ରାସ୍ତା ହେଲାଣି ମୃତ୍ୟୁଯନ୍ତା

ଭୁବନେଶ୍ୱରରେ ଖାଲଖମା ରାସ୍ତା ଯୋଗୁ ଦୁର୍ଘଟଣା ଘଟି ଯୁବ ଡାକ୍ତର ଅମିତ ବିଶୋଇଙ୍କ ମୃତ୍ୟୁ ଘଟିଛି। ସେପ୍ଟେମ୍ବର ୨୩ ବିଳମ୍ବିତ ରାତିରେ ଡ୍ୟୁଟିସାରି ଫେରିବା ବେଳେ କଟକ ରୋଡ୍‌ ବମିଖାଲ ନିକଟରେ ତାଙ୍କ କାର୍‌ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। କ୍ଷତିଗ୍ରସ୍ତ ଗାଡ଼ିର ଛବି ଦେଖିଲେ ବୁଝାପଡ଼ୁଛି ଯେ, ସେହି ଗାଡ଼ିର ବେଗ ଦ୍ରୁତ ଥାଇପାରେ। ସମ୍ଭବତଃ ସେଥିପାଇଁ ଚାଳକ ନିୟନ୍ତ୍ରଣରେ ଆଣି ନ ପାରିବାରୁ ଗାଡ଼ିର ଧକ୍କା ହୋଇଥିଲା। ଲକ୍ଷ୍ମୀସାଗର ଥାନାରେ ଅମିତଙ୍କ ପିତା ଏତଲା ଦେବା ପରେ ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି। କିନ୍ତୁ ଅମିତଙ୍କ କାର୍‌ ଖାଲରେ ପଡ଼ି ଉପରକୁ ଉଠି ଫୁଟ୍‌ ଓଭରବ୍ରିଜ ବିମ୍‌ରେ ଧକ୍କା ଖାଇଥିଲା ବୋଲି କୁହାଯାଉଛି। ଦୁର୍ଘଟଣା ସ୍ଥଳୀ ନିକଟ ରାସ୍ତାରେ ବୃହତ୍‌କାୟ ଖାଲଖମା ସବୁ ରହିଛି, ଯାହା ଏହି ଆଶଙ୍କାକୁ ମଜଭୁତ କରିଛି। ଏହି କାରଣକୁ ହୁଏତ ଘୋଡ଼ାଯାଇପାରେ କିନ୍ତୁ ବାସ୍ତବତାକୁ ସ୍ବୀକାର କରିବାକୁ ପଡ଼ିବ। ପୂର୍ବରୁ ମଧ୍ୟ ରାଜଧାନୀରେ ଖାଲଖମା ରାସ୍ତା ଅନେକ ଲୋକଙ୍କ ଜୀବନ ନେଇଥିବା ଦେଖାଯାଇଛି। କେବଳ ଭୁବନେଶ୍ୱର ନୁହେଁ, ଓଡ଼ିଶାର ଅନ୍ୟ ସହରଗୁଡ଼ିକରେ ସମାନ ଘଟଣା ଦେଖିବାକୁ ମିଳେ। କଟକରେ ମଧ୍ୟ ରାସ୍ତାରେ ଖାଲଖମା ହେବା କିମ୍ବା ପାଣି ଜମିବା କଥା ସମସ୍ତେ ଜାଣନ୍ତି। ଏଭଳି ସ୍ଥିତିରେ ଦୁର୍ଘଟଣା ଘଟିବା ସ୍ବାଭାବିକ। କିନ୍ତୁ ସ୍ମାର୍ଟସିଟି ଭୁବନେଶ୍ୱରର ଖାଲଖମାପୂର୍ଣ୍ଣ ରାସ୍ତା ପ୍ରମାଣ କରୁଛି, ଏହି ସହର କେତେ ସ୍ମାର୍ଟ। ଏହି ସହରରେ ଥିବା ରାସ୍ତା ପାର୍ଶ୍ୱର ନର୍ଦ୍ଦମାରେ ପଡ଼ି ଅନେକ ଲୋକଙ୍କ ଜୀବନ ବିଗତ ବର୍ଷଗୁଡ଼ିକରେ ଯିବାର ଖବର ବାରମ୍ବାର ଆସିଛି। ସହରର ବିଭିନ୍ନ ରାସ୍ତାରେ ଯେଉର୍ଁଭଳି ପାଣିର ସୁଅ ଛୁଟୁଛି ସେଥିରୁ ପରିସ୍ଥିତି ସହଜରେ ବୁଝି ହେଉଛି। ଯଦି ଏହି ପରିସ୍ଥିତି ଲାଗି ରହେ ତେବେ ହୁଏତ ଗାଡ଼ି ପରିବର୍ତ୍ତେ ଭୁବନେଶ୍ୱରର ରାଜରାସ୍ତାରେ ଡଙ୍ଗା ଚାଲିବ। ଏଭଳି ପରିସ୍ଥିତି କେବଳ ଭୁବନେଶ୍ୱର ଭିତରେ ସୀମିତ ରହିନାହିଁ। ୨୦୨୩ ମସିହାରେ ବିଳମ୍ବରେ ଆସିଥିବା ବର୍ଷାଋତୁ ପ୍ରମାଣ କରୁଛି ଯେ,ରାଜ୍ୟର ସହରାଞ୍ଚଳରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ରାସ୍ତାର ପରିସ୍ଥିତି ଅତ୍ୟନ୍ତ ଶୋଚନୀୟ।
ଦେଖାଯାଏ, ରାସ୍ତାରେ ଦୁର୍ଘଟଣା ଘଟିବା ପରେ ପୋଲିସ ଏହାର ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଦିଏ। ସବୁଠୁ ଚିନ୍ତାଜନକ ହେଉଛି, କୌଣସି ପରିସ୍ଥିତିରେ ପୋଲିସ ରାସ୍ତା ନିର୍ମାଣରେ ଜଡ଼ିତ ଇଞ୍ଜିନିୟର କିମ୍ବା ଠିକାଦାରଙ୍କୁ ଗିରଫ କରିବା ଦେଖାଯାଏ ନାହିଁ। ଖାଲଖମା ଯୋଗୁ ଘଟୁଥିବା ଦୁର୍ଘଟଣା ସକାଶେ ସମ୍ପୃକ୍ତ ରାସ୍ତାର ମରାମତି ଦାୟିତ୍ୱରେ ଥିବା କର୍ମକର୍ତ୍ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ କେବେହେଲେ ଗ୍ରହଣ କରାଯାଇ ନାହିଁ। ମନେପଡ଼େ ସେହି ବମିଖାଲ ଫ୍ଲାଏ ଓଭର ଦୁର୍ଘଟଣା। ପ୍ରଥମେ ୨୦୧୭ ସେପ୍ଟେମ୍ବର ୧୦ରେ ଫ୍ଲାଏଓଭରରୁ ଏକ କଂକ୍ରିଟ ଖଣ୍ଡ ଭାଙ୍ଗିପଡ଼ିବା ଫଳରେ ତାହା ଦୁଇଜଣ ସ୍କୁଟର ଆରୋହୀଙ୍କ ଉପରେ ପଡ଼ିଥିଲା। ଏହି ଦୁଇଜଣ ଥିଲେ ବାପଝିଅ। ଦୁର୍ଘଟଣାରେ ବାପର ମୃତ୍ୟୁ ଘଟିଥିଲା। ପୁନର୍ବାର ସେହି ଫ୍ଲାଏ ଓଭରରୁ ୨୦୧୮ ମେ ୩ରେ ଏକ ଅଂଶ ଭୁଶୁଡ଼ିପଡ଼ିବା ଯୋଗୁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ସାଧାରଣରେ ଅନେକ ପ୍ରତିବାଦ ସତ୍ତ୍ୱେ ସମ୍ପୃକ୍ତ ଠିକାଦାର ପଣ୍ଡା ଇନ୍‌ଫ୍ରାପ୍ରୋଜେକ୍ଟସ୍‌ ପ୍ରାଇଭେଟ ଲିମିଟେଡ୍‌ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା। ପୁନର୍ବାର ୧୩ ସେପ୍ଟେମ୍ବର ୨୦୨୩ରେ ବମିଖାଲ ଫ୍ଲାଏଓଭର ବ୍ରିଜ୍‌ରେ ବାଇକ ଦୁଘର୍ର୍ଟଣା ଘଟି ତଳକୁ ଖସିପଡ଼ି ଜଣଙ୍କର ମୃତ୍ୟୁ ହୋଇଥିଲା। କୁହାଯାଇପାରେ ରାସ୍ତାର ଓ୍ବାରେଣ୍ଟି ସମୟ ପରେ ଖାଲଖମା ପାଇର୍ଁ ଇଞ୍ଜିନିୟର ଓ ଠିକାଦାର ଦାୟୀ ନୁହନ୍ତି। କିନ୍ତୁ ଓ୍ବାରେଣ୍ଟି ମଧ୍ୟରେ ଖାଲଖମାରେ ପଡ଼ି ଦୁର୍ଘଟଣା ହେଲେ ମଧ୍ୟ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। କେହି ଉତ୍ତରଦାୟୀ ହେଉ ନ ଥିବାରୁ ରାସ୍ତା ନିର୍ମାଣରେ ଦୁର୍ନୀତି ଆକାଶଛୁଆଁ ହୋଇଗଲାଣି। ଗୋଟିଏ ପଟେ ମୋଟରଗାଡ଼ି ଏବଂ ଦୁଇଚକିଆ ଯାନଗୁଡ଼ିକର ଅହେତୁକ ସଂଖ୍ୟା ବୃଦ୍ଧି ସହିତ ଅତ୍ୟାଧୁନିକ ଗାଡ଼ି ରାଜ୍ୟରେ ବ୍ୟବହୃତ ହେଉଛି। ଅନ୍ୟ ପଟେ ଗାଡ଼ିଚାଳକମାନଙ୍କୁ ଏବଂ ରାସ୍ତାକଡ଼ର ପଥଚାରୀଙ୍କୁ ଆଧୁନିକ ରାସ୍ତାର ଉଚିତ ବ୍ୟବହାର ସମ୍ପର୍କରେ ତାଲିମ ଦେବାର କୌଣସି ବ୍ୟବସ୍ଥା ନାହିଁ। ଗୋଟିଏ ପଟେ ମର୍ସିଡିଜ୍‌ ଏବଂ ବିଏମ୍‌ଡବ୍ଲ୍ୟୁ ଗାଡ଼ି ଦ୍ରୁତଗତିରେ ଗଡୁଥିବା ବେଳେ ରାଜ୍ୟବାସୀ ସେଗୁଡ଼ିକୁ ଅଣଦେଖା କରି ରାଜରାସ୍ତାକୁ ନିଜର ବାରିପଟ ଭଳି ବ୍ୟବହାର କରୁଛନ୍ତି। ଟ୍ରାଫିକ ପୋଲିସବାହିନୀର ସଦସ୍ୟମାନେ କେବଳ ଛକରେ ନୀରବ ହୋଇ ଠିଆ ହେବା ବ୍ୟତୀତ ଅନ୍ୟ କୌଣସି ନିୟନ୍ତ୍ରଣ ସମ୍ପର୍କରେ ତାଲିମ ପାଇ ନ ଥିବା ଭଳି ମନେହୁଏ, ଯେଉଁଥିପାଇଁ ସବୁ ରାସ୍ତାରେ ଭୁଲ୍‌ ପାର୍ଶ୍ୱରେ ଗାଡ଼ି ଚଳାଇବା ଚାଳକଙ୍କୁ କେହି ଜଣେ ଅଟକାଇବାକୁ ଆଗେଇ ଆସୁନାହାନ୍ତି। ରାସ୍ତାରେ ଏହିଭଳି ଅରାଜକତା ବୃଦ୍ଧି ପାଇବାରେ ଲାଗିଛି ବୋଲି ଆଜି ସ୍ପଷ୍ଟ ବୁଝାପଡ଼ୁଛି। ଏଥିସହିତ ରାସ୍ତା ମରାମତି ହୋଇ ପାରୁ ନ ଥିବାରୁ ଦୁର୍ଘଟଣାଜନିତ ମୂଲ୍ୟବାନ ଜୀବନହାନି ବୃଦ୍ଧିପାଇବା ସ୍ବାଭାବିକ ଦୃଶ୍ୟ ହୋଇଗଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

ଏଇ ଭାରତରେ

ତାମିଲନାଡୁର ସତ୍ୟମଙ୍ଗଳମ୍‌ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଲାଟାନା ଘାସ ଏବେ ଆଦିବାସୀଙ୍କ ପାଇଁ ଜୀବିକାର ସାହାରା ପାଲଟିଛି। କେବଳ ଏତିକି ନୁହେଁ ଜଙ୍ଗଳ ଅର୍ଥନୀତିକୁ ମଧ୍ୟ ସଶକ୍ତ…

ବିକାଶ ବେଦିରେ ବଳି

ଓଡ଼ିଶାର ଆଦିବାସୀମାନଙ୍କ ଅସ୍ତିତ୍ୱ ଦିନକୁ ଦିନ ଅଧିକ ବିପନ୍ନ ହେଉଥିବା ଦେଖିବାକୁ ମିଳୁଛି। ସେମାନଙ୍କର ମାଟି, ପାଣି, ଜଙ୍ଗଲ, ଝରଣା, ପାହାଡ଼ ଧୀରେ ଧୀରେ ସେମାନଙ୍କ କବଳରୁ…

ନିଜକୁ ଚିହ୍ନିବା

ଓଡ଼ିଆରେ ଗୋଟିଏ ଢଗ ଅଛି, ”ନିଜ ବୁଦ୍ଧିରେ ଶୃଗାଳ ହେବ ପଛେ, ପର ବୁଦ୍ଧିରେ ସିଂହ ହେବନାହିଁ।“ ଏହି ଢଗଟି ପରୋକ୍ଷରେ ପ୍ରସଙ୍ଗ ‘ନିଜକୁ ନିଜେ ଚିହ୍ନିବା’ର…

ଡାଟା ସେଣ୍ଟରକୁ ବିରୋଧ

ଦି ଗ୍ରେଟ୍‌ ରିପ୍ଲେସମେଣ୍ଟ’ ଧାରଣା ଦର୍ଶାଏ ଯେ ସ୍ଥାନୀୟ ଲୋକଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ପ୍ରବାସୀମାନଙ୍କ ଦ୍ୱାରା ହଟାଯାଉଛି। ଫ୍ରାନ୍ସର ଲେଖକ ରେନାଡ୍‌ କାମୁସ ଏହି ଶବ୍ଦ ପ୍ରଥମେ…

ନୀତିର ଠିକାଦାର

ସନ୍ଧ୍ୟାରେ ଜଣେ ଯୁବତୀ ଓ ଯୁବକ ରାସ୍ତାକଡ଼ରେ ଠିଆ ହୋଇ କଥା ହେଉଥିଲେ। ହଠାତ୍‌ କିଛି ଲୋକ ସେମାନଙ୍କୁ ଘେରିଗଲେ। ପ୍ରଶ୍ନ ଆରମ୍ଭ- କିଏ ତୁମେ? ଏଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?