Posted inଫୁରସତ

ଏହି ଦେଶରେ ନାହିଁ ଛାଡ଼ପତ୍ର ଆଇନ !

ମାନିଲା, ୧୭।୯: ଦାମ୍ପତ୍ୟ ଜୀବନରେ ବେଳେବେଳେ କେତେକ ସମସ୍ୟା ଯୋଗୁ ସ୍ତ୍ରୀ-ସ୍ବାମୀ ଅଲଗା ରହିବାକୁ ବାଧ୍ୟ ହୋଇଥାନ୍ତି। ବୈବାହିକ ଜୀବନରେ ଏହାଦ୍ୱାରା ପ୍ରଭାବ ପଡ଼ିଥାଏ। ଆଇନ ବ୍ୟବସ୍ଥାରେ ଏହାକୁ ଛାଡ଼ପତ୍ର କୁହାଯାଇଥାଏ। ପୃଥିବୀର ଭିନ୍ନ ଭିନ୍ନ ଦେଶରେ ଛାଡ଼ପତ୍ର ନେଇ ବିଭିନ୍ନ ଆଇନ ରହିଛି। ତେବେ ଏସିଆର ଏଭଳି ଏକ ଦେଶ ରହିଛି ଯେଉଁଠି ଛାଡ଼ପତ୍ର ବ୍ୟବସ୍ଥା ନାହିଁ ସ୍ତ୍ରୀ-ସ୍ବାମୀ ସାରା ଜୀବନ ଏକାଠି ରହିଥାନ୍ତି। ଏହି ଦେଶଟି ହେଉଛି ଫିଲିପାଇନ୍ସ୍‌। ଏଠାରେ ଅଧିକ ସଂଖ୍ୟକ କ୍ୟାଥୋଲିକ୍‌ ଖ୍ରୀଷ୍ଟିଆନ୍‌ ସମ୍ପ୍ରଦାୟ ବସବାସ କରନ୍ତି। କ୍ୟାଥୋଲିକ ଚର୍ଚ୍ଚର ପ୍ରଭାବରେ ଏଠାରେ ଛାଡ଼ପତ୍ର ବ୍ୟବସ୍ଥା ନାହିଁ। ୨୦୧୫ରେ ପୋପ୍‌ ଫ୍ରାନ୍ସିସ୍‌ ଫିଲିପାଇନ୍ସ୍‌ ଗସ୍ତରେ ଆସିଥିଲେ। ସେତେବେଳେ ସେ ଛାଡ଼ପତ୍ର ଚାହୁଁଥିବା ଦମ୍ପତିଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରିବାକୁ ସ୍ଥାନୀୟ ଧର୍ମଗୁରୁଙ୍କୁ ଅନୁରୋଧ କରିଥିଲେ। ତେବେ ଏଠାକାର ସମାଜରେ ଛାଡ଼ପତ୍ରକୁ ଅପମାନଜନକ ଭାବେ ଗ୍ରହଣ କରାଯାଇଥାଏ। ତେଣୁ ଧର୍ମଗୁରୁମାନେ ପୋପ୍‌ଙ୍କ ଅନୁରୋଧକୁ ଅଣଦେଖା କରିଥିଲେ। ପୃଥିବୀର ଅନ୍ୟ ଦେଶରେ ଛାଡ଼ପତ୍ର ବ୍ୟବସ୍ଥା ଥିବାବେଳେ ଫିଲିପାଇନ୍ସ୍‌ରେ ଛାଡ଼ପତ୍ର ବ୍ୟବସ୍ଥା ନ ଥିବାରୁ ସ୍ଥାନୀୟ ବାସିନ୍ଦା ବେଶ୍‌ ଗର୍ବ ଅନୁଭବ କରିଥାନ୍ତି। ପ୍ରାୟ ୪୦୦ ବର୍ଷ ଧରି ଫିଲିପାଇନ୍ସ୍‌ ଉପରେ ସ୍ପେନ୍‌ ରାଜୁତି କରୁଥିଲା। ସେ ସମୟରେ ସ୍ଥାନୀୟ ବାସିନ୍ଦା ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିଲେ। ୧୮୯୮ରେ ଆମେରିକା ସ୍ପେନ୍‌ ମଧ୍ୟରେ ଯୁଦ୍ଧ ହୋଇଥିଲା। ଯୁଦ୍ଧରେ ସ୍ପେନ୍‌ ପରାସ୍ତ ହୋଇଥିଲା। ଫିଲିପାଇନ୍ସ୍‌ ଉପରେ ଆମେରିକା ଶାସନ ଆରମ୍ଭ ହୋଇଥିଲା। ସେତେବେଳେ ଛାଡ଼ପତ୍ର ପାଇଁ ଆଇନ ବ୍ୟବସ୍ଥାର ପ୍ରଚଳନ କରାଯାଇଥିଲା। ୧୯୧୭ରେ ପ୍ରଚଳନ କରାଯାଇଥିବା ଛାଡ଼ପତ୍ର ଆଇନରେ କେତେକ ସର୍ତ୍ତ ରହିଥିଲା। ପରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଫିଲିପାଇନ୍ସ୍‌ରେ ଜାପାନର ରାଜୁତି ହୋଇଥିଲା। ଫଳରେ ଛାଡ଼ପତ୍ର ଆଇନରେ ପୁଣି ପରିବର୍ତ୍ତନ ଅଣାଯାଇଥିଲା। ପରେ ୧୯୪୪ରେ ଏଠାରେ ଆମେରିକା ଶାସନ ଆରମ୍ଭ ହୋଇଥିଲା। ଫଳରେ ଦାମ୍ପତ୍ୟ ଆଇନରେ ପୁଣି ଅଦଳବଦଳ ହୋଇଥିଲା। ୧୯୫୦ରେ ଫିଲିପାଇନ୍ସ୍‌ ସ୍ବାଧୀନତା ପାଇଥିଲା। ଫଳରେ ଦେଶରେ ନୂଆ ଆଇନ ବ୍ୟବସ୍ଥାର ପ୍ରଚଳନରେ କ୍ୟାଥୋଲିକ ଚର୍ଚ୍ଚର ଭୂମିକା ଅଧିକ ରହିଥିଲା। ଫଳରେ ଏଠାରେ ଛାଡ଼ପତ୍ରକୁ ବନ୍ଦ କରାଯାଇଥିଲା। ତେବେ ଏଠାରେ ବାସ କରୁଥିବା ୬ରୁ ୭ ପ୍ରତିଶତ ମୁସଲମାନ ସମ୍ପ୍ରଦାୟରେ ଛାଡ଼ପତ୍ର ଆଇନ ବ୍ୟବସ୍ଥା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri