Posted inଫୁରସତ

ପାଠକ ମଞ୍ଚ ଦେଇଛି ପରିଚୟ

ପେସା ତାଙ୍କର ଶିକ୍ଷକତା କିନ୍ତୁ ନିଶା ଛାତ୍ରୀଛାତ୍ରଙ୍କୁ ବିଭିନ୍ନ ଉପାଦେୟ ପୁସ୍ତକ ଓ ପତ୍ରପତ୍ରିକା ବଣ୍ଟନ କରିବା। କିପରି ପୁସ୍ତକ ପଠନ ପ୍ରତି ସମସ୍ତେ ଅଧିକରୁ ଅଧିକ ଆଗ୍ରହୀ ହେବେ ସର୍ବଦା ସେ ଚିନ୍ତା ତାଙ୍କୁ ଘାରୁଥିଲା। ଯେଉଁଥିପାଇଁ ସେ ଗଢ଼ିଲେ ଏକ ପାଠକ ମଞ୍ଚ। ପ୍ରାୟ ୧୭ ବର୍ଷ ଧରି ସେ ଏହି ପ୍ରୟାସ ଜାରି ରଖିଛନ୍ତି। ଏହି ପାଠକମଞ୍ଚ ଜରିଆରେ ସ୍କୁଲ କଲେଜ ପିଲାଙ୍କଠାରୁ ଆରମ୍ଭକରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ମାଗଣାରେ ବିଭିନ୍ନ ଉପାଦେୟବହି ପଢ଼ିବାର ସୁବିଧା ସୁଯୋଗ ପାଇଆସୁଛନ୍ତି। ଏହାବାଦ ସେ ବିଭିନ୍ନ ମହାପୁରୁଷଙ୍କ ଜୀବନୀ, କବିତା, ଗଳ୍ପ ଓ ଉପନ୍ୟାସ ଆଦି ଲେଖା ଲେଖି କରନ୍ତି। ଏହାଛଡା ଏକାଧିକ ପୁସ୍ତକ ରଚନା କରିବା ସହ ଅନୁବାଦ ମଧ୍ୟ କରିଛନ୍ତି। ତାଙ୍କର ବହୁମୁଖୀ ପ୍ରତିଭା ପାଇଁ ବିଭିନ୍ନ ସଂସ୍ଥା ପକ୍ଷରୁ ତାଙ୍କୁ ମିଳିଛି ଅନେକ ପୁରସ୍କାର ଓ ସମ୍ମାନ। ସେ ହେଲେ ରବୀନ୍ଦ୍ର କୁମାର ନାୟକ। ଜନ୍ମ ୨୫ ମାର୍ଚ୍ଚ, ୧୯୬୫ ମସିହା। ପିତା ନାରାୟଣ ନାୟକ, ମାତା ରମ୍ଭାବତୀ। ଘର କେନ୍ଦୁଝର ଜିଲା ହାଟଡ଼ିହି ଅନ୍ତର୍ଗତ ନୂଆରମ୍ପାସ ଗାଁ ରେ। ସେ କୁହନ୍ତି, ପିଲାଦିନେ ବିଭିନ୍ନ ପୁସ୍ତକର ଛବି ଦେଖି ଖୁସି ହୋଇପଡ଼ୁଥିଲି। ସ୍କୁଲ ବୟସରେ ବିବେକାନନ୍ଦଙ୍କ ଜୀବନୀ ବିଷୟରେ କେତେକ ବହି ପଢିଥିଲି, ଯାହା ମୋତେ ଉପାଦେୟ ପୁସ୍ତକ ପଢିବାର ପ୍ରତି ଆଗ୍ରହ ସୃଷ୍ଟି କରିଥିଲା। ଗାଁ ସ୍କୁଲରେ ପାଠପଢ଼ା ସାରି ଭଦ୍ରକ କଲେଜରେ ବିଏ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟ ବାଣୀବିହାରରେ ଇଂଲିଶ ଭାଷା-ସାହିତ୍ୟରେଏମ୍‌.ଏ. ,ଏମ୍‌.ଫିଲ୍‌ ସାରିଲି। ତା’ପରେ ୧୯୮୯ ମସିହାରେ ଢେଙ୍କାନାଳର ଏକ କଲେଜରେ ଅଧ୍ୟାପକ ଭାବେ ନିଯୁକ୍ତି ମିଳିଲା। ମାତ୍ର ଗାଁକୁ ଯେତେବେଳେ ଫେରୁଥିଲି ଅନୁଭବ କଲି ଆଜିକାଲି ଗାଁର ଅନେକ ପିଲାଙ୍କ ମନରୁ ପୁସ୍ତକ ଅଧ୍ୟୟନ ଅଭ୍ୟାସ ପ୍ରତି ଆଉ ଆଗ୍ରହ ନାହିଁ। ଏଥିପାଇଁ ପ୍ରଥମେ ଗାଁରେ ଥିବା ସ୍କୁଲ କଲେଜରେ ପଢୁଥିବା ପିଲାମାନଙ୍କୁ ଅଳ୍ପସଂଖ୍ୟକ ବିଭିନ୍ନ ଉପାଦେୟ ପୁସ୍ତକ ବଣ୍ଟନ କରିଥିଲି। ପିଲାମାନଙ୍କ ମଧ୍ୟରେ ପାଠ୍ୟପୁସ୍ତକ ସହିତ ବିଭିନ୍ନ ଉପାଦେୟ ପୁସ୍ତକ ପଢିବାର ଆଗ୍ରହ କିପରି ବଢ଼ିବ ସେଥିପାଇଁ ସବୁବେଳେ ଉଦ୍ୟମ କଲି। ଏହାସହ ପିଲାମାନଙ୍କୁ ନେଇ ଓଡ଼ିଆ ପ୍ରବନ୍ଧ ପ୍ରତିଯୋଗିତା କରିଥିଲି। ଏମିତି ଅଭ୍ୟାସ ମୋର ଜାରି ରହିଲା। ସେମାନଙ୍କ ମନରେ ଏକ ଭାବନା ଆସିଲା ଯେ ଗୋଟିଏ ଉତ୍ତମ ପୁସ୍ତକ କେବଳ ଖୁସି ଦିଏ ନାହିଁ, ଜୀବନର ବିକାଶ ଦିଗରେ ବାଟ ଦେଖାଇବା ସହ ପରମ ବନ୍ଧୁ ବି ହୋଇପାରେ। ମୋର ଏହି ପ୍ରୟାସ ସଫଳ ହେଲା। ଦେଖିଲି ଆସ୍ତେ ଆସ୍ତେ ପିଲାଙ୍କ ମଧ୍ୟରେ ପଢିବା ପାଇଁ ଆଗ୍ରହ ବଢୁଛି। ଏହାକୁ ଲକ୍ଷ୍ୟରେ ରଖି ୨୦୦୫ ଡିସେମ୍ବର ୩୧ରେ ବିବେକାନନ୍ଦ ପାଠକମଞ୍ଚ ଗଠନ ହେଲା, ଯାହା ସହ ଅନେକ ମାନ୍ୟଗଣ ବ୍ୟକ୍ତି ବି ଯୋଡି ହେଲେ। ପ୍ରତିବର୍ଷ ହାଟଡ଼ିହି ବ୍ଲକ ଅଧୀନ ୫୦ରୁ ଊର୍ଦ୍ଧ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟର ଚତୁର୍ଥରୁ ଦଶମ ଶ୍ରେଣୀର ୨୦୦ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଉପାଦେୟ ପୁସ୍ତକ ପଢ଼ିବା ଏବଂ ବିଭିନ୍ନ ଶିକ୍ଷଣୀୟ ପ୍ରତିଯୋଗିତା କରିଆସୁଛୁ। ପ୍ରତିଯୋଗୀମାନଙ୍କୁ ମାଗଣାରେ ବିଭିନ୍ନ ଶିକ୍ଷଣୀୟ ଗଳ୍ପ, କବିତା, ମହାପୁରୁଷଙ୍କ ଜୀବନୀ ଆଦି ଉପାଦେୟ ପୁସ୍ତକ ବାଣ୍ଟିଥାଉ। ଏଥିରେ ଭାଗ ନେଉଥିବା ପ୍ରତିଯୋଗୀମାନଙ୍କୁ ତିନି ଗୋଟି ବର୍ଗରେ ଏବଂ ଦୁଇଟି ପର୍ଯ୍ୟାୟରେ ଲିଖିତ ଓ ମୌଖିକ ପରୀକ୍ଷା କରାଯିବା ସହ ପିଲାମାନଙ୍କୁ ପୁରସ୍କୃତ ବି କରାଯାଇଥାଏ। ଯେଉଁଥିପାଇଁ ପ୍ରତିବର୍ଷ ଛାତ୍ରୀଛାତ୍ରଙ୍କ ସଂଖ୍ୟା ବଢୁଛି। ଏହି ବିବେକାନନ୍ଦ ପାଠକ ମଞ୍ଚର ସାରସ୍ବତ ଯାତ୍ରାରେ ଶିକ୍ଷକ ଅଭିମନ୍ୟୁ ସାହୁ , ଅବସରପ୍ରାପ୍ତ ପ୍ରାଧ୍ୟାପକ ବ୍ରଜମୋହନ ମିଶ୍ର, ପ୍ରଫେସର ଦୀପ୍ତିରଞ୍ଜନ ପଟ୍ଟନାୟକ, ଗାଳ୍ପିକ ଉମାକାନ୍ତ ରାଉତ, ପ୍ରାଧ୍ୟାପକ ଇନ୍ଦ୍ରମଣି ସାହୁ ପ୍ରମୁଖଙ୍କ ଭୂମିକା ରହିଛି।
ଏହିସବୁ କାମ ବାଦ ମୁଁ ବିଭିନ୍ନ ଉପାଦେୟ ପୁସ୍ତକକୁ ଅନୁବାଦ କରିଥାଏ। ଇଂଲିଶ, ହିନ୍ଦୀରୁ ଓଡ଼ିଆ ଏବଂ ଓଡ଼ିଆରୁ ଇଂଲିଶ ଇତ୍ୟାଦି ଭାଷାରେ ପ୍ରାୟ ୩୦ ଖଣ୍ଡ ଅନୁବାଦ ପୁସ୍ତକ ମୋର ପ୍ରକାଶିତ ହୋଇସାରିଛି। ଏହାବାଦ୍‌ ୭ ଖଣ୍ଡ ପୁସ୍ତକ ରଚନା କରିଛି। ମୁଁ ଅନୁବାଦ କରିଥିବା ପୁସ୍ତକ ମଧ୍ୟରେ
ହିମାଳୟରେ ବିବେକାନନ୍ଦ, ସବୁଦିନର ସାଥୀ, ବାଇ ଚଢ଼େଇର ବସା, କାହିଁକି ସ୍ବାମୀ ବିବେକାନନ୍ଦ ଯୁବଶକ୍ତିର ଚିରନ୍ତନ ପ୍ରେରଣା, ବିଦ୍ରୋହ ୧୮୫୭, କାମସୂତ୍ର, ବନ୍ଧୁ, ପରମବୀର ଚକ୍ର ବିଜେତା ସୈତାନସିଂ, ସୋମନାଥ ଶର୍ମା, ବୀର ଅବ୍‌ଦୁଲ ହମ୍ମଦ ଆଦି ୩୦ ଖଣ୍ଡ ପୁସ୍ତକକୁ ଓଡ଼ିଆ ଭାଷାରେ ଅନୁବାଦ କରିଛି । ତେବେ ମୋର ଅଧିକାଂଶ ସମୟ ବିଭିନ୍ନ ଉପାଦେୟ ପୁସ୍ତକ ପଢ଼ିବା ସହ ଲେଖାଲେଖିରେ ହିଁ କଟିଥାଏ। ଏହାଦ୍ୱାରା ମୋ ମନ ଭିତରେ ସକାରାତ୍ମକ ଭାବନା ଜାଗ୍ରତ ହୋଇଥାଏ। ଏସବୁବାଦ୍‌ ବିଭିନ୍ନ ସାମାଜିକ କାର୍ଯ୍ୟରେ ମଧ୍ୟ ମୁଁ ସମୟ ଦେଇଥାଏ। ଯାହା ମତେ ମାନସିକ ଶାନ୍ତି ଦେଇଥାଏ।
-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

‘ଦି ପ୍ରାଇମ୍‌ ମିନିଷ୍ଟର୍ସ ଟେବୁଲ’

ନୂଆଦିଲ୍ଲୀ,୨୪ା୮(ପିଟି): ପ୍ରଧାନମନ୍ତ୍ରୀଙ୍କ ଖାଦ୍ୟ ଥାଳିଠାରୁ ଆରମ୍ଭ କରି ସେମାନଙ୍କ ବ୍ୟକ୍ତିଗତ ଜୀବନୀ ଉପରେ ଏକ ପୁସ୍ତକ ପ୍ରକାଶ ପାଇଛି, ଯାହାକି ସେମାନଙ୍କ ରାଜନୈତିକ ଜୀବନୀଠାରୁ ମଧ୍ୟ କିଛି…

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

ପାଖେଇଲାଣି କଳିଯୁଗର ଅନ୍ତ: ଆକାଶରେ ଦିଶିବ ୨ଟି ସୂର୍ଯ୍ୟ, ଦ୍ୱିପ୍ରହରରେ ଦେଖାଯିବ ତାରା! ଡରାଇଲା ସଙ୍କେତ…

କଳିଯୁଗରେ ଅଧର୍ମର ଶେଷ ଏବଂ କଲ୍କି ଅବତାରର ସମୟ କ’ଣ ପାଖେଇ ଆସିଲାଣି? ବାସ୍ତବରେ, ‘କାଳଜ୍ଞାନମ୍’ ନାମକ ଏକ ରହସ୍ୟମୟ ଗ୍ରନ୍ଥରେ କଳିଯୁଗର ଶେଷ ସହିତ ଜଡ଼ିତ…

ସମୁଦ୍ର ଗର୍ଭରୁ ମିଳିଲା ସୁନାର ଭଣ୍ଡାର ସାଙ୍ଗକୁ ପୁଳାପୁଳା ଟଙ୍କା; ହେଲେ ସୁନା ମୁଦି ଖୋଲିଦେଲା ବଡ଼ ରହସ୍ୟ

ସମୁଦ୍ରର ଗଭୀରତାରେ ପୋତି ହୋଇ ରହିଥିବା ଗୋଟିଏ ଜାହାଜ ପ୍ରାୟ ୧,୩୦୦ ବର୍ଷ ପରେ ଇତିହାସର ଏପରି ଏକ ପୃଷ୍ଠା ସାମ୍ନାକୁ ଆଣିଛି, ଯାହାକୁ ଦେଖି ବୈଜ୍ଞାନିକମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri