ସାହିତ୍ୟ ସୃଷ୍ଟିରେ ପ୍ରକାଶନର ଭୂମିକା

ପ୍ରକାଶନ; ଏହି ଶବ୍ଦ ହିଁ ସାହିତ୍ୟ ଜଗତର ନୂଆ ଦରଜା ଖୋଲି ପାଠକମାନଙ୍କୁ ପଠନ ପ୍ରତି ଆକର୍ଷିତ କରେ। ସ୍ରଷ୍ଟାଙ୍କର ରଚନାଗୁଡ଼ିକୁ ପାଠକ ପାଖରେ ପହଞ୍ଚେଇବାର ମହତ୍ତ୍ୱପୂର୍ଣ୍ଣ ମାଧ୍ୟମ ହେଉଛି ପ୍ରକାଶନ। ଏହା କେବଳ ଲେଖକ/ ଲେଖିକାଙ୍କ ରଚନାକୁ ପ୍ରକାଶିତ କରେ ନାହିଁ, ବରଂ ପାଠକମାନଙ୍କୁ ଅନେକ ନୂଆ ଓ ଅଜଣା ରଚନା ସହ ପରିଚିତ କରେଇବାରେ ସାହାଯ୍ୟ କରେ। ଜ୍ଞାନ ବିତରଣ କରିବା ଏବଂ ଅଧ୍ୟୟନ କ୍ଷେତ୍ରକୁ ଅଧିକରୁ ଅଧିକ ଉତ୍ସାହିତ କରିବା ହେଉଛି ପ୍ରକାଶନର ମୂଳ ଉଦ୍ଦେଶ୍ୟ। ସତ ହେଉଛି, ଲେଖକ ଓ ପାଠକଙ୍କ ମଧ୍ୟରେ ଏକ ସେତୁ ଭଳି କାମ କରେ ପ୍ରକାଶନ।
ଯଦି ଜଣେ ଲେଖୁଛି, ତା’ର ଲେଖକୀୟ କୃତି ନିଶ୍ଚିତ ଭାବରେ ପୁସ୍ତକ ଆକାରରେ ପ୍ରକାଶିତ ହେବା ଆବଶ୍ୟକ। ପୁସ୍ତକ ପ୍ରକାଶିତ ହେବା ଦ୍ୱାରା ଲେଖକ ଭିତରେ ଲୁକ୍କାୟିତ ବିଶିଷ୍ଟ ଜ୍ଞାନ ବା ବିଦ୍ୟା ପାଠକଙ୍କ ପାଇଁ ଉନ୍ମୋଚିତ ହୁଏ। ଗୋଟିଏ ପୁସ୍ତକ ଗୋଟିଏ ନିର୍ଦ୍ଦିଷ୍ଟ ପାଠକ ଶ୍ରେଣୀଙ୍କୁ ଲେଖକ ପ୍ରତି ଆକର୍ଷିତ କରିବାର ସାମର୍ଥ୍ୟ ରଖେ; ଯେଉଁମାନେ ଲେଖକର ଲିଖନ ଶୈଳୀ, ତା’ର ଦୃଷ୍ଟିକୋଣ, ଚିନ୍ତାଧାରା ଏବଂ ଶେଷରେ ଲେଖକ ବିଷୟରେ ଜାଣିବାର ରୁଚି ରଖନ୍ତି। ଲେଖକ ବା ସ୍ରଷ୍ଟାଟିଏ ନିଜ ପ୍ରକାଶିତ ପୁସ୍ତକରେ ନିଜର ମୁକ୍ତ ବିଚାର, ସମାଲୋଚନା, ବିଶ୍ଳେଷଣ, ତର୍ଜମାକୁ ସ୍ବାଧୀନ ଭାବରେ ବିନା କୌଣସି ସଙ୍କୋଚରେ ପରିପ୍ରକାଶ କରିପାରେ। ନିଜେ ଜଣେ ବିଶେଷଜ୍ଞ ସାଜି ନିଜର ଅନ୍ତରଦୃଷ୍ଟିକୁ ପ୍ରଦର୍ଶିତ କରିବାର କ୍ଷମତା ରଖେ। କିଏ ଜାଣେ ଯେ ଲେଖକଟିଏର ଲିଖନ କଳା, ତା’ର ଗବେଷଣା, ତର୍ଜମା ଅନେକଙ୍କ ମନର କଥା ହୋଇ ପାଠକଙ୍କ ହୃଦୟକୁ ଛୁଇଁ ନ ଯିବ। ଏମିତି ବି ହୋଇପାରେ ସେମାନେ ଲେଖକର ବିଚାରଧାରା ଦ୍ୱାରା ପ୍ରେରିତ ହେବେ ଏବଂ ସେହି ଭାବନାକୁ କାର୍ଯ୍ୟରେ ପରିଣତ କରି ଦେଖାଇବେ। ସତ୍ୟତା ହେଉଛି ପ୍ରକାଶିତ ହେବା ପରେ ଲେଖକ/ ଲେଖିକାଟିଏ ନିଜର ସ୍ବତନ୍ତ୍ର ପରିଚୟ ପାଏ।
ପୁସ୍ତକଟିଏ ପ୍ରକାଶିତ ହେଲେ ଏହାର ସ୍ରଷ୍ଟା ଚାହେଁ ଯେ ଅଧିକରୁ ଅଧିକ ଲୋକ ତାଙ୍କ ବହି ପଢନ୍ତୁ। ଅଧିକରୁ ଅଧିକ ପାଠକ ପଢ଼ିଲେ ପୁସ୍ତକ ବିଷୟରେ ‘ଭଲ’ କିମ୍ବା ‘ଭୁଲ୍‌’ ମତାମତ ମାଧ୍ୟମରେ ପୁସ୍ତକ ଉପରେ ସମୀକ୍ଷା କରନ୍ତୁ। ପରବର୍ତ୍ତୀ ସମୟରେ ଲେଖକ ଚାହେଁ, ତା’ ବହି ତା’ ଅଞ୍ଚଳରୁ, ତା’ ଜିଲାରୁ, ତା’ ରାଜ୍ୟରୁ ବାହାରି ଅନ୍ୟ ରାଜ୍ୟ ବା ଦେଶର ପାଠକଙ୍କ ପାଖରେ ପହଞ୍ଚୁ। ସେ କ୍ଷେତ୍ରରେ ପ୍ରକାଶନ ସଂସ୍ଥାର ଅବଦାନ ଗୁରୁତ୍ୱ ବହନ କରେ। ବିଶ୍ୱାସ କରନ୍ତୁ, ଲେଖକଟିଏର କାମ ହେଲା ଲେଖିବା, ସେ ଯଦି ଏ ସବୁରେ ପଶିଲା, ଯେପରିକି ବହି କେମିତି ବାହାରକୁ ଯିବ, ବଜାରରେ ବିକ୍ରି କେମିତି ହେବ, ତା’ ହେଲେ ତ ତା’ର ସର୍ଜନଶୀଳତା ବାଧାପ୍ରାପ୍ତ ହେବ ! ଏ କାମ କାହାର, ପ୍ରକାଶନ ସଂସ୍ଥାର। ସେମାନେ ଲେଖକର ମାର୍ଗଦର୍ଶକ ରୂପେ ଲେଖାକୁ ନିର୍ଭୁଲ ଭାବରେ ମୁଦ୍ରଣ କରିବେ, ସୁନ୍ଦର ପ୍ରଚ୍ଛଦ ଦେଇ ବହିର ପ୍ରକାଶନର ଦାୟିତ୍ୱ ନେବେ। ପରବର୍ତ୍ତୀ ସମୟରେ କେମିତି ପୁସ୍ତକଟି ଅଧିକ ପାଠକଙ୍କ ପାଖକୁ ପହଞ୍ଚତ୍ ପାରିବ ସେଥିପାଇଁ ଯତ୍ନଶୀଳ ହେବେ। ଆଉ ଏହା ସମ୍ଭବ ହେବ ଗଣମାଧ୍ୟମରେ ବିଜ୍ଞାପନ, ସାମାଜିକ ଗଣମାଧ୍ୟମରେ ପ୍ରକାଶନ, ପୁସ୍ତକମେଳାରେ ପ୍ରଦର୍ଶନ ଏବଂ ଉପଯୁକ୍ତ ସମୀକ୍ଷା ଜରିଆରେ। ଏହାକୁ ସଫଳ କରିବା ପଛରେ ବଡ଼ ହାତ ରହିଥାଏ ଗୁଣୀ ଏବଂ ଦାୟିତ୍ୱବାନ୍‌ ପ୍ରକାଶକ, ତାଙ୍କ ସଂସ୍ଥାର ସହଯୋଗୀ ଏବଂ ସଦସ୍ୟମାନଙ୍କର।
ପ୍ରକାଶକମାନଙ୍କ ପାଖରେ ଉଦ୍ୟୋଗୀକରଣର ଅନୁଭବ ଥାଏ; ସେମାନେ ଜାଣନ୍ତି ପାଣ୍ଡୁଲିପିକୁ କିଭଳି ମୁଦ୍ରଣ କରାଯାଇ ବଜାର ଉପଲବ୍ଧ କରାଯିବ। ଲେଖକ ତ ଲେଖିବ, ମାତ୍ର ତାକୁ ଆକର୍ଷଣୀୟ ଢଙ୍ଗରେ ପରିବେଷଣ କରି ପାଠକଙ୍କ ପାଖକୁ ପହଞ୍ଚେଇବେ ପ୍ରକାଶକ। ଥରେ ପୁସ୍ତକ ପ୍ରକାଶିତ ହୋଇଗଲେ ତା’ର ବିତରଣ ଏବଂ ବିକ୍ରି ମଧ୍ୟ ଅତ୍ୟନ୍ତ ଜରୁରୀ। ଏବେ ତ ଉଭୟ ଅନ୍‌ଲାଇନ ଏବଂ ଅଫ୍‌ଲାଇନ ମାଧ୍ୟମରେ ପୁସ୍ତକର ପ୍ରଚାର, ପ୍ରସାର ସହ କ୍ରୟ ଓ ବିକ୍ରୟ ସମ୍ଭବ ହେଉଛି। ପୁସ୍ତକଗୁଡ଼ିକୁ ପୁସ୍ତକାଳୟ, ପାଠାଗାର, ପୁସ୍ତକମେଳା ଆଦି ସ୍ଥାନକୁ ପହଞ୍ଚେଇବା ଏବଂ ପାଠକଙ୍କ ଲୋକଲୋଚନକୁ ଆଣିବା ପ୍ରକାଶନ ସଂସ୍ଥାର ମିଳିତ କାର୍ଯ୍ୟ।
ସ୍ରଷ୍ଟାଟିଏ ଯେତେବେଳେ କୌଣସି ପ୍ରତିଷ୍ଠିତ ପ୍ରକାଶନ ଦ୍ୱାରା ପ୍ରକାଶିତ ହୁଏ, ତା’ କାମକୁ ବିଶ୍ୱାସ କରାଯାଏ। ଅମୁକ ପ୍ରକାଶନୀ ସଂସ୍ଥା ତା’ର ବହି ପ୍ରକାଶ କରିଛି, ଅର୍ଥାତ୍‌ ଲେଖକ ନିଶ୍ଚୟ ଭଲ ଲେଖୁଥିବେ ଏବଂ ଏହା ହିଁ ପୁସ୍ତକକୁ ପାଠକ, ଆଲୋଚକ, ସମାଲୋଚକ, ସମୀକ୍ଷକଙ୍କ ପାଇଁ ଆକର୍ଷଣୀୟ କରେ। ପରବର୍ତ୍ତୀ ପର୍ଯ୍ୟାୟରେ ସମ୍ଭାବିତ ପୁରସ୍କାର ଚୟନ ପ୍ରଣାଳୀରେ ପୁସ୍ତକଟି କେଉଁ ପ୍ରକାଶନ ସଂସ୍ଥାର ତାହା ଦେଖାଯାଏ। ପ୍ରକାଶନ ସଂସ୍ଥା ପୁସ୍ତକର ଆଇନଗତ ଦିଗକୁ ସମ୍ଭାଳି ନିଅନ୍ତି, ଯାହା ଗୁରୁତ୍ୱପୂର୍ଣ୍ଣ। ପୁସ୍ତକର ରଚନା ସ୍ବତ୍ୱଲିପି (କପିରାଇଟ୍ସ), ନଥିଭୁକ୍ତୀକରଣ (ରେଜିଷ୍ଟ୍ରେଶନ), ସରକାରୀ ଅନୁମତି ପତ୍ର ( ଲାଇସେନ୍ସ), ବିକ୍ରିକରଣ ନିୟମ (ସେଲିଂ ରୁଲ୍‌ସ) ଏବଂ ଆବଶ୍ୟକ ପରିସ୍ଥିତିରେ ସତର୍କତା ଅବଲମ୍ବନ ଆଦି ପ୍ରକାଶନ ସଂସ୍ଥାର ଦାୟିତ୍ୱ। ଏହାଦ୍ୱାରା ଲେଖକ ନିଶ୍ଚିନ୍ତ ହୋଇ ନିଜର ଗବେଷଣା ଏବଂ ଲିଖନ କାର୍ଯ୍ୟରେ ଧ୍ୟାନ କେନ୍ଦ୍ରିତ କରେ।
ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ସ୍ରଷ୍ଟାକୁ ପୁସ୍ତକ ପ୍ରକାଶନ ନିମିତ୍ତ ରାଜଭାଗ ପ୍ରଦାନ ବା ରୟାଲ୍‌ଟି ମନି ଯୋଗାଇବା। ସ୍ରଷ୍ଟାର ରଚନାତ୍ମକ ଲେଖନୀ ପାଇଁ ପାରିଶ୍ରମିକ ରୂପେ ଏହା ପ୍ରଦାନ କରାଯାଏ; ମାତ୍ର ସନ୍ଦେହ ହୁଏ ଯେ, ଓଡ଼ିଶାର କୌଣସି ପ୍ରକାଶନ ସଂସ୍ଥା ଲେଖକ / ଲେଖିକାଙ୍କୁ ଏହା ପ୍ରଦାନ କରୁଥିବେ। ଓଡ଼ିଶା ବାହାରେ ଏବଂ ବିଦେଶରେ ଲେଖକଙ୍କୁ ଲେଖିବା ପୂର୍ବରୁ ଅଗ୍ରିମ ରାଶି ଯୋଗାଇ ଦିଆଯାଇଥାଏ। କାରଣ ଏହାଦ୍ୱାରା ସେମାନଙ୍କୁ ଲେଖିବା ବେଳେ ଆର୍ଥିକ ସହାୟତା ମିଳିବା ସହିତ ସେ ଶହେ ପ୍ରତିଶତ ଇଚ୍ଛା ଏବଂ ଉତ୍ସାହ ପ୍ରୟୋଗ କରି ପୁସ୍ତକ ପାଇଁ ଲେଖିବା ସମ୍ଭବ ହୁଏ। ଆଗାମୀ ଦିନରେ ଆଶା କରାଯାଇପାରେ ଯେ ଓଡ଼ିଶାର ପ୍ରକାଶକ ଏବଂ ପ୍ରକାଶନ ସଂସ୍ଥା ଏ ଦିଗରେ ଧ୍ୟାନ ଦେବେ।

ଶ୍ରୁତକୀର୍ତ୍ତି ତ୍ରିପାଠୀ
ମୋ: ୬୩୭୦୫୧୬୪୭୮


Enter your email to get our daily news in your inbox.

All Right Reserved By Dharitri.Com

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

ଏଇ ଭାରତରେ

ତାମିଲନାଡୁର ସତ୍ୟମଙ୍ଗଳମ୍‌ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଲାଟାନା ଘାସ ଏବେ ଆଦିବାସୀଙ୍କ ପାଇଁ ଜୀବିକାର ସାହାରା ପାଲଟିଛି। କେବଳ ଏତିକି ନୁହେଁ ଜଙ୍ଗଳ ଅର୍ଥନୀତିକୁ ମଧ୍ୟ ସଶକ୍ତ…

ବିକାଶ ବେଦିରେ ବଳି

ଓଡ଼ିଶାର ଆଦିବାସୀମାନଙ୍କ ଅସ୍ତିତ୍ୱ ଦିନକୁ ଦିନ ଅଧିକ ବିପନ୍ନ ହେଉଥିବା ଦେଖିବାକୁ ମିଳୁଛି। ସେମାନଙ୍କର ମାଟି, ପାଣି, ଜଙ୍ଗଲ, ଝରଣା, ପାହାଡ଼ ଧୀରେ ଧୀରେ ସେମାନଙ୍କ କବଳରୁ…

ନିଜକୁ ଚିହ୍ନିବା

ଓଡ଼ିଆରେ ଗୋଟିଏ ଢଗ ଅଛି, ”ନିଜ ବୁଦ୍ଧିରେ ଶୃଗାଳ ହେବ ପଛେ, ପର ବୁଦ୍ଧିରେ ସିଂହ ହେବନାହିଁ।“ ଏହି ଢଗଟି ପରୋକ୍ଷରେ ପ୍ରସଙ୍ଗ ‘ନିଜକୁ ନିଜେ ଚିହ୍ନିବା’ର…

ଡାଟା ସେଣ୍ଟରକୁ ବିରୋଧ

ଦି ଗ୍ରେଟ୍‌ ରିପ୍ଲେସମେଣ୍ଟ’ ଧାରଣା ଦର୍ଶାଏ ଯେ ସ୍ଥାନୀୟ ଲୋକଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ପ୍ରବାସୀମାନଙ୍କ ଦ୍ୱାରା ହଟାଯାଉଛି। ଫ୍ରାନ୍ସର ଲେଖକ ରେନାଡ୍‌ କାମୁସ ଏହି ଶବ୍ଦ ପ୍ରଥମେ…

ନୀତିର ଠିକାଦାର

ସନ୍ଧ୍ୟାରେ ଜଣେ ଯୁବତୀ ଓ ଯୁବକ ରାସ୍ତାକଡ଼ରେ ଠିଆ ହୋଇ କଥା ହେଉଥିଲେ। ହଠାତ୍‌ କିଛି ଲୋକ ସେମାନଙ୍କୁ ଘେରିଗଲେ। ପ୍ରଶ୍ନ ଆରମ୍ଭ- କିଏ ତୁମେ? ଏଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?