ଏନ୍‌ଜିଟିରେ ଦାଖଲ ରିପୋର୍ଟରେ ନାହିଁ ସମ୍ପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର,୨୮।୭(ଶର୍ମିଷ୍ଠା ପାଣିଗ୍ରାହୀ): ଶିଖରଚଣ୍ଡୀ ପ୍ରକଳ୍ପର ଶୁଣାଣି ପୁଣି ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଘୁଞ୍ଚିଲା। ଜୁଲାଇ ୫ରେ ଏହାର ପ୍ରଥମ ଶୁଣାଣି ହୋଇଥିବାବେଳେ ଗୁରୁବାର ଦ୍ୱିତୀୟ ଶୁଣାଣି ଥିଲା। ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ପାହାଡ଼ ଉପରେ ୱାଟ୍‌କୋର କୌଣସି କାର୍ଯ୍ୟ ହୋଇପାରିବ ନାହିଁ। ମା’ ଶିଖରଚଣ୍ଡୀ ଆଞ୍ଚଳିକ ସୁରକ୍ଷା ସମିତି ପକ୍ଷରୁ ପ୍ରମାଣ ସ୍ବରୂପ ଅନେକ ତଥ୍ୟ କୋଲକାତା କୋର୍ଟରେ ଦାଖଲ କରାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ଏନ୍‌ଜିଟିରେ ଦାଖଲ ରିପୋର୍ଟରେ ସମ୍ପୂର୍ଣ୍ଣ ତଥ୍ୟ ଦିଆଯାଇନାହିଁ। ଯାହାକୁ ନେଇ ସମିତି ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି। ଜଙ୍ଗଲ କିସମ ଥିବା ପ୍ଲଟ ନଂ ୧୨୮୭ ଓ ୧୨୮୮ରେ କାର୍ଯ୍ୟ ହେଉଥିଲା। ଏଥିସହ ପୁରୀରୁ କଢାଯାଇଥିବା ରେକର୍ଡ ସମ୍ପୂର୍ଣ୍ଣ ୨୧୨ ଏକର ଝାଟି ଜଙ୍ଗଲ ଥିଲା। କିନ୍ତୁ ଏଠାରେ ଜଙ୍ଗଲ ନ ଥିଲା ବୋଲି ଓଡ଼ିଶା ଜଙ୍ଗଲ ବିଭାଗ ପୂର୍ବ ରିପୋର୍ଟରେ ଦାଖଲ କରିଛି। ସେଠାରେ ଥିବା ଔଷଧ ବୃକ୍ଷର ସମସ୍ତ ତଥ୍ୟ ମଧ୍ୟ ପ୍ରଦାନ କରାଯାଇଥିଲା। ଏହାମଧ୍ୟରୁ ଅନେକ ଗଛ ଲୋପ ପାଉଥିବା ଔଷଧ ବୃକ୍ଷ ଯାହା ବିଭିନ୍ନ ସର୍ଭେ ତଥ୍ୟ ଉପସ୍ଥାପିତ କରାଯାଇଛି। ଜଙ୍ଗଲ ଆଇନକୁ ସମ୍ପୂର୍ଣ୍ଣ ଉଲ୍ଲଂଘନ କରି ଇଲ୍ଡ୍‌କୋ, ବିଡିଏ ଏବଂ ୱାଟ୍‌କୋ ମନଇଚ୍ଛା ଏଠରେ କାର୍ଯ୍ୟ କରୁଛନ୍ତି ବୋଲି ସମିତି ପକ୍ଷରୁ ଉଲ୍ଲେଖ କରାଯାଇଛି। ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କୋର୍ଟରେ ସମିତିର ସଚିନ ମହାପାତ୍ରଙ୍କ ତରଫରୁ ଲଢ଼ୁଥିବା ଓକିଲ ଶଙ୍କର ପାଣି ଦାବି କରିଛନ୍ତି। ଏଥିସହ ଅନେକ ତଥ୍ୟ ପ୍ରମାଣ କୋର୍ଟରେ ଦାଖଲ କରାଯାଇଛି। ପାହାଡ଼ ଜଙ୍ଗଲ ବଞ୍ଚେଇ ସେଠାରେ ପୁନର୍ବାର ଜଙ୍ଗଲ ସହ ନଷ୍ଟ ହୋଇଥିବା ଔଷଧୀୟ ବୃକ୍ଷର ଚାରା ରୋପଣ କରାଯାଇ ଉଦ୍ଧାର କରଯାଉ ଓ ଶୀଘ୍ର ପାଣିଟାଙ୍କିକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ପକ୍ଷ ରଖିଥିଲେ। ଅନ୍ୟପକ୍ଷେ ଚନ୍ଦକା ସରପଞ୍ଚ ତାଙ୍କ ଅଞ୍ଚଳରେ ତାଙ୍କ ଅନୁମତି ବିନା ବେଆଇନ ଭାବେ କାର୍ଯ୍ୟ ହେଉଥିବାରୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହି ସବୁ ଭିତରେ ସମିତି ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ନେତୃତ୍ୱ ନେଉଥିବା ଲୋକଙ୍କୁ ପୋଲିସ ବାରମ୍ବାର ଧମକ ଦେଉଛନ୍ତି। ପଟିଆଗଡ଼ର ନେତୃତ୍ୱ ନେଉଥିବା ସମିତିର ସଦସ୍ୟ ନିର୍ମଳ ମହାରଣାଙ୍କୁ ଏକ ମିଛ କେସ୍‌ରେ ଫସାଇବା ପାଇଁ ତାଙ୍କ ଘରକୁ ଚନ୍ଦ୍ରଶେଖର ଥାନା ପକ୍ଷରୁ ନୋଟିସ ପଠାଯାଇଛି। ତେଣୁ ସମିତି ତରଫରୁ ଏନ୍‌ଏଚ୍‌ଆର୍‌ସି ଏ ବାବଦରେ ଏକ ଲିଖିତ ଅଭିଯୋଗ କରିବା ସହ ପୋଲିସ ପକ୍ଷରୁ ଏଭଳି ଅସୁବିଧା କଲେ ଆଗାମୀ ଦିନରେ ଅଞ୍ଚଳବାସୀ ଏହାର ଜବାବ ଦେବେ ବୋଲି ଚେତାବନୀ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?