‘ଦିବ୍ୟାଙ୍ଗ ଅଧିକାର ଅଧିନିୟମ ସଠିକ୍‌ କାର୍ଯ୍ୟକାରୀ ହେଉ’

ଭଞ୍ଜନଗର,୨୯ା୧୧(ବାବୁଲା ପ୍ରଧାନ): ବିଶ୍ୱ ଭିନ୍ନକ୍ଷମ ଦିବସ ଅବସରରେ ଓଡ଼ିଶା ବିକଳାଙ୍ଗ ମଞ୍ଚ ଓ ବାର୍ଡ ମିଳିତ ସହଯୋଗରେ ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ପଞ୍ଚାୟତ ସଭାଗୃହରେ ଶନିବାର ‘ଆମ ଅଧିକାର ଆମକୁ ଦିଅ’ ଉପରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ବାର୍ଡ ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ଏବଂ ଓଡ଼ିଶା ବିକଳାଙ୍ଗ ମଞ୍ଚ ସଭାପତି ନିରଞ୍ଜନ ବେହେରା ଯୋଗଦେଇ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଅଧିକାର ଅଧିନିୟମ, ୨୦୧୬ ସଠିକ୍‌ ଭାବେ କାର୍ଯ୍ୟକାରୀ ହେଉ ବୋଲି ମିଳିତ ଭାବେ ଦାବି କରିଥିଲେ। ସଚେତନତା ଓ ଆନ୍ତରିକତାର ଅଭାବ କାରଣରୁ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ ଥିବା ଅଧିକାରଗୁଡ଼ିକ ସଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରୁ ନାହିଁ କି ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ପାଖରେ ସରକାରୀ ଯୋଜନା ମଧ୍ୟ ଠିକ୍‌ ଭାବେ ପହଞ୍ଚି ପାରୁନାହିଁ। ଏନେଇ ପୁର୍ବରୁ ମୁଖ୍ୟମନ୍ତ୍ରୀ ଓ ସମ୍ପୃକ୍ତ ମନ୍ତ୍ରୀ ପରିଷଦକୁ ବିଭିନ୍ନ ମାଧ୍ୟମରେ ଦାବିପତ୍ର ପଠାଯାଇଥିଲା। ଇତିମଧ୍ୟରେ ଉକ୍ତ ଆଇନ ଲାଗୁ ହେବାର ୧୦ ବର୍ଷ ବିତିବାକୁ ବସିଛି କିନ୍ତୁ ହିତାଧିକାରୀଙ୍କ ପାଖରେ ସରକାରୀ ଯୋଜନା ଠିକ୍‌ ଭାବେ ପହଞ୍ଚି ପାରୁନାହିଁ। ବେଞ୍ଚମାର୍କ ଦିବ୍ୟାଙ୍ଗଙ୍କୁ ମାସିକ ଭତ୍ତା ୩୫୦୦ ଟଙ୍କା ପ୍ରଦାନ, ଘୁମୁସର ଜିଲା ଘୋଷଣା ହେବା ପର୍ଯ୍ୟନ୍ତ ଗଞ୍ଜାମ ଜିଲାପାଳ ଭଞ୍ଜନଗର ଉପଜିଲାପାଳ କାର୍ଯ୍ୟାଳୟରେ ଧାରାବାହିକ କାର୍ଯ୍ୟ କରିବା, ଭାରତ ସରକାରଙ୍କ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଅଧିକାର ଅଧିନିୟମ, ୨୦୧୬ର ଅଧ୍ୟାୟ ୮ରେ ପ୍ରଦତ୍ତ ଧାରା ୪୦ ରୁ ୪୫ ଉଲ୍ଲେଖ ଅନୁଯାୟୀ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ପରିବହନକୁ ସୁଗମ୍ୟ ଉପସ୍ଥିତି ଭାବରେ ଗଢ଼ାଯାଇ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ଲିଫ୍ଟ ଓ ରାମ୍ପର ବ୍ୟବସ୍ଥା କରାଯାଉ। ଭଞ୍ଜନଗର ରାଜସ୍ବ ଉପଖଣ୍ଡ ଅଞ୍ଚଳରେ ଦିବ୍ୟାଙ୍ଗମାନଙ୍କ ଶିକ୍ଷା ଓ ଧନ୍ଦାମୂଳକ ଯୋଜନା ପାଇଁ ଆଇଆଇସି ନିର୍ମାଣ କରିବା, ଦୃଷ୍ଟିହୀନ, କଥାହେବା ଏବଂ ଶୁଣିବା ଅସୁବିଧା ହେଉଥିବା ଦିବ୍ୟାଙ୍ଗଙ୍କ ନିମନ୍ତେ ସ୍ବତନ୍ତ୍ର ବିଦ୍ୟାଳୟ ଖୋଲାଯିବା। ଘରୋଇ ଓ ସରକାରୀ ବସ୍‌ ଭିତରେ ବସଷ୍ଟପରେ ଓ ବସ୍‌ଷ୍ଟାଣ୍ଡରେ ଦିବ୍ୟାଙ୍ଗମାନଙ୍କ ସୁବିଧା ଓ ପରିବହନ ଯାତାୟାତ ପାଇଁ ସେମାନଙ୍କ ଅଧିକାର ଓ ରିହାତି ଘୋଷଣା ସମ୍ବନ୍ଧୀୟ ସୂଚନା ଫଳକ ଲଗାଇବା, ପ୍ରଧାନମନ୍ତ୍ରୀ ଆବାସିକ ଯୋଜନା ତଥା ରାଜ୍ୟ ଆବାସିକ ଯୋଜନାରେ ଓ ଅନ୍ୟାନ୍ୟ ସମସ୍ତ ପୋର୍ଟାଲରେ ଦିବ୍ୟାଙ୍ଗମାନଙ୍କ ପାଇଁ ସ୍ବତନ୍ତ୍ର କଲମ ରଖିବା, ଦିବ୍ୟାଙ୍ଗ ଭିତରେ ବିବାହକୁ ମାନ୍ୟତା ଦେଇ ୨.୫୦ ଲକ୍ଷ ଆର୍ଥିକ ସହାୟତା, ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଯୋଜନା, ରାଜ୍ୟ ସରକାରଙ୍କ ଗୋପବନ୍ଧୁ ସ୍ବାସ୍ଥ୍ୟ ଯୋଜନାରେ ସେମାନଙ୍କୁ ସାମିଲ କରାଯାଉ। ଭୀମଭୋଇ ସାମର୍ଥ୍ୟ ଶିବିର କେବଳ ଚିହ୍ନଟ ନରହି ୨୭ଟି ସେବା ଦିବ୍ୟାଙ୍ଗଙ୍କ ପାଖରେ ପହଞ୍ଚୁଛି କି ନାହିଁ ତା’ପରେ ସମ୍ପୃକ୍ତ ଅଧିକାରୀଙ୍କୁ ଉତ୍ତରଦାୟୀ କରାଯାଉ। ଏ ନେଇ କରାଯାଉ ଥିବା କୋଟିକୋଟି ଟଙ୍କା ଖର୍ଚ୍ଚ ବନ୍ଦ କରାଯାଉ। ରାଜ୍ୟରେ ବ୍ଲକଗୁଡ଼ିକରେ ଖାଲି ପଡ଼ିଥିବା ସାମାଜିକ ସୁରକ୍ଷା ଅଧିକାରୀ ପଦବୀ ପୂରଣ କରାଯିବା ସଙ୍ଗେସଙ୍ଗେ ବିଏସ୍‌ଏସ୍‌ଓଙ୍କୁ ତାଲିମ ପ୍ରଦାନ, ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଅଧିକାର ଅଧିନିୟମ, ୨୦୧୬ ଅଧ୍ୟାୟ ୧୩ ଓ ଅଧ୍ୟାୟ ୧୬ ଅନୁସାରେ ସ୍ବତନ୍ତ୍ର କୋର୍ଟ ଓ ଦଣ୍ଡ ସଂହିତା ବିଷୟରେ ରାଜ୍ୟର ସମସ୍ତ ଓକିଲ, ମହକିଲ ଓ ପୋଲିସ (ଆରକ୍ଷୀ) ଆଇନ ବିଭାଗଙ୍କୁ ସଚେତନ ପ୍ରଦାନ, ଭଞ୍ଜନଗର ଉପଖଣ୍ଡ ମେଡିକାଲରେ ଖାଲି ପଡ଼ିଥିବା ଅସ୍ଥିଶଲ୍ୟ, ଚକ୍ଷୁ ଓ ମେଡିସିନ ବିଭାଗର ବିଶେଷଜ୍ଞ ପଦବୀଗୁଡ଼ିକୁ ପୂରଣ, ଜାଲ ପ୍ରମାଣପତ୍ର ପ୍ରତି ସତର୍କ ରହିବା ଓ ଦଲାଲମାନଙ୍କୁ ଧରିବା ପାଇଁ ଯାଞ୍ଚ ଟିମ ଗଠନ କରିବା, ପିଛିଲା ଭାବରେ ଶିକ୍ଷିତ ବେକାର ଦିବ୍ୟାଙ୍ଗଙ୍କୁ ସରକାରୀ ସ୍ତରରେ ନିଯୁକ୍ତି ପ୍ରଦାନ, ଚାକିରି କ୍ଷେତ୍ରରେ ଦିବ୍ୟାଙ୍ଗ କର୍ମଚାରୀମାନଙ୍କୁ ପଦୋନ୍ନତି, ଦିବ୍ୟାଙ୍ଗ କ୍ରୀଡ଼ା ବିକାଶ ପାଇଁ ପଞ୍ଚାୟତସ୍ତରରୁ ରାଜ୍ୟ ଓ ଜାତୀୟସ୍ତର ପର୍ଯ୍ୟନ୍ତ କ୍ରୀଡ଼ା ଭିତ୍ତିଭୂମିର ଆନୁଷଙ୍ଗିକ ବିକାଶ, ପଞ୍ଚାୟତଠାରୁ ପାର୍ଲିଆମେଣ୍ଟ ପର୍ଯ୍ୟନ୍ତ ଆଗାମୀ ସମସ୍ତ ନିର୍ବାଚନରେ ଦିବ୍ୟାଙ୍ଗଙ୍କୁ ସ୍ଥାନ ସଂରକ୍ଷଣ ଦେବା ପାଇଁ ଉଭୟ ଦାବି କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?