Posted inଜାତୀୟ

ଶିନ୍ଦେଙ୍କ ସହ ୪୦ ବିଧାୟକ ଦିଲ୍ଲୀର ଚାକର, ସେଭଳି ଧୃର୍ତ୍ତଙ୍କୁ ବିଶ୍ୱାସ ନାହିଁ: ସାମନାରେ କଡ଼ା ସମାଲୋଚନା…

ମୁମ୍ବାଇ,୧୦।୧୦ : ଶିବସେନାର ନିର୍ବାଚନ ଚିହ୍ନ ଫ୍ରିଜ ହୋଇଯିବାପରେ ବର୍ତ୍ତମାନ ନିର୍ବାଚନ ଆୟୋଗ ଉଭୟ ଦଳକୁ ପୃଥକ ନିର୍ବାଚନ ଚିହ୍ନ ଦେବେ। କାରଣ ନଭେମ୍ବର ୩ ରେ ମୁମ୍ବାଇର ଏକ ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ। ଏଥି ସହିତ ନିର୍ବାଚନ ଆୟୋଗ ଶିବସେନାର ଉଭୟ ଦଳରୁ ସେମାନଙ୍କ ପାର୍ଟିର ନାମ ସହିତ ପସନ୍ଦର ଚିହ୍ନ ଖୋଜିବାକୁ କହିଛନ୍ତି।

ଏଭଳି ପରିସ୍ଥିତିରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏବଂ ତାଙ୍କ ଦଳର ୪୦ ଜଣ ବିଧାୟକଙ୍କୁ ଶିବସେନା ମୁଖପାତ୍ର ସାମନା ମାଧ୍ୟମରେ କଡ଼ା ସମାଲୋଚନା କରାଯାଇଛି। ସାମାନାରେ, ଶିନ୍ଦେଙ୍କ ସହ ୪୦ ବିଧାୟକଙ୍କୁ ଦିଲ୍ଲୀର ଚାକର ବୋଲି କୁହାଯାଇଛି। ସେଭଳି ଧୃର୍ତ୍ତଙ୍କୁ ବିଶ୍ୱାସ ନାହିଁ। କେବଳ ଏତିକି ନୁହେଁ, ଔରଙ୍ଗଜେବଙ୍କଠାରୁ ଆରମ୍ଭ କରି ଆଫଜାଲ ଏବଂ ପାକିସ୍ତାନ ପର୍ଯ୍ୟନ୍ତ ମଧ୍ୟ ଉଲ୍ଲେଖ କରାଯାଇଛି।

ଶିବସେନା ମୁଖ୍ୟ ବାଲାସାହେବ ଠାକରେଙ୍କ ଦ୍ୱାରା ପ୍ରତିଷ୍ଠିତ ଶିବସେନାର ନାମକୁ ଶେଷ କରିବାକୁ ଏକ ଚେଷ୍ଟା କରାଯାଇଛି। ନିର୍ବାଚନ ଆୟୋଗଙ୍କ ଏଭଳି ନିଷ୍ପତ୍ତି ମହାରାଷ୍ଟ୍ରର ଜୀବନରେ ଅନ୍ଧକାର ଆଣିଛି।

୫୬ ବର୍ଷ ପୂର୍ବେ ବାଲାସାହେବ ଠାକରେ ମରାଠୀ ଅସ୍ମିତା, ନ୍ୟାୟ ଏବଂ ମରାଠୀଙ୍କ ଅଧିକାର ପାଇଁ ଏକ ସ୍ଲୋଗାନ ଦେଇଥିଲେ। ଆଜି, ଏହି ଶିବସେନାର ଅସ୍ତିତ୍ୱକୁ ଶେଷ କରିବା ପାଇଁ, ଏହି ମହାରାଷ୍ଟ୍ରର ମାଟିରୁ ଏକନାଥ ଶିନ୍ଦେ ଏବଂ ତାଙ୍କର ୪୦ ଠକ ବିଧାୟକ ଦିଲ୍ଲୀର ଦାସ ହୋଇଛନ୍ତି। ସେମାନେ ଉଦ୍ଧବ ଠାକରେଙ୍କ ବିରୋଧରେ ଷଡ଼ଯନ୍ତ୍ର ରଚିଛନ୍ତି। ଶିନ୍ଦେ ଏବଂ ତାଙ୍କର ସହଯୋଗୀଙ୍କ ନାମ ମହାରାଷ୍ଟ୍ର ଇତିହାସରେ କଳା କାଳିରେ ଲେଖାଯିବ।

ମୁଖ୍ୟମନ୍ତ୍ରୀଙ୍କ ପଦବୀ ଏବଂ କିଛି ମନ୍ତ୍ରୀ ପଦବୀ ମାଧ୍ୟମରେ ମହାରାଷ୍ଟ୍ରର ଆତ୍ମ ସମ୍ମାନ ବିକ୍ରୟ କରୁଥିବା ଏହି ବ୍ୟକ୍ତିମାନଙ୍କ ସାମ୍ନାରେ ଔରଙ୍ଗଜେବଙ୍କ ଚରିତ୍ର ମଧ୍ୟ ଫିକା ପଡ଼ିଯିବ। ଭାରତୀୟ ଜନତା ପାର୍ଟି ହେଉଛି ଏହି ସବୁର ସ୍ଥପତି। ଆମେ ଶିବସେନାକୁ ଅଢ଼େଇ ବର୍ଷ ଧରି ଭାଙ୍ଗିବାକୁ ଚେଷ୍ଟା କରୁଥିଲୁ।ଏକନାଥ ଶିନ୍ଦେଙ୍କ ଯୋଗୁଁ ଶେଷରେ ସଫଳତା ହାସଲ କରାଯାଇଥିଲା ବୋଲି ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି। ଶିବସେନାଙ୍କ ସହ ଲଢ଼ି ନ ପାରି ସେମାନେ କୋର୍ଟ ଏବଂ ନିର୍ବାଚନ ଆୟୋଗଙ୍କ କାନ୍ଧରେ ବନ୍ଧୁକ ରଖି ଶିବସେନା ପିଠିରେ ଗୁଳି ଚଳାଇଛନ୍ତି। ସେମାନେ ଇତିହାସର ଆଫଜଲ ଖାଁ ଚରିତ୍ରକୁ ପୁଣି ଉଦ୍‌ଜୀବିତ କରି ଥିବା ସାମନାରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନର ବାଜିଲା ବିଗୁଲ, ତାରିଖ ଘୋଷଣା କଲେ ଉଚ୍ଚ ଶିକ୍ଷାମନ୍ତ୍ରୀ

ଭୁବନେଶ୍ବର,୫ା୧୦: ଛାତ୍ର ସଂସଦ ନିର୍ବାଚନ ନେଇ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବଡ଼ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ପରେ ନିର୍ବାଚନ ତାରିଖ ଘୋଷଣା…

ଖସିଲା ଜଳସ୍ତର: ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ସମସ୍ତ ସ୍ଲୁଇସ୍‌ ଗେଟ୍‌

ସମ୍ବଲପୁର,୫ା୧୦(ପ୍ରମୋଦ ବହିଦାର): ତିନିଦିନ ଧରି ହୀରାକୁଦ ଜଳଭଣ୍ଡାର ପୂଣ୍ଣଗର୍ଭା ରହିବା ପରେ ସୋମବାର ଜଳସ୍ତର ସାମାନ୍ୟ ହ୍ରାସ ପାଇଛି। ତେଣୁ ଆଜି ଜଳଭଣ୍ଡାରର ଖୋଲାଥିବା ଏକମାତ୍ର ସ୍ଲୁଇସ୍‌…

ସଞ୍ଜୁ ସାମସନଙ୍କ ଟାର୍ଗେଟରେ ସୁରେଶ ରାଇନା,ଏମ.ଏସ. ଧୋନି, କିନ୍ତୁ କାହିଁକି? ଜାଣନ୍ତୁ ଏହାର ବଡ଼ କାରଣ

ନୂଆଦିଲ୍ଲୀ,୫।୧୦: ୱେଷ୍ଟଇଣ୍ଡିଜ ବିପକ୍ଷରେ ଇତିହାସ ସୃଷ୍ଟି କରିବାର ସୁଯୋଗ ରହିଛି ଭାରତର ୱିକେଟ କିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନଙ୍କ ନିକଟରେ। ୱେଷ୍ଟଇଣ୍ଡିଜ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ…

ଜୈବବିବିଧତାର ସୁରକ୍ଷିତ ଠିକଣା: ନୀଳରକ୍ତ କଙ୍କଡ଼ାଙ୍କ ମିଳନସ୍ଥଳ ପାଲଟିଛି ଗହୀରମଥା

ମହାକାଳପଡ଼ା,୫ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲାର ଭିତରକନିକା ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ବିଭିନ୍ନ ବିରଳ ପ୍ରଜାତିର ସାମୁଦ୍ରିକ ଜୀବଜନ୍ତୁ ଦେଖିବାକୁ ମିଳନ୍ତି। ବିଶେଷ କରି ମହାନଦୀ…

ଟାଇପ ୧ ଡାଇବେଟିସ କ’ଣ? ଏହା ପଛରେ କ’ଣ ରହିଛି କାରଣ ଜାଣନ୍ତୁ…

ନୀରବ ଘାତକ ଭାବରେ ଗଣନା କରାଯାଉଥିବା ଅନ୍ୟତମ ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ହେଉଛି ଡାଇବେଟିସ୍‌ ବା ମଧୁମେହ। ଏହା ପଛରେ ଅନେକ କାରଣ ରହିଛି। ତେବେ ଟାଇପ…

‘ବିରାଟଙ୍କ ନମ୍ବର ତାଙ୍କୁ ମିଳିବା ଉଚିତ’, କୋହଲିଙ୍କ ପାଇଁ କିଏ ହେବେ ପରଫେକ୍ଟ ରିପ୍ଲେସମେଣ୍ଟ ପ୍ରକାଶ କଲେ ୱାସିମ ଜାଫର୍‌, ଚମକି ପଡ଼ିବେ…

ନୂଆଦିଲ୍ଲୀ,୫।୧୦: ପ୍ରାୟ ୧୫ ବର୍ଷ ଧରି, ଭାରତୀୟ ଦଳକୁ ODI କ୍ରିକେଟରେ ୩ ନମ୍ବର ସ୍ଥାନ ପାଇଁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିନାହିଁ; ଏହାର ମୁଖ୍ୟ…

ଭିଜିଲାନ୍ସ ପଞ୍ଝାରେ ବେତନଟୀ ସବଡିଭିଜନ AEE, ଏକକାଳୀନ ୧୦ ସ୍ଥାନରେ ଚଢାଉ

ବାରିପଦା/ବେତନଟୀ, ୫।୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ଧରଣୀଧର ମହାନ୍ତି ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ମୟୂରଭଞ୍ଜ ଜିଲା ବେତନଟୀ ଆର୍‌ଆଣ୍ଡବି ସବ୍‌ଡିଭିଜନର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ…

ସୃଷ୍ଟି ହେବ ବିରଳ ତ୍ରିଗ୍ରହୀ ଯୋଗ; ବଦଳିଯିବ ୩ ରାଶିର ଭାଗ୍ୟ, ପ୍ରଚୁର ଧନ ଲାଭ

ଅକ୍ଟୋବର ମାସରେ ତୁଳା ରାଶିରେ ସୂର୍ଯ୍ୟ, ବୁଧ ଓ ଶୁକ୍ରଙ୍କ ଯୁତି ହେବାକୁ ଯାଉଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ତିନି ଗ୍ରହ ଗୋଟିଏ ରାଶିରେ ରହିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?