବ୍‌ଜା କରି ପୋଷ୍ଟର,ବ୍ୟାନର ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇଥିବା ବେଳେ ମୁଖ୍ୟ ବିରୋଧୀ ଦଳ ଭାଜପା ସଦସ୍ୟମାନେ ଘଣ୍ଟ ବାଡ଼େଇ ପ୍ରତିବାଦ କରିଥିଲେ। ସେହିପରି ଅନୁରୂପ ଭାବେ ଶାସକ ଦଳର ସଭ୍ୟମାନେ ମଧ୍ୟ ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦେବା ଦାବିରେ ଗୃହରେ ସ୍ଲୋଗାନ ଦେଇଥିଲେ। ଶାସକ ଦଳ ସଦସ୍ୟ ଲତିକା ପ୍ରଧାନ ଏବଂ ସୁନନ୍ଦା ଦାସ ବିରୋଧୀ ଦଳ ସଦସ୍ୟଙ୍କୁ ଗଙ୍ଗାଜଳ ଛିଞ୍ଚି ପବିତ୍ର କରିଥିଲେ। ଗୃହରେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଏକପ୍ରକାର ହାଇଡ୍ରାମା ହୋଇଥିଲା। ବାଚସ୍ପତି କାହାକୁ କ’ଣ କହିବେ କିଛି ଜାଣିପାରି ନ ଥିଲେ। କେବଳ ବସନ୍ତୁ …ବସନ୍ତୁ …କହିବା ଛଡ଼ା ନିରୁପାୟ ହୋଇଥିଲେ। ଏଭଳି ହଟ୍ଟଗୋଳ ଗୃହରେ ୩ ମିନିଟ ଧରି ଚାଲିଲା। ବାଚସ୍ପତି ବାଧ୍ୟ ହୋଇ ଗୃହକୁ ୧୦ଟା ୩୩ ମିନିଟରେ ଅପରାହ୍ନ ୪ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଦେଇଥିଲେ।
ଗୃହ ମୁଲତବୀ ହେବା ପରେ ବିଜେଡି ବିଧାୟକମାନେ ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରେ ବସି କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇ ପ୍ରତିବାଦ କରିଥିଲେ। ଅନ୍ୟପକ୍ଷରେ କଂଗ୍ରେସ ସଦସ୍ୟମାନେ ବିଧାନସଭା ଚାରିପାଖରେ ସ୍ଲୋଗାନ ଦେଇ ପରିକ୍ରମା କରିଥିଲେ। ଭାଜପା ସଦସ୍ୟମାନେ ମହାପ୍ରଭୁ ଜଗନ୍ନାଥଙ୍କ ଫଟୋ ରଖି ପୂଜାପାଠ କରିବା ସହିତ ଘଣ୍ଟମାଡ଼ କରିଥିଲେ। ଏହା ସହିତ ସେମାନେ ସେଠାରେ ଭୋଗ ବାଣ୍ଟିଥିଲେ।
ଅପରାହ୍ନ ୪ଟାରେ ଗୃହ କାର୍ଯ୍ୟ ପୁଣି ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ। ବାଚସ୍ପତି ଗୃହକୁ ମୁଲତବୀ କରି ସର୍ବଦଳୀୟ ବୈଠକ ଡାକିଥିଲେ। ସର୍ବଦଳୀୟ ବୈଠକ ପ୍ରାୟ ଏକ ଘଣ୍ଟା ଧରି ଚାଲିଥିଲେ ମଧ୍ୟ କୌଣସି ନିର୍ଯାସ ବାହାରି ପାରି ନ ଥିଲା। ତେବେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଭିତରେ ବିଭିନ୍ନ ରିପୋର୍ଟ ଓ ପାଇକ ବିଦ୍ରୋହ ସଂକଳ୍ପ ପାରିତ ହୋଇଥିଲା। ଏହା ପରେ ବାଚସ୍ପତି ଗୃହକୁ ବୁଧବାର ସକାଳ ୧୦ଟା ୩୦ ମିନିଟ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଦେଇଥିଲେ।
ବିଧାନସଭା ବାହାରେ ଗଣମାଧ୍ୟମକୁ ସୂଚନା ଦେଇ ଭାଜପା ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି କହିଛନ୍ତି, ଗୃହ ମଧ୍ୟଭାଗରେ ଶାସକ ଦଳ ହୋହଲ୍ଲା କରି ଇତିହାସ ରଚିଛି। ସେହିପରି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି, ରାଜ୍ୟରେ ଧୃତରାଷ୍ଟ୍ର ଓ ଦୁର୍ଯ୍ୟୋଧନମାନଙ୍କ ସଂଖ୍ୟା ବଢ଼ିଗଲାଣି। କିନ୍ତୁ ମୁଖ୍ୟମନ୍ତ୍ରୀ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି। ସେ କିଛି ଶୁଣିବାକୁ ପ୍ରସ୍ତୁତ ନାହାନ୍ତି। ତେଣୁ ତାଙ୍କୁ ଓ ତାଙ୍କ ସରକାରକୁ ନିଦରୁ ଉଠାଇବା ପାଇଁ ଗୃହରେ ଘଣ୍ଟମାଡ଼ କରିଛୁ। ମୁଖ୍ୟମନ୍ତ୍ରୀ ଉଠନ୍ତୁ ଏବଂ ଘଟଣା ଉପରେ କିଛି କୁହନ୍ତୁ ବୋଲି ଆମେ ଚାହୁଁଛୁ।
ଗୃହ ମୁଲତବୀକୁ ନେଇ ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ସରକାରଙ୍କ ଦୁର୍ନୀତି ଲୁଚାଇବାକୁ ଗୃହକୁ ବାରମ୍ବାର ମୁଲତବୀ ରଖାଯାଉଛି। ମହାପ୍ରଭୁ ମୁଖ୍ୟମନ୍ତ୍ରୀ ଓ ବିଜେଡି ଦଳକୁ ସଦ୍‌ବୁଦ୍ଧି ଦିଅନ୍ତୁ। ଅଭିଯୁକ୍ତ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ତୁରନ୍ତ ଦଳରୁ ବହିଷ୍କାର କରନ୍ତୁ। ବିଜେଡିର ସଦ୍‌ବୁଦ୍ଧି ଫେରିବା ଯାଏ ଏହି ଲଢ଼େଇ ଜାରି ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?