Posted inଭଦ୍ରକ

ରାସ୍ତାରୁ ମାଟି ଖୋଳି ରାସ୍ତାରେ ପକାଯାଉଛି

ପଦ୍ମପୁର,୧୫।୫(ଡି.ଏନ.ଏ.): ଭଦ୍ରକ-ପଦ୍ମପୁର ଭାୟା ଇଚ୍ଛାପୁର ରାସ୍ତା ଏବେ ମରଣଯନ୍ତା ପାଲଟିଛି। ରାସ୍ତା ମରାମତି ନଁାରେ ପ୍ରତିବର୍ଷ ପିଚୁ ଢଳେଇ ପଡୁଛି। ମାତ୍ର ୬ମାସ ନ ପୂରୁଣୁ ରାସ୍ତାରେ ଖାଲଖମା ଭର୍ତ୍ତି। ଠିକାଦାର ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଖାମଖିଆଲି ନୀତି ଯୋଗୁ ଏଭଳି ସମସ୍ୟା ଉପୁଜୁଥିବା ଅଭିଯୋଗ ହେଉଛି। ଭଦ୍ରକରୁ ବାସୁଦେବପୁର ଓ ଧାମରାକୁ ପ୍ରତ୍ୟେହ ହଜାର ହଜାର ଯାତ୍ରୀବାହୀ ଗାଡ଼ି ଓ ମାଲ ଗାଡ଼ି ଏହି ରାସ୍ତାରେ ଯାତାୟାତ କରୁଛି। ଜିଲାର ଏହା ଏକ ପ୍ରମୁଖ ରାସ୍ତା ହୋଇଥିଲେ ମଧ୍ୟ ପୂର୍ତ୍ତ ବିଭାଗ ସମ୍ପୂର୍ଣ୍ଣ ମରାମତି କରୁନାହିଁ। ସବୁଠାରୁ ବିପଦପୂର୍ଣ୍ଣ କପାଗଢ଼ିଆ ଛକରୁ ସାହାଡ଼ା ବଜାର ୧ କିଲୋମିଟରରୁ ଊର୍ଦ୍ଧ୍ୱ ଏହି ରାସ୍ତାର ମଝିରୁ ଫାଟିଯାଇ ଦୁଇପଟକୁ ଦବିଯାଇଛି। ସୃଷ୍ଟି ହୋଇଥିବା ଖାଲରେ ପଡ଼ି ପ୍ରତିଦିନ ଯାତ୍ରୀମାନେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଧସିଯାଇଥିବା ଏହି ରାସ୍ତା ବର୍ଷ ବର୍ଷ ଧରି ଏମିତି ରହିଛି। ଏବେ ଏହାର ମରାମତି କରୁଥିବା ଠିକାଦାର ଗାର୍ଡୱାଲ ପାର୍ଶ୍ୱରୁ ଜେସିବିରେ ମାଟି ଖୋଳି ଆଣି ରାସ୍ତାରେ ପକାଉଥିବା ଦେଖିବାକୁ ମିଳିଛି। ଫଳରେ ରାସ୍ତାର ମୂଳ ଆଧାର ସମ୍ପୂର୍ଣ୍ଣ ଧୋଇଯିବା ସହ ଆଗାମୀ ବର୍ଷାରେ ଗାର୍ଡୱାଲ ସହ ଗଳି ପଡ଼ିବାର ଆଶଙ୍କା ରହିଛି। ଏନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରି ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ପ୍ରକାଶ ଚନ୍ଦ୍ର ପାଣିଙ୍କୁ ପଚାରିବାରୁ ଭାଙ୍ଗିଯାଇଥିବା ରାସ୍ତା ତୁରନ୍ତ ମରାମତି କରିବା ସହ ରାସ୍ତାପାର୍ଶ୍ୱରୁ ମାଟି ଉଠାଇବା ବନ୍ଦ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ଚାନ୍ଦବାଲି ବିଡିଓଙ୍କୁ ସସ୍‌ପେଣ୍ଡ କରି…

ଚାନ୍ଦବାଲି,୧ା୧୦(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବିଡିଓ ସଞ୍ଜୀବ ମହାପାତ୍ରଙ୍କ ବିରୋଧରେ ରାଜ୍ୟ ସରକାର ନେଇଛନ୍ତି କଠୋର କାର୍ଯ୍ୟାନୁଷ୍ଠାନ। କାର୍ଯ୍ୟରେ ଅବହେଳା ଓ ଶୃଙ୍ଖଳାଗତ ନିୟମ ଭଙ୍ଗ…

ଶାଗ ତୋଳିବାକୁ ଯାଇ ମୁକୁଳା ଡ୍ରେନରେ ପଡିଗଲେ ବ୍ୟକ୍ତି, ତାପରେ….

ଭଦ୍ରକ,୨୯।୯(ସନାତନ ରାଉତ): ମୁକୁଳା ଡ୍ରେନ୍ ନେଲା ଜୀଵନ । ଭଦ୍ରକ ବାଇପାସ ସ୍ଥିତ କେନାଲ ଡିଭିଜନ ଅଫିସ ଭିତର ଡ୍ରେନରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?