ମହାପୁରୁଷଙ୍କ ଆଦର୍ଶ

ବିଦ୍ୟାର୍ଥୀ ମହାପୁରୁଷଙ୍କୁ କାହିଁକି ପଢ଼ିବ? ମହାପୁରୁଷଙ୍କୁ କାହିଁକି ଅନୁକରଣ କରିବ? ଆମେ ପଢୁଥିବା ସମୟରେ ଷଷ୍ଠ ଓ ସପ୍ତମ ଶ୍ରେଣୀରେ ବଡ଼ ଲୋକଙ୍କ ଜୀବନୀ ବୋଲି ବହି ଥିଲା। ଏହି ବହିରେ ଓଡ଼ିଶା ଓ ଭାରତବର୍ଷର ବଡ଼ ଲୋକଙ୍କ ଜୀବନୀ ପଢ଼ିବାର ସୁଯୋଗ ବିଦ୍ୟାର୍ଥୀମାନେ ପାଉଥିଲେ। ସେମାନଙ୍କ ତ୍ୟାଗ, ଆଦର୍ଶ, ସଂଘର୍ଷ, ସଫଳତା କଥା ପଢ଼ି ପ୍ରେରିତ ହେଉଥିଲେ ବିଦ୍ୟାର୍ଥୀ। ଏବେ ମଧ୍ୟ ବିଭିନ୍ନ ବହିରେ, ଡିଜିଟାଲ ମାଧ୍ୟମରେ ମହାପୁରୁଷଙ୍କ ଜୀବନ ଚରିତ୍ରକୁ ପଢୁଛନ୍ତି, ଶୁଣୁଛନ୍ତି ଓ ଚଳମାନ ଚିତ୍ରରେ ଦେଖୁଛନ୍ତି। କିନ୍ତୁ ଏମାନଙ୍କ ସଂଖ୍ୟା ଅଳ୍ପ ସଂଖ୍ୟକ ହୋଇପାରେ। ପ୍ରତ୍ୟେକ ଶ୍ରେଣୀର ସିଲାବସ୍‌ରେ ମହାପୁରୁଷଙ୍କ ଜୀବନ ସମ୍ପର୍କରେ ପଢ଼ିବାର ସୁଯୋଗ ପାଇଲେ ବିଦ୍ୟାର୍ଥୀ ନିଜକୁ ଗଢି ତୋଳିବାକୁ ସହଜ ହେବ। ସେଥିପାଇଁ ସ୍ବତନ୍ତ୍ର ଭାବରେ ମହାପୁରୁଷମାନଙ୍କର କଥା ଗାଥା ରହିବା ପ୍ରାସଙ୍ଗିକ ମନେହୁଏ। ପ୍ରତ୍ୟେକ ବିଦ୍ୟାର୍ଥୀ ସଫଳତା ପାଇବା ପାଇଁ ବଡ଼ ଲୋକଙ୍କୁ ପଢିବା ଦରକାର। ଯିଏ ଯେଉଁ କ୍ଷେତ୍ରରେ ଆଗକୁ ବଢିବାର ଅଛି ସେମାନେ ସେହି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଥିବା ବ୍ୟକ୍ତିମାନଙ୍କୁ ପଢିବା ଉଚିତ।
ଜୀବନ ରଚିତ ଦୁଇ ପ୍ରକାରରେ ଲେଖାଯାଇଥାଏ। ନିଜ ଜୀବନ କାହାଣୀ ନିଜେ ଲେଖିଲେ ତାହା ହୁଏ ଆତ୍ମଜୀବନ ଚରିତ। କାହାର କାହାଣୀ ଅନ୍ୟ କେଉଁ ବ୍ୟକ୍ତିଦ୍ୱାରା ଲିଖିତ ହେଲେ, ତାହାକୁ କେବଳ ‘ଜୀବନ ଚରିତ’ ବୋଲି କୁହାଯାଇଥାଏ। ଗୋଟିଏ ଦୀପରୁ ଆଉ ଗୋଟିଏ ଦୀପ ପ୍ରଜ୍ଜ୍ୱଳିତ ହୋଇଉଠିଲା ପରି ଜଣେ ମହାପୁରୁଷଙ୍କର ଜୀବନୀ ଅନ୍ୟର ଜୀବନାୟନକୁ କରେ ପ୍ରଶସ୍ତ ଓ ଆଲୋକିତ। ଟଲଷ୍ଟୟଙ୍କ ଜୀବନ କାହାଣୀ ମହାତ୍ମା ଗାନ୍ଧୀଙ୍କୁ ବିଶେଷ ଭାବେ ପ୍ରଭାବିତ କରିଥିଲା ଏବଂ ଗାରିବାଲ୍‌ଡିଙ୍କ ତ୍ୟାଗ ଜବାହରଲାଲଙ୍କ ପ୍ରାଣରେ ସୃଷ୍ଟି କରିଥିଲା ଉଦ୍‌ବେଳନ। ହରିଶ୍ଚନ୍ଦ୍ର, ଦଧୀଚି ଆଦିଙ୍କ ତ୍ୟାଗ ଓ ତୀତୀକ୍ଷା, ସାଧନା ଓ ତପସ୍ୟା ଭାରତୀୟ ଜନଜୀବନକୁ କରିଥିଲା ସମୃଦ୍ଧ। ପ୍ରାଚୀନ ମହାତ୍ମାଗଣଙ୍କଠାରୁ ଆରମ୍ଭ କରି ଓ ଆଧୁନିକ ଯୁଗର ବହୁ ସ୍ବାଧୀନତା ସଂଗ୍ରାମୀ ଓ ତ୍ୟାଗବୀରଙ୍କ ଜୀବନ କାହାଣୀରେ ଅନେକ ଶିଖିବାକୁ ମିଳିଛି।
ପ୍ରାଚୀନ ଋଷିମାନଙ୍କ ଜୀବନ ଚରିତ ସହିତ ଆଧୁନିକ ଯୁଗପୁରୁଷ ରାମକୃଷ୍ଣ ପରମହଂସ, ସ୍ବାମୀ ବିବେକାନନ୍ଦ, ସ୍ବାମୀ ଦୟାନନ୍ଦ ସରସ୍ବତୀ, ଠାକୁର ନିଗମାନନ୍ଦ, ସ୍ବାମୀ ସତ୍ୟାନନ୍ଦ ସରସ୍ବତୀ, ଠାକୁର ଅନୁକୂଳ ଚନ୍ଦ୍ର, ଶ୍ରୀରାମ ଶର୍ମା, ସନ୍ଥ ଭୀମ ଭୋଇ ଆଦିଙ୍କ ଜୀବନ କାହାଣୀ ଆମକୁ ଧର୍ମଚେତନାରେ ଉଦ୍‌ବୁଦ୍ଧ କରେ। ଧର୍ମମାର୍ଗର ଅନୁବର୍ତ୍ତନ ଓ ଅନୁସରଣ କରିବା ପାଇଁ ଆମକୁ ଏହା ଦେଇଥାଏ ଅସୀମ ଇଚ୍ଛା ଓ ପ୍ରେରଣା। ଜାତୀୟ ବୀରମାନଙ୍କର ଜୀବନ ଚରିତ ଆମମାନଙ୍କ ଭିତରେ ସୃଷ୍ଟି କରିଥାଏ ଦେଶ ଓ ଜାତିପ୍ରେମ। ସେମାନଙ୍କର ଲେଖାବଳୀ ଆମକୁ ଜାତୀୟ ମନ୍ତ୍ରରେ ଅଭିମନ୍ତ୍ରିତ କରେ। ଉତ୍କଳମଣି ଗୋପବନ୍ଧୁଙ୍କର ଲେଖା ‘ମିଶୁ ମୋର ଦେହ ଏ ଦେଶ ମାଟିରେ ଦେଶବାସୀ ଚାଲିଯାଆନ୍ତୁ ପିଠିରେ ସ୍ବାଧୀନତା ପଥେ ଅଛି ଯେତେ ଗାଡ଼ ପୂରୁ ପଡ଼ି ତହିଁ ମୋର ମାଂସହାଡ଼। ’ଏପରି ଉକ୍ତି କାହାକୁ ବା ଜାତିପାଇଁ ପ୍ରାଣବଳି ଦେବାକୁ ଅନୁପ୍ରେରିତ ନ କରିବ ! ଏଭଳି ଲେଖା ସାଙ୍ଗକୁ ତାଙ୍କର ତ୍ୟାଗ ଓ ସଂଘର୍ଷପୂର୍ଣ୍ଣ ଜୀବନ ଚରିତ ପାଠକଙ୍କୁ ତାଙ୍କ ମହାନ୍‌ ବ୍ୟକ୍ତିତ୍ୱ ପାଖରେ ମଥା ନୁଆଇଁବାକୁ ବାଧ୍ୟକରେ। ଚରିତ୍ର ଗଠନ ପାଇଁ ବିଶେଷ ସହାୟକ ହୁଏ।
ସନ୍ଥକବି ଭୀମ ଭୋଇଙ୍କ ଉକ୍ତି- ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ। ମହାତ୍ମା ଗାନ୍ଧୀଙ୍କ ଅହିଂସା କିମ୍ବା ମଦର ଟେରେସାଙ୍କ ସେବା ଅନେକ ଜନ ଜୀବନକୁ ପ୍ରଭାବିତ କରିଛି । ଏପରି ଯେତେ ମହାପୁରୁଷଙ୍କ କାର୍ଯ୍ୟ ଓ କଥା ଅନେକଙ୍କୁ ପରିବର୍ତ୍ତନ କରିଥାଏ। ତାଙ୍କର ଜୀବନ ଚର୍ଯ୍ୟା, ବ୍ୟବହାର, କର୍ମ କୁଶଳତା, ଶିକ୍ଷାରେ ଅନୁପ୍ରାଣୀତ ହୋଇ ବିଦ୍ୟାର୍ଥୀମାନେ ସଫଳତା ପାଇଥାନ୍ତି। ପ୍ରତ୍ୟେକ ବିଦ୍ୟାର୍ଥୀ ମହାପୁରୁଷ ତଥା ନିଜ ମାତାପିତା, ଆତ୍ମୀୟ ସ୍ବଜନ, ଶିକ୍ଷାଗୁରୁ, ସଦ୍‌ଗୁରୁଙ୍କୁ ଅନୁକରଣ କରିବା କଥା ଯେଉଁମାନଙ୍କର କାର୍ଯ୍ୟଧାର ସେମାନଙ୍କୁ ଭଲ ଲାଗିଥାଏ। ସେମାନେ ଯେତେବେଳେ ଭାବିବେ ଏହିମାନେ ହିଁ ଜୀବନରେ ସଫଳତା ପାଇଛନ୍ତି ସେତେବେଳେ ସେମାନଙ୍କୁ ହିଁ ଅନୁକରଣ, ଅବଲମ୍ବନ କରିବା ସହ ତାଙ୍କ ଆଦର୍ଶ, ବିଚାରଧାରା, କାର୍ଯ୍ୟଶୈଳୀରେ ପ୍ରଭାବିତ ହେବେ।
ଦୈନନ୍ଦିନ ଜୀବନରେ ଆମେ ବହୁ ସମସ୍ୟାରେ ଛନ୍ଦି ହୋଇପଢ଼ୁ ଏବଂ ସେଥିରୁ ମୁକୁଳିବା ପାଇଁ ଖୋଜିହେଉ ସମାଧାନର ପନ୍ଥା। ମହାପୁରୁଷଗଣ ସେହିସବୁ ସମସ୍ୟାର ସମାଧାନ କିପରି ଖୋଜି ପାଇଥିଲେ, ତାହା ସେମାନଙ୍କର ଜୀବନ ଚରିତ ପାଠକରି ଆମେ ଅବଗତ ହେଉ। ତେଣୁ ଆମକୁ ସମସ୍ୟା ସମାଧାନର ରାହା ମିଳିଯାଏ ଏବଂ ଆମେ ସମସ୍ୟାକୁ ଅତିକ୍ରମ କରି ପୁଣି ଜୀବନ ପଥରେ ଆଗେଇଚାଲୁ।
ଗଡ଼ରାମାଲ, କୋକସରା, କଳାହାଣ୍ଡି
ମୋ: ୯୭୭୭୪୬୮୮୪୧


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅଟଳ CJP, ଆସାମରୁ ଏଭଳି ଚେତାବନୀ ଦେଲେ ଆଶୁତୋଷ ରାଙ୍କା

ଗୁଆହାଟୀ,୨୯।୯: ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ନାମରେ ଭୋଟର ତାଲିକାରୁ ୧୩ କୋଟି ଲୋକଙ୍କ ନାମକୁ ବାଦ୍‌ ଦିଆଯାଇଥିବା ଅଭିଯୋଗକୁ ନେଇ ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା…

କେବେ ଆରମ୍ଭ ହେବ ୨୦୨୭ ବିଶ୍ୱକପ୍‌? ସାମ୍ନାକୁ ଆସିଲା ବଡ଼ ଅପଡେଟ୍‌,

ନୂଆଦିଲ୍ଲୀ,୨୯।୯: ୨୦୨୭ରେ ଖେଳାଯିବାକୁ ଥିବା ODI ବିଶ୍ୱକପ୍‌କୁ ନେଇ ବଡ଼ ଅପଡେଟ୍‌ ସାମ୍ନାକୁ ଆସିଛି । ଆନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ICC) ଆସନ୍ତା ଅକ୍ଟୋବର ୧ ତାରିଖରେ…

ଶୁଣିଲାନି ପ୍ରଶାସନ: ସରକାରୀ ବସକୁ ଅଟକ ରଖିଲେ ଶତାଧିକ ମହିଳା

ଦାରିଙ୍ଗବାଡି,୨୯।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିଆଙ୍ଗବାଲିଠାରେ ମଙ୍ଗଳବାର ସକାଳ ୬ଟାରେ ସରକାରୀ ବସକୁ ଗ୍ରାମବାସୀ ଅଟକାଇ ରଖିଛନ୍ତି। ବ୍ଲକ ହେଡ଼ କ୍ୱାର୍ଟରଠାରୁ ପଞ୍ଚାୟତ ହେଡକ୍ୱାର୍ଟର…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

ଚାଲ ଭୋଟର ତିଆରି କରିବା

ଯଦିଓ ଭାରତରେ ପ୍ରତ୍ୟେକ ନାଗରିକ ୧୮ ବର୍ଷ ପରେ ଭୋଟ ଦେବା ପାଇଁ ଯୋଗ୍ୟ ବିବେଚିତ ହେଉଛନ୍ତି, ସେମାନେ ଭୋଟ ଦେବା ପାଇଁ କେତେଦୂର ସକ୍ଷମ ଏହା…

ହୋମଷ୍ଟେ ଆବେଦନକାରୀଙ୍କୁ ଭୁବନେଶ୍ୱର ଡାକରା: ମିଳିଲା ଅସ୍ଥାୟୀ ପଞ୍ଜୀକରଣ ପ୍ରମାଣପତ୍ର

ଦାରିଙ୍ଗବାଡ଼ି, ୨୯।୯(ଅରୁଣ ସାହୁ): କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନକ୍ଷେତ୍ର ଭାବେ ବିକଶିତ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଏହା ଦ୍ୱାରା ଦେଶ ଓ ବିଦେଶରୁ…

କଳାଧନ ଓ କାଳମନ

କଳାଧନ ବିଷୟରେ କେତେ ପ୍ରକାର କଥା କୁହାଯାଇଛି, କୁହାଯାଉଛି ଓ କାମ କରାଯାଉଛି। ଭାରତ ପରିପ୍ରେକ୍ଷୀରେ ଏହାର ନକାରାମତ୍କ ଗୁରୁତ୍ୱ ଏତେ ବଢ଼ିଯାଇଛି ଯେ ଢିଙ୍କିଶାଳରୁ ଢେଙ୍କାନାଳ…

ଦେବଗଡ଼ରେ ଭୂମିକମ୍ପ: ଥରିଲା ସହର, ଘରୁ ବାହାରି ଆସିଲେ ଲୋକେ

ଦେବଗଡ଼,୨୯ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାରେ ଭୂମିକମ୍ପ । ରିଆମାଳ ବ୍ଳକ ଚଡେଇମରା ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ସୋମବାର ରାତି ପ୍ରାୟ ୧୦ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?