Posted inଫୁରସତ

ରାମାୟଣ ପୁନର୍ଲିଖନ

ତ୍ରେତୟା ଯୁଗର କଥା। ପ୍ରଭୁ ଶ୍ରୀରାମ ଶ୍ରୀଲଙ୍କା ଜୟ ପରେ ମାତା ସୀତାଙ୍କୁ ସାଙ୍ଗରେ ଧରି ଅଯୋଧ୍ୟା ଫେରିଲେ। ଅଯୋଧ୍ୟା ସୀମାରେ ବାଣ ରୋଶଣି ଧରି ଭରତ ଅପେକ୍ଷା କରିଥା’ନ୍ତି। ଭରତ ଦେଖିଲେ ପ୍ରଭୁ ତ ଆସିଛନ୍ତି, କିନ୍ତୁ ସାଙ୍ଗରେ ଆସିଛନ୍ତି ଅସଂଖ୍ୟ ବାନର! ଏହାର କାରଣ ପୁଚ୍ଛନ୍ତେ, ରାମଚନ୍ଦ୍ର ସ୍ମିତ ହସି କହିଲେ, ”ପ୍ରିୟ ଅନୁଜ! ଏହି ବାନରମାନଙ୍କ ବିନା ଲଙ୍କା ଜୟ ସମ୍ଭବ ନଥିଲା। ଏମାନଙ୍କ ତ୍ୟାଗ ଓ ସେବାକୁ ଭୁଲି ହେବନାହିଁ। ସେମାନେ ସେମାନଙ୍କ ସ୍ବପ୍ରବୃତ୍ତି ଛାଡ଼ି କ୍ଷତ୍ରିୟ ପ୍ରବୃତ୍ତି ଆପଣେଇ ସାରିଲେଣି। ସେମାନେ ଏବେ ଅଯୋଧ୍ୟାରେ ରହିବେ। ସେମାନକୁ ଅଯୋଧ୍ୟା ସୈନ୍ୟବାହିନୀରେ ସାମିଲ କରାଯିବ।“ ଅଯୋଧ୍ୟାର ମହାମନ୍ତ୍ରୀ କାମଚଳା ରାଜା ଭରତଙ୍କ କାନରେ ଫିସ୍‌ ଫିସ୍‌ କରି କହିଲେ, ”ରାଜନ୍‌! ଆପଣ ଭ୍ରାତାଶ୍ରୀଙ୍କୁ ବୁଝାନ୍ତୁ, ବାନରମାନେ ଜଙ୍ଗଲରେ ରହିଲେ ଆମେ ଏଠି ସୁରକ୍ଷିତ ରହିବୁ। ମାତା ସୀତାଙ୍କୁ ଫେରାଇ ଆଣିବାରେ ସେମାନଙ୍କ ସହଯୋଗକୁ ଆମେ ଭୁଲିପାରିବୁ ନାହିଁ। ସେମାନଙ୍କ ପାଇଁ ଏକ ବିରାଟ ଅଭୟାରଣ୍ୟ ସୃଷ୍ଟି କରିବା। ସେମାନଙ୍କ ସମସ୍ତ ଖାଦ୍ୟପେୟର ବ୍ୟବସ୍ଥା ସେଠାରେ ରହିବ। ସେମାନେ ସେଇଠି ଆରାମରେ ରୁହନ୍ତୁ। ଆହୁରି ମଧ୍ୟ ରାମଚନ୍ଦ୍ରଙ୍କୁ ବୁଝାନ୍ତୁ, ଏତେ ସଂଖ୍ୟାରେ ବାନର ଅଯୋଧ୍ୟାରେ ପ୍ରବେଶ କଲେ ରାଜ୍ୟ ଧ୍ୱଂସ ପାଇଯିବ। ଲୋକଙ୍କ ବାଡ଼ିବଗିଚା ଚାଷ କିଛି ବି ସୁରକ୍ଷିତ ରହିବ ନାହିଁ। ଛୋଟ ମୁହଁରେ ବଡ଼ କଥା, ଆପଣ ଦେଖିବେ ମହାରାଜ, ଏହି ବାନରମାନେ ଦିନେ ଆମ ପାଇଁ ମହାସମସ୍ୟା ହୋଇ ଉଭା ହେବେ।“ ଭରତ ରାମଚନ୍ଦ୍ରଙ୍କୁ ଗୋଟେ କଡ଼କୁ ଡାକି ମହାମନ୍ତ୍ରୀଙ୍କ ଆଶଙ୍କା ବିଷୟରେ କହିଲେ। ପ୍ରଭୁ କିଛି ସମୟ ଚିନ୍ତାକରି ହନୁମାନଙ୍କ ମତ ଚାହିଁଲେ। ହନୁମାନ ନିଜ ସହ ଆସିଥିବା ହଜାର ହଜାର ବାନରମାନଙ୍କ ଆଡ଼କୁ ଚାହିଁଲେ। ତା’ପରେ ରାମଚନ୍ଦ୍ରଙ୍କୁ କହିଲେ, ”ପ୍ରଭୁ! ଏମାନେ କେତେ ଆଶା ନେଇ ଆମ ସହ ଆସିଛନ୍ତି। ସେମାନଙ୍କ ମନରେ କେତେ ସ୍ବପ୍ନ, କେତେ ଉଦ୍ଦୀପନା। ଏବେ ସେମାନେ ସହରରେ ରହିବେ। ସେମାନଙ୍କ ପିଲାମାନେ ସ୍କୁଲ ଯିବେ। ପାଠ ପଢ଼ି ଶିକ୍ଷିତ ହେବେ। ସେମାନଙ୍କୁ ଆଉ କେହି ମାଙ୍କଡ଼ କହି ପରିହାସ କରିବେ ନାହିଁ। ଅତି ବ୍ୟାକୁଳ ହୋଇ ସେମାନେ ଆପଣଙ୍କ ନିଷ୍ପତ୍ତିକୁ ଚାହିଁ ରହିଛନ୍ତି। ଆପଣ ନ୍ୟାୟର ମୂର୍ତ୍ତିମନ୍ତ ସ୍ବରୂପ, ଯାହା ବିଚାର କରିବେ।“ ପ୍ରଭୁ ରାମଚନ୍ଦ୍ର ଭରତଙ୍କୁ କହିଲେ, ”ସେମାନଙ୍କ ତ୍ୟାଗକୁ ମୁଁ କେବେ ଭୁଲିପାରିବି ନାହିଁ। କାମ ସରିଲା ପରେ ସେମାନଙ୍କୁ ଏମିତି ଅସହାୟ ଭାବେ ଛାଡ଼ିଦେବା ଠିକ ହେବ ନାହିଁ। ଯୁଗ ଯୁଗ ଧରି ମୋ’ ନାମରେ କଳଙ୍କ ଲାଗିବ।“ ମହାମନ୍ତ୍ରୀ ହାତ ଯୋଡ଼ି ରାମଚନ୍ଦ୍ରଙ୍କୁ କହିଲେ, ”ଆପଣ ସର୍ବଦ୍ରଷ୍ଟା। ମୁଁ ଆପଣଙ୍କୁ କ’ଣ ଅଧିକ କହିବି। କିନ୍ତୁ ଆଜି ଭାବପ୍ରବଣ ହୋଇ ବାନରମାନଙ୍କୁ ସହର ମଧ୍ୟରେ ଥଇଥାନ କରିବାର ଯେଉଁ ନିଷ୍ପତ୍ତି ନେଉଛନ୍ତି, ସେଥିପାଇଁ ଦିନେ ସମଗ୍ର ପ୍ରଜା ଆପଣଙ୍କୁ ଦୋଷ ଦେବେ।“ ରାମଚନ୍ଦ୍ର କହିଲେ, ”ଆପଣ ଠିକ୍‌ କହୁଛନ୍ତି। ମୁଁ ଜାଣିଛି ଏହି ବାନରମାନଙ୍କ ଯୋଗୁ ହୁଏତ ଦିନେ ରାମରାଜ୍ୟ ଧ୍ୱଂସ ପାଇବ। କିନ୍ତୁ ମୁଁ ମୋ ନିଷ୍ପତ୍ତିରୁ ଓହରି ସତ୍ୟଦ୍ରୋହୀ ହୋଇପାରିବିନି।“ ଅଗତ୍ୟା ଅଗ୍ରଜଙ୍କ ନିଷ୍ପତ୍ତି ଆଗରେ ଭରତ ମୁଣ୍ଡ ନୁଆଇଁ ଭାଇ ଭାଉଜଙ୍କ ସହ ବାନରମାନଙ୍କୁ ମଧ୍ୟ ଅଯୋଧ୍ୟା ନଗରୀ ମଧ୍ୟକୁ ପାଛୋଟି ନେଲେ। ଆଜି ଆମେ ସହରରେ ଯେଉଁ ବାନରମାନଙ୍କୁ ଦେଖୁଛୁ, ଏମାନେ ସମ୍ଭବତଃ ରାମଚନ୍ଦ୍ରଙ୍କ ଦ୍ୱାରା ସହରରେ ଥଇଥାନ ହୋଇଥିବା ବାନରମାନଙ୍କ ବଂଶଧର। ଆଜି ଯେପରି ଇତିହାସ, ଦର୍ଶନର ପୁନର୍ଲିଖନ ଚାଲିଛି, ସେହିଭଳି ପୁରାଣମାନଙ୍କୁ ମନ୍ଥନ କରି ସେଥିରୁ ଇତିହାସ ଲହୁଣି ବାହାର କରୁଥିବା ଆମର ପ୍ରୋଟୋ-ଐତିହାସିକମାନଙ୍କ ମତରେ ଜଙ୍ଗଲ ଛାଡ଼ି ବାନରମାନଙ୍କ ସହର ପ୍ରବେଶ ରାମଚନ୍ଦ୍ରଙ୍କ ରାଜୁତି ସମୟରେ ହୋଇଥିଲା ଏବଂ ଆଜି ଆମେ ଯେଉଁ ଶାସନ ବ୍ୟବସ୍ଥା ଦେଖୁଛୁ, ବାସ୍ତବରେ ଶ୍ରୀହନୁମାନଙ୍କ କିଷ୍କିନ୍ଧା ଡାଇନାଷ୍ଟି ତାହାର ମୂଳଦୁଆ ପକାଇଥିଲେ।
ସେ ଯାହାହେଉ, ବାନରମାନଙ୍କ ସହର ପ୍ରବେଶ ପରେ ସହରବାସୀ ପ୍ରମାଦ ଗଣିଲେ। ପ୍ରତିଦିନ କାହା ନା କାହା ବାରିରୁ କଦଳୀ କାନ୍ଦି ଚୋରି ହେଲାଣି ତ କେଉଁ ଚାଷୀର ପରିବା ବିଲରୁ ପରିବା ଉଭାନ୍‌ ହେଲାଣି। କାହା ଚାଳ କଣା ହେଲାଣି ତ କାହା ଘରେ ପଶି ଖାଇବା ଜିନିଷ ନଷ୍ଟ କଲେଣି। ଆସ୍ତେ ଆସ୍ତେ ପୂରା ଅଯୋଧ୍ୟା ନଗରୀ ଉପରେ ବାନରମାନଙ୍କ ରାଜୁତି ଚାଲିଲା। ଆସ୍ତେ ଆସ୍ତେ ନଗରବାସୀଙ୍କ ସହିବା ସୀମା ପାର କଲାପରେ ଆରମ୍ଭ ହେଲା ନର-ବାନରଙ୍କ ଗୋଷ୍ଠୀ କନ୍ଦଳ। ଦୈନିକ ଉଭୟ ଗୋଷ୍ଠୀରୁ କେହି ନା କେହି ମୃତାହତ ହେଲେ। ପ୍ରଜାବତ୍ସଳ ରାମଚନ୍ଦ୍ରଙ୍କର ଅକଲ ଗୁଡୁମ। ଇଆଡ଼ୁ ମାରିଲେ ମର୍କଟ ହତ୍ୟା, ସିଆଡ଼ୁ ମାରିଲେ ପ୍ରଜାହତ୍ୟା।
ଥରେ ମାଙ୍କଡ଼ମାନଙ୍କର ଏକ ଏମର୍ଜେନ୍ସି ମିଟିଂ ବସିଲା। ବୁଢ଼ା ଗେଧ ଜଣେ କହିଲେ, ”ବାବୁ ଓ ମା’ମାନେ ମନେରଖ, ଅତିରୁ ଇତି। ଏମିତି ଉତ୍ପାତ ଚଳେଇ ରଖିଲେ ଦିନେ ରାଜା ଆମକୁ ରାଜ୍ୟରୁ ବାହାର କରିଦେବେ। ତେଣୁ ତା’ ପୂର୍ବରୁ ଆମମାନଙ୍କୁ ଷ୍ଟ୍ରାଟେଜି ବଦଳେଇବାକୁ ପଡ଼ିବ। ଆମକୁ କିଛି ସମାଜ ମଙ୍ଗଳ କାର୍ଯ୍ୟକ୍ରମ ହାତକୁ ନେବାକୁ ପଡ଼ିବ। ତା’ପରେ ଆମମାନଙ୍କୁ ସକ୍ରିୟ ରାଜନୀତିରେ ଭାଗ ନେଇ ରାଜ୍ୟ ଶାସନର ଅଂଶୀଦାର ହେବାକୁ ପଡ଼ିବ।“ ଗୋଟେ ସୁନ୍ଦରୀ ପାତି ଉଠି କହିଲେ, ”ଏଥିପାଇଁ ପ୍ରଥମେ ଆମକୁ ନାଗରିକତ୍ୱର ମାନ୍ୟତା ଦେବାକୁ ରାଜାଙ୍କ ପାଖରେ ଦାବି କରିବାକୁ ହେବ।“ ଏଥିରେ ସମସ୍ତେ ହଁ ଭରିଲେ ଓ ହନୁମାନଙ୍କୁ ଏ ଦାୟିତ୍ୱ ଦିଆଗଲା। ବେଳ କାଳ ଉଣ୍ଡି ହନୁମାନ ରାଜା ରାମଚନ୍ଦ୍ରଙ୍କ ପାଖରେ ଗୁହାରି କଲେ, ”ପ୍ରଭୁ ଆପଣ ତ ଜାଣନ୍ତି ଆପଣଙ୍କ ପୂର୍ବଜମାନେ ଏକଦା ବାନର ଥିଲେ। ସେହି ଅନୁସାରେ ଆପଣ ଆମର ରକ୍ତ ସମ୍ପର୍କୀୟ। ସେଇଥିପାଇଁ ଆମ ନାମ ସହ ନର ଯୋଡ଼ିହେଇଛି। ଆପଣ ହେଲେ ନିରୋଳା ନର, ଆମେ ହେଲୁ ବିଶେଷ ନର। ସେଥିପାଇଁ ଆମେ ବାନର। ବାନରମାନଙ୍କୁ ନାଗରିକତ୍ୱର ମାନ୍ୟତା ଦେଇ ଆମକୁ ରାଜ୍ୟର ମୁଖ୍ୟସ୍ରୋତରେ ସାମିଲ ହେବାର ସୁଯୋଗ ଦିଅନ୍ତୁ।“ ଏ ପ୍ରସ୍ତାବ ଶୁଣି ପ୍ରଭୁ ରାମଚନ୍ଦ୍ରଙ୍କ ମୁଣ୍ଡ ଟିଣ। ସେ ଏବେ ବୁଝିପାରିଲେ, ଯେଉଁମାନଙ୍କୁ ଦିନେ ଦୟା ପରବଶ ହୋଇ ନିଜ ରାଜ୍ୟରେ ରହିବାକୁ ଅନୁମତି ଦେଇଥିଲେ, ଆଜି ସେଇମାନେ ତାଙ୍କ ଗାଦି ଉପରେ ଆଖି ପକେଇଲେଣି। ବ୍ୟତିବ୍ୟସ୍ତ ରାମଚନ୍ଦ୍ର ନିଜ କୁଳଦେବତାଙ୍କୁ ସ୍ମରଣ କଲେ। ଦେବାଧିପତି ଉଭା ହୋଇ କହିଲେ ଦେଖନ୍ତୁ ରାମଚନ୍ଦ୍ର, ଆପଣ ନିଜେ ହେଲେ ତ୍ରିକାଳଦର୍ଶୀ। ଆପଣଙ୍କୁ ଆଉ କ’ଣ ଅଛପା ଅଛି। ମୁଁ କେବଳ ଏତିକି ଆପଣଙ୍କୁ ଆଶ୍ୱାସନା ଦେବି, ଆପଣ ବଞ୍ଚତ୍ଥିବା ଯାଏଁ ସୁଶାସନ ରହିବ। ଏହା ବାଦ୍‌ ଯୁଗ ଯୁଗ ଧରି ଶାସନ ଭାର ମାଙ୍କଡ଼ମାନଙ୍କ ହାତରେ ରହିବ। ରାଜ୍ୟବାସୀ କେବଳ ଆପଣଙ୍କ ଶାସନକୁ ମନେପକଉଥିବେ ଓ ଯୁଗ ଯୁଗ ଧରି ଏହି ମର୍କଟମାନଙ୍କର ବଂଶଧରଙ୍କୁ ଶାସନଭାର ଅର୍ପଣ କରୁଥିବେ; କିନ୍ତୁ ସେ ସୁଶାସନ ଆଉ ଫେରିବ ନାହିଁ।

ଓଁ ଅଭିଜ୍ଞାନ ସାହୁ
-ବନମାଳୀ ଭବନ, ଖାନନଗର, କଟକ, ମୋ: ୯୪୩୭୦୧୦୭୫୮


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?