ପ୍ରକୃତ ପରୀକ୍ଷା

ଭାରତ ଏବଂ କାନାଡା ମଧ୍ୟରେ କୂଟନୈତିକ ସମ୍ପର୍କରେ ଉନ୍ନତି ଆସୁଛି। ଏଭଳି ସ୍ଥିତିରେ ଏକ ମହତ୍ତ୍ୱପୂର୍ଣ୍ଣ ବାଣିଜ୍ୟ ଚୁକ୍ତିରେ ପହଞ୍ଚିବା ପାଇଁ ହାଇକମିଶନର ଦିନେଶ କେ. ପଟ୍ଟନାୟକଙ୍କର ଗୁରୁଦାୟିତ୍ୱ ରହିଛି। ପ୍ରସ୍ତାବିତ ବ୍ୟାପକ ଅର୍ଥନୈତିକ ସହଭାଗିତା ଚୁକ୍ତି (ସିଇପିଏ)ରେ ଉଭୟ ଦେଶ ୨୦୩୦ ସୁଦ୍ଧା ୭୦ ବିଲିୟନ କାନାଡୀୟ ଡଲାରର ଦ୍ୱିପାକ୍ଷିକ ବାଣିଜ୍ୟ ଲକ୍ଷ୍ୟ ରଖିଛନ୍ତି। ଏନେଇ ଚାରି ପର୍ଯ୍ୟାୟ ଆଲୋଚନା ଶେଷ ହୋଇଛି ଏବଂ ୨୦୨୬ ଶେଷ ସୁଦ୍ଧା ଚୁକ୍ତି ପାଇଁ ଉଭୟ ପକ୍ଷ ପ୍ରତିଶ୍ରୁତିବଦ୍ଧ। କିନ୍ତୁ ଏଥିରେ ସମସ୍ୟା ରହିଛି। କାନାଡା ଏହାର କୃଷିଜାତ ଦ୍ରବ୍ୟ, ବିଶେଷକରି ଡାଲି ଜାତୀୟ ଶସ୍ୟ ରପ୍ତାନି ପାଇଁ ଉନ୍ନତ ଭାରତୀୟ ବଜାର ସୁବିଧା ଚାହୁଁଛି। ଅନ୍ୟପଟେ ଭାରତ ଏହାର ସେବା କ୍ଷେତ୍ର ପାଇଁ ସୁଯୋଗ ଏବଂ ବୃତ୍ତିଧାରୀ ଓ ଛାତ୍ରୀଛାତ୍ରଙ୍କ ଯାତାୟାତ ପାଇଁ ଅଧିକ ସୁବିଧା ଦାବି କରୁଛି। ଏହାବ୍ୟତୀତ ଆଉ ଏକ ବଡ଼ ସମସ୍ୟା ହେଉଛି, ନିଜ୍ଜର ବିବାଦ ପରେ କୂଟନୈତିକ ସମ୍ପର୍କରେ ସୁଧାର ଆସିଥିଲେ ହେଁ ସୁରକ୍ଷା ସମ୍ବନ୍ଧୀୟ ଚିନ୍ତା ଏବଂ ପାରସ୍ପରିକ ସନ୍ଦେହ ଏପର୍ଯ୍ୟନ୍ତ ଦୂର ହୋଇନାହିଁ।
ଅକ୍ଟୋବରରେ ନରେନ୍ଦ୍ର ମୋଦି ଏବଂ ମାର୍କ କାର୍ନିଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ସିଇପିଏ ଚୂଡାନ୍ତ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏ କ୍ଷେତ୍ରରେ ପଟ୍ଟନାୟକଙ୍କ କୂଟନୈତିକ ଦକ୍ଷତା ଗୁରୁତ୍ୱ ବହନ କରିବ। କିନ୍ତୁ ଯେଉଁ ରାଜନୈତିକ ମତଭେଦଗୁଡ଼ିକର ସମାଧାନ ପାଇଁ ସର୍ବୋଚ୍ଚ ସ୍ତରରେ ନିଷ୍ପତ୍ତି ଆବଶ୍ୟକ, ସେଗୁଡ଼ିକୁ ସେ ଆଲୋଚନା ମାଧ୍ୟମରେ ଦୂର କରିପାରିବେ ନାହିଁ। ତାଙ୍କର କାମ ହେଉଛି ଆଲୋଚନାର ଗତିକୁ ଜାରି ରଖିବା, ପୁରୁଣା ବିବାଦ ଯେପରି ନୂଆ ସୁଯୋଗକୁ ନଷ୍ଟ ନ କରେ ତାହା ନିଶ୍ଚିତ କରିବା। ସେ ଉଭୟ ପକ୍ଷର ରାଜନୈତିକ ବିବାଦକୁ ଦୂରକରି ବାଣିଜ୍ୟକୁ ଆଗକୁ ବଢ଼ାଇବାକୁ ପ୍ରସ୍ତୁତ କି ନାହିଁ, ତାହା ତାଙ୍କ ପାଇଁ ହେବ ପ୍ରକୃତ ପରୀକ୍ଷା।
ଅଡୁଆରେ ଅଗ୍ରଓ୍ବାଲ
ଏକଦା ରାଜସ୍ଥାନର କ୍ଷମତା ପରିସରରେ ଶିଖର ଅଗ୍ରୱାଲ ଥିଲେ ଅତ୍ୟନ୍ତ ପ୍ରଭାବଶାଳୀ ।
ଏବେ ସେ ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡ଼ିକରୁ ବଞ୍ଚିତ ହୋଇ ଆଓ୍ବେଟିଂ ପୋଷ୍ଟିଂ ଅର୍ଡର(ଏପିଓ) ତାଲିକାରେ ରହିଛନ୍ତି। ଉଦୟପୁର ଏବଂ ଅଲ୍‌ୱାରରେ ଅଗ୍ରୱାଲ ଓ ତାଙ୍କ ପରିବାର ପକ୍ଷରୁ ୪୦ଟି ଭିଲା କିଣାଯିବାକୁ ନେଇ ଉଠିଥିବା ଅଭିଯୋଗ ତାଙ୍କ ସମସ୍ୟାର ମୁଖ୍ୟ କାରଣ। ଏକ ଘରୋଇ କମ୍ପାନୀ ସହ ସମ୍ଭାବ୍ୟ ମିଳିତ ଷଡ଼ଯନ୍ତ୍ର ଏବଂ ସରକାରୀ ଅନୁଗ୍ରହରୁ ସେହି କମ୍ପାନୀ ଲାଭବାନ୍‌ ହୋଇଥିବା ଅଭିଯୋଗ ଉପରେ ପ୍ରାଥମିକ ତଦନ୍ତ ପାଇଁ ଦୁର୍ନୀତି ନିରୋଧୀ ବ୍ୟୁରୋ (ଏସିବି) ସବୁଜ ସଙ୍କେତ ଦେଇଥିବା ଜଣାପଡ଼ିଛି।
ତଥାପି ତାଙ୍କର ଏହି ନାଟକୀୟ ପତନର ସମୟକୁ ନେଇ ପ୍ରଶ୍ନ ଉଠୁଛି। ସରକାର ହଠାତ୍‌ ଉତ୍ତରଦାୟିତ୍ୱର ମହତ୍ତ୍ୱ ବୁଝିପାରିଲେ ନା ଜଣେ ପ୍ରଭାବଶାଳୀ ବାବୁ ରାଜନୈତିକ ଦୃଷ୍ଟିରୁ ଅନୁପଯୋଗୀ ହୋଇଗଲେ? ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କ କାର୍ଯ୍ୟାଳୟର ଜଣେ ପ୍ରମୁଖ ବ୍ୟକ୍ତି ଭାବରେ ଅଗ୍ରୱାଲ ଅତ୍ୟନ୍ତ ପ୍ରଭାବଶାଳୀ ଥିଲେ। ଏହି ଘଟଣାରେ ନୂଆଦିଲ୍ଲୀର ସମ୍ପୃକ୍ତି ଥିବା ନେଇ ହେଉଥିବା ଚର୍ଚ୍ଚା ରହସ୍ୟକୁ ଆହୁରି ବଢ଼ାଇ ଦେଇଛି। କେନ୍ଦ୍ରର କୌଣସି ସଙ୍କେତରେ ଜୟପୁର କାର୍ଯ୍ୟ କରୁଥିଲା କି? ଏହି ବୋଝକୁ ଆଉ ବୋହିବା ଠିକ୍‌ ହେବ ନାହିଁ ବୋଲି ରାଜ୍ୟ ନେତୃତ୍ୱ ନିଷ୍ପତ୍ତି ନେଲେ କି ? ପ୍ରକୃତ ପ୍ରଶ୍ନ ହେଉଛି, ଅଗ୍ରୱାଲଙ୍କ ବିଦାୟ ପ୍ରକୃତ ଉତ୍ତରଦାୟିତ୍ୱର ଆରମ୍ଭକୁ ସୂଚାଉଛି ନା ଏହା କେବଳ ସରକାରଙ୍କୁ ଜଣେ ବଳିର ବକରା ମିଳିଯାଇଛି। ତଦନ୍ତ ଶେଷ ହେବା ପରେ ହିଁ ଏହି ପାର୍ଥକ୍ୟ ସ୍ପଷ୍ଟ ହୋଇଯିିବ।
ଯୋଗ୍ୟତା ଯଥେଷ୍ଟ ନୁହେଁ
ବ୍ୟବସ୍ଥାରେ ଅନେକ ସମୟରେ ଜଣେ ମନ୍ତ୍ରୀ ଓ ତାଙ୍କ ସଚିବଙ୍କ ମଧ୍ୟରେ ମଧୁର ସମ୍ପର୍କ କ୍ଷଣସ୍ଥାୟୀ ହୋଇଯାଉଛି। ଏମିତିକି ଯୋଗ୍ୟ ମନେକରାଯାଉଥିବା ଜଣେ ଅଧିକାରୀ ବି ମୁଣ୍ଡବିନ୍ଧାର କାରଣ ହୋଇପାରନ୍ତି। ଏବେ ଜଣେ କେନ୍ଦ୍ର ସଚିବଙ୍କୁ ବଦଳି କରିବା ପାଇଁ ମନ୍ତ୍ରୀଙ୍କ ପକ୍ଷରୁ ଚାପ ପକାଯାଉଥିବା ଖବର ଦର୍ଶାଏ ଯେ, ସେମାନଙ୍କ ମଧ୍ୟରେ କିଛି ବଡ଼ ବିବାଦ ସୃଷ୍ଟି ହୋଇଛି। ଏହି ମତଭେଦର କାରଣ କ’ଣ ହୋଇପାରେ-ପ୍ରାଥମିକତାକୁ ନେଇ ବିବାଦ, ନିଷ୍ପତ୍ତି ନେବାର ମନ୍ଥରତା ପ୍ରତି ଅସନ୍ତୋଷ, କ୍ଷମତା ଓ କାର୍ଯ୍ୟକ୍ଷେତ୍ରକୁ ନେଇ ଲଢ଼େଇ ନା ଜଣେ ଅଧିକାରୀ ଯିଏ କେବଳ ହଁରେ ହଁ କହିବାକୁ ପ୍ରସ୍ତୁତ ନୁହନ୍ତି? ମନ୍ତ୍ରୀ ତୁରନ୍ତ ନିର୍ଦ୍ଦେଶ କାର୍ଯ୍ୟକାରିତା ଚାହୁଁଥିବା ବେଳେ ସଚିବ ବିଧିବଦ୍ଧ ପ୍ରକ୍ରିୟା ଅନୁସରଣ କରିବାକୁ ଚାହୁଁଛନ୍ତି କି ? ଏହାର ଆଉ ଏକ ରୋଚକ ଦିଗ ରହିଛି। ଯଦି ନିଯୁକ୍ତି ସମୟରେ ଅଧିକାରୀ ଜଣକ ଯୋଗ୍ୟ ଥିଲେ, ତେବେ ଏବେ କ’ଣ ଅଧିକାରୀଙ୍କ କାର୍ଯ୍ୟଶୈଳୀ ନା ମନ୍ତ୍ରୀଙ୍କ ପ୍ରାଥମିକତା ବଦଳିଗଲା। ଏହି ତିକ୍ତତା କୌଣସି ନୂଆ କଥା ନୁହେଁ। ମନ୍ତ୍ରୀମାନେ ଏପରି ବାବୁ ଚାହାନ୍ତି, ଯେଉଁମାନେ ତାଙ୍କ ନିର୍ଦ୍ଦେଶ ପ୍ରତି ତତ୍ପର ଓ ଉତ୍ତରଦାୟୀ ରହିବେ। ଏହା ସହ ଅଧିକାରୀମାନଙ୍କଠାରୁ ମଧ୍ୟ ଆଶା କରାଯାଏ ଯେ, ସେମାନେ ନିୟମ ଓ ପ୍ରକ୍ରିୟାରେ ଅବହେଳା ନକରି ନିଜର ଦାୟିତ୍ୱ ନିର୍ବାହ କରିବେ। ମନ୍ତ୍ରୀମାନଙ୍କର କାର୍ଯ୍ୟଦକ୍ଷତା ଦାବି କରିବା ଏବଂ ଉତ୍ତରଦାୟିତ୍ୱ ମାଗିବାର ସମ୍ପୂର୍ଣ୍ଣ ଅଧିକାର ରହିଛି। କିନ୍ତୁ ଏକ ଅସହଜ କାର୍ଯ୍ୟ ପାଇଁ ଜଣେ ଅଧିକାରୀଙ୍କୁ ବିଦା କରିଦିଆଯାଏ, ତେବେ ଅନ୍ୟ ବାବୁମାନଙ୍କ ନିକଟକୁ ଏହାର ଏକ ନକାରାତ୍ମକ ବାର୍ତ୍ତା ନିଶ୍ଚୟ ପହଞ୍ଚିବ। ବୋଧହୁଏ ଆଜିର ବ୍ୟବସ୍ଥାରେ କେବଳ ଯୋଗ୍ୟତା ଯଥେଷ୍ଟ ନୁହେଁ। ସବୁ କଥାରେ ସହମତ ହେବାର ଗୁଣ ଅଧିକ ଗୁରୁତ୍ୱ ରଖେ।
Email: dilipcherian@gmail.com

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମାଟିରୁ ମେଳା ପର୍ଯ୍ୟନ୍ତ

ଦିନ ଥିଲା, ପୂଜା ପର୍ବରେ ବସୁଥିବା ମେଳା ପାଇଁ ସମସ୍ତେ ଅପେକ୍ଷାରେ ରହୁଥିଲେ। ପୂଜାର ସୁବାସିତ ପରିବେଶ ସାଙ୍ଗକୁ ବିଶାଳ ପଡ଼ିଆରେ ବସୁଥିବା ଅସ୍ଥାୟୀ ବଜାରର ରଙ୍ଗିନ…

ବର୍ଜ୍ୟରୁ ସମ୍ପଦ ଓ ବୃତ୍ତୀୟ ଭବିଷ୍ୟତ

ଶିଳ୍ପଜାତ ଉପଉତ୍ପାଦ, ସହରୀ ବର୍ଜ୍ୟ, କୃଷି ଅବଶେଷ ଏବଂ ବ୍ୟବହାର-ଶେଷ ସାମଗ୍ରୀକୁ ମୂଲ୍ୟବାନ ସମ୍ପଦରେ ପରିଣତ କରି ଓଡ଼ିଶା ଏକ ସ୍ବଚ୍ଛ, ପ୍ରତିସ୍ପର୍ଦ୍ଧୀ, ସହନଶୀଳ ଓ ସବୁଜ…

ଏଇ ଭାରତରେ

ବାଉଁଶ, ବର୍ଜ୍ୟ ସୂତାକନା ଓ କୃଷିଜାତ ଦ୍ରବ୍ୟ ଏବଂ ରିସାଇକଲ୍‌ ହୋଇଥିବା ଖବରକାଗଜରୁ ହ୍ୟାଣ୍ଡମେଡ୍‌ ବା ହାତତିଆରି କାଗଜ ପ୍ରସ୍ତୁତ କରାଯାଉଛି। କିନ୍ତୁ ହାତୀ ଓ ଗଣ୍ଡା…

ସୁସ୍ଥ ଶିଶୁ, ସବୁଜ ଓଡ଼ିଶା

ବିଜ୍ଞାନ ଆଗେଇଛି ସତ, କିନ୍ତୁ ଆମେ ପୁଣି ଥରେ ଜୈବିକ ଓ ପ୍ରାକୃତିକ କୃଷି ଆଡ଼କୁ ଫେରୁଛୁ। ଦେଶର ଖାଦ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ମୂଳକୁ ଫେରିବାର…

କାଦୁଅ ତଳେ ବସ୍ତାନି

ନିକଟରେ ବାତ୍ୟା ଅର୍ଣ୍ଣବ ଆସି ଚାଲିଗଲା। କିନ୍ତୁ ଅନେକ ସ୍ଥାନରେ ପିଲାଙ୍କ ଭବିଷ୍ୟତକୁ କାଦୁଅ ତଳେ ପୋତିଦେଇଗଲା। ଗଞ୍ଜାମ ଓ ଗଜପତି ଜିଲାର ଅନେକ ବିଦ୍ୟାଳୟରେ ବନ୍ୟାପାଣି…

ନାଗରିକଙ୍କ ସେବାରେ କୃତ୍ରିମ ବୁଦ୍ଧିମତ୍ତା

ବିଶ୍ୱରେ ଅନେକ ଦେଶ ନିଜ ନାଗରିକଙ୍କ ସୁବିଧା ପାଇଁ ଅଧିକ କିଛି କରିବାକୁ ଚେଷ୍ଟା କରୁଛନ୍ତି। ହେଲେ ଦେଖାଯାଉଛି ସେମାନେ ପ୍ରାୟତଃ ପୁରୁଣା ବ୍ୟବସ୍ଥା ଉପରେ ନିର୍ଭରଶୀଳ।…

ପୁରାଣରେ ପ୍ରଳୟର ବନ୍ୟା

ବିଭିନ୍ନ ପୌରାଣିକ ଗ୍ରନ୍ଥରେ ବନ୍ୟା ସମ୍ପର୍କରେ ଉଲ୍ଲେଖ ରହିଛି। ଏଗୁଡ଼ିକୁ ପ୍ରଳୟକୈନ୍ଦ୍ରିକ ଭାବେ ଦର୍ଶାଯାଇଛି। ବାଇବେଲ (ଖ୍ରୀଷ୍ଟପୂର୍ୱ ୫୦୦)ରେ ନୋଆ ଏବଂ ମହାବନ୍ୟା ବା ମହାପ୍ରଳୟର କାହାଣୀ…

ଉତ୍ତର ବୟସରେ ଦ୍ୱିତୀୟ ବିବାହ

ମା’ର ମୃତ୍ୟୁ ପରେ ସତୁରି ବର୍ଷରୁ ଊର୍ଦ୍ଧ୍ୱ ବାପା ଦ୍ୱିତୀୟ ବିବାହ କରିବା ପାଇଁ ମନ ବଳାଇଲେ। ଶେଷରେ ପୁଅ-ଝିଅମାନଙ୍କ ‘ନାହିଁ’ ଆଗରେ ବାପାଙ୍କର ‘ହଁ’ ଜିଦ୍‌ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?