ମେଣ୍ଟ ଉପରେ ମନମୋହନ ସାମଲଙ୍କ ଏପଟସେପଟ କଥାକୁ ନେଇ ଉଠିଲା ପ୍ରଶ୍ନ

ଭୁବନେଶ୍ୱର,୧୪।୩: ରାଜ୍ୟରେ ମେଣ୍ଟକୁ ନେଇ ଦ୍ୱନ୍ଦ ବଢିବାରେ ଲାଗିଛି। ଗୋଟିଏ ପଟେ ଭାଜପା ସଭାପତି ମନମୋହନ ସାମଲଙ୍କ ଏପଟସେପଟ କଥା ଅନ୍ୟପଟେ ବିଜେଡି ସୁପ୍ରିମୋ ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିବା ନେଇ ମେଣ୍ଟକୁ ନେଇ ଚର୍ଚ୍ଚା ଆହୁରି ବଢିଛି। ଭାଜପା ସଭାପତି ମନମୋହନ ଆଜି ଦିଲ୍ଲୀରୁ ଫେରିବା ପରେ ପ୍ରଥମେ କହିଲେ, ପ୍ରୋସେସ ବା ପ୍ରକ୍ରିୟା ଚାଲିଛି। ତା’ର କିଛି ସମୟ ପରେ କହିଲେ ଆମେ ଏକା ଲଢିବୁ। ଏବେ କହିଲେଣି ନିଷ୍ପତ୍ତି ହାଇକମାଣ୍ଡ ନିଷ୍ପତ୍ତି ନେବେ। ପୁଣି ମନମୋହନ ଏକାକୀ ଲଢିବା ନେଇ ଟୁଇଟ କରିବା ପରେ ତାହାକୁ ଡିଲିଟ କରିବାକୁ ନେଇ ପ୍ରଶ୍ନ ଉଠୁଛି। ଏବେ ଚର୍ଚ୍ଚା ହେଉଛି, ମନମୋହନ ସାମଲଙ୍କୁ ଇସ୍ତଫା ଦେବା ପାଇଁ କୁହାଯାଇଛି। କେବଳ ଏତିକି ନୁହେଁ, ପୁଣି ତାଙ୍କୁ ଦିଲ୍ଲୀ ଯିବା ପାଇଁ ଡାକରା ଆସିଥିବା ଆଲୋଚନା ହେଉଛି।

ସୂଚନାଯୋଗ୍ୟ, ମନମୋହନ ଦିଲ୍ଲୀରୁ ଫେରିବା ପରେ କହିଥିଲେ, ଆମର ପ୍ରକ୍ରିୟା ଯାହା ହେବା କଥା ଚାଲିଛି, ଆମେ ସବୁ ବିଷୟରେ ଆଲୋଚନା କରୁଛି। ତାହାର କିଛି ସମୟ ପରେ ମନମୋହନ କଥା ପରିବର୍ତ୍ତନ କରି କହିଥିଲେ ଆମେ ଏକୁଟିଆ ଲଢିବୁ ଏବଂ ସରକାର ବି ଗଠନ କରିବୁ। ଏହାକୁ ନେଇ ସେ ଏକ ଟୁଇଟ୍‌ ମଧ୍ୟ କରିଥିଲେ। ଟୁଇଟ୍‌ରେ ସେ ଲେଖିଥିଲେ, ଓଡ଼ିଶାର କୋଟି କୋଟି ଜନତାଙ୍କ ଆଶୀର୍ବାଦ ଓ ଶୁଭେଚ୍ଛା ନେଇ ଭାଜପା ଏକାକୀ ନିର୍ବାଚନ ଲଢିବ ଏବଂ ସରକାର ମଧ୍ୟ କରିବ। ଏହି ଟୁଇଟ୍‌ କରିବାର କିଛି ସମୟ ପରେ ସେ ଏହାକୁ ଡିଲିଟ୍‌ କରିଦେଇଥିଲେ।

ସୂଚନାଯୋଗ୍ୟ,ରାଜ୍ୟରେ ଭାଜପା ଏବଂ ବିଜେଡି ମେଣ୍ଟକୁ ନେଇ ସସପେନ୍ସ ଲାଗି ରହିଛି। ଭାଜପା ରାଜ୍ୟରେ ମେଣ୍ଟ ସମ୍ଭାବନାକୁ ବାରମ୍ବାର ଖାରଜ କରୁଥିବାବେଳେ ବିଜେଡି ନୀରବ ରହିଛି। ସେପଟେ ଭାଜପା ନେତୃତ୍ୱ ବାରମ୍ବାର ଦିଲ୍ଲୀ ଯାଉଥିଲେ ମଧ୍ୟ ମେଣ୍ଟକୁ ନେଇ ଅଙ୍କ ଛିଡୁନି।

ଏହାପୂର୍ବରୁ ମଧ୍ୟ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ଭାଜପା ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର ମଧ୍ୟ ରାଜ୍ୟରେ ମେଣ୍ଟ ସମ୍ଭାବନାକୁ ଖାରଜ କରିଥିଲେ। ମେଣ୍ଟ ପ୍ରସଙ୍ଗରେ ଚର୍ଚ୍ଚା ପାଇଁ କାର୍ତ୍ତିକ ପାଣ୍ଡିଆନ ଓ ପ୍ରଣବପ୍ରକାଶ ଦାସ ଦିଲ୍ଲୀ ଯାଇ ଫେରିଥିଲେ ମଧ୍ୟ ବିଜେଡି ଏହି ସମ୍ଭାବ୍ୟ ମେଣ୍ଟକୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରୁନାହିଁ। ରାଜନୀତିରେ ଗୁଜବ ଓ ମିଛ କଥା ସବୁଠାରୁ ଖରାପ ଜିନିଷ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିବା ପରେ ମେଣ୍ଟକୁ ନେଇ ସସପେନ୍ସ ଆହୁରି ବଢିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହୋଇଗଲା କି Ayesha Khanଙ୍କ ନିର୍ବନ୍ଧ? ମିଷ୍ଟ୍ରି ମ୍ୟାନ୍‌ଙ୍କ ସହ ରୋମାଣ୍ଟିକ ଫଟୋ ଶେୟାର କରି ଚମକାଇଲେ

ମୁମ୍ବାଇ: ଟିଭି ଏବଂ ବଲିଉଡ଼ର ଜଣାଶୁଣା ଅଭିନେତ୍ରୀ ଆୟଶା ଖାନ ପ୍ରାୟତଃ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରୁହନ୍ତି। ’ବିଗ ବସ 17’ ରୁ ଆରମ୍ଭ…

ଲଗାଣ ବର୍ଷା: ଏହି ଜିଲାରେ ବନ୍ଦ ରହିବ ସମସ୍ତ ସ୍କୁଲ

ସୁନ୍ଦରଗଡ଼, ୧୮ା୮(ଜୟ ନାରାୟଣ ମେଣ୍ଡୁଳି)- ଲଗାଣ ବର୍ଷା ସହ ପ୍ରତିକୂଳ ପାଗ ଜାରି ରହିଥିବାରୁ ଛାତ୍ରୀଛାତ୍ରଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ଜିଲାର ସମସ୍ତ ଶିକ୍ଷାନୁଷ୍ଠାନକୁ ବୁଧବାର…

ଜେଲ୍‌ରୁ ମୁକୁଳିଲେ ମାଓନେତା ଆଜାଦ୍: ୧୫ ବର୍ଷରୁ ଅଧିକ ଜେଲ୍ ଦଣ୍ଡ ପରେ…

ଗଜପତି,୧୮।୮(ଗିରିଧାରୀ ପରିଛା): ଦୀର୍ଘ ୧୫ ବର୍ଷ, ୨ ମାସ ଏବଂ ୧୮ ଦିନ ଜେଲରେ ବିଚାରାଧୀନ କୈଦୀ ଭାବେ ରହିବା ପରେ ଶେଷରେ ମୁକ୍ତି ପାଇଛନ୍ତି ମାଓ…

ଔପଦାରେ ଅଭାବନୀୟ କାଣ୍ଡ: ଏକତରଫା ପ୍ରେମରୁ ଶିକ୍ଷୟତ୍ରୀଙ୍କ ସହ ପରିବାର ସଦସ୍ୟଙ୍କୁ ଗୋଡ଼ାଇ ହାଣିଲେ ପ୍ରେମିକ

ଔପଦା, ୧୮।୮(ଧରିତ୍ରୀ ପଣ୍ଡା): ବାଲେଶ୍ୱର ଜିଲା ଔପଦା ଥାନା ଅଞ୍ଚଳରେ ଏକ ଅଭାବନୀୟ ଏବଂ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଜଣେ ଶିକ୍ଷୟତ୍ରୀଙ୍କୁ ଏକତରଫା ପ୍ରେମ କରି…

ଦାରିଙ୍ଗବାଡି ଅଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା: ଦନେକବାଡି-ସିର୍କାବର୍ଗ ରାସ୍ତା ଉପରେ ପଡିଲା ବିରାଟକାୟ ଗଛ

ଦାରିଙ୍ଗବାଡ଼ି, ୧୮।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଗତ କିଛି ଦିନ ହେଲା ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ଜନଜୀବନ ବେହାଲ ହୋଇପଡ଼ିଛି।…

ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ ଜନନୀ ଯନ୍ତ୍ରଣା: ଅଧା କିଲୋମିଟର ଖଟିଆରେ ବୁହା ହେଲେ ପ୍ରସୂତି

ଲାଞ୍ଜିଗଡ, ୧୮।୮ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ପଞ୍ଚାୟତ ଅନ୍ତର୍ଗତ ବାତେରପଡ଼ା ଗାଁର ମାଝୀପଡ଼ା ଏକ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଏଠାରେ…

ଝିପିଝିପି ବର୍ଷାରେ ଧାନ ରୁଆ: ଚାଷୀ ମନରେ ଖେଳିଗଲା ଖୁସିର ଲହରୀ

କେସିଙ୍ଗା,୧୮।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ଝିପିଝିପି ବର୍ଷା ଲାଗି ରହିଛି। ଲଘୁଚାପଜନିତ ବର୍ଷା ହେଉଛି। ଚାଷୀ ମନରେ ଖୁସିର ଲହରି ଖେଳି ଯାଉଛି। ଝିପି…

୧୦୦ ବର୍ଷ ମଧ୍ୟରେ ପ୍ରଥମ: ଟାଟା ସନ୍ସର ବାର୍ଷିକ ସାଧାରଣ ବୈଠକ ସ୍ଥଗିତ

ନୂଆଦିଲ୍ଲୀ,୧୮।୮: କୋରମ ଅଭାବରୁ ଟାଟା ସନ୍ସର ବାର୍ଷିକ ସାଧାରଣ ବୈଠକ (AGM) ସ୍ଥଗିତ ରଖାଯାଇଛି। ବୈଠକ ପାଇଁ ଆବଶ୍ୟକ ସଂଖ୍ୟକ ସଦସ୍ୟ ଉପସ୍ଥିତ ନଥିଲେ, ଯାହା ଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri