କରୋନାକୁ ହରାଇଲେ ୧୦୦ ବର୍ଷୀୟା ବୃଦ୍ଧା, ନର୍ସ ପାଳିଲେ ମହୋତ୍ସବ

ଗୁଆହାଟି,୧୭ା୯:  କୁହାଯାଏ ରଖେ ହରି ତ ମାରେ କିଏ। ଠିକ୍‌ ସେହିପରି ଏକ ଘଟଣା ଦେଖିବାକୁ ମିଳିଛି ଗୁଆହାଟିରେ। ଏଠାକାର ଜଣେ ଶହେ ବର୍ଷୀୟା ବୃଦ୍ଧା କରୋନାକୁ ହରାଇ ସୁସ୍ଥ ହୋଇଛନ୍ତି। ସାଧାରଣତଃ ବୟସାଧିକ ଲୋକଙ୍କୁ କରୋନା କବଳିତ କରିଥାଏ। ମାତ୍ର ଏହି ବୃଦ୍ଧା ଜଣଙ୍କ ସକାରାତ୍ମକ ମନୋଭାବ ରଖିଥିବାରୁ କରୋନାକୁ ହରାଇଲେ ବୋଲି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। ଗୁଆହାଟିସ୍ଥିତ ମହେନ୍ଦ୍ର ମୋହନ ଚୌଧୁରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିବା କରୋନା ଆକ୍ରାନ୍ତ ମାଈ ହ୍ୟାଣ୍ଡିକ୍‌ଙ୍କୁ ଡିସ୍‌ଚାର୍ଜ କରାଯାଇଛି।
ବୃଦ୍ଧାଶ୍ରମରେ ରହୁଥିବା ହ୍ୟାଣ୍ଡିକ୍‌ ୧୦ ଦିନ ପୂର୍ବରୁ କରୋନା ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ ଚିକିତ୍ସା ହେବା ପରେ ସେ ସୁସ୍ଥ ହୋଇଛନ୍ତି। ଏହି ଖୁସିରେ ଡାକ୍ତର, ନର୍ସମାନେ ଆସାମିୟା ଗୀତ ଗାଇ ଉତ୍ସବ ପାଳନ କରିଛନ୍ତି।
ଅନ୍ୟପକ୍ଷରେ ହ୍ୟାଣ୍ଡିକ୍‌ କୁହନ୍ତି, ଡାକ୍ତର ଏବଂ ନର୍ସମାନେ ତାଙ୍କର ବହୁତ ଧ୍ୟାନ ରଖୁଥିଲେ। ସେ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି। ବୃଦ୍ଧାଶ୍ରମରେ ରହୁଥିବା ୧୨ ଜଣ ଅନ୍ତେବାସୀ କରୋନାରେ ଆକ୍ରାନ୍ତ ହୋଇଥିଲେ। ସେଥିରୁ ୫ ଜଣ ସୁସ୍ଥ ହୋଇଫେରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜେଜେମା’ଙ୍କ ଇଛା ପୂରଣ କଲେ ନାତି: ହେଲିକପ୍ଟରରେ ନବବଧୁଙ୍କୁ ଗାଁକୁ ଆଣିଲେ ବର

ଘରର ବଡ଼ ମାନଙ୍କର ଇଛା ପୂରଣ କରିବା ସାନମାନଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ମଧ୍ୟ। ତେବେ ଏହା କରିବା ତାଙ୍କ ପ୍ରତି ଏକ ସମ୍ମାନ ଜଣାଇବା...

ଆନ୍ଧ୍ରରେ ମହଙ୍ଗା ହେଲା ମଦ

ନୂଆଦିଲ୍ଲୀ, ୬ା୫: ଲକ୍‌ଡାଉନ୍‌ ଅବଧି ତୃତୀୟ ଥର ଲାଗି ବଢ଼ିଥିବା ବେଳେ ଆନ୍ଧ୍ରପ୍ରଦେଶରେ ମଦ ଦର ପୁଣି ୫୦% ମହଙ୍ଗା ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ...

ଆଦାନୀ-ହିଣ୍ଡେନବର୍ଗ ମାମଲା: ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କଲା କମିଟି

ନୂଆଦିଲ୍ଲୀ,୧୯।୫: ଆଦାନୀ-ହିଣ୍ଡେନବର୍ଗ ମାମଲାରେ ଗଠିତ ବିଶେଷଜ୍ଞ କମିଟି ସୁପ୍ରିମକୋର୍ଟରେ ଏହାର ରିପୋର୍ଟ ଦାଖଲ କରିଛି। ୧୭୩ ପୃଷ୍ଠା ସମ୍ବଳିତର ଏହି ରିପୋର୍ଟରେ କୁହାଯାଇଛି ଯେ, ଏପର୍ଯ୍ୟନ୍ତ...

ମୋଦି ସରକାରଙ୍କୁ ରାହୁଲ ଧନ୍ୟବାଦ୍‌ ଦେବା ଉଚିତ୍‌:ଭାଜପା

ନୂଆଦିଲ୍ଲୀ,୩୧।୧: କଂଗ୍ରେସର ଭାରତ ଯୋଡୋ ଯାତ୍ରା ସୋମବାର ଜମ୍ମୁ କଶ୍ମୀରରେ ଶେଷ ହୋଇଛି। ଏହି ଯାତ୍ରା ଗତ ବର୍ଷ ସେପ୍ଟେମ୍ବର ୭ରେ କନ୍ୟାକୁମାରୀରୁ ଆରମ୍ଭ ହୋଇଥିଲା।...

ମୃତ୍ୟୁ ହାର ହ୍ରାସ ପାଇ ୧.୧୯ ପ୍ରତିଶତ…

ନୂଆଦିଲ୍ଲୀ, ୨୪।୧: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ...

୫ ଦିନରେ ହସ୍ପିଟାଲ ନିର୍ମାଣ କଲା ଚାଇନା

ବେଜିଂ, ୧୭ା୧: ଚାଇନାକୁ କରୋନା ସଂକ୍ରମଣ ଫେରିଥିବାବେଳେ ସାଉଥବେଜିଂର ଏକ ସହରରେ ଆକ୍ରାନ୍ତ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଚାଇନା ସେଠାରେ ଯୁଦ୍ଧକାଳୀନ...

ସଂଶୋଧନ ହୋଇପାରିବ ଟିକା ପ୍ରମାଣପତ୍ର ତ୍ରୁଟି

ନୂଆଦିଲ୍ଲୀ, ୧୦ା୬: ଟିକା ନେଇଥିବା ବ୍ୟକ୍ତିଙ୍କ ପ୍ରମାଣପତ୍ରରେ କୌଣସି ତ୍ରୁଟି ଥିଲେ ଏଣିକି ସେମାନେ କୋଓ୍ବିନ୍‌ ଆପ୍‌ ଯୋଗେ ତାହାକୁ ସଂଶୋଧନ କରିପାରିବେ। କେନ୍ଦ୍ର ସରକାରଙ୍କ...

ପୋଲ ତଳେ ପଡିଛି ପିପିଇ କିଟ୍‌: ଗ୍ରାମବାସୀ ଭୟଭୀତ

ଶଙ୍କରାଖୋଲ,୩୧ା୭(ଡି.ଏନ୍‌.ଏ.)-କନ୍ଧମାଳ ଜିଲା ଚକାପାଦ ବ୍ଲକ ଶଙ୍କରାଖୋଲ ନିକଟ ୧୫୭ ନଂ. ଜାତୀୟ ରାଜପଥ ନିକଟ ଗୁଡ୍ରିଗଁା ପୋଲ ତଳେ ୫ଟି ପିପିଇ କିଟ୍‌ ପଡ଼ିଥିବା ଶୁକ୍ରବାର...

Advertisement
Archives

Model This Week