ମାଇକ୍ରୋ ଫାଇନାନ୍ସ କର୍ମଚାରୀଙ୍କୁ ହତ୍ୟା କଲେ ଲୁଟେରା

ଝାରବନ୍ଧ,୨୫।୩: ବରଗଡ଼ ଜିଲା ଝାରବନ୍ଧ ଥାନା ଅଧୀନ ଅମଠି ଗ୍ରାମରେ ଲୁଟେରାଙ୍କ ଆକ୍ରମଣରେ ଗୁରୁତର ଥିବା ମାଇକ୍ରୋ ଫାଇନାନ୍ସ କର୍ମଚାରୀ ବିଶ୍ୱଜିତ ରାଜହଂସଙ୍କ ବୁଧବାର ମୃତ୍ୟୁ ଘଟିଛି। ଏନେଇ ଝାରବନ୍ଧ ଥାନାରେ ଏକ ହତ୍ୟା ମାମଲା (ନଂ.୩୩/୨୧) ରୁଜୁ ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ, ବିଶ୍ୱଜିତ ଏକ ମାଇକ୍ରୋ ଫାଇନାନ୍ସ କମ୍ପାନୀର କଲେକ୍ସନ ଏଜେଣ୍ଟ ଭାବେ କାମ କରୁଥିଲେ। ମଙ୍ଗଳବାର ସନ୍ଧ୍ୟାରେ ସେ ଟଙ୍କା ଆଦାୟ ପାଇଁ ଝାରବନ୍ଧ ଥାନା ତୁର୍ଲା ଗ୍ରାମକୁ ଯାଇଥିଲେ। ଟଙ୍କା ଆଦାୟ କରି ବାଇକ୍‌ ଯୋଗେ ଫେରୁଥିବା ବେଳେ ବାଟରେ ୨ଜଣ ଯୁବକ ତାଙ୍କୁ ପିଛା କରିଥିଲେ। ଅମଠି ଗ୍ରାମ ନିକଟରେ ଯୁବକ ଦ୍ୱୟ ତାଙ୍କୁ ଅଟକାଇ ମାରଣାସ୍ତ୍ରରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ହେଲେ ସେମାନେ ଟଙ୍କା ବ୍ୟାଗ ନେବାରେ ସକ୍ଷମ ହୋଇ ନ ଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ପଦ୍ମପୁର ଉପଖଣ୍ଡ ଡାକ୍ତରଖାନା ପରେ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ବୁଧବାର ସନ୍ଧ୍ୟାରେ ବିଶ୍ୱଜିତଙ୍କୁ ବୁର୍ଲାରୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। ଏ ନେଇ ସ୍ଥାନୀୟ ମାଇକ୍ରୋ ଫାଇନାନ୍ସ ମ୍ୟାନେଜର ବିଘ୍ନେଶ୍ୱର ସା ଏତଲା ଦେବା ପରେ ଝାରବନ୍ଧ ପୋଲିସ ଅଧିକ ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୬ ଇନ୍‌ଷ୍ଟ୍ରକ୍ଟର ତିଆରି କଲେ ରୋବଟ୍‌

କଟକ ଅଫିସ,୨୯ା୪: କରୋନା ଭୂତାଣୁ ବିପକ୍ଷରେ ସାରା ବିଶ୍ୱ ଲଢେଇ କରୁଛି। ଜିତିବାର ଆଶା ସମସ୍ତଙ୍କ ମନରେ ରହିଛି। ଏହି ଭୂତାଣୁ ବିଶ୍ୱରେ ନିଜ କାୟା...

ମହିଳାଙ୍କ ଦେହରେ ବାଜିଲା ପୋଲିସ ଗୁଳି

ଅନୁଗୋଳ ଅଫିସ,୧୧ା୫: ଅନୁଗୋଳ ଥାନା ଅନ୍ତର୍ଗତ ସରଧାପୁର ଗ୍ରାମର ମହିଳାଙ୍କ ଦେହରେ ସୋମବାର ମଧ୍ୟାହ୍ନରେ ପୋଲିସର ଗୁଳି ବାଜିଛି। ଫାୟାରିଂ ରେଞ୍ଜରେ ଅଭ୍ୟାସ ଚାଲିଥିବା ବେଳେ...

୮ ବର୍ଷର ଶିଶୁକନ୍ୟାକୁ ବଳାତ୍କାର: ଅଭିଯୁକ୍ତ ଗିରଫ

ବଡ଼ବିଲ,୬ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲରେ ଜଣେ ୮ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର କରିବା ଘଟଣାରେ ଅଟକ ଅଭିଯୁକ୍ତଙ୍କୁ ବୁଧବାର କୋର୍ଟ ଚାଲାଣ କରିଛି ପୋଲିସ। ଗିରଫ...

ପୁରାତନ ହୋଇ ବି ଅବହେଳିତ

ପଦ୍ମପୁର,୧୪।୧୨(ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁର ବ୍ଲକଠାରୁ ୧୪ କି.ମି. ଦୂରରେ ପଢ଼ୁଆଁରେ ଅବସ୍ଥିତ ବାବା କ୍ଷୀରେଶ୍ୱରଙ୍କ ମନ୍ଦିର। କାହିଁ କେଉଁ କାଳରୁ ଏହି ମନ୍ଦିର...

କମୁଛି ଶିମିଳିପାଳ ନିଆଁ

ବାରିପଦା ଅଫିସ,୧୨ା୩- ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁ ଧିରେଧିରେ ନିୟନ୍ତ୍ରଣକୁ ଆସୁଛି। ଦୀର୍ଘଦିନ ଧରି ଲାଗିରହିଥିବା ନିଆଁ ଏବେ ପ୍ରଶମିତ ହେବାରେ ଲାଗିଛି ା ଗୁରୁବାର...

ଗଛରେ ପିଟି ହେଲା ଆମ୍ବୁଲାନ୍ସ: ଡ୍ରାଇଭର ଗୁରୁତର

ସଜନାଗଡ଼, ୮।୨(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି ଅନ୍ତର୍ଗତ ସେରଗଡ ଉଦଳା ରାସ୍ତା ୧୯ନଂ ରାଜ୍ୟ ରାଜପଥ ଆମ୍ବୁଡିହା ପେଟ୍ରୋଲ ପମ୍ପ ନିକଟରେ ଶନିବାର ଏକ ଦୁର୍ଘଟଣା...

ପୁରୀ ଜିଲାକୁ ବାହାର ଲୋକଙ୍କୁ ମନା, ବଡ଼ଦାଣ୍ଡକୁ ଆସିବେନି ପୁରୀବାସୀ: ଡିଜିପି

ଭୁବନେଶ୍ୱର,୨୨।୬(ବ୍ୟୁରୋ): ରଥଯାତ୍ରା ନେଇ ପୋଲିସ ଡିଜିପି ଅଭୟ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ରଥଯାତ୍ରା ନେଇ ପ୍ରଶାସନ ଓ ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି।...

ମରୁଡ଼ି ଘୋଷଣା ଦାବିରେ ଗଣଆନ୍ଦୋଳନ

ବାଲିଆପାଳ,୧୩।୮(ସ୍ବ.ପ୍ର.)-ବାଲିଆପାଳ ବ୍ଲକ ସମେତ ବସ୍ତା, ଜଳେଶ୍ୱର, ଭୋଗରାଇ ବ୍ଲକ ଏବଂ ବାଲେଶ୍ୱର ଜିଲାକୁ ମରୁଡି ଅଞ୍ଚଳ ଘୋଷଣା ଦାବିରେ ଚାଷୀ ଏକତା ମଞ୍ଚ ଏବଂ ସୂଚନା...

Advertisement
Archives

Model This Week