ଏଇ ଭାରତରେ

ବ୍ୟସ୍ତବହୁଳ ଜୀବନରେ ନିଜ କାମ କି ପରିବାର କଥା ବୁଝିବାକୁ ସମୟ ମିଳୁ ନ ଥିବାବେଳେ ଫରିଦାବାଦର କିଛି ପରିବାର ଗଛ ଲଗାଇବାରେ ସେମାନଙ୍କ ବହୁ ମୂଲ୍ୟ ସମୟ କଟାଉଛନ୍ତି। ସେଭ୍‌ ଆରାବଳି ସଂସ୍ଥା ସହ ଜଡିତ ଏହି ସବୁ ପରିବାର ଗଛଗୁଡିକୁ ସେମାନଙ୍କ ପରିବାରର ସଦସ୍ୟ ଭାବେ ଗ୍ରହଣ କରିନେଇଛନ୍ତିି। ସେମାନେ ଚାନ୍ଦା ଆଦାୟ କରି ଗଛ ଲଗାଉଛନ୍ତି ଓ ବର୍ଷେ ଯାଏ ତା’ର ଜଗାରଖା କରୁଛନ୍ତି। ଏବେ ସାଢେ ୪ ଲକ୍ଷ ଟଙ୍କା ଆଦାୟ କରି ଟ୍ରାକ୍ଟର-ଟ୍ରଲି ଓ ପାଣି ଟ୍ୟାଙ୍କର କିଣିଛନ୍ତି। ଚାରା ନେବା ଆଣିବା କରିବା ଓ ତାକୁ ଲଗାଇ ପାଣି ଦେବା ପାଇଁ ଏସବୁ କିଣାଯାଇଛି। ପରିବାରଗୁଡ଼ିକର ଏଭଳି କାର୍ଯ୍ୟକୁ ହରିୟାଣା ଜଙ୍ଗଲମନ୍ତ୍ରୀ କଓ୍ବଁରପାଲ ଗୁର୍ଜର, ନିଗମର ଅଧ୍ୟକ୍ଷ ଡ.ୟଶ୍‌ ଗର୍ଗ ପ୍ରଶଂସା କରିବା ସହ ଲୋକମାନେ ସୃଷ୍ଟି କରିଥିବା ଜଙ୍ଗଲକୁ ଆସି ଗଛ ଲଗାଇଛନ୍ତି । ପରିବାର ସଦସ୍ୟମାନଙ୍କ ମଧ୍ୟରୁ ଯଦି କେହି ବାହାରେ ଚାକିରି କରିଥାନ୍ତି ତେବେ ସେମାନେ ଛୁଟିଦିନରେ ସହରରେ ବିକାଶ କରାଯାଉଥିବା ଜଙ୍ଗଲରେ ପହଞ୍ଚି ଶ୍ରମଦାନ କରୁଛନ୍ତି। ଏହି କାର୍ଯ୍ୟରେ ଯଦି ଅର୍ଥ ନିଅଣ୍ଟ ହୁଏ ସେମାନେ ନିଜ ଭିତରେ ଚାନ୍ଦା ଆଦାୟ କରି ତାହା ଭରଣା କରୁଛନ୍ତି। ସଂସ୍ଥାର ସଦସ୍ୟମାନେ ସାରା ଜିଲାରେ ୧୦ ହଜାର ଚାରା ରୋପଣ କରିସାରିଲେଣି । ମୁଖ୍ୟତଃ ବନ ବିଭାଗ, ନଗର ନିଗମର ଜମିରେ ଜଙ୍ଗଲ ବିକାଶ କରାଯାଉଛି। ଏମାନେ କେବଳ ପରିବେଶ ସୁରକ୍ଷା କରୁନାହାନ୍ତି, ବରଂ ଜଳ ସଂରକ୍ଷଣ ଉପରେ ବି ଗୁରୁତ୍ୱ ଦେଉଛନ୍ତି। ଆରାବଳି କ୍ଷେତ୍ରରେ ସେମାନେ ପ୍ରାୟ ୧୦ଟି ପୁଷ୍କରିଣୀ ଖୋଳିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସମାଜରେ ଏମିତି ଦିବ୍ୟାଙ୍ଗ ଅଛନ୍ତି ଯେଉଁମାନେ ଦେଶଭାବନାରେ ଉଦ୍‌ବୁଦ୍ଧ ହେବା ସହ ଅନ୍ୟମାନଙ୍କୁ ଜିଇବାର ରାସ୍ତା ଦେଖାଇବା ପାଇଁ ସବୁ ଦୁଃଖକଷ୍ଟ ଭୁଲିଯାଇଥାନ୍ତି। ମହାରାଷ୍ଟ୍ରର ପ୍ରେରଣା...

ସଂଶୋଧିତ ପାଠ୍ୟକ୍ରମ ଓ ଶିକ୍ଷାବର୍ଷ

ଡ. ଅରୁନ୍ଧତୀ ଦେବୀ ‘ପିଲା ପଢ଼ିବେନି ଗୁରୁତ୍ୱପୂର୍ଣ୍ଣ ପାଠ’ ଏହି ଶୀର୍ଷକରେ ଓଡ଼ିଶାର ନିରପେକ୍ଷ ଓ ଲୋକମତର ଖବର ବୁଝାଯାଉଥିବା ଲୋକପ୍ରିୟ ଦୈନିକ ଖବରକାଗଜ ‘ଧରିତ୍ରୀ’ରେ...

କଡ଼ା ପଦକ୍ଷେପ

ରାଜଧାନୀ ଦିଲ୍ଲୀର ୧୦୭ ବର୍ଷ ପୁରୁଣା ଜିମ୍‌ଖାନା କ୍ଲବ୍‌ ଉଚ୍ଚ ଏବଂ କ୍ଷମତାଶାଳୀ ବ୍ୟକ୍ତିଙ୍କ ପସନ୍ଦ ରହିଆସିଛି। ଏମାନଙ୍କ ସହଯୋଗରେ ବି ଏହା ଚାଲୁଛି। କିନ୍ତୁ...

ଚେଇଁ ଶୋଇଥିବା ଲୋକ

ଶୁଭନାରାୟଣ ଶତପଥୀ କରୋନା ସଂକ୍ରମଣ ଦ୍ୱିତୀୟ ଲହର ଆରମ୍ଭ ସମୟ। ପ୍ରାରମ୍ଭରୁ ସବୁବେଳେ ସଚେତନ କରାଯାଉଥାଏ ଯେ ମାସ୍କ ପିନ୍ଧିବା, ସାମାଜିକ ଦୂରତା, ସାନିଟାଇଜର ବ୍ୟବହାର...

ଜନସ୍ବାସ୍ଥ୍ୟରେ ଜନ ସହଯୋଗ

ଡା. ଅଂଶୁମାନ କର ଜନସ୍ବାସ୍ଥ୍ୟର ଚାରୋଟି ମୂଳ ଆଧାର ହେଲା- ୧. ଜନସ୍ବାସ୍ଥ୍ୟ ସୁରକ୍ଷା, ୨. ଜନସ୍ବାସ୍ଥ୍ୟ ନୀତି, ୩. ରୋଗ ନିରାକରଣ ଅନୁସନ୍ଧାନ, ୪....

ଦେଶର ସଙ୍କଟ ବେଳେ କମ୍ପାନୀଙ୍କ ପୁଷମାସ

ଡ. ସନ୍ତୋଷ କୁମାର ମହାପାତ୍ର ସରକାର ସ୍ବୀକାର କରନ୍ତୁ ବା ନ କରନ୍ତୁ, ବର୍ତ୍ତମାନ ଭାରତୀୟ ଅର୍ଥନୀତି ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଛି।...

ଏଇ ଭାରତରେ

କରୋନା ଦ୍ୱିତୀୟ ଲହର ଏବେ ଭୟଙ୍କର ହୋଇଛି। ଦେଶରେ ଦୈନିକ ହଜାର ହଜାର ଲୋକ ଏଥିରେ ପ୍ରାଣ ହରାଉଛନ୍ତି। ଏଭଳି ଏକ ସଙ୍କଟ ସମୟରେ ଉତ୍ତରପ୍ରଦେଶ...

ବିଭିନ୍ନରେ ଏକତ୍ୱର ଅନୁଭବ

ଜନାର୍ଦ୍ଦନ ବନ୍ଦ୍ୟୋପାଧ୍ୟାୟ ତଥାଗତ ବୁଦ୍ଧଙ୍କୁ ଅନୁସରଣ କରୁଥିବା ଜନଗୋଷ୍ଠୀକୁ ବୌଦ୍ଧ, ପ୍ରଭୁ ଯିଶୁଖ୍ରୀଷ୍ଟଙ୍କୁ ଅନୁସରଣ କରୁଥିବା ଲୋକଙ୍କୁ ଖ୍ରୀଷ୍ଟିଆନ, ହଜରତ ମହମ୍ମଦଙ୍କୁ ଅନୁସରଣ କରୁଥିବା ଗୋଷ୍ଠୀକୁ...

Advertisement


Archives

Model This Week

Why Dharitri