ପୈତୃକ ସମ୍ପତ୍ତିରେ କନ୍ୟାସନ୍ତାନର ଅଧିକାର

ନଗେନ୍ଦ୍ର ନାଥ ପଟ୍ଟନାୟକ

 

ଏଇ ନିକଟରେ ସର୍ବୋଚ୍ଚ ନ୍ୟାୟାଳୟ ମହିଳାଙ୍କ ଅଧିକାର କ୍ଷେତ୍ରରେ ଏକ ଯୁଗାନ୍ତକାରୀ ରାୟ ଶୁଣାଇଛନ୍ତି। ଶୀର୍ଷ ଅଦାଲତ ଦର୍ଶାଇଛନ୍ତି ଯେ ପୈତୃକ ସମ୍ପତ୍ତି ଉପରେ ପୁତ୍ରଙ୍କ ଭଳି କନ୍ୟାର ମଧ୍ୟ ସମାନ ଅଧିକାର ରହିଛି, ସେଥିରୁ ଟିକିଏ ବି କମ୍‌ ନୁହେଁ ।
ଏଥିସହିତ ସୁପ୍ରିମକୋର୍ଟ ମଧ୍ୟ ପରିଷ୍କାର ଭାବେ ସୂଚାଇଛନ୍ତି ଯେ, କନ୍ୟାଟିଏ ଜନ୍ମ ହେବାମାତ୍ରେ ପୈତୃକ ସମ୍ପତ୍ତିର ଦାବିଦାର ପାଲଟିଯାଏ। ମୁଖ୍ୟ ନ୍ୟାୟାଧୀଶ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ ଏଭଳି ଏକ ଐତିହାସିକ ରାୟ ଶୁଣାଇଛନ୍ତି ।
ସୁପ୍ରିମକୋର୍ଟ ନିଜର ଏହି ଗୁରୁତ୍ୱପୂର୍ଣ୍ଣ ରାୟରେ ହିନ୍ଦୁ ଉତ୍ତରାଧିକାରୀ ଅଧିନିୟମକୁ ବ୍ୟାଖ୍ୟାନ କରି କହିଛନ୍ତି, କୌଣସି କନ୍ୟାସନ୍ତାନକୁ ପୈତୃକ ସମ୍ପତ୍ତିରୁ ବଞ୍ଚିତ କରାଯାଇ ପାରିବ ନାହିଁ । ହିନ୍ଦୁ ଉତ୍ତରାଧିକାରୀ ଆଇନ୍‌, ୧୯୫୬ର ସଂଶୋଧନ ପୂର୍ବରୁ କନ୍ୟାଟିଏ ଜନ୍ମ ହେଉ କି ପରେ ପୁତ୍ରସନ୍ତାନ ପରି ପୈତୃକ ସମ୍ପତ୍ତି ଉପରେ ତା’ର ବି ସମାନ ଅଧିକାର ରହିଛି । ତେବେ ବାସ୍ତବ ଦୃଷ୍ଟିକୋଣରୁ ଦେଖିଲେ ମହିଳାମାନେ ସାମାଜିକ ସମ୍ପର୍କକୁ ଧ୍ୟାନରେ ରଖି ନିଜ ପିତାଙ୍କ ସମ୍ପତ୍ତିରୁ ନ୍ୟାଯ୍ୟ ଭାଗ ଦାବି କରିଥାନ୍ତି, ଯାହାଫଳରେ ହିନ୍ଦୁ ଉତ୍ତରାଧିକାରୀ ସଂଶୋଧନ ଆଇନ ୨୦୦୫ ଅନେକ ମହିଳାଙ୍କ ପାଇଁ ବଡ ପ୍ରତିବନ୍ଧକ ସୃଷ୍ଟି କରିଥାଏ। ଖାସ୍‌ ଏଥିଯୋଗୁ ବିଗତ ପନ୍ଦରବର୍ଷ ଧରି ଅଧିକାଂଶ ମହିଳାଙ୍କୁ ନିଜ ପୈତୃକ ସମ୍ପତ୍ତିର ଅଧିକାରରୁ ବଞ୍ଚିିତ ହେବାର ଦେଖିବାକୁ ମିଳିଥିଲା।
ଏହି ସଦ୍ୟତମ ମାମଲାର ଶୁଣାଣି କଲାବେଳେ ଦୁଇଟି ରାୟ ଯଥା-ପ୍ରକାଶ ବନାମ ଫୁମତି (୨୦୧୬) ଓ ଦନାମ୍ମା ଓରଫ ସମନ ସରପୁର ବନାମ ଅମନ (୨୦୧୮) କ୍ଷେତ୍ରରେ ବିରୋଧାଭାସ ପରିଦୃଷ୍ଟ ହେବାରୁ ସୁପ୍ରିମକୋର୍ଟ ଆଇନ ବ୍ୟବସ୍ଥାକୁ ନିର୍ଦ୍ଧାରଣ କରିବା ସକାଶେ ସ୍ପର୍ଶକାତର ମାମଲାଟିକୁ ତିନି ବିଚାରପତିଙ୍କୁ ହସ୍ତାନ୍ତର କରିଥିଲେ। ବିଚାରପତି ଅରୁଣ ମିଶ୍ର, ଏସ.ଅବଦୁଲ ନଜିର ଓ ଏମ.ଆର. ଶାହାକୁ ନେଇ ଗଠିତ ଖଣ୍ଡପୀଠ ତାଙ୍କ ରାୟରେ ଦର୍ଶାଇଛନ୍ତି ଯେ, ଯେହେତୁ କନ୍ୟାସନ୍ତାନ ଜନ୍ମରୁ ପୈତୃକ ସମ୍ପତ୍ତି ଉପରେ ଅଧିକାର ପ୍ରାପ୍ତ କରିସାରିଛି ।
ତେଣୁ ସଂଶୋଧନ ଆଇନ ଲାଗୁହେବା ଦିନଠାରୁ ପିତା ଜୀବିତ ରହିବା କଥାର କୌଣସି ଆବଶ୍ୟକତା ନାହିଁ । ବିଶେଷକରି ତିନିଜଣିଆ ଖଣ୍ଡପୀଠର ଅଧ୍ୟକ୍ଷ ନ୍ୟାୟାଧୀଶ ଅରୁଣ ମିଶ୍ର ଏକଥା ବି ଦୋହରାଇଛନ୍ତିି ଯେ ପୁତ୍ରସନ୍ତାନ ସେଯାଏ ପୁତ୍ର ହୋଇ ରହେ ଯେପର୍ଯ୍ୟନ୍ତ ତାକୁ ପତ୍ନୀ ମିଳି ନ ଥାନ୍ତି, ପରନ୍ତୁ କନ୍ୟାସନ୍ତାନ ଜୀବନତମାମ କନ୍ୟାଟିଏ ହୋଇ ରହିଥାଏ। ସେମାନଙ୍କ ମତାନୁସାରେ ମାତାପିତାଙ୍କ ପ୍ରତି କନ୍ୟାଟିର ଆଜୀବନ ଅତୁଟ ସ୍ନେହ-ମମତା ଓ ଆଦରଭାବ ପ୍ରକଟିତ ହୋଇଥାଏ । ସୁତରାଂ ଏହିରାୟରୁ ଗୋଟିଏ କଥା ସ୍ପଷ୍ଟଭାବେ ଜଣାପଡେ ଯେ, କନ୍ୟାସନ୍ତାନମାନେ ପୁତ୍ରସନ୍ତାନ ତୁଳନାରେ ନିଜର ମାତାପିତା ପ୍ରତି ଭାବଗତ ଭାବେ ଯୋଡିହୋଇ ରହିଥାନ୍ତି। ସେମାନଙ୍କର ଏହି ଟିପ୍ପଣୀରେ ଅବଶ୍ୟ ଅତିଶୟୋକ୍ତି ତଥା ଅପବାଦର ସ୍ବର ନିହିତ ଥାଇପାରେ। ତଥାପି ସର୍ବୋଚ୍ଚ ନ୍ୟାୟାଳୟ ଏଭଳି ଏକ ନ୍ୟାୟିକ ସୁଧାର ଆଣିପାରିଛନ୍ତିି, ଯାହା କି କନ୍ୟାସନ୍ତାନମାନଙ୍କୁ ପୁତ୍ରସନ୍ତାନଙ୍କ ପରି ପୈତୃକ ସମ୍ପତ୍ତି ନ୍ୟାଯ୍ୟ ଅଧିକାର ପ୍ରଦାନ କରିଛି ତାହା ନୁହେଁ, ବରଂ ଲିଙ୍ଗଗତ ନ୍ୟାୟକୁ ମଧ୍ୟ ଅଭିନବ ଢଙ୍ଗରେ ପରିଭାଷିତ କରିପାରିଛି।
୨୦୦୦ରେ ବିଧି ଆୟୋଗଙ୍କ ଦ୍ୱାରା ପ୍ରକାଶିତ ରିପୋର୍ଟ ସୂଚାଇ ଦେଇଛି ଯେ, ସାଧାରଣ ବ୍ୟକ୍ତିବିଶେଷଙ୍କ ଫାଇଦା ସକାଶେ ସବୁ ପ୍ରକାର ଆଇନ-କାନୁନ ପ୍ରଣୟନ, ନୀତି-ନିୟମ ନିର୍ଦ୍ଧାରଣ ହେବା ବାଞ୍ଛନୀୟ କାରଣ ସମ୍ପତ୍ତିର ଅଧିକାର ମନୁଷ୍ୟର ସ୍ବାଧୀନତା ଓ ବିକାଶ ଲାଗି ଖୁବ୍‌ ମହତ୍ତ୍ୱପୂର୍ଣ୍ଣ।
ବିଧି ଆୟୋଗ ଏହି ଆଇନକୁ ବଦଳାଇବାକୁ ପରାମର୍ଶ ଦେଇଥିଲେ, କାହିଁକି ନା ଏହି ଆଇନ ହିନ୍ଦୁ ଅବିଭାଜିତ ଯୌଥ ପରିବାରରେ ମହିଳାମାନଙ୍କୁ ସହ-ଉତ୍ତରାଧିକାରିଣୀ ହେବାକୁ ରୋକୁଥିଲା। ଆଉ ସେତେବେଳ ପର୍ଯ୍ୟନ୍ତ ଏହି ଅଧିକାର ପୁରୁଷ ବଂଶଜ, ସେମାନଙ୍କର ମାତା, ପତ୍ନୀ ଓ ଅବିବାହିତ କନ୍ୟାଙ୍କ ହାତମୁଠାରେ ରହୁଥିଲା। ତେବେ ସେ ଯାହାହେଉ, ୨୦୦୫ରେ ବିଧି ଆୟୋଗ ଦ୍ୱାରା ଉପସ୍ଥାପିତ ରିପୋର୍ଟକୁ ସଂସଦରେ ତର୍ଜମା କରାଯାଇଥିଲା ଏବଂ ପରିଶେଷରେ ସେଇ ରିପୋର୍ଟକୁ ସର୍ବସମ୍ମତିକ୍ରମେ ଗ୍ରହଣ କରାଯାଇ ହିନ୍ଦୁ ଉତ୍ତରାଧିକାରୀ ଆଇନ, ୧୯୫୬ରେ ଆବଶ୍ୟକ ସଂଶୋଧନ ଅଣାଯାଇଥିଲା। ତେବେ ପୈତୃକ ସମ୍ପତ୍ତିରେ କେତେକ ମହିଳାଙ୍କୁ ସମାନ ଭାଗୀଦାରି ରୂପେ ସ୍ବୀକାର କରାଯାଇଥିଲେ ମଧ୍ୟ ତହିିଁରେ କିଛିଟା ଅଡୁଆ ତଥା ଗଳାବାଟ ରହିଯାଇଥିଲା। ସଂଶୋଧିତ ଆଇନ ମୁତାବକ ଯଦି ୯ ସେପ୍ଟେମ୍ବର ୨୦୦୫ ବେଳକୁ କନ୍ୟାର ପିତା ଜୀବିତ ଥିବେ ତାହାହେଲେ ଏଇ ଆଇନ ଲାଗୁହେବ। ଅପରପଟେ ପିତା ଦିବଂଗତ ହୋଇଥିଲେ କନ୍ୟା ପୈତୃକ ସମ୍ପତ୍ତିରୁ ବଞ୍ଚିତ ରହିବ। ବର୍ତ୍ତମାନ ସର୍ବୋଚ୍ଚ ନ୍ୟାୟାଳୟର ତିନିଜଣ ବିଚାରପତିଙ୍କ ଖଣ୍ଡପୀଠ ସବୁ ପ୍ରକାର ଭୁଲ୍‌-ଭଟକା, ପ୍ରତିକୂଳତା ତଥା ସମ୍ଭାବ୍ୟ ପ୍ରଶ୍ନଗୁଡିକରେ ପୂର୍ଣ୍ଣଚ୍ଛେଦ ଟାଣିସାରିଛନ୍ତି। ସଦ୍ୟ ପ୍ରକାଶିତ ରାୟ ଅନୁସାରେ ପୈତୃକ ସମ୍ପତ୍ତିରେ ସହ-ଭାଗୀଦାରି ହିନ୍ଦୁ ମହିଳାଙ୍କ ଜନ୍ମରୁ ହିଁ ଉଚିତ ଅଧିକାର ରହିଛି, ଯାହାକୁ କସ୍ମିନକାଳେ ଅସ୍ବୀକାର କରାଯାଇପାରିବ ନାହିଁ । ଯଦି ଇଚ୍ଛାପତ୍ର ବା ଉଇଲ ଲେଖିବା ଆଗରୁ ପିତାଙ୍କ ଦେହାନ୍ତ ହୁଏ ତେବେ ଆଇନତଃ ସମସ୍ତ ଉତ୍ତରାଧିକାରୀଙ୍କୁ ତାଙ୍କ ସମ୍ପତ୍ତି ଉପରେ ସମାନ ଅଧିକାର ରହିବ।
ହିନ୍ଦୁ ଉତ୍ତରାଧିକାରୀ ଆଇନରେ ପୁରୁଷ ଉତ୍ତରାଧିକାରୀଙ୍କୁ ଚାରୋଟି ଶ୍ରେଣୀରେ ବର୍ଗୀକୃତ କରାଯାଇଥାଏ। ଏହି ସୂତ୍ରରେ ପ୍ରାପ୍ତ ପିତାଙ୍କ ସମ୍ପତ୍ତି ଉପରେ ପହିଲେ ପ୍ରଥମଶ୍ରେଣୀର ଉତ୍ତରାଧିକାରୀଙ୍କ ଅଧିକାର ଥାଏ। ଏଥିରେ ବିଧବା, କନ୍ୟାସନ୍ତାନ, ପୁତ୍ରଙ୍କ ସାଙ୍ଗକୁ ଅନ୍ୟ ଲୋକଙ୍କ ଅନ୍ତର୍ଭୁକ୍ତ ହୋଇଥାନ୍ତି। ପ୍ରତ୍ୟେକ ଉତ୍ତରାଧିକାରୀଙ୍କର ସମ୍ପତ୍ତି ଉପରେ ସମାନ ଅଧିକାର ଥାଏ। ସୁତରାଂ କନ୍ୟାସନ୍ତାନଙ୍କର ତାଙ୍କ ପିତାଙ୍କ ସମ୍ପତ୍ତିରେ ପୂରା ହକ୍‌ ସାବ୍ୟସ୍ତ କରିବାର ପ୍ରାବଧାନ ଥାଏ। ତେବେ ଆମ ଦେଶରେ କନ୍ୟାସନ୍ତାନଙ୍କୁ ଆପଣାର ପରିବତ୍ତେର୍ର୍ ପରଘରର ବୋଲି ବିବେଚନା କରାଯାଏ ।
ଖାସ ଏଇଥିପାଇଁ ସମ୍ପତ୍ତି ସବୁକୁ ପୁତ୍ର ନାମରେ କରିଦିଅନ୍ତିି। ସଂପ୍ରତି ସୁପ୍ରିମକୋର୍ଟ କନ୍ୟାମାନଙ୍କୁ ନିଜ ପିତାଙ୍କ ସମ୍ପତ୍ତିରେ ପୁତ୍ରସନ୍ତାନଙ୍କ ଭଳି ସମାନ ଭାଗୀଦାରି ହେବା ଲାଗି ଏକ ଚମତ୍କାର ରାୟ ଶୁଣାଇ ଦେଇଛନ୍ତିି । ହେଲେ ଆମ ଦେଶରେ କନ୍ୟାମାନେ ମାତାପିତାଙ୍କ ସମ୍ପତ୍ତି ଉପରେ ଅଧିକାର ଜାହିର କରିବା ଲାଗି କେବେ ବି ଆଗରୁ ପ୍ରୟାସ କରି ନ ଥିଲେ। ଅବଶ୍ୟ କେତେକ କନ୍ୟାସନ୍ତାନ ବିବାହ ହେବା ଉତ୍ତାରେ ନିଜ ପିତାଙ୍କ ସମ୍ପତ୍ତିରୁ ଭାଗ ଦାବି କରୁଥିବା ଦେଖିବାକୁ ମିଳୁଥିଲା। ଦେଖିବାକୁ ଗଲେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ଯୁଗାନ୍ତକାରୀ ରାୟ ଫଳରେ ସେହି କନ୍ୟାସନ୍ତାନମାନେ ବିଶେଷ ଭାବେ ଆଶ୍ୱସ୍ତି ଲାଭ କରିଥିବା ମନେହୁଏ।
ଯୁଗ୍ମ ସଚିବ, ଓରେରା, ଭୁବନେଶ୍ୱର
ମୋ-୯୪୩୮୩୩୨୧୩୮


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri