ବରଗଡ଼ ପୋଲିସକୁ ବଡ଼ ସଫଳତା: ଧରାପଡ଼ିଲେ ଲୁଟେରା ଗ୍ୟାଙ୍ଗ

ବରଗଡ଼ ଅଫିସ,୧୭ା୯: ବରଗଡ଼ ସହର ସମେତ ଜିଲାର ବିଭିନ୍ନ ସ୍ଥାନରେ ଗତ କିଛିଦିନ ହେଲା ଚୋରି, ଲୁଟ୍‌ କରି ଆତଙ୍କ ସୃଷ୍ଟି କରିଥିବା ଏକ ଗ୍ୟାଙ୍ଗକୁ ପୋଲିସ ଧରିବାରେ ସକ୍ଷମ ହୋଇଛି। ଗ୍ୟାଙ୍ଗର ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ, ବରଗଡ଼ ଟାଉନ ଥାନା ଅନ୍ତର୍ଗତ ବରଗଡ଼ ଡ୍ୟାମ କଲୋନୀର ମଗଶିର ମହାନନ୍ଦ(୨୨), ରାଜା ହାତୀ ଓରଫ ଗୋଲୁ(୧୯), ପ୍ରଧାନପାଲିର କିଶୋର ମେହେର(୨୦), ରୋହିତ ମେହେର(୨୦) ଏବଂ ବିଜେ ବାଗ(୨୧) । ସେମାନଙ୍କଠାରୁ ୪ଟି ଚାରି ଚକିଆ ଗାଡ଼ି, ଗୋଟିଏ ସୁନା ଚେନ, ୧୮ଟି ମୋବାଇଲ, ୨ଟି ବାଇକ, ୨ଟି ଛୁରି, ନଗଦ ୪୮୦୦ ଟଙ୍କା ଆଦି ଜବତ ହୋଇଛି।
ଗୁରୁବାର ଜିଲା ପୋଲିସ ମୁଖ୍ୟାଳୟର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସପି ପଦ୍ମିନୀ ସାହୁ ଏହି ସୂଚନା ଦେବା ସହିତ ଅଭିଯୁକ୍ତମାନେ ସହର ଉପକଣ୍ଠରେ ଯାଇଥିବା ଫୋରଲେନ ଜାତୀୟ ରାଜପଥ ସମେତ ବିଭିନ୍ନ ସ୍ଥାନରେ ଲୁଟତରାଜ କରୁଥିଲେ ଏବଂ ସେମାନଙ୍କୁ ଧରିବା ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ହୋଇ ପଡ଼ିଥିଲା। ବରଗଡ଼ ଟାଉନ ଥାନା ପୋଲିସର ଏହା ଏକ ବଡ଼ ସଫଳତା ବୋଲି କହିଥିଲେ। ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଟାଉନ ଥାନା ଆଇଆଇସି ସଦାନନ୍ଦ ପୂଜାହାରୀ, ସବ ଇନ୍ସପେକ୍ଟର ସୌମ୍ୟକାନ୍ତ ବଳିୟାର ସିଂ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁମିତ-ତପସ୍ବିନୀ ମାମଲାର ଚୂଡ଼ାନ୍ତ ରାୟ ଆଜି

ବ୍ରହ୍ମପୁର ଅଫିସ,୪।୧: ଡା.ସୁମିତ ସାହୁ-ତପସ୍ବିନୀ ଦାଶ ମାମଲାକୁ ନେଇ ଜିଲାଜଜ୍‌ କୋର୍ଟରେ ଦାଏର ହୋଇଥିବା ଅପିଲର ଚୂଡ଼ାନ୍ତ ରାୟ ମଙ୍ଗଳବାର ପ୍ରକାଶ ପାଇବ। ଗଞ୍ଜାମ ଜିଲା...

ଶାଳକାଠ ବୋଝେଇ ପିକ୍‌ଅପ୍‌ ଗାଡ଼ି ଜବତ: ଅଭିଯୁକ୍ତ ଫେରାର

ପାଟଣା,୨୨।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବନାଞ୍ଚଳ ଅନ୍ତର୍ଗତ ଧନୁର୍ଜୟପୁର ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲରୁ ଶନିବାର ସକାଳେ ପାଟଣା ବନ ବିଭାଗ ୫ ଖଣ୍ଡ ଶାଳକାଠ ଥିବା...

ପ୍ରାଥମିକ ବିଦ୍ୟାଳୟକୁ ହାଇସ୍କୁଲରେ ମିଶ୍ରଣ ଦାବି

ବନ୍ତଳା,୩।୧୨(ଡି.ଏନ.ଏ.) ଅନୁଗୋଳ ଜିଲା ବନ୍ତଳା ଥାନା ପୋକତୁଙ୍ଗା ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ମିଶାଇବା ପାଇଁ ସୋମବାର ଜିଲାପାଳଙ୍କ ନିକଟରେ ଗ୍ରାମର ଯୁବକମାନେ...

ସୀମାନ୍ତ ଗାଁ ଗାଙ୍ଗିଯୋଡ଼ିକୁ ଅବହେଳାର ଅନ୍ତ ନାହିଁ: ଘର ଅନୁଗୋଳ, ସ୍କୁଲ ଢେଙ୍କାନାଳ

ବଅଁରପାଳ, ୭।୬ (ଉପେନ୍ଦ୍ର ରାଉତ)- ସଭିଏଁ ପଢ଼ିବେ। ସେଥିପାଇଁ ସ୍କୁଲ ଶିକ୍ଷାକୁ ବାଧ୍ୟତାମୂଳକ କରିଛନ୍ତି ସରକାର। କିନ୍ତୁ ଶିକ୍ଷାନୁଷ୍ଠାନଟିଏ ନ ଥିଲେ କେମିତି ଏହା ସମ୍ଭବ...

ଶିକ୍ଷକ ବଦଳି ପ୍ରତିବାଦରେ ବିଦ୍ୟାଳୟରେ ତାଲା

ଖଇରା, ୧୨।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ସାଦିକପୁର ୟୁଜିୟୁପି ସ୍କୁଲର ବିଜ୍ଞାନ ଶିକ୍ଷକଙ୍କୁ ବଦଳି ପ୍ରତିବାଦରେ ଗୁରୁବାର ଗ୍ରାମବାସୀ ବିଦ୍ୟାଳୟରେ ତାଲା ପକାଇ ବିରୋଧ...

ରୋଗ୍‌ରେ ଶଢ଼ୁଛନ୍‌ ବନମାଳୀ:ସରକାରୀ ସୁବିଧାରୁ ବଁଚିତ୍‌ ଅସାହା ପରିବାର

ଭବାନୀପାଟଣା,୧୭।୫(ଡି.ଏନ.ଏ.): କଳାହାଣ୍ଡି ଜିଲା କଲମପୁର ବ୍ଲକ ଅଧୀନ ମଣ୍ଡଳ ଗଁାର ବନମାଳୀ ପାଲ। ସେ ଝନେ ନିହାତି ଗରିବ୍‌ ଲୋକ୍‌ ହେଇଥିଲାବେଲେ କୁଟୁମ ପୁଷବାର ଲାଗି...

ଛତ୍ରପୁରସ୍ଥିତ ସର୍କିଟ ହାଉସଠାରେ ରାଜ୍ୟପାଳଙ୍କୁ ଗାର୍ଡ ଅଫ ଅନର

ଛତ୍ରପୁର,୨୮।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଗସ୍ତ ଅବସରରେ ମଙ୍ଗଳବାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଛତ୍ରପୁରସ୍ଥିତ ସର୍କିଟ ହାଉସଠାରେ ପୋଲିସ ପକ୍ଷରୁ ଗାର୍ଡ ଅଫ ଅନର ଦିଆଯାଇଛି।...

ବୋନସ ଦାବିରେ ଟାଟା ଖଣିକୁ ଘେରିଲେ ଶ୍ରମିକ: ସ୍ଥିତି ନିୟନ୍ତ୍ରଣ କଲା ପୋଲିସ

ଯୋଡ଼ା ୨୭।୯ (ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡା ଖଣିମଣ୍ଡଳ ଅନ୍ତର୍ଗତ ବିଛାକୁଣ୍ଡି ଠାରେ ଟାଟା କମ୍ପାନୀର ମାଙ୍ଗାନିଜ ଖଣିକୁ ଶତାଧିକ ଶ୍ରମିକ ବୋନସ ଦାବିରେ ଘେରାଉ...

Advertisement
Archives

Model This Week