Odisha Elections 2024
Posted inଜାତୀୟ

ଚନ୍ଦ୍ରରେ ୮ ମିଟର ଚାଲିଲା ରୋଭର

ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ବିକ୍ରମରୁ ବାହାରିବା ପରଠୁ ରୋଭର ପ୍ରଜ୍ଞାନ ୮ ମିଟର ଚାଲିଛି। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ପକ୍ଷରୁ ପ୍ରଜ୍ଞାନର ଗତିବିଧି ଉପରେ ନଜର ରଖାଯାଇଛି। ରୋଭର କରିବାକୁ ଥିବା ସବୁ ପ୍ରୟୋଗକୁ ନିରୀକ୍ଷଣ କରାଯାଉଛି। ପ୍ରପଲସନ୍‌ ମୋଡୁଲ୍‌ରେ ସମସ୍ତ ପେଲୋଡ୍‌, ଲ୍ୟାଣ୍ଡର ମୋଡ୍ୟୁଲ ଓ ରୋଭର ସାମାନ୍ୟ ଭାବେ କାର୍ଯ୍ୟ କରୁଛି ବୋଲି ଶୁକ୍ରବାର ଇସ୍ରୋ ପକ୍ଷରୁ କୁହାଯାଇଛି।
ପୂର୍ବରୁ ଇସ୍ରୋ ଏକ ଭିଡିଓ ଜାରି କରିଥିଲା, ଯହିଁରେ ଚନ୍ଦ୍ରୟାନ-୩ରୁ ବାହାରିବା ପରେ ଚନ୍ଦ୍ରପୃଷ୍ଠରେ ରୋଭର ପ୍ରଜ୍ଞାନ ଏକ ତ୍ରିରଙ୍ଗା ପତାକା ଧରି ବୁଲୁଥିବା ଦେଖିବାକୁ ମିଳିଛି। ଚନ୍ଦ୍ର ମାଟିରେ ପ୍ରୟୋଗ ପାଇଁ ପ୍ରଜ୍ଞାନ ହାତରେ ଅଗଷ୍ଟ ୨୩ରୁ ୧୪ ଦିନ(ଚନ୍ଦ୍ରର ଦିନେ) ରହିଛି। ତେବେ ଚନ୍ଦ୍ରରେ ସୂର୍ଯ୍ୟୋଦୟ ହେଲେ ଏହି ସୌରଚାଳିତ ରୋଭର ପୁନରୁଜ୍ଜୀବିତ ହୋଇଉଠିବ ବୋଲି ଇସ୍ରୋ ବୈଜ୍ଞାନିକମାନେ ଆଶା କରିଛନ୍ତି। ଇସ୍ରୋ ମୁଖ୍ୟ ଏସ୍‌. ସୋମନାଥନ୍‌ କହିଛନ୍ତି, ଚନ୍ଦ୍ରର ଦକ୍ଷିଣ ମେରୁରେ ପାଦ ଥାପିବାରେ ଭାରତ ହେଉଛି ପ୍ରଥମ ଦେଶ। ସାଉଥ୍‌ ପୋଲ୍‌ ସୂର୍ଯ୍ୟଙ୍କ ଦ୍ୱାରା କମ୍‌ ଆଲୋକିତ ହେଉଥିବାରୁ ଲ୍ୟାଣ୍ଡିଂ ପାଇଁ ଏହାକୁ ବଛାଯାଇଥିଲା। ଚନ୍ଦ୍ର ଉପରେ ଗବେଷଣା କରୁଥିବା ବୈଜ୍ଞାନିକମାନେ ପୂର୍ବରୁ ଦକ୍ଷିଣ ମେରୁକୁ ନେଇ ଅଧିକ ଆଗ୍ରହ ଦେଖାଇନାହାନ୍ତି। ତେବେ ଏହି ମେରୁକୁ ନେଇ ଅନେକ ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

OpenAIର ଦାବି, ଇସ୍ରାଏଲ କମ୍ପାନୀ ଭାରତର ନିର୍ବାଚନକୁ ପ୍ରଭାବିତ କରିବାକୁ କରିଛି ଚେଷ୍ଟା

ନୂଆଦିଲ୍ଲୀ,୧।୬: ଦେଶରେ ଲୋକ ସଭା ନିର୍ବାଚନ ମଧ୍ୟରେ ଚ୍ୟାଟଜିପିଟିର ନିର୍ମାତା ଓପନଏଆଇ ଏକ ବଡ଼ କଥା କହିଛି। ଭାରତୀୟ ନିର୍ବାଚନକୁ କେନ୍ଦ୍ର କରି ଗୁପ୍ତ ଅଭିଯାନରେ...

ପୁଣେ କାର୍‌ ଦୁର୍ଘଟଣା: ଅଭିଯୁକ୍ତ ନାବାଳକଙ୍କ ମା’ ଗିରଫ

ପୁଣେ,୧।୬: ପୁଣେ ପୋଲିସ ପୋର୍ସେ କାର୍‌ ଦୁର୍ଘଟଣା ମାମଲାରେ ଅଭିଯୁକ୍ତ ନାବାଳକଙ୍କ ମା’ଙ୍କୁ ଗିରଫ କରିଛି। କାରଣ ନାବାଳକଙ୍କ ରକ୍ତ ନମୂନା ତାଙ୍କ ମା’ଙ୍କ ରକ୍ତ...

ଲୋକ ସଭା ନିର୍ବାଚନର ଶେଷ ପର୍ଯ୍ୟାୟରେ ଫାଇଟ ବଡ ଟାଇଟ!

ନୂଆଦିଲ୍ଲୀ,୧।୬: ୨୦୨୪ ଲୋକ ସଭା ନିର୍ବାଚନର ସପ୍ତମ ପର୍ଯ୍ୟାୟରେ ଶନିବାର (ଜୁନ ।) ସାତୋଟି ରାଜ୍ୟ ତଥା ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୫୭ ଟି ସଂସଦୀୟ...

New Rule From June 1: ଆଜିଠାରୁ ବଦଳିଯାଇଛି ଏସବୁ ଗୁରତ୍ୱପୂର୍ଣ୍ଣ ନିୟମ; ଜାଣି ନିଅନ୍ତୁ ନଚେତ ହଇରାଣରେ ପଡ଼ିବେ

ନୂଆଦିଲ୍ଲୀ,୧।୬: ଜୁନ ପହିଲା ଅର୍ଥାତ ଆଜିଠାରୁ ଲାଗୁ ହୋଇଛି କିଛି ନୂଆ ନିୟମ। ଘରୋଇ ଗ୍ୟାସ ସିଲିଣ୍ଡରର ଦାମ୍‌ କମ୍‌ ହୋଇଥିବା ବେଳେ ଗାଡ଼ି ଚଳାଇବା...

କ୍ଷମତା ସଂଗ୍ରାମର ଶେଷ ପର୍ଯ୍ୟାୟରେ ଅନେକ ଆସନରେ କଡା ଟକ୍କର, ହେଲେ ସମସ୍ତଙ୍କ ନଜର ବାରାଣସୀ ଉପରେ

ଲକ୍ଷ୍ନୌ,୧।୬: ଚକ୍ରବ୍ୟୁହର ସପ୍ତମ ଦ୍ୱାରରେ ଆଜି ଏକ ଭୟଙ୍କର ଯୁଦ୍ଧ ହେଉଛି। ଶନିବାର ଅନ୍ତିମ ପର୍ଯ୍ୟାୟରେ ୧୩ଟି ଆସନରେ ମତଦାନ ଅନୁଷ୍ଠିତ ହେବ। ଶନିବାର ଦିନ...

ସପ୍ତମ ପର୍ଯ୍ୟାୟ ଭୋଟ ଗ୍ରହଣ ବେଳେ ପଶ୍ଚିମବଙ୍ଗରେ ହିଂସା

କୋଲକାତା,୧।୬: ପଶ୍ଚିମବଙ୍ଗରେ ସପ୍ତମ ପର୍ଯ୍ୟାୟ ମତଦାନ ପୂର୍ବରୁ ଶୁକ୍ରବାର (୩୧ ମେ’ ୨୦୨୪)ରେ ଏକ ପ୍ରମୁଖ ଘଟଣା ସାମ୍ନାକୁ ଆସିଛି। ଦକ୍ଷିଣ ଚବିଶ ପ୍ରଗଣାର ଭଙ୍ଗର...

କମିଲା ଗ୍ୟାସ ଦାମ୍‌

ନୂଆଦିଲ୍ଲୀ,୧।୬: ଲୋକ ସଭା ନିର୍ବାଚନର ଶେଷ ପର୍ଯ୍ୟାୟ ପୂର୍ବରୁ ଏଲପିଜି ଗ୍ରାହକଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ସରକାରୀ ତୈଳ ଏବଂ ଗ୍ୟାସ ମାର୍କେଟିଂ କମ୍ପାନୀଗୁଡିକ...

ହିଟ୍‌ଓ୍ବେଭକୁ ଜାତୀୟ ଦୁର୍ବିପାକ ଘୋଷଣାକର

ନୂଆଦିଲ୍ଲୀ, ୧।୬: ଦେଶର ଅଧିକାଂଶ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହଜନିତ ହିଟ୍‌ଓ୍ବେଭ ସ୍ଥିତି ଜାରିରହିଛି। ଏହାଫଳରେ ଅଧିକାଂଶ ସହରରେ ତାପମାତ୍ରା ୪୫ ଡିଗ୍ରୀ ପାରକରୁଛି। ଏପରି ସ୍ଥିତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri