Posted inଫୁରସତ

ଟ୍ରମ୍ପ୍‌ଙ୍କ ପରାଜୟର କାରଣ

୨୦୨୦ ଆମେରିକା ନିର୍ବାଚନ ବହୁ ଲୋକଙ୍କ ଭୁଲ ଧାରଣାକୁ ସବୁଦିନ ପାଇଁ ଦୂର କରିଛି, ଯେଉଁମାନେ ମନେକରୁଥିଲେ ଯେ, ୨୦୧୬ର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ଏକ ଐତିହାସିକ ଦୁର୍ଘଟଣା ଥିଲା। ଟ୍ରମ୍ପ୍‌ଙ୍କୁ ଏଥର ୭୦ ନିୟୁତ ଅର୍ଥାତ୍‌ ୭ କୋଟିରୁ ଅଧିକ ଭୋଟ ମିଳିଛି, ଯାହାକି ଆମେରିକା ଇତିହାସରେ ଦ୍ୱିତୀୟ ସର୍ବାଧିକ ଭୋଟିଂ ନମ୍ବର। ଜାତୀୟ ସ୍ତରରେ ତାଙ୍କୁ ୪୭%ରୁ ଅଧିକ ଭୋଟ ମିଳିଛି ଓ ଫ୍ଲୋରିଡା-ଟେକ୍ସାସ୍‌ ଭଳି ଫେଭୋରାଇଟ୍‌ ଷ୍ଟେଟ୍‌ ସମେତ ୨୪ ରାଜ୍ୟରେ ଟ୍ରମ୍ପ୍‌ଙ୍କ ବିଜୟ ହୋଇଛି। ଟ୍ରମ୍ପ୍‌ଙ୍କ ପରାଜୟ ପରେ ତାଙ୍କ ନାମ ଆଧୁନିକ ଯୁଗର ସେହି ୪ ରାଷ୍ଟ୍ରପତିଙ୍କ ମଧ୍ୟରେ ସାମିଲ ହୋଇଯାଇଛି, ଯେଉଁମାନେ କ୍ଷମତାରେ ଥାଇ ନିର୍ବାଚନ ହାରିଛନ୍ତି।
କୁହାଯାଏ ଡୋନାଲ୍ଡ ଟ୍ରମ୍ପ୍‌ ଅଣରାଜନୈତିକ ପୃଷ୍ଠଭୂମିରୁ ଆସିଥିବା ନେତା ହୋଇଥିବାରୁ ୨୦୧୬ ରାଷ୍ଟ୍ରପତି ନିର୍ବାଚନରେ ଜିତିଥିଲେ। ପୂର୍ବରୁ ଯେଉଁ ପ୍ରସଙ୍ଗଗୁଡ଼ିକ ଉପରେ ରାଜନୈତିକ ଚର୍ଚ୍ଚା ହେଉ ନ ଥିଲା ଟ୍ରମ୍ପ୍‌ ତା’ ଉପରେ ଖୋଲାଖୋଲି ଆଲୋଚନା କରୁଥିଲେ। କିନ୍ତୁ ଯେଉଁ ପ୍ରସଙ୍ଗ ଉପରେ ରାଜନେତାମାନେ ମୁହଁ ଖୋଳିବା ପାଇଁ କୁଣ୍ଠାବୋଧ କରନ୍ତି ସେନେଇ ଆକ୍ରମଣାମତ୍କ ଢଙ୍ଗରେ ବୟାନ ଦେବା ଯୋଗୁ ଟ୍ରମ୍ପ୍‌ ୨୦୨୦ ନିର୍ବାଚନ ହାରିଗଲେ। ଏହାବାଦ୍‌ ବର୍ଣ୍ଣବୈଷମ୍ୟ ଜନିତ ଉତ୍ତେଜନାକୁ ଉପହାସ କରିବା, ଟୁଇଟର୍‌ରେ ବର୍ଣ୍ଣଭେଦୀ ଭାଷା ବ୍ୟବହାର କରି କୃଷ୍ଣକାୟଙ୍କୁ ବଦନାମ କରିବା ଏବଂ ଶ୍ୱେତାଙ୍ଗ ଅଫିସରଙ୍କୁ ସେମାନଙ୍କ ଭୁଲ୍‌ ପାଇଁ ସମାଲୋଚନା ନ କରିବା ଟ୍ରମ୍ପ୍‌ଙ୍କ ବିରୋଧରେ ଯାଇଛି। ଟ୍ରମ୍ପ୍‌ ନିର୍ବାଚନ ପରିଣାମକୁ ଅସ୍ବୀକାର କରିଥିବାରୁ କେତେଜଣ ସମାଲୋଚକ ତାଙ୍କୁ ‘ଏକଚ୍ଛତ୍ରବାଦର ସମର୍ଥକ’ କହୁଛନ୍ତି। ଟ୍ରମ୍ପ୍‌ ୨୦୧୬ରେ ୩୦ ରାଜ୍ୟ ଜିତିଥିଲେ। କିନ୍ତୁ ଏପରି ଶାସନ କଲେ, ଯେମିତି କି ସେ କେବଳ ରୁଢ଼ିବାଦୀ ଆମେରିକୀୟଙ୍କ ରାଷ୍ଟ୍ରପତି। ଟ୍ରମ୍ପ୍‌ ସେହି ୨୦ ରାଜ୍ୟର ଲୋକଙ୍କୁ କେବେ ନିଜ ଆଡ଼କୁ ଟାଣିବା ପାଇଁ ମଜଭୁତ ପ୍ରୟାସ କଲେ ନାହିଁ, ଯେଉଁଠି ହିଲାରୀ କ୍ଲିଣ୍ଟନଙ୍କୁ ଅଧିକ ଭୋଟ ମିଳିଥିଲା।

ହ୍ବାଇଟ୍‌ ହାଉସ୍‌ ନ ଛାଡ଼ିଲେ…

ନଭେମ୍ବର ୭ରେ ବାଇଡେନ୍‌ଙ୍କ ବିଜୟ ଖବର ଆସିବାବେଳେ ଟ୍ରମ୍ପ୍‌ ୱାଶିଂଟନ ନିକଟରେ ଗଲ୍ଫ ଖେଳୁଥିଲେ। କିଛି ସମୟ ପରେ ତାଙ୍କ କ୍ୟାମ୍ପେନ୍‌ ପକ୍ଷରୁ ବିବୃତି ଜାରି କରି କୁହାଯାଇଥିଲା, ନିର୍ବାଚନ ଏବେ ଶେଷ ହୋଇନାହିଁ। ବାଇଡେନ୍‌ ନିଜକୁ ଭୁଲ୍‌ ଉପାୟରେ ବିଜୟୀ ବୋଲି ଦର୍ଶାଇବାକୁ ତରତର ହେଉଛନ୍ତି। ଆମେରିକାର ୨୪୪ ବର୍ଷର ଇତିହାସରେ କେବେ ଏପରି ରାଷ୍ଟ୍ରପତିଙ୍କୁ ଦେଖିବାକୁ ମିଳିନାହିଁ, ଯିଏ ନିର୍ବାଚନ ହାରିବା ପରେ ହ୍ବାଇଟ୍‌ ହାଉସ୍‌ ଛାଡ଼ିବାକୁ ମନା କରିଥିବେ। ଜୁନ୍‌ ୧୧ରେ ଏକ ଟିଭି ସାକ୍ଷାତ୍‌କାର ବେଳେ ବାଇଡେନ୍‌ଙ୍କୁ ପଚରାଯାଇଥିଲା ଯେ, ଯଦି ଟ୍ରମ୍ପ୍‌ ହ୍ବାଇଟ୍‌ ହାଉସ୍‌ ଛାଡ଼ିବାକୁ ମନା କରନ୍ତି ତେବେ ସେ କ’ଣ କରିବେ। ବାଇଡେନ୍‌ ଉତ୍ତର ଦେଇଥିଲେ, ଯଦି ଏପରି ସ୍ଥିତି ସୃଷ୍ଟି ହୁଏ ତେବେ ଅମାନିଆ ରାଷ୍ଟ୍ରପତିଙ୍କୁ ହ୍ବାଇଟ୍‌ ହାଉସ୍‌ରୁ କିପରି ବାହାର କରାଯିବ ତାହା ସେନା ସୁନିଶ୍ଚିତ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri