ସୁସ୍ଥ ଶିଶୁ, ସବୁଜ ଓଡ଼ିଶା

ବିଜ୍ଞାନ ଆଗେଇଛି ସତ, କିନ୍ତୁ ଆମେ ପୁଣି ଥରେ ଜୈବିକ ଓ ପ୍ରାକୃତିକ କୃଷି ଆଡ଼କୁ ଫେରୁଛୁ। ଦେଶର ଖାଦ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ମୂଳକୁ ଫେରିବାର ମନ୍ତ୍ରରେ ମନ୍ତ୍ରିତ ହେବାକୁ ପଡୁଛି। ଏଗ୍ରିକଲଚରାଲ ଆଣ୍ଡ ପ୍ରୋସେସ୍‌ଡ ଫୁଡ ପ୍ରଡକ୍ଟସ୍‌ ଏକ୍ସପୋର୍ଟ ଡେଭଲପ୍‌ମେଣ୍ଟ ଅଥରିଟି (ଏପିଇଡିଏ ବା ଆପେଡା)ର ବର୍ତ୍ତମାନ ତଥ୍ୟ ଅନୁସାରେ ୨୦୨୫-୨୬ ରେ ଭାରତରେ ମୋଟ ଜୈବିକ ଚାଷ କ୍ଷେତ୍ର ସଂଖ୍ୟା ୧୭,୮୭,୩୭୧.୪ ହେକ୍ଟର। ସେଥିମଧ୍ୟରେ ଓଡ଼ିଶାରେ ମୋଟ ଜୈବିକ ଚାଷ କ୍ଷେତ୍ର ୮୧,୭୧୩ ହେକ୍ଟର ବୋଲି ଆକଳନ କରାଯାଇଛି। ତେବେ ଜୈବିକ ଚାଷୀଙ୍କ ଜୈବିକ ଉତ୍ପାଦ ଯେବେ ସମାଜର ସାଧାରଣ ବର୍ଗର ଲୋକଙ୍କ ପାଖରେ ପହଞ୍ଚିବ , ସେବେ ବିକାଶର ପରିଭାଷା ସ୍ପଷ୍ଟ ହେବ। ବିଦ୍ୟାଳୟ ଶିକ୍ଷାର ଅନ୍ତୁଡ଼ିଶାଳ। ସମ୍ପ୍ରତି ଖାଦ୍ୟ , ପୋଷଣ ଆହାର ଓ ସନ୍ତୁଳିତ ଜୀବନ ଆମର ଉତ୍ତରଦାୟିତ୍ୱ। ବିଦ୍ୟାଳୟର ପିଲାମାନଙ୍କୁ ସୁସ୍ଥ ଖାଦ୍ୟ , ସବୁଜ ପନିପରିବା ଯୋଗାଇବା ଦିଗରେ ସମସ୍ତେ ଚେଷ୍ଟା କରିବା ଆବଶ୍ୟକ। କାରଣ ସବୁଜ ପୃଥିବୀ ଗଠନ ଦିଗରେ ସ୍ବାସ୍ଥ୍ୟକର ଖାଦ୍ୟ ଆବଶ୍ୟକ। ଆଉ ଏହାର ଦାୟିତ୍ୱ ନେବେ ଆମ ଅମୃତ ପିଢ଼ି।
ଓଡ଼ିଶାରେ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ବ୍ୟବସ୍ଥା କେବଳ ଶିଶୁଙ୍କ ଭୋକ ମେଣ୍ଟାଇବାର ଯୋଜନା ନୁହେଁ, ବରଂ ଏହା ପୋଷଣ ସୁରକ୍ଷା, କୃଷିର ବିକାଶ ଓ ମହିଳା ଚାଷୀଙ୍କ ଆର୍ଥିକ ସଶକ୍ତୀକରଣର ଏକ ମାଧ୍ୟମ ଭାବେ ପରିଗଣିତ। ବର୍ତ୍ତମାନ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି। ଓଡ଼ିଶାର ସରକାରୀ ପୋର୍ଟାଲରେ ୫୧,୫୦୧ଟି ବିଦ୍ୟାଳୟ ଓ ୬୩,୯୨୮ ଜଣ ରୋଷେୟା-ସହାୟକଙ୍କ ତଥ୍ୟ ଏହି ବ୍ୟବସ୍ଥାର ବ୍ୟାପକତାକୁ ଦର୍ଶାଉଛି। ପ୍ରଥମରୁ ସପ୍ତମ ଶ୍ରେଣୀ ମଧ୍ୟରେ ପ୍ରାୟ ୪୧,୨୪,୧୧୨ ଛାତ୍ରୀଛାତ୍ର ଏହି ଯୋଜନାରେ ଅନ୍ତର୍ଭୁକ୍ତ।
କେନ୍ଦ୍ର ସରକାରଙ୍କ ନିର୍ଦ୍ଧାରିତ ମାନଦଣ୍ଡ ଅନୁସାରେ, ପ୍ରାଥମିକ ଶ୍ରେଣୀର ପ୍ରତି ପିଲା ପାଇଁ ଦୈନିକ ୪୫୦ କିଲୋକ୍ୟାଲୋରି ଶକ୍ତି ଓ ୧୨ ଗ୍ରାମ ପ୍ରୋଟିନ ଏବଂ ଉଚ୍ଚ ପ୍ରାଥମିକ ଶ୍ରେଣୀ ପାଇଁ ୭୦୦ କିଲୋକ୍ୟାଲୋରି ଶକ୍ତି ଓ ୨୦ ଗ୍ରାମ ପ୍ରୋଟିନ ଯୋଗାଇବା ଲକ୍ଷ୍ୟ ରଖାଯାଇଛି। ଏଥିସହ ପ୍ରାଥମିକ ଶ୍ରେଣୀରେ ୫୦ ଗ୍ରାମ ଓ ଉଚ୍ଚ ପ୍ରାଥମିକ ଶ୍ରେଣୀରେ ୭୫ ଗ୍ରାମ ପନିପରିବା ନିର୍ଦ୍ଧାରିତ ଖାଦ୍ୟ ମାନଦଣ୍ଡର ଅଂଶ। ସବୁଜ ପତ୍ରଯୁକ୍ତ ଶାଗ, କଖାରୁ, ବିନ୍ସ, ଭେଣ୍ଡି ଓ ଅନ୍ୟାନ୍ୟ ଋତୁକାଳୀନ ପନିପରିବା ଖାଦ୍ୟର ବିବିଧତା ବୃଦ୍ଧିକରିବା ସହ ଭିଟାମିନ, ଖଣିଜ ପଦାର୍ଥ ଓ ଆହାରଜନିତ ତନ୍ତୁ ଯୋଗାଇଥାଏ। ତେଣୁ ଏହି ଯୋଜନାରେ ପନିପରିବାର ପରିମାଣ ସହ ଗୁଣବତ୍ତା, ତାଜାପଣ ଓ ନିରାପଦ ଖାଦ୍ୟ ପରିଚାଳନାକୁ ଗୁରୁତ୍ୱ ଦେବା ଆବଶ୍ୟକ।
ଓଡ଼ିଶାରେ ଏବେ ଜୈବ ବିପ୍ଳବ ଆରମ୍ଭ ହୋଇଛି। ଫଳରେ ଅନେକ ଚାଷୀ ଏବେ ଜୈବିକ ଚାଷକରି ସ୍ବାବଲମ୍ବୀ ହୋଇପାରିଛନ୍ତି। ରାଜ୍ୟ ସରକାରଙ୍କ ତରଫରୁ ଏହି ଜୈବିକ ଚାଷୀଙ୍କୁ ବିଦ୍ୟାଳୟ ସହ ଯୋଡ଼ିବାରେ ସାହାଯ୍ୟ କରାଗଲେ ସ୍ଥାନୀୟ ଅଞ୍ଚଳର ଜୈବିକ ପନିପରିବା ବିଦ୍ୟାଳୟ ମଧ୍ୟାହ୍ନଭୋଜନରେ ସାମିଲ ହୋଇପାରନ୍ତା। ଏ ଦିଗରେ ସ୍ବଦେଶୀ ଉତ୍ପାଦ ଚାହିଦା ବଢ଼ିବା ସହ ଭୋକାଲ ଫର୍‌ ଲୋକାଲର ବାର୍ତ୍ତା ମଧ୍ୟ ଉପଲବ୍ଧ ହୋଇପାରନ୍ତା।
ରାଜ୍ୟରେ ଜୈବିକ କୃଷି କ୍ଷେତ୍ରର ବିପ୍ଳବ କେବଳ ଆରମ୍ଭ ନୁହେଁ ଏହା ଏକ ନୂଆ ସମ୍ଭାବନାର ପରିମାପକ। ଓଡ଼ିଶାରେ ସୁସଂଗଠିତ କ୍ରୟ ବ୍ୟବସ୍ଥା ଗଢ଼ି ଉଠିଲେ ଜୈବିକ ପନିପରିବା ଉତ୍ପାଦକ, କୃଷକ ଉତ୍ପାଦକ ସଂଗଠନ (ଏଫପିଓ) ଓ ମହିଳା ଚାଷୀଙ୍କ ପାଇଁ ଏକ ସ୍ବତନ୍ତ୍ର ଜୈବ ବଜାର ସୃଷ୍ଟି ହୋଇପାରିବ। ଜୈବ ଚାଷୀ ମାନେ ସେମାନଙ୍କ ଉତ୍ପାଦିତ ପନିପରିବା ବିଦ୍ୟାଳୟକୁ ଯୋଗାଇପାରନ୍ତେ। ଜିଲାର ଜୈବ ଉତ୍ପାଦର ଚାହିଦା ଲୋକେ ଅନୁଭବ କରିପାରନ୍ତେ। ଏହା ପୂର୍ବରୁ ଜୈବ ପ୍ରମାଣପତ୍ରର ବୈଧତା, ଚାଷୀଙ୍କ ପରିଚୟ, ଫସଲର ଉତ୍ସ ଓ ଉତ୍ପାଦର ଟ୍ରେସେବିଲିଟି ଯାଞ୍ଚ କରିବା ଆବଶ୍ୟକ। ପନିପରିବାର ସ୍ବଚ୍ଛତା, ଠିକ୍‌ ସଂରକ୍ଷଣ ଓ ରନ୍ଧନ ପ୍ରକ୍ରିୟା ମଧ୍ୟ ଏହି ପ୍ରକ୍ରିୟାରେ ଅପରିହାର୍ଯ୍ୟ।
ରାଜ୍ୟ ସରକାରଙ୍କ ତରଫରୁ ପ୍ରଥମ ପର୍ଯ୍ୟାୟରେ ଚୟନ କରାଯାଇଥିବା କିଛି ବ୍ଲକ୍‌ରେ ପାଇଲଟ ପ୍ରକଳ୍ପ ମାଧ୍ୟମରେ ଏହାକୁ ଆରମ୍ଭ କରାଯାଇପାରେ। ବର୍ତ୍ତମାନ ଓସେପା ଓ ଓୟୁଏଟି ମଧ୍ୟରେ ହୋଇଥିବା ଚୁକ୍ତି ମାଧ୍ୟମରେ ପିଲାମାନଙ୍କ ମଧ୍ୟରେ କୃଷିଦକ୍ଷତାକୁ ନେଇ ଅନେକ କାର୍ଯ୍ୟକ୍ରମ କରାଯିବାର ଅଛି। ତେଣୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, କୃଷି ବିଭାଗ, କୃଷି ବିଜ୍ଞାନ କେନ୍ଦ୍ର, କୃଷକ ଉତ୍ପାଦକ ସଂଗଠନ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ସମନ୍ବୟ ଆବଶ୍ୟକ। ଦ୍ୱିତୀୟରେ ବିଦ୍ୟାଳୟ ପୋଷଣ ବଗିଚା ମାଧ୍ୟମରେ ପନିପରିବା ଉତ୍ପାଦନ କରିବା ସହ ନିକଟସ୍ଥ ଚାଷୀଙ୍କଠାରୁ ନିର୍ଦ୍ଦିଷ୍ଟ ଭାବେ ଉଚିତ ମୂଲ୍ୟରେ କ୍ରୟ କରାଯାଇପାରିବ। ତୃତୀୟରେ ଏ ଦିଗରେ ଅଭିଜ୍ଞତା ଥିବା ବ୍ୟକ୍ତିବିଶେଷ ,ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ , ସଫଳ ଜୈବିକ ଚାଷୀ, ବିଦ୍ୟାଳୟର ପରିଚାଳନା ମଣ୍ଡଳୀ ପ୍ରମୁଖ ଏ ଦିଗରେ ଏକ ବିଚାରବିମର୍ଶ କରି ସ୍ବତନ୍ତ୍ର ବୋର୍ଡ ଗଠନ କରିବା ଆବଶ୍ୟକ। ଚତୁର୍ଥରେ ଯୁବ ଉଦ୍ୟୋଗୀ , ଷ୍ଟାର୍ଟ ଅପ୍‌, ବେସରକାରୀ ଅନୁଷ୍ଠାନ ଏ ଦିଗରେ ସେମାନଙ୍କ ଜୈବିକ ଚାଷୀମାନଙ୍କୁ ବିଦ୍ୟାଳୟ ସହ ଯୋଡ଼ିବା ଆବଶ୍ୟକ। ରାଜ୍ୟ ସରକାରଙ୍କ ତରଫରୁ ଏ ଦିଗରେ ସ୍ବତନ୍ତ୍ର ଜୈବିକ ଚାଷୀ ଚୟନ ପୂର୍ବକ ସେମାନଙ୍କ ସଫଳ କାହାଣୀ ବିଦ୍ୟାଳୟରେ ପ୍ରଚାର ପ୍ରସାର କରାଯିବା ଆବଶ୍ୟକ। ଫଳରେ ପିଲାଙ୍କ ମଧ୍ୟରେ ଜୈବିକ ଚାଷକୁ ନେଇ ଆଗ୍ରହ ସୃଷ୍ଟିହେବ। ପଞ୍ଚମରେ ବିଦ୍ୟାଳୟର ଶିକ୍ଷକମାନେ ପିଲାମାନଙ୍କୁ ନିକଟସ୍ଥ ଜୈବିକ ଚାଷୀଙ୍କ ଫାର୍ମକୁ ନେବା ସହ ଜୈବିକ ଖତ ପ୍ରସ୍ତୁତି ତଥା ଏହାର ଚାଷ ପ୍ରଣାଳୀ ଦେଖାଇବାକୁ ନେବା ଆବଶ୍ୟକ। ପିଲା ଦେଖିଲେ ଶିଖିବେ ଓ ଚାଷ ପାଇଁ ଆନ୍ତରିକତା ବଢ଼ିବ।
ଆମେ ବିକଶିତ ଓଡ଼ିଶାର କଥା କହୁଛନ୍ତି। ଏହି ବିକାଶର ନାୟକ ଚାଷୀ। ୨୦୩୬ ରେ ଓଡ଼ିଶାକୁ ବିକାଶର ଶୀର୍ଷରେ ପହଞ୍ଚାଇବାକୁ ହେଲେ ବିଦ୍ୟାଳୟର ପିଲାଙ୍କ ନିକଟରେ ଉପଯୁକ୍ତ ପୋଷଣ ପହଞ୍ଚିଥିବା ଆବଶ୍ୟକ। ସଫଳ ପରିଯୋଜନା, ପ୍ରମାଣିତ ଉତ୍ପାଦନ ଓ ସ୍ବଚ୍ଛ କ୍ରୟ ବ୍ୟବସ୍ଥା ମାଧ୍ୟମରେ ସୁସ୍ଥ ଶିଶୁ, ସମୃଦ୍ଧ ଚାଷୀ ଓ ସବୁଜ ଓଡ଼ିଶା ଗଠନରେ ଆମ ସମସ୍ତଙ୍କ ମିଳିତ ସହଭାଗିତା ଏକାନ୍ତ କାମ୍ୟ।

ଡି.ଶୁଭମ
ଜୈବ ନିରୀକ୍ଷଣ ଅଧିକାରୀ,
ଓସୋକା, ଭୁବନେଶ୍ୱର
ମୋ: ୬୩୭୧୧୯୨୫୨୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବାଉଁଶ, ବର୍ଜ୍ୟ ସୂତାକନା ଓ କୃଷିଜାତ ଦ୍ରବ୍ୟ ଏବଂ ରିସାଇକଲ୍‌ ହୋଇଥିବା ଖବରକାଗଜରୁ ହ୍ୟାଣ୍ଡମେଡ୍‌ ବା ହାତତିଆରି କାଗଜ ପ୍ରସ୍ତୁତ କରାଯାଉଛି। କିନ୍ତୁ ହାତୀ ଓ ଗଣ୍ଡା…

କାଦୁଅ ତଳେ ବସ୍ତାନି

ନିକଟରେ ବାତ୍ୟା ଅର୍ଣ୍ଣବ ଆସି ଚାଲିଗଲା। କିନ୍ତୁ ଅନେକ ସ୍ଥାନରେ ପିଲାଙ୍କ ଭବିଷ୍ୟତକୁ କାଦୁଅ ତଳେ ପୋତିଦେଇଗଲା। ଗଞ୍ଜାମ ଓ ଗଜପତି ଜିଲାର ଅନେକ ବିଦ୍ୟାଳୟରେ ବନ୍ୟାପାଣି…

ନାଗରିକଙ୍କ ସେବାରେ କୃତ୍ରିମ ବୁଦ୍ଧିମତ୍ତା

ବିଶ୍ୱରେ ଅନେକ ଦେଶ ନିଜ ନାଗରିକଙ୍କ ସୁବିଧା ପାଇଁ ଅଧିକ କିଛି କରିବାକୁ ଚେଷ୍ଟା କରୁଛନ୍ତି। ହେଲେ ଦେଖାଯାଉଛି ସେମାନେ ପ୍ରାୟତଃ ପୁରୁଣା ବ୍ୟବସ୍ଥା ଉପରେ ନିର୍ଭରଶୀଳ।…

ପୁରାଣରେ ପ୍ରଳୟର ବନ୍ୟା

ବିଭିନ୍ନ ପୌରାଣିକ ଗ୍ରନ୍ଥରେ ବନ୍ୟା ସମ୍ପର୍କରେ ଉଲ୍ଲେଖ ରହିଛି। ଏଗୁଡ଼ିକୁ ପ୍ରଳୟକୈନ୍ଦ୍ରିକ ଭାବେ ଦର୍ଶାଯାଇଛି। ବାଇବେଲ (ଖ୍ରୀଷ୍ଟପୂର୍ୱ ୫୦୦)ରେ ନୋଆ ଏବଂ ମହାବନ୍ୟା ବା ମହାପ୍ରଳୟର କାହାଣୀ…

ଉତ୍ତର ବୟସରେ ଦ୍ୱିତୀୟ ବିବାହ

ମା’ର ମୃତ୍ୟୁ ପରେ ସତୁରି ବର୍ଷରୁ ଊର୍ଦ୍ଧ୍ୱ ବାପା ଦ୍ୱିତୀୟ ବିବାହ କରିବା ପାଇଁ ମନ ବଳାଇଲେ। ଶେଷରେ ପୁଅ-ଝିଅମାନଙ୍କ ‘ନାହିଁ’ ଆଗରେ ବାପାଙ୍କର ‘ହଁ’ ଜିଦ୍‌ର…

ଲୋକଙ୍କ ପାଖରେ ଆଇନ

ନ୍ୟାୟ ଏକ ସୁସ୍ଥ ଓ ସମତାଭିତ୍ତିକ ସମାଜର ମୂଳଦୁଆ। କିନ୍ତୁ ଆଇନ ଓ ନ୍ୟାୟ ବ୍ୟବସ୍ଥା ଯଥେଷ୍ଟ ନୁହେଁ; ପ୍ରତ୍ୟେକ ନାଗରିକ ଯେତେବେଳେ ନିଜ ଅଧିକାର ସମ୍ପର୍କରେ…

ପୃଥିବୀର ମାଲିକ

ବିଶ୍ୱର ଅନ୍ୟତମ ପ୍ରମୁଖ ଟେକ୍‌ କମ୍ପାନୀ ତଥା ଏଆଇ ଆଧାରିତ ଅତ୍ୟାଧୁନିକ ଚିପ୍ସ ପ୍ରସ୍ତୁତ କରୁଥିବା ଆମେରିକାର ଏନ୍‌ଭିଡିଆ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ତଥା…

ରଫୁ ମରା ଜୀବନ

ଜୀବନଟା ଏକ ଅଦ୍ଭୁତ ଚିରା ପୋଷାକ। କେଉଁଠି ଛିଣ୍ଡିଯାଇଛି ସ୍ବପ୍ନ। କେଉଁଠି ଫାଟିଯାଇଛି ସମ୍ପର୍କ। ତଥାପି ମଣିଷ ତାକୁ ଫିଙ୍ଗି ଦେଇପାରେନାହିଁ। କାରଣ ତାହା ହେଉଛି ତା’ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?