ବୁଥ୍‌କୁ ଯିବା ରାସ୍ତା ଶୋଚନୀୟ

ସାଲେପୁର,୪।୪ (ଅରବିନ୍ଦ ଭୂୟଁା)ସାଲେପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଜୁନ୍‌ ୧ ତାରିଖରେ ଭୋଟ ଗ୍ରହଣ ହେବ। ଏହି ନିର୍ବାଚନରେ ସାଲେପୁର ବ୍ଲକ୍‌ର ବଲ୍ଲଭପୁର ପ୍ରାଥମିକ ବିଦ୍ୟାଳୟ ବୁଥ୍‌ ନଂ. ୨୨୩ରେ ବଲ୍ଲଭପୁର, ନଈଗୁଅଁା ଓ ବାଲିଆ ରାଜସ୍ବ ଗ୍ରାମର ପ୍ରାୟ ୧୨ଶହରୁ ଊର୍ଦ୍ଧ୍ୱ ଭୋଟର ମତଦାନ କରିବାକୁ ଆସିବେ। ଏହି ଭୋଟଗ୍ରହଣ କେନ୍ଦ୍ରକୁ ଯିବାପାଇଁ ୫ନଂ. କେନାଲ ବନ୍ଧ ରାସ୍ତା ଯାହାକି ଶିଶୁଆ-ମଢ଼ଙ୍ଗା ଭାୟା ଛାଣିପୁରକୁ ଅନ୍ତର୍ଭୁକ୍ତ କରାଯାଇ ୧୯।୯।୨୦୨୨ରୁ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏଥି ନିମନ୍ତେ ଠିକାଦାର ରୂପେ ଡିପିଏସ୍‌ କନ୍‌ଷ୍ଟ୍ରକ୍‌ସନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ କାର୍ଯ୍ୟ ଆରମ୍ଭ କରିଥିଲା। ଗ୍ରାମ୍ୟ ନିର୍ମାଣ ବିଭାଜନ-୧ ଅଧୀନରେ ହେଉଥିବା ଏହି କାର୍ଯ୍ୟର ଶେଷ ଅବଧି ୧୮ା୮ା୨୦୨୩ ରହିଥିବାବେଳେ ଉକ୍ତ ଠିକାଦାର ଫେବୃଆରୀ ୨୦୨୪ରୁ କାର୍ଯ୍ୟ ଅଧାପନ୍ତରିଆ ଭାବେ ପକାଇ ଛାଡି ପଳାଇ ଯାଇଛନ୍ତି। ବିଶେଷକରି ବଲ୍ଲଭପୁର ରାଜସ୍ବ ଗ୍ରାମ ନିକଟରେ ରାସ୍ତାଟିକୁ ବନ୍ଧର ମାଟି ତାଡ଼ି ଦିଆଯାଇଥିବାରୁ ଖାଲଖମା ସୃଷ୍ଟି ହୋଇଛି। ଫଳରେ ସମ୍ପୃକ୍ତ ରାସ୍ତାରେ ପାଦରେ ଚାଲି କରି ଯିବା ଅସମ୍ଭବ। ଏଥିପ୍ରତି ଗ୍ରାମ୍ୟ ନିର୍ମାଣ ବିଭାଜନ-୧ ଏଥିପ୍ରତି ଆଦୌ ଦୃଷ୍ଟି ଦେଉନାହିଁ ବୋଲି ଅଭିଯୋଗ ହେଉଛି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବଲ୍ଲଭପୁର ଭୋଟ ଗ୍ରହଣ କେନ୍ଦ୍ର ଭୋଟରଙ୍କ ବୃହତର ସ୍ବାର୍ଥକୁ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ଏ ଦିଗରେ ଜିଲା ପ୍ରଶାସନ ବିଭାଗୀୟ ଅଧିକାରୀମାନେ ଦୃଷ୍ଟି ଦେଇ ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା କାର୍ଯ୍ୟ ସମ୍ପାଦନ କରିବାକୁ ପୂର୍ବତନ ଜିଲାପରିଷଦ ସଭ୍ୟ ଚିରଞ୍ଜନ ମହାନ୍ତି ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାର୍ଥୀପତ୍ର ଦାଖଲ କଲେ ପ୍ରଦୀପ ପୁରୋହିତ

ବରଗଡ଼,୧।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲୋକ ସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଭାଜପା ପ୍ରାର୍ଥୀ ପ୍ରଦୀପ ପୁରୋହିତ ବୁଧବାର ନାମାଙ୍କନ ଦାଖଲ କରିଛନ୍ତି ।...

ନୟାଗଡ଼ ବଉଳସାହିରେ ଗୋଷ୍ଠୀ ସଂଘର୍ଷ: ବୋମାମାଡ଼-ଗୁଳିମାଡ଼ରେ ୨ ଗୁରୁତର

ନୟାଗଡ଼,୧।୫(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଇଟାମାଟି ଥାନାର ବଉଳସାହି ଗାଁରେ ବୁଧବାର ଗୋଷ୍ଠୀ ସଂଘର୍ଷ ଘଟିଛି। ବିଜେଡି ଓ ଭାଜପା ସମର୍ଥକଙ୍କ ମଧ୍ୟରେ ବୋମାମାଡ଼ ଏବଂ...

ନାମାଙ୍କନପତ୍ର ଦାଖଲ କଲେ ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନ

ଜି.ଉଦୟଗିରି,୧।୫(ଶିଶିର ପଟ୍ଟନାୟକ): କନ୍ଧମାଳ ଜିଲା ଜି. ଉଦୟଗିରି ବିଧାନସଭା ନିର୍ବାଚନମଣ୍ଡଳୀର ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ ବର୍ତ୍ତମାନର ବିଧାୟକ ସାଲୁଗା ପ୍ରଧାନ ନାମାଙ୍କନପତ୍ର ଦାଖଲ...

ଭୁବନେଶ୍ୱର ବିମାନବନ୍ଦରରେ ଭିସ୍ତାରା ବିମାନର ଜରୁରୀ ଅବତରଣ, ନୂଆଦିଲ୍ଲୀ ଅଭିମୁଖେ ଯାଉଥିବା ବେଳେ…

ଭୁବନେଶ୍ୱର,୧।୫: ଭୁବନେଶ୍ୱର ବିମାନବନ୍ଦରରେ ଜରୁରୀ ଅବତରଣ କରିଛି ଭିସ୍ତାରାର ଏକ ବିମାନ। କୁଆପଥର ମାଡ଼ ଯୋଗୁ ବିମାନର ଓ୍ବିଣ୍ଡ ସିଲ୍‌ ଭାଙ୍ଗିଯାଇଥିଲା। ଏଣୁ ଟେକ୍‌ଅପ୍‌ କରିବାର...

ଖଲ୍ଲିକୋଟ ଆସନ ଲାଗି ବିଜେଡିରୁ ହଟିଲା ସସ୍‌ପେନ୍ସ: ସୂର୍ଯ୍ୟମଣିଙ୍କୁ ମିଳିଲା ଟିକେଟ

ପୁରୁଷୋତ୍ତମପୁର,୧।୫(ସୀମାଞ୍ଚଳ ମିଶ୍ର): ମେ’ ୨୦ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ଏହି ପରିପ୍ରେକ୍ଷୀରେ ନିର୍ବାଚନ ଲାଗି ନାମାଙ୍କନ ପ୍ରକ୍ରିୟା ଶେଷ ହେବାକୁ ଆଉ ମାତ୍ର ୨ଦିନ...

ନାମାଙ୍କନ ଭରିଲେ କହ୍ନାଇ, ସରୋଜ

ବୌଦ୍ଧ,୧।୫(ଅଜିତ କୁମାର ବାରିକ): ମେ’ ୨୦ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ଏହି ପରିପ୍ରେକ୍ଷୀରେ ନିର୍ବାଚନ ଲାଗି ନାମାଙ୍କନ ପ୍ରକ୍ରିୟା ଶେଷ ହେବାକୁ ଆଉ ମାତ୍ର...

ଭାଜପା ପାଇଁ ପ୍ରଚାର କରି ଅଙ୍ଗନୱାଡି ସହାୟିକା ବହିଷ୍କୃତ

ନୟାଗଡ଼,୧।୫(ଲୋକନାଥ ମିଶ):ଭାଜପା ପାଇଁ ପ୍ରଚାର କରି ନୟାଗଡ଼ ଜିଲା ଓଡ଼ଗଁା ବ୍ଲକ୍‌ ରୋହିବାଙ୍କ ପଞ୍ଚାୟତ ଭଗବତୀପ୍ରସାଦ ଅଙ୍ଗନୱାଡ଼ି କେନ୍ଦ୍ରର ସହାୟିକାଙ୍କ ଚାକିରି ଯାଇଛି। ନିର୍ବାଚନ ଆଚରଣ...

ସମାଜ ଗଠନରେ ଶ୍ରମିକଙ୍କ ତ୍ୟାଗ ଅନୁଳନୀୟ

ଭଦ୍ରକ,୧।୫(ସନାତନ ରାଉତ): ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜ କର୍ମଚାରୀମାନେ ବୁଧବାର ଶ୍ରମିକ ଦିବସ ପାଳନ କରିଛନ୍ତି l କର୍ମଚାରୀ ସଂଗଠନର ୪୧ତମ ଶ୍ରମିକ ଦିବସ ପାଳନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri