Posted inଜାତୀୟ

ବିଦେଶୀ ପାଣ୍ଠି: ଏନ୍‌ଜିଓକୁ ଖବର ପ୍ରକାଶନ ମନା, ଏଫ୍‌ସିଆର୍‌ଏକୁ କଡ଼ାକଡ଼ି କଲା କେନ୍ଦ୍ର

ନୂଆଦିଲ୍ଲୀ,୨୮ା୫(ପି.ଟି.):ଦେଶର ଏନ୍‌ଜିଓଗୁଡ଼ିକ ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏକ ନୂଆ ବିଜ୍ଞପ୍ତି ଜାରି କରାଯାଇଛି। ତଦନୁସାରେ ଏଫ୍‌ସିଆର୍‌ଏ ଅଧୀନରେ ପଞ୍ଜୀକରଣ ଆବେଦନ କରିବାକୁ ଚାହୁଁଥିବା ଏନ୍‌ଜିଓଗୁଡ଼ିକୁ ନୂଆ ନିୟମାବଳୀ ମାନି ଚଳିବାକୁ ପଡ଼ିବ। ଉକ୍ତ ନୋଟିଫିକେଶନ୍‌ରେ ଉଲ୍ଲେଖ କରାଯାଇଛି ଯେ ଏଫ୍‌ସିଆର୍‌ଏ ନିୟମରେ ଅଣାଯାଇଥିବା ସଂଶୋଧନ ଅନୁଯାୟୀ ବିଦେଶୀ ପାଣ୍ଠି ହାସଲ ଲାଗି ଅନୁମତି ଚାହୁଁଥିବା ଏନ୍‌ଜିଓଗୁଡ଼ିକୁ ଟେରର ଫଣ୍ଡିଂ ଏବଂ ମନିଲଣ୍ଡରିଂ ସମ୍ପର୍କିତ ଜଗୁଆଳି ସଂସ୍ଥା ଏଫ୍‌ଏଟିଏଫ୍‌ର ଗୁଡ୍‌ ପ୍ରାକ୍ଟିସ୍‌ ଗାଇଡ୍‌ଲାଇନ୍ସ ମାନି ଚଳିବା ନେଇ ଲିଖିତ ଭାବେ ଏକ ଅଙ୍ଗୀକାରପତ୍ର ଦାଖଲ କରିବାକୁ ପଡ଼ିବ। ଯେଉଁ ସଂସ୍ଥା ବା ଏନ୍‌ଜିଓ ପଞ୍ଜୀକରଣ ପାଇଁ ଆବେଦନ କରିବେ, ସେଗୁଡ଼ିକ ନିଜ ଆବେଦନପତ୍ରରେ ଅନୂ୍ୟନ ୩ ବର୍ଷର ଫାଇନାନ୍ସିଆଲ ଷ୍ଟେଟ୍‌ମେଣ୍ଟ ଓ ଅଡିଟ୍‌ ରିପୋର୍ଟ ଦାଖଲ କରିବେ। ସେଥିରେ ସମ୍ପୃକ୍ତ ଏନ୍‌ଜିଓର ସମ୍ପତ୍ତି, ଋଣ, ଗ୍ରହଣ କରିଥିବା ପାଣ୍ଠିର ରସିଦ, ଦେୟ ବିବରଣୀ ଏବଂ ଆୟବ୍ୟୟ ଆକାଉଣ୍ଟ ତଥ୍ୟ ମଧ୍ୟ ରହିବ। ଅଡିଟ୍‌ ରିପୋର୍ଟ ଓ ଫାଇନାନ୍ସିଆଲ ଷ୍ଟେଟ୍‌ମେଣ୍ଟରେ କାର୍ଯ୍ୟକଳାପ ଅନୁସାରେ ଗତ ୩ ବର୍ଷର ଏକ୍ସପେଣ୍ଡିଚର ରହି ନ ଥିଲେ ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କଠାରୁ ପ୍ରମାଣପତ୍ର ଆଣିବାକୁ ପଡ଼ିବ। ସମ୍ପୃକ୍ତ ସଂସ୍ଥା ଦ୍ୱାରା ଖର୍ଚ୍ଚ କରାଯାଇଥିବା ଅର୍ଥ ଏହାର ଆୟବ୍ୟୟ ଅନୁରୂପ ବୋଲି ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ସେଥିରେ ଉଲ୍ଲେଖ କରିବେ।
କୌଣସି ସଂଘ କିମ୍ବା ଏନ୍‌ଜିଓ ପ୍ରକାଶନ ସମ୍ପର୍କିତ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିଲେ ଅଥବା ଏହାର ମେମୋରାଣ୍ଡମ୍‌ ଅଫ୍‌ ଆସୋସିଏଶନ୍‌/ଟ୍ରଷ୍ଟ ଡିଡ୍‌ରେ ଖବର ପ୍ରକାଶ କରିବା ନେଇ ଉଦ୍ଦେଶ୍ୟ ସମ୍ପର୍କରେ ଉଲ୍ଲେଖ କରାଯାଇଥିଲେ ସମ୍ପୃକ୍ତ ସଂସ୍ଥାର ମୁଖ୍ୟଙ୍କୁ ଏଫ୍‌ସିଆର୍‌ଏ-୨୦୧୦ର ଅନୁପାଳନ କରାଯିବା ନେଇ ଅଣ୍ଡରଟେକିଂ ଦେବାକୁ ପଡ଼ିବ। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଆହୁରି କହିଛି ଯେ, ଯଦି ସମ୍ପୃକ୍ତ ସଂସ୍ଥା ଆର୍‌ଏନ୍‌ଆଇରେ ପଞ୍ଜୀକୃତ ହୋଇଛି ତେବେ ତାକୁ ଆର୍‌ଏନ୍‌ଆଇଠାରୁ ‘ନଟ୍‌ ଏ ନ୍ୟୁଜ୍‌ପେପର’ ସାର୍ଟିଫିକେଟ୍‌ ଆଣି ଦାଖଲ କରିବାକୁ ପଡ଼ିବ। ଯଦି ଏନ୍‌ଜିଓ ପୂର୍ବରୁ ଏଫ୍‌ସିଆର୍‌ଏ ଅଧୀନରେ ପଞ୍ଜୀକୃତ ହୋଇଥିଲା, ତେବେ ଏହାକୁ ରେଜିଷ୍ଟ୍ରେଶନ୍‌ ସାର୍ଟିଫିକେଟ୍‌ ଅବଧି ଶେଷ କିମ୍ବା ରଦ୍ଦ ହେବା ପରେ ମିଳିଥିବା ଓ ବିନିଯୋଗ କରାଯାଇଥିବା ବିଦେଶୀ ପାଣ୍ଠି ସମ୍ପର୍କିତ ବିବରଣୀ ନେଇ ଏକ ସତ୍ୟପାଠ ଦାଖଲ କରିବାକୁ ପଡ଼ିବ। ଯଦି ଏନ୍‌ଜିଓର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସ୍ତମ୍ଭରେ ଗତ ୩ ବର୍ଷର ବ୍ୟୟ ୧୫ ଲକ୍ଷ ଟଙ୍କାରୁ କମ୍‌ ରହିଥିବ, ତେବେ ପୁଞ୍ଜି ଅନ୍ତର୍ଭୁକ୍ତୀକରଣ ଉପରେ ସତ୍ୟପାଠ ଦେବାକୁ ପଡ଼ିବ ବୋଲି ଉକ୍ତ ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ କରାଯାଇଛି। ସେହିପରି ଏନ୍‌ଜିଓର ପ୍ରଶାସନିକ ଖର୍ଚ୍ଚକୁ ମଧ୍ୟ ବିଦେଶୀ ପାଣ୍ଠିର ୨୦% ଭିତରେ ସୀମିତ ରଖିବାକୁ ପଡ଼ିବ। ବିଦେଶୀ ସଂସ୍ଥା ଓ ସରକାରଠାରୁ ଅନୁଦାନ ଲାଭ କରି ଭାରତରେ ଦେଶବିରୋଧୀ କାର୍ଯ୍ୟରେ ନିୟୋଜିତ ଏନ୍‌ଜିଓଗୁଡ଼ିକ ଉପରେ ଅଙ୍କୁଶ ଲଗାଇବା ପାଇଁ ଏଫ୍‌ସିଆର୍‌ଏ ନିୟମରେ ଏପରି ସଂଶୋଧନ ଅଣାଯାଇଥିବା କୁହାଯାଉଛି। ଏହାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ମୁହାଁ ୪ ଟିକିଆ ହାତୀ: ଭୟରେ କୋତାଗୁଡା ଗ୍ରାମବାସୀ

ଗୁଣପୁର,୧୩।୮(ସୁଜାତା ପାଢ଼ୀ):ରାୟଗଡା ଗୁଣପୁର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର କୋତାଗୁଡା ଗାଁ ନିକଟରେ ଗୁରୁବାର ସକାଳେ ୪ ଟିକିଆ ହାତୀଙ୍କୁ ଦେଖିବାକୁ ମିଳିଛି l କାଦୁଆ ରାସ୍ତା…

ରାସ୍ତାର ସ୍ଥିତି ଶୋଚନୀୟ: ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ

ନନ୍ଦପୁର, ୧୩/୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପରଜା ବଡପଡ଼ା ପଞ୍ଚାୟତର ଶ୍ରିଗାମପୁଟ ଗାଁକୁ ସଂଯୋଗ ରାସ୍ତାର ଶୋଚନୀୟ ସ୍ଥିତି ଗୁରୁବାର ସକାଳୁ ଜନନୀଯନ୍ତ୍ରଣାର କାରଣ…

କଟକରେ ଲଜ୍ଜା: କଥା ହେବା ବାହାନାରେ ନାବାଳିକାଙ୍କୁ ହୋଟେଲକୁ ଡାକି ନେଇ ଗଣବଳାତ୍କାର କଲେ ସହପାଠୀ

କଟକ, ୧୩।୮(ପ୍ରଭୁ କଲ୍ୟାଣ ପାଲ୍‌): କଟକରେ ଲଜ୍ଜା। ନାବାଳିକାଙ୍କୁ ହୋଟେଲକୁ ନେଇ ଗଣବଳାତ୍କାର ଅଭିଯୋଗ। ବାଦାମବାଡ଼ି ଥାନା ଅଂଚଳରେ ଘଟିଛି ଏହି ସଙ୍ଗୀନ ଘଟଣା। ଜଣେ ନାବାଳିକାଙ୍କୁ…

ରାଶନ ନେଉଥିବା ଲୋକଙ୍କ ପାଇଁ ଜରୁରୀ ଖବର: ଏଣିକି ଖାତାକୁ ଆସିବ ଟଙ୍କା, ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ,୧୩।୮: ଚଣ୍ଡୀଗଡ଼ ଏବଂ ଦାଦ୍ରା ଓ ନଗର ହାବେଳି ଏବେ ଏପରି ଦୁଇଟି କେନ୍ଦ୍ରଶାସିତ ପ୍ରଦେଶ ହୋଇଛି, ଯେଉଁଠାରେ ୧୪ ଅଗଷ୍ଟ ୨୦୨୬ରୁ ସରକାର ଡିଜିଟାଲ ରୁପି…

ନାଁରେ ଆସିଲା ସାଂଘାତିକ ଅଭିଯୋଗ, ଡାକ୍ତରଙ୍କୁ ଚାକିରିରୁ ବହିଷ୍କାର କଲେ ମୁଖ୍ୟମନ୍ତ୍ରୀ

ପାରଳାଖେମୁଣ୍ଡି,୧୩।୮(ଗିରିଧାରୀ ପରିଛା): ଦୁର୍ନୀତି ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରି ଗଜପତି ଜିଲାର ଗୁରାଣ୍ଡି ସିଏଚ୍‌ସିର ପୂର୍ବତନ ଭାରପ୍ରାପ୍ତ ମେଡିକାଲ ଅଧିକାରୀ ଡାକ୍ତର ପତିତପାବନ ବାରିକଙ୍କୁ ସରକାରୀ…

ଏଗ୍ରିଷ୍ଟାକ୍‌ ଆଇଡିି ଉଚ୍ଛେଦ ଦାବି ତେଜିଲା: ଏକାଠି ହେଲେ ପାକ୍ସ ସଭାପତି ସଂଘ

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ):ଧାନବିକ୍ରି ପଞ୍ଜୀକରଣ ପ୍ରକିୟାକୁ ଦିନକୁ ଦିନ ଅଧିକ ଜଟିଳ କରି ଦିଆଯାଉଥିବା ଅଭିଯୋଗ ହୋଇଛି। ଚଳିତବର୍ଷ ଧାନବିକ୍ରି ପଞ୍ଜୀକରଣରେ ଏଗ୍ରିଷ୍ଟାକ୍‌ ଆଇଡ଼ି, ଭାଗଚାଷୀ କ୍ଷେତ୍ର୍ରରେ ଇ-କେୱାଇସି…

ସ୍ତ୍ରୀଙ୍କ ମୋବାଇଲରେ ଏମିତି ଚାଟ୍‌ ଦେଖି ସ୍ବାମୀଙ୍କ ପାଦ ତଳୁ ଖସିଗଲା ମାଟି, ସିଧା ପହଞ୍ଚିଲେ ଥାନାରେ…

ନୂଆଦିଲ୍ଲୀ,୧୩।୮: ତେଲଙ୍ଗାନାର ମହବୁବାବାଦ ଜିଲାରୁ ସାମ୍ନାକୁ ଆସିଥିବା ଏକ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ଓ ତାଙ୍କର କଥିତ ପ୍ରେମିକଙ୍କ ବିରୋଧରେ…

ଚାର୍ଜ ବସାଇ ଶୁଣୁଥିଲେ ଗୀତ: ହଠାତ୍‌ ମାରିଲା ଘଡ଼ଘଡ଼ି, ଆଉ ତା’ପରେ…

ନନ୍ଦପୁର,୧୩।୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ରାତ୍ରଠାରୁ ପ୍ରବଳ ବର୍ଷା ଓ ବଜ୍ରପାତର ପ୍ରକୋପ ଦେଖିବାକୁ ମିଳିଛି। ବଜ୍ରପାତରେ ଜଣେ ନାବାଳକଙ୍କ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri