ଉଛୁଳୁଛି ନଦନଦୀ

ଭୁବନେଶ୍ୱର, ୨୯ା୮(ବ୍ୟୁରୋ): ଲଘୁଚାପ ବର୍ଷା ପରେ ରାଜ୍ୟରେ ବନ୍ୟା ବିପତ୍ତି ଦେଖାଦେଇଛି। ଉତ୍ତର ଓଡ଼ିଶା ବନ୍ୟାରେ ଉବୁଟୁବୁ ହେଉଛି। ଯାଜପୁର, ବାଲେଶ୍ୱର, ମୟୂରଭଞ୍ଜ ଜିଲାରେ ହଜାର ହଜାର ଏକର ଚାଷଜମି ଜଳମଗ୍ନ ହେବା ସହିତ ବହୁ ଲୋକ ଜଳବନ୍ଦୀ ହୋଇଛନ୍ତି। କାନ୍ଥପଡ଼ି ରାଜ୍ୟରେ ଆଉ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ବନ୍ୟା ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ୧୪ଟି ଘାଇ ହୋଇଥିବା ସ୍ବତନ୍ତ୍ର ରିଲିଫ କମିଶନର (ଏସ୍‌ଆର୍‌ସି) ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି। ଗୋଟିଏ ପଟେ ବ୍ରାହ୍ମଣୀ, କୁଶଭଦ୍ରା, ବୈତରଣୀ, ବୁଢ଼ାବଳଙ୍ଗ ନଦୀ ବନ୍ୟା ଲୋକମାନଙ୍କୁ ହନ୍ତସନ୍ତ କରୁଥିବା ବେଳେ ମହାନଦୀ ଓ ଏହାର ଶାଖା ନଦୀ ବୁଡ଼ାଇବା ଆରମ୍ଭ କଲାଣି। ଶୁକ୍ରବାର ହୀରାକୁଦର ୪୦ଟି ଗେଟ୍‌ ଖୋଲା ହେବା ଯୋଗୁ ମହାନଦୀ ସମେତ ଏହାର ଶାଖାନଦୀଗୁଡ଼ିକରେ ବନ୍ୟା ଆଶଙ୍କା ବଢ଼ିଯାଇଛି। ଶନିବାର ସୁଦ୍ଧା ମୁଣ୍ଡଳୀଠାରେ ୧୦ ଲକ୍ଷ ୫୦ ହଜାର କ୍ୟୁସେକ ଜଳ ପ୍ରବାହିତ ହେବ। ଏଥିଯୋଗୁ ମହାନଦୀର ଶାଖା ବିରୂପା, ଭାର୍ଗବୀ, ଚିତ୍ରୋପତ୍ଳା, ଲୁଣା, କାଠଯୋଡି, ଦୟା ଏବଂ କୁଶଭଦ୍ରା ନଦୀରେ ଜଳସ୍ତର ବୃଦ୍ଧି ପାଇ ବନ୍ୟା ପରିସ୍ଥିତି ସଙ୍ଗୀନ ହେବା ଆଶଙ୍କା ଦେଖାଦେଇଛି।
ହୀରାକୁଦ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୬ ଲକ୍ଷ ୯୦ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ମହାନଦୀର ମୁଣ୍ଡଳୀଠାରେ ୭ ଲକ୍ଷ ୨୦ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି। ଛତିଶଗଡ଼ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦକୁ ୮ ଲକ୍ଷ କ୍ୟୁସେକ ଜଳ ପ୍ରବେଶ କରିବା ସମ୍ଭାବନା ରହିଛି। ଏହାକୁ ଆଖି ଆଗରେ ରଖି ହୀରାକୁଦର ୪୦ ଗେଟ୍‌ ଖୋଲାଯାଇଛି। ସେହିପରି ତେଲ, ଅଙ୍ଗ, ଇରା, ରଜୁ, ସୁରୁବାଲି ଯୋର, ନୟନଯୋର ନଦୀକୁ ମିଶାଇ ମହାନଦୀକୁ ପ୍ରାୟ ୧୦ ଲକ୍ଷ ୫୦ ହଜାର କ୍ୟୁସେକ ଜଳ ପ୍ରବେଶ କରିବ। ଏଥିଯୋଗୁ ମଧ୍ୟମ ଧରଣର ବନ୍ୟା ହେବ ବୋଲି ଏସ୍‌ଆର୍‌ସି କହିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଏସ୍‌ଆର୍‌ସି କହିଛନ୍ତି, ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ମହାନଦୀ ଅବବାହିକାର ସମସ୍ତ ଜିଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସବୁ ଅଞ୍ଚଳକୁ ଅତିରିକ୍ତ ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ୍‌ ଟିମ୍‌ ପଠାଯାଇଛି।
ଉଛୁଳୁଛି ନଦନଦୀ
ମହାନଦୀର ଶାଖାନଦୀଗୁଡ଼ିକ ଉପରେ ଜଳ ସମ୍ପଦ ବିଭାଗ କର୍ମଚାରୀ ସତର୍କ ଦୃଷ୍ଟି ରଖିଛନ୍ତି । ପୂର୍ବରୁ ମହାନଦୀରେ ୧୬ ଲକ୍ଷ କ୍ୟୁସେକ ଜଳ ପରିଚାଳନା କରାଯାଇଛି। ୧୦ ଲକ୍ଷ କ୍ୟୁସେକ ଜଳ ଯୋଗୁ ମଧ୍ୟମ ଧରଣର ବନ୍ୟା ହେବାର ସମ୍ଭାବନା ରହିଛି ବୋଲି ଏସ୍‌ଆର୍‌ସି କହିଛନ୍ତି।
ଝାଡ଼ଖଣ୍ଡର ଗାଲୁଡି ବ୍ୟାରେଜ ପାଣି ଛାଡ଼ିବାରୁ ସୁବର୍ଣ୍ଣରେଖା ନଦୀରେ ବନ୍ୟା ଆସିଛି। ରାଜଘାଟଠାରେ ୧୦.୬ ମିଟର ବିପଦ ସଙ୍କେତ ସ୍ତର ଥିବାବେଳେ ୧୧.୫ ମିଟର ପର୍ଯ୍ୟନ୍ତ ଜଳ ପ୍ରବାହିତ ହେବ ବୋଲି ଜଳ ସମ୍ପଦ ବିଭାଗ ଆକଳନ କରିଥିଲା। ତେବେ ଗତ ୪ ଘଣ୍ଟା ଧରି ଜଳସ୍ତର ୧୦.୯୬ ମିଟରରେ ପ୍ରବାହିତ ହେଉଛି। ଗାଲୁଡିରୁ ଜଳ ଛାଡିବା କମିଗଲାଣି। ଫଳରେ ସୁବର୍ଣ୍ଣରେଖାରେ ବନ୍ୟା ଆଶଙ୍କା କମିଛି। ମୟୂରଭଞ୍ଜ ଜିଲାରେ ସୁବର୍ଣ୍ଣରେଖା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିଲା। ସ୍ରୋତ କମିଯିବା ପରେ ଏଥିରେ ସୁଧାର ଆସିଛି। ବାଲେଶ୍ୱର ଜିଲାରେ ମଧ୍ୟ ବନ୍ୟା ପରିସ୍ଥିତି ଗୁରୁତର ହେବ ନାହିଁ ବୋଲି ଏସ୍‌ଆର୍‌ସି କହିଛନ୍ତି।
ସେହିପରି ବୁଢ଼ାବଳଙ୍ଗ ନଦୀ ଏନ୍‌ଏଚ୍‌-୫ରେ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି। ସେଠାରେ ଘଣ୍ଟାକୁ ୪ରୁ ୫ ସେଣ୍ଟିମିଟର ହିସାବରେ ଜଳ କମିବାରେ ଲାଗିଛି। ବୈତରଣୀ ନଦୀର ଭଣ୍ଡାରିପୋଖରୀର କେତେକ ଅଞ୍ଚଳ ଜଳମଗ୍ନ ରହିଛି। ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ୍‌ ଓ ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ବୈତରଣୀର ଜଳସ୍ତର ଆହୁରି କମିବ ଓ ବନ୍ୟା ସ୍ଥିତି ଶ୍ରୀଘ୍ର ସୁଧୁରିବ। ବୈତରଣୀ ନଦୀର ବନ୍ୟା ଯୋଗୁ ଯାଜପୁର ଜିଲାର ଦତ୍ତପୁରଠାରେ ୮୦ ମିଟରର ଗୋଟିଏ ଘାଇ ହୋଇଛି। ଘାଇ ବନ୍ଦ କରିବାକୁ ପ୍ରାଶସନ ତରଫରୁ ଉଦ୍ୟମ ଜାରି ରହିଛି। ସେହିପରି କାଣୀନଦୀର ବାମପାର୍ଶ୍ୱରେ ଦଶରଥପୁର ବ୍ଲକର ନୂଆ ଶାସନ ଗଁ। ପାଖରେ ୬୦ ମିଟର ଘାଇ ହୋଇଛି। ଗତ ୩ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଫଳରେ ରେଙ୍ଗାଲି ଡ୍ୟାମ୍‌କୁ ୪ ଲକ୍ଷ କ୍ୟୁସେକ ଜଳ ପ୍ରବେଶ କରୁଥିଲା। ଜଳଭଣ୍ଡାରର ୪ଟି ଗେଟ୍‌ ଖୋଲା ହୋଇଛି। ଏହାଦ୍ୱାରା ବ୍ରାହ୍ମଣୀ ନଦୀର ପଙ୍କପାଳଠାରେ ୩ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ। ଯାଜପୁର ଜିଲାର ବରୀ ବ୍ଲକରେ ଛୋଟ ଛୋଟ ଘାଇ ହୋଇଛି। ଜିଲା ପ୍ରଶାସନ ଓ ଜଳ ସମ୍ପଦ ବିଭାଗର ଅଧିକାରୀମାନେ ଏହା ଉପରେ ନଜର ରଖିଛନ୍ତି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସ୍ଥିତିରେ ସୁଧାର ଆସିବ। ଯାଜପୁର ତହସିଲର ପଣସା ପଞ୍ଚାୟତର ବାଲିପୋଖରୀ ଗାଁର ବେହେରାସାହିରେ କାନ୍ଥ ଭୁଶୁଡ଼ି ଏକ ଛୋଟ ଝିଅର ଜୀବନ ଯାଇଛି। ସେହିପରି ନୂଆପଡ଼ା ଜିଲାର କୋମନା ବ୍ଲକର ଜିଶିବାହାଲ ଗ୍ରାମରେ ଜଣେ ବ୍ୟକ୍ତିଙ୍କ କାନ୍ଥ ପଡ଼ି ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ରାଜ୍ୟରେ ବର୍ଷା କମିଛି। ଗତ ୨୪ ଘଣ୍ଟା ମଧ୍ୟରେ ହାରାହାରି ୧୨.୬ ମିଲିମିଟର ବର୍ଷା ହୋଇଛି। ବରଗଡ଼ ଜିଲରେ ସର୍ବାଧିକ ୯୨.୮ ମିଲିମିଟର ବର୍ଷା ହୋଇଥିବା ବେଳେ ନୂଆପଡ଼ା ୫୩.୪, ସମ୍ବଲପୁର ୩୭.୭, ବଲାଙ୍ଗୀର ୩୬.୬ ଏବଂ ଝାରସୁଗୁଡ଼ାରେ ୨୫.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପିଏମ୍‌ ସୂର୍ଯ୍ୟଘର ଯୋଜନା: ସବ୍‌ସିଡି ଅର୍ଥ ବ୍ୟାଙ୍କ ଖାତାକୁ ଆସିବା ପାଇଁ ମନ୍ତ୍ରୀଙ୍କୁ ଗୁହାରି

କଟକ ସଦର,୨୫ା୮(ସୁଶାନ୍ତ କୁମାର ଜେନା): କଟକ ସଦର ନିର୍ବାଚନ ମଣ୍ଡଳୀରେ ପିଏମ୍‌ ସୂର୍ଯ୍ୟଘର ଯୋଜନା ଆଖି ଦୃଶିଆ ଅଗ୍ରଗତି ହୋଇପାରୁ ନ ଥିବାରୁ ଉପମୁଖ୍ୟମନ୍ତ୍ରୀ ତଥା ବିଦ୍ୟୁତ୍‌…

ସରକାରକୁ ପୁଣି ଅଲ୍ଟିମେଟମ୍‌ ଦେଲା CJP: ୩ ଦାବି ପୂରଣ ନ ହେଲେ…ସରକାରଙ୍କଠାରେ ପଶିଲା ଛନ୍‌କା

ନୂଆଦିଲ୍ଲୀ,୨୬।୮: କକ୍ରୋଚ ଜନତା ପାର୍ଟି (CJP) ପୁଣି ଥରେ ଦିଲ୍ଲୀରେ ପ୍ରଦର୍ଶନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଦଳ ପକ୍ଷରୁ ସେପ୍ଟେମ୍ବର ୫ ତାରିଖରେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ…

ଜମିପଟ୍ଟା ପାଇଁ ତହସିଲ ଅଫିସ ଦୌଡୁଥିଲେ ମାଲିକ, ବିଧାୟକ ପହଞ୍ଚି ସମସ୍ତଙ୍କୁ…

ମହାକାଳପଡ଼ା,୨୬ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରାଠାରେ ଏକ ସ୍ବତନ୍ତ୍ର ଉତ୍ସବରେ ମଙ୍ଗଳବାର ବିଧାୟକ ଡ. ଦୁର୍ଗାପ୍ରସନ୍ନ ନାୟକ ଯୋଗଦେଇ କୂଳନାଞ୍ଜୁରା, ବିଲ ନାଞ୍ଜୁରା…

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ୫୦,୦୦୦ ଝିଅଙ୍କୁ ମିଳିବ ସ୍କୁଟି

ଲକ୍ଷ୍ନୌ,୨୬।୮: ଲକ୍ଷ୍ନୌରେ ‘ଲୋକମାତା ଅହଲ୍ୟାବାଇ ମାତୃଶକ୍ତି ଯାତ୍ରା ଯୋଜନା’ର ଶୁଭାରମ୍ଭ ଏବଂ ସ୍ବତନ୍ତ୍ର ବସ ପାଇଁ ପତାକା ପ୍ରଦର୍ଶନ ଅବସରରେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ଝିଅମାନଙ୍କ…

ବଢୁଛି ଶିଶୁ ଶ୍ରମିକ, ନାବାଳିକା ଯୌନ ନିର୍ଯାତନା: ସଚେତନତା ନେଇ…

ମହାକାଳପଡ଼ା, ୨୬ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ବଙ୍ଗ ଭାଷାଭାଷୀ ବହୁଳ ପଞ୍ଚାୟତମାନଙ୍କରେ ଶିଶୁ ଶ୍ରମିକ, ନାବାଳିକା ଶିଶୁଙ୍କୁ ଯୌନ ନିର୍ଯାତନା, ଶିଶୁ ଚାଲାଣ…

ବଢିଲା କ୍ୟାନସର ରୋଗୀଙ୍କ ଚିନ୍ତା! ୧ ଲକ୍ଷ ଟଙ୍କାର ଇଞ୍ଜେକ୍ସନରେ କେବଳ ପାଣି ଆଉ ଜୀବାଣୁ

ନୂଆଦିଲ୍ଲୀ,୨୬।୮: ଯେତେବେଳେ ପ୍ରାୟ ଏକ ଲକ୍ଷ ଟଙ୍କା ମୂଲ୍ୟର ଏକ ଇଞ୍ଜେକ୍ସନ ଜଣେ ଗରିବ କର୍କଟ ରୋଗୀଙ୍କ ମାଗଣା ଚିକିତ୍ସା ପାଇଁ ଉଦ୍ଦିଷ୍ଟ ସରକାରୀ ହସ୍ପିଟାଲରୁ ଗାଏବ…

ପୁରୀରେ ପୁଣି ହତ୍ୟାକାଣ୍ଡ

ପୁରୀ, ୨୬।୮ (ଅଜିତ୍ କୁମାର ମହାନ୍ତି): ପୁରୀରେ ପୁଣି ଏକ ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି। ଗତ ଦୁଇ ଦିନ ମଧ୍ୟରେ ପୁରୀରେ ଦୁଇଟି ହତ୍ୟାକାଣ୍ଡ ଘଟିଥିବାରୁ ଏହାକୁ…

ଜଳୁନି ଷ୍ଟ୍ରିଟ ଲାଇଟ: ଚେତାବନୀ ଦେଲେ ଲକ୍ଷ୍ମୀପୁର ଗ୍ରାମବାସୀ, ପଞ୍ଚାୟତ ନିର୍ବାଚନରେ…

ଗଞ୍ଜାମ,୨୬।୮(ବିଦ୍ୟାଧର ସାହୁ): ସରକାର ପଞ୍ଚାୟତର ବିକାଶ ହେଉଛି ବୋଲି ଡିଣ୍ଡିପ ପିଟୁଥିବାବେଳେ ଏବେ ବି କିଛି ପଞ୍ଚାୟତ ଅବହେଳିତ ଅବସ୍ଥାରେ ରହିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri