ଟିକସ ଖିଲାପ କରୁଛନ୍ତି ବଡ଼ବଡ଼ିଆ

ଭୁବନେଶ୍ୱର,୨୯।୧ (ବନ୍ଦନା ସେଠୀ): ଗତବର୍ଷ ଅପେକ୍ଷା ଚଳିତ ଆର୍ଥତ୍କ ବର୍ଷରେ ଅଧିକ ରାଜସ୍ବ ଆଦାୟ କରିବାକୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଲକ୍ଷ୍ୟ ରଖିଛି। କେବଳ ହୋଲ୍ଡିଂ ଟିକସ ବାବଦକୁ ୧୧୫କୋଟି ଟଙ୍କା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ପ୍ରତି ଜୋନ୍‌କୁ ୩୨ରୁ ୪୦ କୋଟିର ଟାର୍ଗେଟ ଦିଆଯାଇଛି। ସେହିପରି ବିଜ୍ଞାପନ, ପାର୍କିଂ, ଟ୍ରେଡ୍‌ ଲାଇସେନ୍ସ ଓ ଅନ୍ୟାନ୍ୟ ବାବଦକୁ ମିଶାଇ ପ୍ରାୟ ୫ଶହ କୋଟି ଟଙ୍କାର ଟାର୍ଗେଟ ରହିଛି। ତେବେ ଚଳିତ ବର୍ଷ ଟିକସ ଆଦାୟ ଭଲ ହେଉଥିବା ବିଏମ୍‌ସି ପକ୍ଷରୁ କୁହାଯାଉଥିଲେ ବି ଧାର୍ଯ୍ୟ ଲକ୍ଷ୍ୟର ଅଧା ମଧ୍ୟ ପୂରଣ ହୋଇପାରି ନାହିଁ। ଲକ୍ଷ୍ୟ ପୂରଣରେ ବଡ଼ବଡ଼ିଆ ତଥା ସରକାରୀ ସଂସ୍ଥା ବାଧକ ସାଜୁଛନ୍ତି। ସେମାନଙ୍କ ଉପରେ କୋଟିକୋଟି ଟଙ୍କାର ରାଜସ୍ବ ବାକି ପଡୁଥିବା କାରଣରୁ ବିଏମ୍‌ସିକୁ ମଧ୍ୟ କ୍ଷତି ସହିବାକୁ ପଡୁଛି। ତେଣୁ ଏହି କ୍ଷତି କିଭଳି ଭରଣା କରାଯିବ ସେଥିପାଇଁ ବିଏମ୍‌ସି କର୍ତ୍ତୃପକ୍ଷ ମାନସମନ୍ଥନ କରିବା ସହ ଖିଲାପକାରୀଙ୍କୁ ତାଗିଦ୍‌ କରିଥିଲେ। ଜାନୁଆରୀ ୧୫ ସୁଦ୍ଧା ଟିକସ ଖିଲାପକାରୀ ଘରମାଲିକ ଏବଂ ସଂସ୍ଥାଗୁଡିକୁ ନୋଟିସ୍‌ ପଠାଯିବା ପାଇଁ କମିଶନର ନିର୍ଦ୍ଦେଶ ଦେଇଥିଲେ। ଏବେସୁଦ୍ଧା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ୧୨ଟି ସଂସ୍ଥାକୁ ଚିଠି କରାଯାଇଥିବା ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। କମିଶନରଙ୍କ ଦସ୍ତଖତ ଥିବା ଏହି ଚିଠିରେ ତୁରନ୍ତ ବକେୟା ହୋଲ୍ଡିଂ ଟିକସ ପଇଠ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଇଡ୍‌କୋ, ଉତ୍କଳ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର ବିମାନ ବନ୍ଦର, ଟିପିସିଓଡିଏଲ୍‌, ଓୟୁଏଟି, ପ୍ରାଚୀ ଡିଭିଜନ୍‌ ଆଦି ବିଭିନ୍ନ ସଂସ୍ଥା ଉପରେ ପ୍ରାୟ ୫୦ କୋଟି ଟଙ୍କାର ବକେୟା ପଡି ରହିଛି। ସେହିପରି ବିଭିନ୍ନ ଘରୋଇ ଶିକ୍ଷାନୁଷ୍ଠାନ, ହସ୍ପିଟାଲ ଏବଂ ହୋଟେଲ ଉପରେ ମଧ୍ୟ କୋଟିକୋଟି ଟଙ୍କାର ରାଜସ୍ବ ବାକି ପଡିଥିବାବେଳେ ଏମାନଙ୍କୁ ଜୋନ୍‌ ଅଫିସ୍‌ରୁ ନୋଟିସ୍‌ ଜାରି କରାଯାଇଛି। ବକେୟା ଥିବା ଘର ମାଲିକଙ୍କୁ ସ୍ମାର୍ଟସିଟି ପକ୍ଷରୁ ମେସେଜ୍‌ ପଠାଯାଇଛି। ଏତେ ପରେ ମଧ୍ୟ ଖିଲାପକାରୀମାନେ ଟିକସ ପଇଠ କରିବା ନେଇ ଆନ୍ତରିକତା ଦେଖାଉନାହାନ୍ତି, ଯାହାକି ବିଏମ୍‌ସି ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଅପରପକ୍ଷେ ନିୟମିତ ଖିଲାପକାରୀଙ୍କ ବିରୋଧରେ ବିଏମ୍‌ସି ଓଡିଶା ପବ୍ଲିକ ଡିମାଣ୍ଡ ରିକଭରି ଆକ୍ଟ (ଓପିଡିଆର)ଅନୁଯାୟୀ ମାମଲା ରୁଜୁ କଲେ ମଧ୍ୟ କୌଣସି ଫଳ ମିଳୁନାହିଁ। କାରଣ ବର୍ଷବର୍ଷ ଧରି ଓପିଡିଆର୍‌ କେସ୍‌ ପଡି ରହୁଥିବାବେଳେ ତାହାର ଫଇସଲା ହୋଇପାରୁ ନାହିଁ। ବିଏମ୍‌ସିର ୩ଟିଯାକ ଜୋନ୍‌ରେ ବିଗତ ୩/୪ ବର୍ଷ ମଧ୍ୟରେ ବିଭିନ୍ନ ସଂସ୍ଥା ଉପରେ ରୁଜୁ ହୋଇଥିବା ଓପିଡିଆର୍‌ କେସ୍‌ରେ ୮କୋଟିରୁ ଊର୍ଦ୍ଧ୍ୱ ବକେୟା ଟଙ୍କା ପଡି ରହିଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି। କେବଳ ଚଳିତ ବର୍ଷ ନୁହେଁ, ବିଗତ କିଛିବର୍ଷ ଧରି ଏହି ଧାରା ବଜାୟ ରହିଛି। ଫଳରେ ଗତବର୍ଷ ବିଧାନସଭାରେ ମଧ୍ୟ ବିଏମ୍‌ସି ହୋଲ୍ଠିଂ ଟିକସ ଝଡ଼ ଉଠିଥିଲା। ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଏନେଇ ବିଧାନସଭାରେ ପ୍ରଶ୍ନ କରିଥିବାବେଳେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ଏହାର ଉତ୍ତର ରଖିଥିଲେ। ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୧୦ଲକ୍ଷ ଟଙ୍କାରୁ ଅଧିକ ହୋଲ୍ଡିଂ ଟିକସ ବକେୟା ରଖିଥିବା ମୋଟ୍‌ ୬୩ ସଂସ୍ଥା ଓ ବ୍ୟକ୍ତି ରହିଛନ୍ତି। ସେମାନଙ୍କ ଉପରେ ୫୦କୋଟି ଟଙ୍କାରୁ ଅଧିକ ହୋଲ୍ଡିଂ ଟିକସ ବକେୟା ଥିବାବେଳେ ସେମାନଙ୍କ ଉପରେ ଓପିଡିଆର୍‌ କେସ୍‌ ରୁଜୁ ହୋଇଥିବା ସୂଚନା ଦେଇଥିଲେ। ତେବେ ଏବେସୁଦ୍ଧା ସେମାନଙ୍କ ମଧ୍ୟରୁ ଅନେକ ଟିକସ ଦେଇ ନାହାନ୍ତି। ଫଳରେ ବାର୍ଷିକ କୋଟିକୋଟି ଟଙ୍କା ବିଏମ୍‌ସିକୁ କ୍ଷତି ସହିବାକୁ ପଡୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri