Posted inଜାତୀୟ

ଚନ୍ଦ୍ରରେ ୮ ମିଟର ଚାଲିଲା ରୋଭର

ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ବିକ୍ରମରୁ ବାହାରିବା ପରଠୁ ରୋଭର ପ୍ରଜ୍ଞାନ ୮ ମିଟର ଚାଲିଛି। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ପକ୍ଷରୁ ପ୍ରଜ୍ଞାନର ଗତିବିଧି ଉପରେ ନଜର ରଖାଯାଇଛି। ରୋଭର କରିବାକୁ ଥିବା ସବୁ ପ୍ରୟୋଗକୁ ନିରୀକ୍ଷଣ କରାଯାଉଛି। ପ୍ରପଲସନ୍‌ ମୋଡୁଲ୍‌ରେ ସମସ୍ତ ପେଲୋଡ୍‌, ଲ୍ୟାଣ୍ଡର ମୋଡ୍ୟୁଲ ଓ ରୋଭର ସାମାନ୍ୟ ଭାବେ କାର୍ଯ୍ୟ କରୁଛି ବୋଲି ଶୁକ୍ରବାର ଇସ୍ରୋ ପକ୍ଷରୁ କୁହାଯାଇଛି।
ପୂର୍ବରୁ ଇସ୍ରୋ ଏକ ଭିଡିଓ ଜାରି କରିଥିଲା, ଯହିଁରେ ଚନ୍ଦ୍ରୟାନ-୩ରୁ ବାହାରିବା ପରେ ଚନ୍ଦ୍ରପୃଷ୍ଠରେ ରୋଭର ପ୍ରଜ୍ଞାନ ଏକ ତ୍ରିରଙ୍ଗା ପତାକା ଧରି ବୁଲୁଥିବା ଦେଖିବାକୁ ମିଳିଛି। ଚନ୍ଦ୍ର ମାଟିରେ ପ୍ରୟୋଗ ପାଇଁ ପ୍ରଜ୍ଞାନ ହାତରେ ଅଗଷ୍ଟ ୨୩ରୁ ୧୪ ଦିନ(ଚନ୍ଦ୍ରର ଦିନେ) ରହିଛି। ତେବେ ଚନ୍ଦ୍ରରେ ସୂର୍ଯ୍ୟୋଦୟ ହେଲେ ଏହି ସୌରଚାଳିତ ରୋଭର ପୁନରୁଜ୍ଜୀବିତ ହୋଇଉଠିବ ବୋଲି ଇସ୍ରୋ ବୈଜ୍ଞାନିକମାନେ ଆଶା କରିଛନ୍ତି। ଇସ୍ରୋ ମୁଖ୍ୟ ଏସ୍‌. ସୋମନାଥନ୍‌ କହିଛନ୍ତି, ଚନ୍ଦ୍ରର ଦକ୍ଷିଣ ମେରୁରେ ପାଦ ଥାପିବାରେ ଭାରତ ହେଉଛି ପ୍ରଥମ ଦେଶ। ସାଉଥ୍‌ ପୋଲ୍‌ ସୂର୍ଯ୍ୟଙ୍କ ଦ୍ୱାରା କମ୍‌ ଆଲୋକିତ ହେଉଥିବାରୁ ଲ୍ୟାଣ୍ଡିଂ ପାଇଁ ଏହାକୁ ବଛାଯାଇଥିଲା। ଚନ୍ଦ୍ର ଉପରେ ଗବେଷଣା କରୁଥିବା ବୈଜ୍ଞାନିକମାନେ ପୂର୍ବରୁ ଦକ୍ଷିଣ ମେରୁକୁ ନେଇ ଅଧିକ ଆଗ୍ରହ ଦେଖାଇନାହାନ୍ତି। ତେବେ ଏହି ମେରୁକୁ ନେଇ ଅନେକ ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଦେଶୀ ମଦ ଦୋକାନ ବନ୍ଦ ଦାବି: ଉପଜିଲାପାଳ କାର୍ଯ୍ୟାଳୟ ଘେରାଉ

ବୀରମହାରାଜପୁର, ୧୦/୯ (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଥାନା ନୁଆଁପଡ଼ାଠାରେ ଥିବା ବିଦେଶୀ ମଦ ଦୋକାନ ବନ୍ଦ ଦାବିରେ ମହିଳାମାନେ…

ଚାଷୀମାରଣ ନୀତିକୁ ବିରୋଧ, ଜେଲ୍‌ଭରୋ ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ

ବରଗଡ଼,୧୦ା୮(ପ୍ରେମାନନ୍ଦ ଖମାରୀ): କୃଷିକ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଣୀତ ବିଭିନ୍ନ ନୀତିକୁ ନେଇ ଚାଷୀ ଅସନ୍ତୋଷ ତେଜି ଉଠିଛି । ଏହି କ୍ରମରେ ସୋମବାର ବରଗଡ଼…

ଓଲଟିଲା କୋଇଲା ବୋଝେଇ ଟ୍ରକ୍‌, ଓଡ଼ିଶା-ଆନ୍ଧ୍ର ରାସ୍ତା ଜାମ୍‌

ଗୁଣପୁର,୧୦ା୮(ସୁଜାତା ପାଢ଼ୀ): କୋଇଲା ବୋଝେଇ ଟ୍ରକ୍‌ ଓଲଟିଯିବା ଫଳରେ ଓଡ଼ିଶା ଆନ୍ଧ୍ର ରାସ୍ତା ଦୀର୍ଘ ୬ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଜାମ ହୋଇ ରହିଛି। ରବିବାର…

ସରକାରୀ କାର୍ଯ୍ୟକ୍ରମରେ ତାମିଲ ସଙ୍ଗୀତ ଗାନ ବାଧ୍ୟତାମୂଳକ; ତାମିଲନାଡୁ ବିଧାନସଭାରେ ପ୍ରସ୍ତାବ ଉପସ୍ଥାପିତ; ସମର୍ଥନ କଲେ DMK-AIADMK

ଚେନ୍ନାଇ,୧୦।୮: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ସୋମବାର ବିଧାନସଭାରେ ଏକ ପ୍ରସ୍ତାବ ଆଗତ କରିଛନ୍ତି। ଏହି ପ୍ରସ୍ତାବ ଅନୁଯାୟୀ, ରାଜ୍ୟ ସାରା ସରକାରୀ କାର୍ଯ୍ୟ ଆରମ୍ଭରେ…

ଅଧିକ ସମୟ ଭିଡିଓଗେମ୍‌ ଖେଳୁଥିଲେ…

ଭିଡିଓ ଗେମ୍‌ ଖେଳିବା ଆଜିକାଲି ଯୁବପିଢ଼ିଙ୍କର ଏକ ଅଭ୍ୟାସରେ ପରିଣତ ହୋଇଯାଇଛି କହିଲେ ଆଦୌ ଭୁଲ ହେବ ନାହିଁ। ଏହା ମନକୁ ସାମୟିକ ଆନନ୍ଦ ଦେଇଥାଏ। କିନ୍ତୁ…

ବୈଭବ ସୂର୍ଯ୍ୟବଂଶୀଙ୍କ ବୟସକୁ ନେଇ ଏମିତି ବୟାନ ଦେଲେ ବ୍ରେଟ ଲି, ସଭିଏଁ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୮: ଯୁବ ଭାରତୀୟ ବ୍ୟାଟ୍ସମ୍ୟାନ ବୈଭବ ସୂର୍ଯ୍ୟବଂଶୀ କମ ବୟସରେ ତାଙ୍କ ଖେଳ ଦ୍ୱାରା କ୍ରିକେଟ ଜଗତର ଦୃଷ୍ଟି ଆକର୍ଷଣ କରିଛନ୍ତି। ଏବେ, ପୂର୍ବତନ ଅଷ୍ଟ୍ରେଲୀୟ ଦ୍ରୁତ…

ଅନ୍ୟ ଗ୍ରହରେ ବସତି ସମସ୍ୟା

ପ୍ରଥମେ ସୌର ଗ୍ରହମାନଙ୍କ ତଥ୍ୟାବଳୀ ସମ୍ପର୍କରେ ଜ୍ଞାତ ହେବା ପ୍ରାସଙ୍ଗିକ ହେବ। ଗ୍ରହଗୁଡିକରେ ବସତି ସ୍ଥାପନ ନେଇ ଅନେକ ଆଲୋଚନା ଚାଲିଛି। ତେବେ ଏ ବିଷୟରେ କେତେକ…

ଗାଜା ଶାନ୍ତି ଯୋଜନାକୁ ଇସ୍ରାଏଲ୍‌ର ପ୍ରତ୍ୟାଖ୍ୟାନ

ଜେରୁଜେଲମ୍‌, ୧୦ା୮: ଗାଜା କିମ୍ବା ଓ୍ବେଷ୍ଟ ବ୍ୟାଙ୍କରେ ପାଲେଷ୍ଟାଇନ୍‌ ରାଷ୍ଟ୍ର ଗଠନ ହୋଇପାରିବ ନାହଁି ବୋଲି ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିବା ସହ ୧୫-ସୂତ୍ରୀ ଗାଜା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri