ଶିଶୁଙ୍କୁ ବିପଦ ବେଶି

ଅଭିମନ୍ୟୁ ଧଳ

ଦଶବର୍ଷରୁ କମ୍‌ ବୟସର ଶିଶୁମାନଙ୍କ ଶରୀରରେ ରୋଗପ୍ରତିରୋଧକ ଶକ୍ତି କମ୍‌ ଥିବାରୁ ସେମାନେ ସହଜରେ କରୋନା ମହାମାରୀରେ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି। ଏଭଳି ପରିସ୍ଥିତିରେ ସେମାନଙ୍କର ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। କରୋନା ଭୂତାଣୁ ଯୋଗୁ ସମଗ୍ର ବିଶ୍ୱରେ ଟିକାକରଣ କାର୍ଯ୍ୟକ୍ରମ ପ୍ରଭାବିତ ହେଉଛି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଏବଂ ୟୁନିସେଫ୍‌ର ଏକ ରିପୋର୍ଟ ଅନୁସାରେ ଏହି ସମସ୍ୟା ମଧ୍ୟରେ ବିଶ୍ୱର ଆଠ କୋଟି ଶିଶୁ ଭୟଙ୍କର ରୋଗ କବଳକୁ ଆସି ପାରନ୍ତି। ଅନେକ ବିଶେଷଜ୍ଞ ଚିନ୍ତା ପ୍ରକଟ କରିଛନ୍ତି ଯେ, ତୁରନ୍ତ କାର୍ଯ୍ୟକ୍ରମ ଆରମ୍ଭ ନ କଲେ ହଇଜା, ରୋଟା ଭାଇରସ, ଡିପ୍‌ଥେରିଆ ଭଳି ବେମାରି ଯୋଗୁ ହେବାକୁ ଥିବା ମୃତ୍ୟୁସଂଖ୍ୟା କରୋନାଠାରୁ ବଳିଯିବ। କେତେକ ଦେଶରେ ମିଳିମିଳା ଓ ପୋଲିଓ ଡ୍ରପ୍‌ କାର୍ଯ୍ୟକ୍ରମକୁ ରୋକାଯାଇଛି। ଏହା ବିକଶିତ ଦେଶରେ ମଧ୍ୟ ଦେଖାଯାଉଛି। ସେଣ୍ଟର୍ସ ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ୍‌ ପ୍ରିଭେନସନ୍ସ ପ୍ରକାଶ କରିଛି ଯେ, ନ୍ୟୁୟର୍କ ସିଟିରେ ଛଅ ସପ୍ତାହ ଲକ୍‌ଡାଉନ୍‌ ଯୋଗୁ ଗତବର୍ଷ ତୁଳନାରେ ପିଲାଙ୍କୁ ଦିଆଯାଉଥିବା ଡୋଜ୍‌ରେ ୬୩% ହ୍ରାସ ଦେଖାଦେଇଛି। ମାତାପିତା ପିଲାକୁ ମେଡିକାଲ ନେବା ପାଇଁ ଡରୁଛନ୍ତି ଏବଂ ଅନ୍ୟପକ୍ଷରେ ସ୍ବାସ୍ଥ୍ୟକର୍ମୀମାନେ କୋଭିଡ୍‌-୧୯ ବିରୋଧରେ ଲଢ଼େଇ ଜାରି ରଖିଥିବାରୁ ସେମାନଙ୍କ ପାଖରେ ସମୟ ନାହିଁ।
କୋଭିଡ୍‌-୧୯ ବିଶ୍ୱସାରା ତା’ର କାୟା ବିସ୍ତାର କରିଥିବାରୁ ଧୀରେଧୀରେ ଶିଶୁମାନଙ୍କ ଅଧିକାର କ୍ଷୁଣ୍ଣ ହେଉଥିବା ଅଭିଯୋଗ ଆସିଛି। ଏହି ମହାମାରୀ ଶିଶୁମାନଙ୍କ ସ୍ବାସ୍ଥ୍ୟ ଅବସ୍ଥାକୁ ଦୁର୍ବଳ କରିପକାଉଛି। ଫଳସ୍ବରୂପ ଆଗାମୀ ଛଅମାସ ଭିତରେ ବିଶ୍ୱରେ ଦିନକୁ ଆହୁରି ଅଧିକ ୬,୦୦୦ ଶିଶୁ ମୃତ୍ୟୁମୁଖରେ ପଡ଼ିବେ ବୋଲି ୟୁନିସେଫ୍‌ ସତର୍କ କରାଇ ଦେଇଛି। ଆକଳନ ଅନୁଯାୟୀ ନିଜର ପଞ୍ଚମ ଜନ୍ମଦିନ ଦେଖିବା ପୂର୍ବରୁ ଏତେ ସଂଖ୍ୟକ ଶିଶୁ ଆରପାରିକୁ ଚାଲିଯାଇଥିବେ। ଦଶନ୍ଧି ଦଶନ୍ଧି ଧରି କେବେ ଏହିଭଳି ପରିସ୍ଥିତି ଉପୁଜି ନ ଥିଲା ବୋଲି ୟୁନିସେଫ୍‌ ଚିନ୍ତା ପ୍ରକଟ କରିଛି। ଯେଉଁ ସମୟରେ ଏକ ମୁକ୍ତବିହଙ୍ଗ ସମ ହସିଖେଳି ସାଙ୍ଗମେଳରେ ସମୟ ବିତାଇବା କଥା, ସେହି ସମୟରେ ମାସ ମାସ ଧରି ଗୃହବନ୍ଦୀ ହୋଇ ରହିବାରୁ ସେମାନେ ଏକ ପ୍ରକାର ମାନସିକ ଚାପରେ ଅଛନ୍ତି।
୧୧୮ଟି ନିମ୍ନ ଓ ମଧ୍ୟମ ଆୟବର୍ଗ ଦେଶରେ ଆଗାମୀ ୬ ମାସ ମଧ୍ୟରେ ନିୟମିତ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ହୋଇ ୧୨ ଲକ୍ଷ ଶିଶୁ ଆଖିବୁଜିବାର ଆଶଙ୍କା ରହିଛି। ଲକ୍‌ଡାଉନ୍‌ ସ୍ଥିତି ଯୋଗୁ ବିଭିନ୍ନ ଶିକ୍ଷାନୁଷ୍ଠାନ ବନ୍ଦ ଥିବାବେଳେ, ଘରର ମୁରବିମାନେ କାମ ନ ପାଇ ଘରେ ବସି ରହିଥିବାରୁ କୋଟି କୋଟି ଶିଶୁଙ୍କର ଏହି ସ୍ବାସ୍ଥ୍ୟ ସମସ୍ୟା ଦିନକୁ ଦିନ ସେମାନଙ୍କ ଅଧିକାରକୁ କ୍ଷୁଣ୍ଣ କରିବାରେ ଲାଗିଛି। ଭାରତରେ ପ୍ରାୟ ଏହି ସମୟ ଭିତରେ ଅବାଞ୍ଛିତ ୯୦ ଲକ୍ଷ ଶିଶୁ ଜନ୍ମ ନେବେ। ଏହାର କାରଣ ଗର୍ଭନିରୋଧ ବଟିକାର ଅଭାବ ବା ଅପହଞ୍ଚ।
ୟୁନିସେଫ୍‌ ଦ୍ୱାରା ପ୍ରସ୍ତୁତ ରିପୋର୍ଟ ଅନୁସାରେ କରୋନା ସଂକ୍ରମଣଜନିତ ଆର୍ଥିକ ଦୁଃସ୍ଥିତି କାରଣରୁ ନିମ୍ନ ଓ ମଧ୍ୟମ ଆୟକାରୀ ରାଷ୍ଟ୍ରଗୁଡ଼ିକର ଏହିବର୍ଷ ଶେଷସୁଦ୍ଧା ଯେତିକି ନୂଆ ଗରିବ ପରିବାର ସୃଷ୍ଟି ହେବ, ସେଥିରେ ୮୬ ନିୟୁତ ଶିଶୁ ଦାରିଦ୍ର୍ୟ ମୁହଁକୁ ଠେଲି ହୋଇଯିବେ। ପୃଥିବୀରେ ଦରିଦ୍ର ପରିବାରର ଶିଶୁମାନଙ୍କ ସଂଖ୍ୟା ୯୭୨ ନିୟୁତ ହୋଇଯିବ। ପୃଥିବୀର ପ୍ରାୟ ସମସ୍ତ ଦେଶରେ ତାଲାବନ୍ଦ ପଦକ୍ଷେପ ନିଆଯାଇଥିବାରୁ ଆର୍ଥିକ ଦୁଃସ୍ଥିତି ଉଗ୍ରରୂପ ଧାରଣ କରିଛି। ଏହାଦ୍ୱାରା ମଧ୍ୟମ ଓ ନିମ୍ନ ଆୟକାରୀ ଦେଶର ଲୋକେ ଅଧିକ ଆକ୍ରାନ୍ତ ହୋଇଛନ୍ତି। ଏହାର କାରଣ ହେଉଛି ବିତ୍ତଶାଳୀ ରାଷ୍ଟ୍ରଗୁଡ଼ିକ ନାଗରିକମାନଙ୍କ ପାଇଁ ଅଜସ୍ର ଅର୍ଥ ଆର୍ଥିକ ସହାୟତା ରୂପେ ପ୍ରଦାନ କରୁଥିବା ବେଳେ ନିମ୍ନ ଓ ମଧ୍ୟମ ଆୟକାରୀ ରାଷ୍ଟ୍ରଗୁଡ଼ିକ ସେଭଳି କରିବାରେ ସମର୍ଥ ହୋଇପାରୁ ନାହାନ୍ତି। ସାଧାରଣତଃ ଦେଖିବାକୁ ମିଳିଥାଏ ଯେ ଏହି ବର୍ଗର ରାଷ୍ଟ୍ରଗୁଡ଼ିକ ପ୍ରମୁଖ ଭାବେ ଅତ୍ୟନ୍ତ ଜନବହୁଳ। ତେଣୁ ସେସବୁ ଦେଶର ଆର୍ଥିକ ସ୍ଥିତି ଅତ୍ୟନ୍ତ ସଙ୍କଟଜନକ ହୋଇପଡ଼ିଛି।
ଭାରତକୁ ଏହି ମହାମାରୀ ଆକ୍ରମଣ ବହୁଳ ଭାବେ ପ୍ରଭାବିତ କରିଛି। ତା’ ସଙ୍ଗକୁ ପ୍ରାକୃତିକ ବିପର୍ଯ୍ୟୟ, ବାତ୍ୟା ଓ ପଙ୍ଗପାଳ ଆକ୍ରମଣ ସମସ୍ୟାକୁ ବଢ଼ାଇତୋଳିଛି। ଧୀରେ ଧୀରେ ତାଲାବନ୍ଦ କୋହଳ ହେଲାଣି। ଆମ ଦେଶରେ ମୃତ୍ୟୁହାର କମ୍‌ ଓ ଆରୋଗ୍ୟ ହାର ଅଧିକ ଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଏହି ସମୟରେ କରୋନା ଭୟ ପିଲାମାନଙ୍କ ଉପରେ ଅଧିକ ରହିବା ସ୍ବାଭାବିକ। ଏମାନେ ଆମ ଦେଶର ଭବିଷ୍ୟତ। ସରକାର ସମୟୋଚିତ ପଦକ୍ଷେପ ଗ୍ରହଣ ନ କଲେ ସେମାନଙ୍କର ଭବିଷ୍ୟତ ଅନ୍ଧକାର ଆଡକୁ ଚାଲିଯିବାର ଆଶଙ୍କା ଦେଖାଦେଇଛି।
ଓସଙ୍ଗରା, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା
ମୋ- ୯୮୬୧୦୪୮୦୫୨


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜାପାନର କୃଷି ପଦ୍ଧତି ଦ୍ୱାରା ଅନୁପ୍ରାଣିତ ହୋଇ କେରଳର ମହିଳା ଚାଷୀ ଉଷା ଶୋଲାପାନି ଲୋପ ପାଇଯାଉଥିବା ୧୦୦୦ କିସମର ଦେଶୀ ଧାନ ସଂରକ୍ଷଣ କରିବାରେ ସକ୍ଷମ…

ଧନ୍ୟ ସେ ଉପାସନା

କେବଳ କ’ଣ କବିମାନେ ପ୍ରକୃତିର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ କବିତା ଲେଖୁଥିବେ? କେବଳ କ’ଣ ଏବେ ମଧ୍ୟ ଆମ ଜୀବନରକ୍ଷାକାରୀ ଚାଷୀଭାଇ ଧାନବିଲରେ ହଳ କରୁ କରୁ…

ବିଶ୍ୱ ଚାହେଁ ରାଜନୈତିକ ରୂପାନ୍ତର

ପାଶ୍ଚାତ୍ୟ ଜଗତ ମନୁଷ୍ୟର ବୁଦ୍ଧିଗତ, ଭାବମୟ, ପ୍ରାଣଗତ ଏବଂ ଭୌତିକ ଜୀବନର ବିକାଶକୁ ତା’ର ଆଦର୍ଶ ବୋଲି ଗ୍ରହଣ କରିଥିଲା। ମାତ୍ର ତାହାର ଆମତ୍ିକ ସ୍ଥିତିର ବୃହତର…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri