Posted inଫୁରସତ

ଏହି ରେଷ୍ଟୁରାଣ୍ଟରେ ଆଇପ୍ୟାଡ୍‌ ଉପରେ ପରଷା ଯାଏ ଖାଦ୍ୟ

ସାଧାରଣତଃ ଖାଦ୍ୟ ପ୍ଲେଟ୍‌ କିମ୍ବା ଥାଳି ଉପରେ ପରଷାଯାଇ ଖିଆଯାଏ। କିଛି ଲୋକ ପତ୍ର କିମ୍ବା କାଗଜ ତିଆରି ପାତ୍ରରେ ବି ଖାଦ୍ୟ ଖାଆନ୍ତି। ହେଲେ କେହି କେବେ କ’ଣ ମୋବାଇଲ ଓ ଆଇପ୍ୟାଡ ଉପରେ ଖାଦ୍ୟ ଖାଆନ୍ତି? ଭାବୁଥିବେ ଏହା ଆଦୌ ସମ୍ଭବ ନୁହେଁ। କିନ୍ତୁ ଏମିତି ଏକ ରେଷ୍ଟୁରାଣ୍ଟ ଅଛି ଯେଉଁଠି ଖାଦ୍ୟ ଦାମୀ ଆଇପ୍ୟାଡ ଉପରେ ପରଷା ଯାଏ। ଫ୍ରାନ୍ସିସ୍କୋରେ ଅଛି ଏହି ଅଜବ ରେଷ୍ଟୁରାଣ୍ଟ, ଯେଉଁଠି ଖାଦ୍ୟ ପରଷିବା ପାଇଁ ଆଇପ୍ୟାଡକୁ ପ୍ଲେଟ୍‌ଭାବେ ବ୍ୟବହାର କରାଯାଏ। ରେଷ୍ଟୁରାଣ୍ଟର ନାମ ହେଉଛି କ୍ୱିନ୍ସ। ଆଉ ଆଇପ୍ୟାଡ ଉପରେ ପରଷା ଯାଉଥିବା ଖାଦ୍ୟର ନାମ ହେଉଛି ‘ଏ ଡଗ୍‌ ଇନ୍‌ ସର୍ଚ୍ଚ ଅଫ୍‌ ଗୋଲ୍ଡ’। ଉକ୍ତ ଖାଦ୍ୟର ମୂଲ୍ୟ ହେଉଛି ପ୍ରାୟ ୨୦୦ ଡଲାର। ଆଇପ୍ୟାଡରେ ଭିଡିଓ ଅନ୍‌ କରି ତା’ଉପରେ ଏହି ଖାଦ୍ୟକୁ ପରଷା ଯାଇଥାଏ। ଖାଦ୍ୟ ପରଷିବା ପାଇଁ ଏହି ରେଷ୍ଟୁରାଣ୍ଟରେ ୨୦ଟି ଆଇପ୍ୟାଡ ଅଛି। କେବଳ ଏଇ ରେଷ୍ଟୁରାଣ୍ଟ ନୁହେଁ ୟୁକେରେ ବି ଏକ ରେଷ୍ଟୁରାଣ୍ଟ ଆଇପ୍ୟାଡ ଉପରେ ଖାଦ୍ୟ ପରଷିଥାଏ। ଏଠାରେ ଖାଦ୍ୟ ଓ ଆଇପ୍ୟାଡ ମଝିରେ କୌଣସି ଲେୟର୍‌ ବି ନ ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?