ଓଡ଼ିଆ ଭାଷାର ସମନ୍ବିତ ବିକାଶରେ ଆଦିବାସୀ ଭାଷାର ଭୂମିକା

ଯେକୌଣସି ସଭ୍ୟତାର ବାହି୍ୟକ ପରିପ୍ରକାଶ ହେଉଛି ତାର ସଂସ୍କୃତି। ଗୋଟିଏ ସଭ୍ୟତା ନିର୍ମାଣ ପଛରେ ଥାଏ ଏକାଧିକ ଲୋକ ସଂସ୍କୃତି। ଆଉ ମଧ୍ୟ ଗୋଟିଏ ସଂସ୍କୃତିର ଆବିର୍ଭାବ ହଠାତ ହୁଏ ନାହିଁ ବା ବାହାରୁ ଆଣି କେହି କେବେ ଥୋପି ଦେଇପାରେ ନାହିଁ। ମଣିଷର ସମସ୍ତ ପ୍ରବୃତ୍ତିଗତ ଓ ସ୍ବାଭାବିକ ଆଚରଣକୁ ସୁନ୍ଦର ଓ ଉନ୍ନତତ୍ତର କରିବା ଦିଗରେ ସମାଜର ତାଗିଦା ଓ ନିୟନ୍ତ୍ରଣ ହିଁ ଶହ ଶହ ବର୍ଷ ଧରି ଏହି ସଂସ୍କୃତିର ନିର୍ମାଣ କରୁଥାଏ। ବ୍ୟକ୍ତି ଓ ସମାଜ ଭିତରେ ଥିବା ଆନ୍ତଃ ସମ୍ପର୍କର ତାହା ହିଁ ପାଲଟିଯାଏ ନିୟାମକ। ଏହିଭଳି ବିଭିନ୍ନ ଜାତି, ଗୋଷ୍ଠୀ ଓ ସମ୍ପ୍ରଦାୟର ଚଳଣି ଓ ସଂସ୍କୃତିର ସାମୂହିକ ମିଶ୍ରଣ ହିଁ ଏକ ସଭ୍ୟତା। ଏହି ସଭ୍ୟତାର ସମୃଦ୍ଧ ଭାବନା, ଚିନ୍ତା ଓ ଧାରଣା ସମାଜ ଆଗରେ ଥୁଅନ୍ତି ଏକ ଦିଗ୍‌ଦର୍ଶନ। ଯେଉଁ ସମସ୍ତ ସଂସ୍କୃତି ଏହାର ମୂଳ ଭିତ୍ତିରୂପେ କାମ କରନ୍ତି, ସେମାନେ ପ୍ରତ୍ୟେକ ଗୋଟିଏ ଲେଖାଏ ଭାଷାର ଧାରକ। ଏଭଳି ଭାବେ ଦେଖିଲେ ଆମ ରାଜ୍ୟ ଓଡ଼ିଶା ଏକ ବହୁଭାଷୀ ରାଜ୍ୟ, ଯାହାର ମୁଖ୍ୟ ଭାଷା ଓଡ଼ିଆ। ଓଡ଼ିଆ ଭାଷା ଖାଲି ଗୋଟିଏ ବିପୁଳ ସମୁଦାୟ କଥିତ ଭାଷା ନୁହେଁ, ଏହା ମଧ୍ୟ ବହନ କରେ ଏକ ସମୃଦ୍ଧ ସାହିତି୍ୟକ ପରମ୍ପରା ଓ ଐତିହ୍ୟ।
ଜାତୀୟ ଶିକ୍ଷା ନୀତିର ଧାରା ୪.୧୫ ଅନୁଯାୟୀ ‘ଭାରତର ଭାଷାଗୁଡ଼ିକ ପୃଥିବୀର ସବୁଠାରୁ ସମୃଦ୍ଧ, ବିଜ୍ଞାନ ସମ୍ମତ, ସୁନ୍ଦର ଏବଂ ଅତ୍ୟନ୍ତ ପ୍ରାଞ୍ଜଳ ଭାଷା ମଧ୍ୟରେ ଅନ୍ୟତମ, ଯାହା ପ୍ରାଚୀନ ଓ ଆଧୁନିକ ସାହିତ୍ୟ(ଉଭୟ ଗଦ୍ୟ ଓ କବିତା) ର ଏକ ବିଶାଳ ଭଣ୍ଡାର’। ଓଡ଼ିଆ ଏକ ଶାସ୍ତ୍ରୀୟ ଭାଷାର ମର୍ଯ୍ୟାଦା ପାଇବାର ଅର୍ଥ ହେଉଛି ଏହାର ଐତିହ୍ୟ, ସୌନ୍ଦର୍ଯ୍ୟ ଓ ସମୃଦ୍ଧି ପ୍ରତି ସ୍ବୀକୃତି ଦେବା। ଏହି ଐତିହ୍ୟକୁ ଉଜ୍ଜ୍ୱଳ କରିବା ଦିଗରେ ସଂସ୍କୃତ ଭାଷା ପ୍ରତି ପାଣିନିଙ୍କ ଯାହା ଅବଦାନ, ଓଡ଼ିଆ ଭାଷା ପ୍ରତି ସେହିଭଳି ଅବଦାନ ରହିଛି ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ। ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏକ ସମନ୍ବିତ ଓଡ଼ିଆ ଭାଷାର ବିକାଶ ପାଇଁ ବିଭିନ୍ନ ଆଞ୍ଚଳିକ ଭାଷା ଓ ଆଦିବାସୀ ଭାଷାର ଶବ୍ଦ ସଂଗ୍ରହ କରିବାରେ ସେ ଥିଲେ ଆଦି ଉଦ୍ୟୋକ୍ତା। ଶାସ୍ତ୍ରୀୟ ଭାଷାର ମର୍ଯ୍ୟାଦା ପାଇବା ପରେ ଏ ଦିଗରେ ପୁଣିଥରେ ବିପୁଳ ଉଦ୍ୟମ କରିବାର ଆବଶ୍ୟକତା ଦେଖାଯାଇଛି। କାରଣ ବିଭିନ୍ନ ଆଞ୍ଚଳିକ ଭାଷା ଓ ବୋଲି (ଯଥା – ବାଲେଶ୍ୱରୀ, ପୁରୀ, କୋଶଳୀ, ସମ୍ବଲପୁରୀ ଓ ବରହମପୁରୀ) କୁ ଛାଡ଼ି ଏଠାରେ ରହିଛି ୬୨ଟି ଜନଜାତିର ଭାଷା ଓ ଦଳିତମାନଙ୍କ ଡମ ଭାଷା। ଏହି ୬୨ଟି ଭାଷା ମଧ୍ୟରୁ ୨୧ଟିକୁ ଶ୍ରେଣୀଗୃହର ଭାଷା ରୂପେ ବ୍ୟବହାର କରିବା ଲାଗି ଓଡ଼ିଶା ସରକାର ସମ୍ମତି ଓ ସ୍ବୀକୃତି ଦେଇସାରିଛନ୍ତି। ଜାତୀୟ ଶିକ୍ଷାନୀତିରେ ଏହିସବୁ ଭାରତୀୟ ଭାଷାର ଉଲ୍ଲେଖନୀୟ ଏକତା ସାଧାରଣ ଧ୍ୱନି ଏବଂ ବିଜ୍ଞାନସମ୍ମତ ଭାବେ ବ୍ୟବହୃତ ବର୍ଣ୍ଣମାଳା ଓ ଲିପି ତଥା ବ୍ୟାକରଣଗତ ସଂରଚନା ପ୍ରତି ସଜାଗ ରହିବା ନିମନ୍ତେ କୁହାଯାଇଛି। ପୁଣି କୁହାଯାଇଛି ଯେ, କେଉଁ ଭୌଗୋଳିକ କ୍ଷେତ୍ରର ଆଦିବାସୀମାନେ କି କି ଭାଷା କହୁଛନ୍ତି, ସେଥିପ୍ରତି ଏବଂ ସେସବୁର ଗଠନ, ପ୍ରକୃତି ସାଧାରଣଭାବେ କଥିତ ବାକ୍ୟ ଓ ବାକ୍ୟାଂଶ ପ୍ରତି ଦୃଷ୍ଟି ଦେବାକୁ ପଡ଼ିବ। ତା’ର ସମୃଦ୍ଧି ଲୋକସାହିତ୍ୟ, ଲୋକଗୀତି ଏବଂ ବେଶ୍‌ କିଛି ପୂର୍ବ ଭାରତୀୟ ଆଦିବାସୀ ଭାଷାର ଲିଖିତ ସାହିତ୍ୟ ମଧ୍ୟ ଆମ୍ଭମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ।
ଓଡ଼ିଶାର ବିଭିନ୍ନ ଆଞ୍ଚଳିକ ଭାଷା ବିଶେଷକରି ସମ୍ବଲପୁରୀ (ଡ.ପ୍ରଫୁଲ୍ଲ ତ୍ରିପାଠୀ) ଓ ସୁନ୍ଦରଗଡ଼ୀ ଭାଷାର ଅଭିଧାନ ଉପଲବ୍ଧ। ଅବିଭକ୍ତ କୋରାପୁଟର ଆନ୍ତଃ ଆଦିବାସୀ କଥିତ ଭାଷାରୂପେ ବ୍ୟବହୃତ ଦେଶିଆ ଭାଷା ସମ୍ପର୍କରେ ମଧ୍ୟ ଅତୀତରେ ଖଗେଶ୍ୱର ମହାପାତ୍ରଙ୍କ ଭଳି ଭାଷାବିତ୍‌ ଗବେଷଣା କରିଛନ୍ତି ଓ ତା’ର ଶବ୍ଦ ସମ୍ପଦର ଉଲ୍ଲେଖନୀୟ ସଂଗ୍ରହ ମଧ୍ୟ କରିଛନ୍ତି। ପରବର୍ତ୍ତୀ ସମୟରେ ଆଦିବାସୀ ଭାଷା ସଂସ୍କୃତି ଏକାଡେମୀ ତରଫରୁ ରାଜେନ୍ଦ୍ର ପାଢୀ ଓ ବିଜୟ ଉପାଧ୍ୟାୟଙ୍କ ଦ୍ୱାରା ସଂକଳିତ ଦେଶିଆ ଜ୍ଞାନକୋଷ, ଦେଶିଆ ସାଂସ୍କୃତିକ ଶବ୍ଦକୋଷ ରୂପେ ଆଦୃତ। ଖୁବ୍‌ଶୀଘ୍ର ଏହି ଦୁଇ ଜଣଙ୍କ ଦ୍ୱାରା ସଂକଳିତ ଓଡ଼ିଆ-ଇଂରାଜୀ- ଦେଶିଆ ଶବ୍ଦକୋଷ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରକାଶିତ ହେବାକୁ ଯାଉଛି। ଆଦିବାସୀ ଭାଷା ସଂସ୍କୃତି ଏକାଡେମୀ ଦ୍ୱାରା ପିଲାମାନଙ୍କ ଉପଯୋଗୀ ହେଲାଭଳି ୨୧ଟି ଆଦିବାସୀ ଭାଷାର ବ୍ୟାକରଣ ଓ ଶବ୍ଦ ସମ୍ଭାରକୁ ନେଇ ପୁସ୍ତକମାନ ପ୍ରକାଶ କରାଯାଇଛି।
ଏସବୁ ସତ୍ତ୍ୱେ ବେଶ୍‌ କିଛି ଭାଷାର ମୃତ୍ୟୁକୁ ଆମେ ରୋକିପାରି ନାହୁଁ। ପୂର୍ବୋକ୍ତ ଏକାଡେମୀ ଦ୍ୱାରା ଯେଉଁ କେତୋଟି ବଞ୍ଚତ୍ ରହିଥିବ ଏବଂ ସମୃଦ୍ଧ ହେବାର ସମ୍ଭାବନା ଥିବା ଆଦିବାସୀ ଭାଷାକଥା ଉଲ୍ଲେଖ କରାଯାଇଛି, ସେସବୁ ହେଉଛି ସାନ୍ତାଳୀ, କୁଇ, କୁଭୀ, ସଉରା, ଦେଶିଆ, ଗଣ୍ଡ, ଜୁଆଙ୍ଗ, ପରଜା, ଗଦବା, କୋୟା, ବଣ୍ଡା, ଡିଡାୟୀ, ହୋ, ସାଦ୍ରୀ, ଖଡ଼ିଆ, ଭୂୟାଁ, ବିଞ୍ଝାଲ, ଭୁଞ୍ଜିଆ, ଭୂମିଜ ଓ ମୁଣ୍ଡାରୀ। ଯେହେତୁ ମାତୃଭାଷାରେ ୩ୟ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ଉପରେ ଗୁରୁତ୍ୱ ଦେବାପାଇଁ ଜାତୀୟ ଶିକ୍ଷା ନୀତିରେ କୁହାଯାଇଛି, ଏସବୁରେ ପାଠ୍ୟ ପୁସ୍ତକ ମଧ୍ୟ ସରକାରୀସ୍ତରରେ ପ୍ରସ୍ତୁତ କରାସରିଛି। କିନ୍ତୁ ଉପଯୁକ୍ତ ଭାଷା ଶିକ୍ଷକଙ୍କ ଅଭାବରୁ ସେସବୁ ଶ୍ରେଣୀଗୃହରେ ପଢ଼ାଯାଇ ପାରୁନାହିଁ । ତେବେ ୨୦୦୭ ରୁ ୨୦୧୦ ମଧ୍ୟରେ ସାନ୍ତାଳୀ, କୋୟା, ବଣ୍ଡା, ସୌରା, କୁଇ, କୁଭୀ ଓ ଜୁଆଙ୍ଗ ଆଦି ସାତୋଟି ଆଦିବାସୀ ଭାଷା ପାଇଁ ୩,୪୦୦ ଭାଷା ଶିକ୍ଷକ ନିଯୁକ୍ତ ହୋଇଥିଲେ। ଦୁଃଖର କଥା ଗତ ଦଶବର୍ଷ ଭିତରେ ଏହି ଶିକ୍ଷକମାନେ ସାଧାରଣ ଶିକ୍ଷକରେ ପରିଣତ ହୋଇଛନ୍ତି। ଏହାଫଳରେ ସେହି ଭାଷାଭାଷୀ ଛାତ୍ରୀଛାତ୍ର ଥିବା ସ୍କୁଲରୁ ସହରାଞ୍ଚଳର ବିଦ୍ୟାଳୟଗୁଡ଼ିକୁ ବଦଳି ହୋଇ ସେମାନେ ପୁରୁଣା ମାତୃଭାଷା ଶିକ୍ଷାଦାନ କାର୍ଯ୍ୟରୁ ନିବୃତ୍ତ ହୋଇସାରିଛନ୍ତି। ଅର୍ଥାତ୍‌ ଆଜିର ସମସ୍ୟା କେବଳ ବାକି ରହିଯାଇଥିବା ୧୪ଟି ଭାଷା ନୁହେଁ, ସମୁଦାୟ ୨୧ଟି ଯାକ ଭାଷାର ଭାଷା ଶିକ୍ଷକ ନିଯୁକ୍ତି କରିବା ଜରୁରୀ। ଫଳରେ ବିଭିନ୍ନ ଆଦିବାସୀ ଗୋଷ୍ଠୀର ପ୍ରାଥମିକ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ମାତୃଭାଷାରେ ଶିକ୍ଷିତ ହେବାର ସୁଯୋଗ ମିଳିପାରିବ।

ବିଜୟ ଉପାଧ୍ୟାୟ
ଫୋନ୍‌ ନଂ : ୯୬୬୮୨୨୨୭୬୨


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?