Posted inଫୁରସତ

ଇନ୍ଦ୍ରଧନୁର ଗଛ

ପ୍ରକୃତି ଆମକୁ ଅନେକ ଜିନିଷ ଦେଇଛି, ଯାହା ଆମକୁ ଆଶ୍ଚର୍ଯ୍ୟ କରେ। ଅନେକ ଚମତ୍କାର ଜିନିଷ ପୃଥିବୀରେ ରହିଛି। ଏହିପରି ଏକ ଆଶ୍ଚର୍ଯ୍ୟ ହେଉଛି ଏକ ଗଛ ଯାହା ଇନ୍ଦ୍ରଧନୁ ପରି ରଙ୍ଗରେ ସଜେଇ ହୋଇଥାଏ।

ସୋସିଆଲ ମିଡିଆରେ ଇନ୍ଦ୍ରଧନୁ ରଙ୍ଗ ପରି ଏକ ଗଛ ଦେଖିବାକୁ ପାଇବେ। ଯାହାକୁ ଦେଖିଲେ ଅନୁଭବ କରିବେ ଯେ, ଏହା ରଙ୍ଗ କରାଯାଇଛି। ମାତ୍ର ତାହା ନୁହେଁ। ପ୍ରକୃତି ଏହି ଗଛକୁ ଏମିତି ଗଢ଼ିଛି। ଏଥିରେ ଇନ୍ଦ୍ରଧନୁ ପରି ରଙ୍ଗ ରହିଛି। ଯାହା ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରୁଛି।

Image

ଏହି ବୃକ୍ଷଟି ସମଗ୍ର ବିଶ୍ୱରେ ଜଣାଶୁଣା। ସାଧାରଣ ଭାଷାରେ ଏହାକୁ ଇନ୍ଦ୍ରଧନୁ ଇଉକାଲପଟାସ୍‌ କୁହାଯାଏ। କିନ୍ତୁ ବୈଜ୍ଞାନିକ ଭାଷାରେ ଏହାକୁ ଇଉକ୍ଲିପ୍‌ଟାସ ଡିଗ୍ଲୁପଟା କୁହାଯାଏ। ରଙ୍ଗୀନ ଗଛ ତାଲିକାରେ ଶୀର୍ଷରେ ଥିବା ଏହି ଗଛର ବିଶେଷତ୍ୱ ହେଉଛି ଏଥିରେ ବିସ୍ତୃତ ବିଭିନ୍ନ ପ୍ରକାରର ରଙ୍ଗ ରହିଛି। କେତେକ ସ୍ଥାନରେ ଏହି ଗଛକୁ ଇନ୍ଦ୍ରଧନୁ ଗୁମ୍‌ ମଧ୍ୟ କୁହାଯାଏ। ଗଛ ସହିତ ଜଡ଼ିତ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ ଅଛି, ଯେପରି ବୃକ୍ଷର ବୟସ ବଢ଼ିବା ସହିତ ଏହାର ରଙ୍ଗ ପରିବର୍ତ୍ତନ ହୁଏ।

Image

ଏହି ଗଛଗୁଡ଼ିକ ସର୍ବଦା ସମାନ ନୁହନ୍ତି। ଏହା ବଢ଼ିବା ସହିତ ଏହାର ଛେଲି ଖସିବା ଆରମ୍ଭ କରେ ଏବଂ ଗଛର ଉଜ୍ଜ୍ୱଳ ରଙ୍ଗ ବାହାରକୁ ଆସେ। ପ୍ରତ୍ୟେକ ଋତୁରେ ଯେତେବେଳେ ଏହାର ଛେଲି ଆସେ, ଏଥିରୁ ସୁନ୍ଦର ରଙ୍ଗ ବାହାରିଥାଏ। ଏହି ଗଛର ହାରାହାରି ଉଚ୍ଚତା ୭୬ ମିଟର। ଏହାର କାଠ ବହୁତ ମହଙ୍ଗା ବିକ୍ରି ହୁଏ। କାରଣ ଏଥିରୁ ଧଳା କାଗଜ ତିଆରି ହୋଇଥାଏ। ସେଗୁଡ଼ିକ ପ୍ରାୟତଃ ଫିଲିପାଇନ୍ସ, ଇଣ୍ଡୋନେସିଆ ଏବଂ ପାପୁଆ ନ୍ୟୁ ଗିନିରେ ଦେଖାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?