ଲୋକଙ୍କ ହୃଦୟର କୁଇନ୍‌

ଭୁବନେଶ୍ୱର,୨୮।୭(ବ୍ୟୁରୋ): ନବେ ଦଶକର ଶେଷ ଭାଗରେ ଓଡ଼ିଆ ଆଲବମ୍‌ର ଚର୍ଚ୍ଚିତ ଚେହେରାଙ୍କ ମଧ୍ୟରୁ ଅନ୍ୟତମ ଥିଲେ ଦୀପା ସାହୁ। ଯେତେବେଳେ ଆଲ୍‌ବମ୍‌ରେ ଅଭିନୟ କରିବାକୁ ଅନ୍ୟମାନେ ପଛଘୁଞ୍ଚା ଦେଉଥିଲେ, ସେତେବେଳେ ଦୀପା ନିଜକୁ ଜଣେ ବୋଲ୍ଡ ଅଭିନେତ୍ରୀଭାବେ ସାବ୍ୟସ୍ତ କରିଥିଲେ। ଗୋଟିଏ ପରେ ଗୋଟିଏ ହିଟ୍‌ ଗୀତ ଦେଇ ଦୀପା ଦର୍ଶକଙ୍କ ହୃଦୟ ଜିତିବା ସହ ଆଲବମ୍‌ ଜଗତର କୁଇନ୍‌ଭାବେ ପରିଚିତ ହୋଇଥିଲେ।
ବୋଲ୍ଡ ଅଭିନେତ୍ରୀ
ଦୀପା ସାହୁଙ୍କ ଅଭିନୀତ ଆଲ୍‌ବମ୍‌କୁ ଲୋକେ ହିନ୍ଦୀ ଆଲ୍‌ବମ୍‌ ସହ ତୁଳନା କରୁଥିଲେ। ବୋଲ୍ଡନେସ୍‌ ହେଉକି ଚମତ୍କାର ଅଭିନୟ, କେଉଁଥିରେ ପଛରେ ନ ଥିଲେ ଦୀପା। ସାବନା ରଙ୍ଗ ସାଙ୍ଗକୁ ଲମ୍ବା ଚୁଟି ତାଙ୍କୁ ଇଣ୍ଡଷ୍ଟ୍ରିରେ ବେଶି ଲୋକପ୍ରିୟ କରାଇଥିଲା। ଦୀପାଙ୍କ ପୋଷାକ ପରିଧାନ ଶୈଳୀ ତଥା ଫ୍ୟାଶନ ଷ୍ଟାଇଲ୍‌ ସେତେବେଳେ ବେଶ୍‌ ଆଦୃତ ହୋଇଥିଲା। ନିଜର ଏହି ନିଆରା ଷ୍ଟାଇଲ୍‌ ପାଇଁ ସେ ଓଡ଼ିଆ ଆଲ୍‌ବମ୍‌କୁ ଶୀର୍ଷରେ ପହଞ୍ଚାଇଥିବାବେଳେ ଏଥିପାଇଁ ଓଡ଼ିଆ ଫିଲ୍ମ କଳାକାରମାନେ ତାଙ୍କୁ ଈର୍ଷା କରୁଥିଲେ। ତେବେ ତାଙ୍କ ବୋଲ୍ଡ ଅଭିନୟ ଓ ଲୋକପ୍ରିୟତା ଦେଖି ନିର୍ଦ୍ଦେଶକ ସଞ୍ଜୟ ନାୟକ ଦୀପାଙ୍କୁ ନିଜ ଫିଲ୍ମରେ ପ୍ରଥମ ବ୍ରେକ୍‌ ଦେଇଥିଲେ।
ଓଡ଼ିଶୀରୁ ଆଲ୍‌ବମ୍‌ ଜଗତ
ଦୀପା ଢେଙ୍କାନାଳର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ ହୋଇଥିଲେ। ତେଣୁ ନୃତ୍ୟ, ଗୀତକୁ ତାଙ୍କ ପରିବାରରେ ସେତେଟା ସମର୍ଥନ ମିଳି ନ ଥିଲା। ବାପାଙ୍କ ବିରୋଧ ସତ୍ତ୍ୱେ ମା’ଙ୍କ ସମର୍ଥନରେ ଦୀପା ପ୍ରଥମେ ଓଡ଼ିଶୀ ନୃତ୍ୟ ଶିକ୍ଷା କରିଥିଲେ। ଏହାପରେ ଆଲ୍‌ବମ୍‌ରେ ଏଣ୍ଟ୍ରି କରିଥିଲେ। କଣ୍ଠଶିଳ୍ପୀ ଶକ୍ତି ମିଶ୍ର ଦୀପାଙ୍କୁ ବବି ଇସ୍‌ଲାମ୍‌ଙ୍କ ସହ ପରିଚିତ କରାଇବା ପରେ ତାଙ୍କ ଆଲ୍‌ବମ୍‌ ଯାତ୍ରା ଆରମ୍ଭ ହୋଇଥିଲା। ପ୍ରଥମ ଆଲ୍‌ବମ୍‌ ‘ମେଡ୍‌ ଇନ୍‌ ଓଡ଼ିଶା’ ଏତେ ହିଟ୍‌ ହୋଇଥିଲା ଯେ ଦୀପାଙ୍କ ପୋଷ୍ଟର ଓ ହୋର୍ଡିଂ ବିଭିନ୍ନ ସ୍ଥାନରେ ଲାଗିଥିଲା। ଖବରକାଗଜରେ ଦୀପାଙ୍କ ବହୁ ସାକ୍ଷାତ୍‌କାର ଦେଖି ବାପାଙ୍କ ମନ ମଧ୍ୟ ପରିବର୍ତ୍ତନ ହୋଇଯାଇଥିଲା। ମାତ୍ର ତାଙ୍କ ମା’ଙ୍କୁ କ୍ୟାନ୍‌ସର୍‌ ହେବାରୁ ସେ କ୍ୟାରିୟର ପ୍ରତି ଧ୍ୟାନ ଦେଇପାରି ନ ଥିଲେ ଓ ବହୁ ଫିଲ୍ମକୁ ହାତଛଡ଼ା କରିଥିଲେ।

 

ଅଭିନେତ୍ରୀ ଦୀପା ସାହୁଙ୍କ ଦେହାନ୍ତ ଖବର ଶୁଣି ମୁଁ ଦୁଃଖିତ। ଓଡ଼ିଆ ଆଲବମ୍‌ ଜଗତରେ ତାଙ୍କ କଳାର ନିଖୁଣ ଛାପ ଦ୍ୱାରା ଅନେକ ଦର୍ଶକଙ୍କୁ ସେ ବାନ୍ଧି ରଖିପାରିଥିଲେ। ତାଙ୍କ ବିୟୋଗରେ ଓଡ଼ିଶା ଆଲ୍‌ବମ୍‌ ଓ ଚଳଚ୍ଚିତ୍ର ଜଗତରେ ଅପୂରଣୀୟ କ୍ଷତି ଘଟିଛି।
– ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ
ଅଭିନେତ୍ରୀ ଦୀପା ସାହୁ ଜଣେ ଆଗଧାଡିର କଳାକାରଭାବେ ବେଶ୍‌ ପରିଚିତ ଥିଲେ। ତାଙ୍କ ଅକାଳ ବିୟୋଗ ନିଶ୍ଚିତଭାବେ କଳାଜଗତ ପାଇଁ ଏକ ବିରାଟ କ୍ଷତି। ଏପରି ସମୟରେ ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଈଶ୍ୱର ଧୈର୍ଯ୍ୟ ଓ ସାହସ ଦିଅନ୍ତୁ।
– ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ
୨୦୦୨ରେ ଦୀପାଙ୍କ ପ୍ରଥମ ଆଲ୍‌ବମ୍‌ ‘ମେଡ୍‌ ଇନ୍‌ ଓଡ଼ିଶା’ର ଏକ ଗୀତ ‘ବେଣୀ ନୁହେଁ ତୋତେ ଖୋସା ମାନିବ’ରେ ମୁଁ ବି ନିଜ କ୍ୟାରିୟର ଆରମ୍ଭ କରିଥିଲି। ସେ ଜଣେ ଭଲ ଅଭିନେତ୍ରୀ, ଭଲ ମା’ ଓ ଭଲ ସ୍ତ୍ରୀ ଥିଲେ। ପରିବାର ପାଇଁ କ୍ୟାରିୟରର ପିକ୍‌ ସମୟରେ ଇଣ୍ଡଷ୍ଟ୍ରି ଛାଡ଼ିଥିଲେ। ତାଙ୍କ ୧୨ ବର୍ଷର ଝିଅ କଥା ଭାବି ବେଶି କଷ୍ଟ ଲାଗୁଛି। ଏ କଠିନ ସମୟ ଅତିକ୍ରମ କରିବାକୁ ଭଗବାନ ତାଙ୍କ ପରିବାରକୁ ସାହସ ଦିଅନ୍ତୁ।
– ସବ୍ୟସାଚୀ ମିଶ୍ର, ଅଭିନେତା
ଓଡ଼ିଆ ଆଲ୍‌ବମ୍‌ ଜଗତର ଅପ୍ରତିଦ୍ୱନ୍ଦ୍ୱୀ ଅଭିନେତ୍ରୀଭାବେ ଦୀପାଙ୍କ ଅଭିନୟ ସାଧାରଣ ଦର୍ଶକଙ୍କୁ ବିଶେଷ ପ୍ରଭାବିତ କରିଥିଲା। କ୍ୱଚିତ୍‌ ଓଡ଼ିଆ ଝିଅ ଭାବେ ଆଲ୍‌ବମ୍‌ ଗୀତକୁ ଶୀର୍ଷରେ ପହଞ୍ଚାଇବାରେ ଦୀପାଙ୍କ ଭୂମିକାକୁ କେହି ଅସ୍ବୀକାର କରିପାରିବେ ନାହିଁ। ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରୁଛି।
– ଦିଲୀପ ହାଲି, ସିନେ ସମୀକ୍ଷକ


Enter your email to get our daily news in your inbox.

All Right Reserved By Dharitri.Com

ଟିକେଟ ଆଶା କରିଥିଲି, ମତେ ବି ଦୁଃଖ ଲାଗୁଛି

ଜଗତ୍‌ସିଂହପୁର, ୨୦ା୪(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଲା ପରେ ଟିକେଟ ନ ପାଇ ସବୁଠାରୁ ଦୁଃଖରେ...

ଡଙ୍ଗାବୁଡ଼ି ୨ ମୃତ, ୭ ନିଖୋଜ

ଝାରସୁଗୁଡ଼ା, (ସଞ୍ଜୟ ମାଲି) / ଭୁବନେଶ୍ୱର,(ଅନିଲ ଦାସ) ୨୦ା୪: ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଶୁକ୍ରବାର ଅପରାହ୍ନରେ ଏକ ଡଙ୍ଗା ବୁଡ଼ିଯାଇଛି। ଏହି...

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri