ଭୁବନେଶ୍ୱର,୧୮ା୧୦: କୋଟିଆରେ ଆନ୍ଧ୍ର ନିର୍ବାଚନ କରିବା ପ୍ରସଙ୍ଗରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, କୋଟିଆ ଓଡ଼ିଶାର, ଆନ୍ଧ୍ରର ଉଦ୍ୟମକୁ ପ୍ରତିହତ କରିବାକୁ ଚେଷ୍ଟା କରୁଛି। ୨୮ରେ ନିର୍ବାଚନ, ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କୁ ନଜର ରଖିବାକୁ କହିଛୁ। ସୁବିଧା ସୁଯୋଗ କୋଟିଆବାସୀଙ୍କୁ ସରକାର ଯୋଗାଇ ଦେଇଛନ୍ତି। ପୂର୍ବରୁ ସରକାର ପହଞ୍ଚୁ ନ ଥିଲେ, ସେତେବେଳେ ଆନ୍ଧ୍ର ମାଉସୀ ହେଉଥିଲା। ଏବେ ମା’ ଆସିଗଲା, ଆଉ ମାଉସୀର ଆବଶ୍ୟକ ନାହିଁ ବୋଲି ବ୍ୟଙ୍ଗ ଢଙ୍ଗରେ କହିଛନ୍ତି ସୁରେଶ ପୂଜାରୀ।

