ଶିଶୁଙ୍କୁ ବିପଦ ବେଶି

ଅଭିମନ୍ୟୁ ଧଳ

ଦଶବର୍ଷରୁ କମ୍‌ ବୟସର ଶିଶୁମାନଙ୍କ ଶରୀରରେ ରୋଗପ୍ରତିରୋଧକ ଶକ୍ତି କମ୍‌ ଥିବାରୁ ସେମାନେ ସହଜରେ କରୋନା ମହାମାରୀରେ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି। ଏଭଳି ପରିସ୍ଥିତିରେ ସେମାନଙ୍କର ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। କରୋନା ଭୂତାଣୁ ଯୋଗୁ ସମଗ୍ର ବିଶ୍ୱରେ ଟିକାକରଣ କାର୍ଯ୍ୟକ୍ରମ ପ୍ରଭାବିତ ହେଉଛି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଏବଂ ୟୁନିସେଫ୍‌ର ଏକ ରିପୋର୍ଟ ଅନୁସାରେ ଏହି ସମସ୍ୟା ମଧ୍ୟରେ ବିଶ୍ୱର ଆଠ କୋଟି ଶିଶୁ ଭୟଙ୍କର ରୋଗ କବଳକୁ ଆସି ପାରନ୍ତି। ଅନେକ ବିଶେଷଜ୍ଞ ଚିନ୍ତା ପ୍ରକଟ କରିଛନ୍ତି ଯେ, ତୁରନ୍ତ କାର୍ଯ୍ୟକ୍ରମ ଆରମ୍ଭ ନ କଲେ ହଇଜା, ରୋଟା ଭାଇରସ, ଡିପ୍‌ଥେରିଆ ଭଳି ବେମାରି ଯୋଗୁ ହେବାକୁ ଥିବା ମୃତ୍ୟୁସଂଖ୍ୟା କରୋନାଠାରୁ ବଳିଯିବ। କେତେକ ଦେଶରେ ମିଳିମିଳା ଓ ପୋଲିଓ ଡ୍ରପ୍‌ କାର୍ଯ୍ୟକ୍ରମକୁ ରୋକାଯାଇଛି। ଏହା ବିକଶିତ ଦେଶରେ ମଧ୍ୟ ଦେଖାଯାଉଛି। ସେଣ୍ଟର୍ସ ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ୍‌ ପ୍ରିଭେନସନ୍ସ ପ୍ରକାଶ କରିଛି ଯେ, ନ୍ୟୁୟର୍କ ସିଟିରେ ଛଅ ସପ୍ତାହ ଲକ୍‌ଡାଉନ୍‌ ଯୋଗୁ ଗତବର୍ଷ ତୁଳନାରେ ପିଲାଙ୍କୁ ଦିଆଯାଉଥିବା ଡୋଜ୍‌ରେ ୬୩% ହ୍ରାସ ଦେଖାଦେଇଛି। ମାତାପିତା ପିଲାକୁ ମେଡିକାଲ ନେବା ପାଇଁ ଡରୁଛନ୍ତି ଏବଂ ଅନ୍ୟପକ୍ଷରେ ସ୍ବାସ୍ଥ୍ୟକର୍ମୀମାନେ କୋଭିଡ୍‌-୧୯ ବିରୋଧରେ ଲଢ଼େଇ ଜାରି ରଖିଥିବାରୁ ସେମାନଙ୍କ ପାଖରେ ସମୟ ନାହିଁ।
କୋଭିଡ୍‌-୧୯ ବିଶ୍ୱସାରା ତା’ର କାୟା ବିସ୍ତାର କରିଥିବାରୁ ଧୀରେଧୀରେ ଶିଶୁମାନଙ୍କ ଅଧିକାର କ୍ଷୁଣ୍ଣ ହେଉଥିବା ଅଭିଯୋଗ ଆସିଛି। ଏହି ମହାମାରୀ ଶିଶୁମାନଙ୍କ ସ୍ବାସ୍ଥ୍ୟ ଅବସ୍ଥାକୁ ଦୁର୍ବଳ କରିପକାଉଛି। ଫଳସ୍ବରୂପ ଆଗାମୀ ଛଅମାସ ଭିତରେ ବିଶ୍ୱରେ ଦିନକୁ ଆହୁରି ଅଧିକ ୬,୦୦୦ ଶିଶୁ ମୃତ୍ୟୁମୁଖରେ ପଡ଼ିବେ ବୋଲି ୟୁନିସେଫ୍‌ ସତର୍କ କରାଇ ଦେଇଛି। ଆକଳନ ଅନୁଯାୟୀ ନିଜର ପଞ୍ଚମ ଜନ୍ମଦିନ ଦେଖିବା ପୂର୍ବରୁ ଏତେ ସଂଖ୍ୟକ ଶିଶୁ ଆରପାରିକୁ ଚାଲିଯାଇଥିବେ। ଦଶନ୍ଧି ଦଶନ୍ଧି ଧରି କେବେ ଏହିଭଳି ପରିସ୍ଥିତି ଉପୁଜି ନ ଥିଲା ବୋଲି ୟୁନିସେଫ୍‌ ଚିନ୍ତା ପ୍ରକଟ କରିଛି। ଯେଉଁ ସମୟରେ ଏକ ମୁକ୍ତବିହଙ୍ଗ ସମ ହସିଖେଳି ସାଙ୍ଗମେଳରେ ସମୟ ବିତାଇବା କଥା, ସେହି ସମୟରେ ମାସ ମାସ ଧରି ଗୃହବନ୍ଦୀ ହୋଇ ରହିବାରୁ ସେମାନେ ଏକ ପ୍ରକାର ମାନସିକ ଚାପରେ ଅଛନ୍ତି।
୧୧୮ଟି ନିମ୍ନ ଓ ମଧ୍ୟମ ଆୟବର୍ଗ ଦେଶରେ ଆଗାମୀ ୬ ମାସ ମଧ୍ୟରେ ନିୟମିତ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ହୋଇ ୧୨ ଲକ୍ଷ ଶିଶୁ ଆଖିବୁଜିବାର ଆଶଙ୍କା ରହିଛି। ଲକ୍‌ଡାଉନ୍‌ ସ୍ଥିତି ଯୋଗୁ ବିଭିନ୍ନ ଶିକ୍ଷାନୁଷ୍ଠାନ ବନ୍ଦ ଥିବାବେଳେ, ଘରର ମୁରବିମାନେ କାମ ନ ପାଇ ଘରେ ବସି ରହିଥିବାରୁ କୋଟି କୋଟି ଶିଶୁଙ୍କର ଏହି ସ୍ବାସ୍ଥ୍ୟ ସମସ୍ୟା ଦିନକୁ ଦିନ ସେମାନଙ୍କ ଅଧିକାରକୁ କ୍ଷୁଣ୍ଣ କରିବାରେ ଲାଗିଛି। ଭାରତରେ ପ୍ରାୟ ଏହି ସମୟ ଭିତରେ ଅବାଞ୍ଛିତ ୯୦ ଲକ୍ଷ ଶିଶୁ ଜନ୍ମ ନେବେ। ଏହାର କାରଣ ଗର୍ଭନିରୋଧ ବଟିକାର ଅଭାବ ବା ଅପହଞ୍ଚ।
ୟୁନିସେଫ୍‌ ଦ୍ୱାରା ପ୍ରସ୍ତୁତ ରିପୋର୍ଟ ଅନୁସାରେ କରୋନା ସଂକ୍ରମଣଜନିତ ଆର୍ଥିକ ଦୁଃସ୍ଥିତି କାରଣରୁ ନିମ୍ନ ଓ ମଧ୍ୟମ ଆୟକାରୀ ରାଷ୍ଟ୍ରଗୁଡ଼ିକର ଏହିବର୍ଷ ଶେଷସୁଦ୍ଧା ଯେତିକି ନୂଆ ଗରିବ ପରିବାର ସୃଷ୍ଟି ହେବ, ସେଥିରେ ୮୬ ନିୟୁତ ଶିଶୁ ଦାରିଦ୍ର୍ୟ ମୁହଁକୁ ଠେଲି ହୋଇଯିବେ। ପୃଥିବୀରେ ଦରିଦ୍ର ପରିବାରର ଶିଶୁମାନଙ୍କ ସଂଖ୍ୟା ୯୭୨ ନିୟୁତ ହୋଇଯିବ। ପୃଥିବୀର ପ୍ରାୟ ସମସ୍ତ ଦେଶରେ ତାଲାବନ୍ଦ ପଦକ୍ଷେପ ନିଆଯାଇଥିବାରୁ ଆର୍ଥିକ ଦୁଃସ୍ଥିତି ଉଗ୍ରରୂପ ଧାରଣ କରିଛି। ଏହାଦ୍ୱାରା ମଧ୍ୟମ ଓ ନିମ୍ନ ଆୟକାରୀ ଦେଶର ଲୋକେ ଅଧିକ ଆକ୍ରାନ୍ତ ହୋଇଛନ୍ତି। ଏହାର କାରଣ ହେଉଛି ବିତ୍ତଶାଳୀ ରାଷ୍ଟ୍ରଗୁଡ଼ିକ ନାଗରିକମାନଙ୍କ ପାଇଁ ଅଜସ୍ର ଅର୍ଥ ଆର୍ଥିକ ସହାୟତା ରୂପେ ପ୍ରଦାନ କରୁଥିବା ବେଳେ ନିମ୍ନ ଓ ମଧ୍ୟମ ଆୟକାରୀ ରାଷ୍ଟ୍ରଗୁଡ଼ିକ ସେଭଳି କରିବାରେ ସମର୍ଥ ହୋଇପାରୁ ନାହାନ୍ତି। ସାଧାରଣତଃ ଦେଖିବାକୁ ମିଳିଥାଏ ଯେ ଏହି ବର୍ଗର ରାଷ୍ଟ୍ରଗୁଡ଼ିକ ପ୍ରମୁଖ ଭାବେ ଅତ୍ୟନ୍ତ ଜନବହୁଳ। ତେଣୁ ସେସବୁ ଦେଶର ଆର୍ଥିକ ସ୍ଥିତି ଅତ୍ୟନ୍ତ ସଙ୍କଟଜନକ ହୋଇପଡ଼ିଛି।
ଭାରତକୁ ଏହି ମହାମାରୀ ଆକ୍ରମଣ ବହୁଳ ଭାବେ ପ୍ରଭାବିତ କରିଛି। ତା’ ସଙ୍ଗକୁ ପ୍ରାକୃତିକ ବିପର୍ଯ୍ୟୟ, ବାତ୍ୟା ଓ ପଙ୍ଗପାଳ ଆକ୍ରମଣ ସମସ୍ୟାକୁ ବଢ଼ାଇତୋଳିଛି। ଧୀରେ ଧୀରେ ତାଲାବନ୍ଦ କୋହଳ ହେଲାଣି। ଆମ ଦେଶରେ ମୃତ୍ୟୁହାର କମ୍‌ ଓ ଆରୋଗ୍ୟ ହାର ଅଧିକ ଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଏହି ସମୟରେ କରୋନା ଭୟ ପିଲାମାନଙ୍କ ଉପରେ ଅଧିକ ରହିବା ସ୍ବାଭାବିକ। ଏମାନେ ଆମ ଦେଶର ଭବିଷ୍ୟତ। ସରକାର ସମୟୋଚିତ ପଦକ୍ଷେପ ଗ୍ରହଣ ନ କଲେ ସେମାନଙ୍କର ଭବିଷ୍ୟତ ଅନ୍ଧକାର ଆଡକୁ ଚାଲିଯିବାର ଆଶଙ୍କା ଦେଖାଦେଇଛି।
ଓସଙ୍ଗରା, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା
ମୋ- ୯୮୬୧୦୪୮୦୫୨


Enter your email to get our daily news in your inbox.

All Right Reserved By Dharitri.Com

ଏଲୋପାଥି ଉପରେ ଆକ୍ରମଣର ନିହିତାର୍ଥ

ଭାଲଚନ୍ଦ୍ର ଷଡ଼ଙ୍ଗୀ ନିକଟରେ ଆଧୁନିକ ଚିକିତ୍ସା ବିଜ୍ଞାନ ବା ଏଲୋପାଥି ଉପରେ ଯୋଗଗୁରୁ ରାମଦେବଙ୍କ ଦାୟିତ୍ୱହୀନ ମନ୍ତବ୍ୟକୁ ନେଇ ଏକ ବଡ଼ ବିବାଦ ସୃଷ୍ଟି ହୋଇଛି।...

ବସନ୍ତ ପଞ୍ଚମୀ

ସୁଧିରାଜ ରାଉତ ବ୍ରହ୍ମଦେବ ସୃଷ୍ଟି ସର୍ଜନା ସାରି ନିଜ ସୃଷ୍ଟିକୁ ଯେବେ ନିରେଖି ଦେଖିଲେ, ତାଙ୍କୁ ଲାଗିଲା ସବୁ ଗଢ଼ା ପରେ ବି ସବୁଠି ଭରି...

ଏଇ ଭାରତରେ

କୋଭିଡ୍‌ ମହାମାରୀରେ ସବୁଠୁ ବଡ଼ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସଂକ୍ରମିତ ଗର୍ଭବତୀମାନେ। ଏହି ସମୟରେ ସନ୍ତାନ ପ୍ରସବ କରିବା ମା’ ଓ ଶିଶୁଙ୍କ ସ୍ବାସ୍ଥ୍ୟ ଦୃଷ୍ଟିରୁ...

କରୋନାର ନାଗରିକତ୍ୱ

କରୋନା ଭୂତାଣୁ ଅଦ୍ୟାବଧି ୩,୦୦୦ ଲୋକଙ୍କ ପ୍ରାଣ ନେଇ ସାରିଥିବା ବେଳେ ବିଶ୍ୱବ୍ୟାପୀ ୯୦,୦୦୦ ଏହା ଦ୍ୱାରା ସଂକ୍ରମିତ ହୋଇଛନ୍ତି। ଇତିମଧ୍ୟରେ ଭୂତାଣୁ ୭୨ ଦେଶକୁ...

ତାଲାବନ୍ଦୀରେ ଘରୋଇ ସହାୟିକା

ସାଧାରଣ ପର୍ବ-ପର୍ବାଣି ହେଉ ଅବା ଧର୍ମଘଟ ହେଉ, ଏହି ଦିନଗୁଡିକରେ ଘରୋଇ ସହାୟିକା ବିନା ଗୋଟିଏ ଗୋଟିଏ ଦିନ ଘର କିପରି ଚଳେ ଆମେ ସମସ୍ତେ...

କଳା ରକ୍ତର ଅନ୍ବେଷଣକାରୀ

ଐତିହାସିକ ଘଟଣାବଳୀକୁ ଚମତ୍କାର ଭାବେ ଉପସ୍ଥାପନ କରିପାରିଲେ ଆଜିର ପିଢ଼ି ତାହାକୁ ପଢ଼ିବାକୁ ଆଗ୍ରହ ପ୍ରକାଶ କରିବେ। ପୂର୍ବଜମାନଙ୍କ ସାହସିକ ପଦକ୍ଷେପ ବା କୀର୍ତ୍ତି ହେଉ...

ଏଇ ଭାରତରେ

ଦୃଷ୍ଟିବାଧିତମାନେ ବି ଚାଷ କରିପାରିବେ। ଏହା ସମ୍ଭବ ହୋଇପାରିଛି ଗିରୀଶ ବଡ୍ରାଗୋଣ୍ଡଙ୍କ ଦ୍ୱାରା। ଗିରୀଶଙ୍କ ଘର କର୍ନାଟକର ବିଜାପୁରରେ। ସେ ଚାଷ ମାଧ୍ୟମରେ ଦୃଷ୍ଟିବାଧିତଙ୍କ ଜୀବନରେ...

ଅର୍ଥନୀତିରେ ବିବିଧତା ସମସ୍ୟା

ଡ୍ୟାନି ରୋର୍ଡିକ ଯୋଶେଫ ଇ.ଷ୍ଟିଗ୍‌ଲାଇଜ୍‌ ଜଣେ ପ୍ରତିଷ୍ଠିତ ଅର୍ଥନୀତିଜ୍ଞ। ତାଙ୍କ କ୍ୟାରିୟର୍‌ ଆରମ୍ଭରେ ସେ କେନିଆରେ ଅଧିକ ଦିନ ରହିଥିଲେ। ସେଠାରେ ସ୍ଥାନୀୟ ଅର୍ଥ ବ୍ୟବସ୍ଥାର...

Advertisement


Archives

Model This Week