Posted inଅପରାଧ

ବ୍ୟାଙ୍କ ଲୁଟିବାକୁ ଆସିଥିଲେ ଏହି ଲୁଟେରା, ଏମିତି ପଡ଼ିଲେ ଧରା

ଜୟପୁର,୯ା୧୦: ରାଜସ୍ଥାନର ସିକରରେ ଥିବା ବ୍ୟାଙ୍କ ଲୁଟିବା ପାଇଁ ଜଣେ ଦୁର୍ବୃତ୍ତ ଆସିଥିବା ବେଳେ ପୋଲିସ ହାତରେ ଧରା ପଡ଼ିଛନ୍ତି। ଫଳରେ ଡକାୟତି ଉଦ୍ୟମ ପଣ୍ଡ ହୋଇଛି। ସିକର ଉଦ୍ୟୋଗ ନଗର ଥାନା ଅନ୍ତର୍ଗତ କାନାଡା ବ୍ୟାଙ୍କକୁ ଜଣେ ଅପରାଧୀ ଲୁଟିବା ପାଇଁ ଆସିଥିଲେ। ଶୁକ୍ରବାର ସକାଳେ ବ୍ୟାଙ୍କ ଖୋଲିବା ପରେ ଲୁଟେରା ଜଣଙ୍କ ହାତ ହତିଆର ଧରି ବ୍ୟାଙ୍କରେ ପଶି କର୍ମଚାରୀମାନଙ୍କୁ ଭୟଭୀତ କରାଇଥିଲେ। ଏଥିସହିତ ୧ କୋଟିରୁ ଅଧିକ ଟଙ୍କା ଏବଂ ୧୫ରୁ ୨୦ କିଲୋଗ୍ରାମ ସୁନା ଗହଣା ନେଇଯାଇଥିଲେ। ଯେତେବେଳେ ଏହି ଦୁର୍ବୃତ୍ତଜଣକ ବ୍ୟାଙ୍କରେ ଲୁଟିବା ପାଇଁ ପଶିଥିଲେ ଠିକ୍‌ ଏହାର ଗୋଟିଏ ମିନିଟ୍‌ ପୂର୍ବରୁ ବ୍ୟାଙ୍କ ମ୍ୟାନେଜର ତାଙ୍କ ଭିଣୋଇ ଡ. ମହେଶ ଶରଣଙ୍କ ସହ ଫୋନ୍‌ରେ କଥା ହେଉଥିଲେ। ଦୁର୍ବୃତ୍ତଜଣକ ବ୍ୟାଙ୍କରେ ପଶି ଲୁଟ୍‌ ଆରମ୍ଭ କରିବା ସମୟରେ ବ୍ୟାଙ୍କ ମ୍ୟାନେଜର ଫୋନ୍‌ କାଟି ନ ଥିଲେ। ଯାହାକି ତାଙ୍କର ଭିଣୋଇ ବ୍ୟାଙ୍କ ଭିତରେ ଯାହା ସବୁ ହେଉଛି ଶୁଣିପାରୁଥିଲେ। ସେ ସଙ୍ଗେ ସଙ୍ଗେ ପୋଲିସକୁ ଜଣାଇଥିଲେ। ପରେ ଏସ୍‌ଆଇ କଞ୍ଚନ, କନଷ୍ଟେବଳ ଦୁର୍ଗା ରାମ, ଦେବୀଲାଲ ଏବଂ ଡ୍ରାଇଭର ରାୟ ବାହାଦୂର ବ୍ୟାଙ୍କରେ ପହଞ୍ଚିଥିଲେ। ପୋଲିସକୁ ଦେଖି ଖାଲି ବନ୍ଧୁକ ଚାଳନା କରି ଖସି ପଳାଇଯିବାକୁ ଚେଷ୍ଟା କରୁଥିବା ଲୁଟେରା ଜଣକ ପୋଲିସ ହାତରେ ସହଜରେ ଧରା ପଡ଼ିଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଘରେ ପଶି ଗୃହକର୍ତ୍ତାଙ୍କ ପାଟିରେ ବନ୍ଧୁକ ଭର୍ତ୍ତି କରି ଡକାୟତି ଉଦ୍ୟମ, ମରଣାନ୍ତକ ଆକ୍ରମଣ କରି ୩ ଫେରାର

ବଡ଼ବିଲ,୨୪ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ପିଏଚ୍‌ଡି ରୋଡ୍‌ସ୍ଥିତ ଭଞ୍ଜ କଲୋନୀରେ ବୁଧବାର ଜଣେ ବ୍ୟକ୍ତିଙ୍କ ଘରେ ସ୍ପଷ୍ଟ ଦିବାଲୋକରେ ଡକାୟତି ପାଇଁ...

ନାବାଳିକାଙ୍କୁ ବଳାତ୍କାର କରି ଯୁବକଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡ

କେନ୍ଦୁଝର,୨୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟଟ୍ରାକ୍‌ କୋର୍ଟର ମାନ୍ୟବର ବିଚାରପତି ବିଜୟ କୁମାର ମିଶ୍ର ଏକ ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦଣ୍ତାଦେଶ ଶୁଣାଇଛନ୍ତି।...

ଓ୍ବାରେଣ୍ଟ ବଳରେ ୭ ଜଣଙ୍କୁ ବାନ୍ଧିଲା ପୋଲିସ

ଦାରିଙ୍ଗବାଡ଼ି,୨୪ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଦୀର୍ଘଦିନ ଧରି ବିଭିନ୍ନ ମାମଲାରେ ଫେରାର ଥିବା ୭ ଜଣଙ୍କୁ ପୋଲିସ ଗିରଫ...

୭.୪ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

କଟକ,୨୨ା୪ (କାର୍ତ୍ତିକ ସାହୁ) ଜିଲା ଅବକାରୀ ବିଭାଗ କ୍ୟାଣ୍ଟନମେଣ୍ଟ ଥାନା ଅନ୍ତର୍ଗତ ସତ୍ୟବ୍ରତ ଷ୍ଟାଡିୟମ ନିକଟରୁ ଜଣେ ବ୍ରାଉନସୁଗାର ମାଫିଆକୁ ସୋମବାର ଗିରଫ କରିଛି। ଅଭିଯୁକ୍ତ...

୪ କୋଟି ଟଙ୍କାର ଗଞ୍ଜେଇ ସହ ୫ ଦେଶୀ ବନ୍ଧୁକ ଜବତ

ବାଲିଗୁଡ଼ା,୨୨ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବାଲିଗୁଡ଼ା ଥାନା ଗଦ୍ରିଙ୍ଗିଆ ଘାଟି ନିକଟସ୍ଥ ଇର୍ପିଗୁଡ଼ା ଜଙ୍ଗଲରୁ ୪...

ତ୍ରିବେଣୀ କମ୍ପାନୀରୁ ୧୨ ଲକ୍ଷ ଟଙ୍କା ହେର୍‌ଫେର୍‌, ଇସ୍ତଫା ଦେଇଥିବା କର୍ମଚାରୀ କେନ୍ଦ୍ରାପଡ଼ାରୁ ଗିରଫ

ବଡ଼ବିଲ,୨୨ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ରୁଗୁଡ଼ିସ୍ଥିତ ତ୍ରିବେଣୀ ଆର୍ଥ ମୁଭର୍ସ କମ୍ପାନୀରୁ ୧୨ଲକ୍ଷ ଟଙ୍କା ହେର୍‌ଫେର୍‌ କରିଥିବା ଅଭିଯୋଗରେ ପୋଲିସ ସଂପୃକ୍ତ ଅଭିଯୁକ୍ତଙ୍କୁ କେନ୍ଦ୍ରାପଡ଼ାରୁ ଗିରଫ...

ନାବାଳିକାଙ୍କୁ ଗର୍ଭବତୀ କରି ଫେରାର ଥିଲେ ବିବାହିତ ଯୁବକ, ଭୁବନେଶ୍ୱରରୁ ବାନ୍ଧିଲା ପୋଲିସ

ଦାରିଙ୍ଗବାଡ଼ି,୨୨ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ପ୍ରଥମେ ପ୍ରେମ ଓ ପରେ ଶାରୀରିକ ସମ୍ପର୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri