ପୁନରୁଦ୍ଧାର ଅପେକ୍ଷାରେ ପୁରୀ ସଂଗ୍ରହାଳୟ

ପୁରୀ ଅଫିସ,୧୧।୨: ସଂସ୍କୃତି ଓ ଐତିହ୍ୟର ବାର୍ତ୍ତାବହ କୁହାଯାଉଥିବା ପୁରୀ ସଂଗ୍ରହାଳୟ ଏବେ ଅବହେଳିତ ହୋଇପଡ଼ିଛି। ଉଦ୍‌ଘାଟନ ଦିନଠାରୁ ଅର୍ଥାତ ଦୀର୍ଘ ୩୦ବର୍ଷ ହେଲା ସଂଗ୍ରହାଳୟ ଭଡ଼ାଘରେ ଚାଲିଛି। ଏଠାରେ ଅନେକ ଦୁର୍ମୂଲ୍ୟ କଳାକୃତି, ପଥର ମୂର୍ତ୍ତି, ସୋଲ କାରୁକାର୍ଯ୍ୟ ଓ ବିରଳ ଫଟୋ ସାଇତା ରହିଛି। ତେବେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏସବୁରେ ଧୂଳିର ମୋଟା ଆସ୍ତରଣ ବସିଗଲାଣି। କେତେକ ସାମଗ୍ରୀ ନଷ୍ଟ ହେଇଗଲାଣି। କେହି କର୍ମଚାରୀ ନ ଥିବାବେଳେ ଅଧିକାଂଶ ସମୟରେ ସଂଗ୍ରହାଳୟରେ ତାଲା ଝୁଲୁଛି। ପର୍ଯ୍ୟଟନ ସହର ପୁରୀରେ ଥିବା ଏହି ସଂଗ୍ରହାଳୟ ଏବେ ନିଜ ଅସ୍ତିତ୍ୱ ଖୋଜିବା ସହ ପୁନରୁଦ୍ଧାର ଚାହଁୁଛି। ୧୯୯୨ ଜୁଲାଇ ୨୭ରେ ତତ୍କାଳୀନ ସଂସ୍କୃତି ମନ୍ତ୍ରୀ ଶରତ କୁମାର କର ପୁରୀ ସଂଗ୍ରହାଳୟ ଏବଂ ଜିଲା ପାଠାଗାରକୁ ଉଦ୍‌ଘାଟନ କରିଥିଲେ। ପ୍ରଥମେ ଦଇତାପଡ଼ା ସାହିର ଏକ ଭଡ଼ାଘରେ ସଂଗ୍ରହାଳୟ ଖୋଲାଯାଇଥିଲା। ସମ୍ପ୍ରତି ଜିଲା ସ୍କୁଲ ପାଖ ଏକ ଭଡ଼ା ଘରେ ଏହା କାର୍ଯ୍ୟକ୍ଷମ ହୋଇଆସୁଛି। ଏଠାରେ ମାର୍କଣ୍ଡ ଭୈରବ, ଗଣେଶ୍ୱର ମନ୍ଦିର, ନନ୍ଦିଘୋଷ ରଥର କାରୁକାର୍ଯ୍ୟ, ଶ୍ରୀମନ୍ଦିର କଳାକୃତିର ଫଟୋ, ଗରୁଡ଼ଙ୍କ ଅବିକଳ ମୂର୍ତ୍ତି, କୋଣାର୍କ ମନ୍ଦିର ଫଟୋ, ଶ୍ରୀକ୍ଷେତ୍ର ସାହିଯାତର ନାଗା ଓ ଅନେକ ପଥର ନିର୍ମିତ କଳାକୃତି ରହିଛି। ସେହିଭଳି ସୋଲ ନିର୍ମିତ ଚତୁର୍ଦ୍ଧା ମୂର୍ତ୍ତି ମଧ୍ୟ ରଖାଯାଇଛି। ତେବେ ଉପଯୁକ୍ତ ଭାବେ ରକ୍ଷଣାବେକ୍ଷଣ ହେଉ ନ ଥିବାରୁ ଏସବୁରେ ଧୂଳି ବସିବା ସହ ଅଳନ୍ଧୁ ଲାଗିଗଲାଣି। କିଛିବର୍ଷ ତଳେ ସଂଗ୍ରହାଳୟ ଦାୟିତ୍ୱରେ ଦୁଇଜଣ କର୍ମଚାରୀ ଥିଲେ। ସେମାନେ ଅବସର ନେବା ପରଠୁ ଏପର୍ଯ୍ୟନ୍ତ ଦାୟିତ୍ୱରେ କାହାକୁ ରଖାଯାଇନାହିଁ। ପାଠାଗାର ଦାୟିତ୍ୱରେ ଥିବା କର୍ମଚାରୀ କାଁ ଭାଁ ଆସି ସଂଗ୍ରହାଳୟ ଖୋଲୁଛନ୍ତି। ଏଠାକୁ ପର୍ଯ୍ୟଟକ ଆସୁନାହାନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା, ସଂଗ୍ରହାଳୟ ବାହାରେ ସୂଚନାଫଳକଟିଏ ମଧ୍ୟ ନାହିଁ। କେହି ବ୍ୟକ୍ତି ଉକ୍ତ ସଂଗ୍ରହାଳୟ ଦେଖିବାକୁ ଚାହିଁଲେ ସହଜରେ ଖୋଜିି ପାଇପାରିବେ ନାହିଁ। ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ଉଦ୍ୟମରେ ଜିଲା ସଂସ୍କୃତି ଭବନ ପରିସରରେ ଆର୍ଟ ଗ୍ୟାଲେରୀ ପ୍ରତିଷ୍ଠା ହୋଇଛି। ଜିଲା ପାଠାଗାର ମଧ୍ୟ ଖୁବ୍‌ଶୀଘ୍ର ସଂସ୍କୃତି ଭବନକୁ ଉଠି ଆସିବ। ମାତ୍ର ସଂଗ୍ରହାଳୟ ପୁନରୁଦ୍ଧାର ଓ ରକ୍ଷଣାବେକ୍ଷଣ ସମ୍ପର୍କରେ ପ୍ରଶାସନ ଚିନ୍ତା କରୁନାହିଁ। ଅଭିନନ୍ଦନିକା ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ୟାମପ୍ରକାଶ ସେନାପତି କହିଛନ୍ତି, ସଂଗ୍ରହାଳୟ ପୁନରୁଦ୍ଧାର ପାଇଁ ପୁରୀର ସାଂସ୍କୃତିକ ସଙ୍ଗଠନଗୁଡ଼ିକ ଏକାଠି ହୋଇ ଜିଲା ସଂସ୍କୃତି ଅଧିକାରୀଙ୍କ ନିକଟରେ ଦାବି ଉପସ୍ଥାପିତ କରିଛୁ। ମାତ୍ର କୌଣସି ପଦକ୍ଷେପ ନିଆଯାଇନାହିଁ। ପୁରୀକୁ ଆସୁଥିବା ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ସଂଗ୍ରହାଳୟ ସମ୍ପର୍କରେ ଜାଣି ପାରୁନାହାନ୍ତି। ତୁରନ୍ତ ସରକାରୀ କୋଠାରେ ସଂଗ୍ରହାଳୟ କାର୍ଯ୍ୟକ୍ଷମ କରାଯିବା ସହ ପ୍ରଚାର ପ୍ରସାର ନିମନ୍ତେ ସେନାପତି ଦାବି କରିଛନ୍ତି। ସେହିପରି ସାମନ୍ତ ଚନ୍ଦ୍ରଶେଖର ସ୍ବୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ମୁଖ୍ୟ ଡ. ଦିଲୀପ କୁମାର ସ୍ବାଇଁ କହିଛନ୍ତି, ଐତିହ୍ୟ ନଗରୀ ପୁରୀ ଆଧ୍ୟାତ୍ମିକ ଓ ସାଂସ୍କୃତିକ ଦୃଷ୍ଟିକୋଣରୁ ଆନ୍ତର୍ଜାତିକ ସ୍ତରରେ ପରିଚୟ ବହନ କରେ। ଏକଦା ପୁରୀର ପାଠାଗାର, ସଂଗ୍ରହାଳୟ, ମଠ ମନ୍ଦିର ପ୍ରଭୃତି ସଂସ୍କୃତି ଗବେଷକ ଏବଂ ପାଠକଙ୍କୁ ଆକୃଷ୍ଟ କରୁଥିଲା। ସମ୍ପ୍ରତି ପୁରୀକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀ ଭାବେ ବିକାଶ କରାଯିବାର ପ୍ରୟାସ ହେଉଛି। ଦୁଃଖର କଥା, ଜିଲାର ସାଂସ୍କୃତିକ ଗୌରବର ସ୍ମାରକୀ ପୁରୀ ସଂଗ୍ରହାଳୟ ଆଜି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଐତିହ୍ୟ ସୁରକ୍ଷାରେ ଯେଉଁ ତତ୍ପରତା ପ୍ରକାଶ ପାଇଛି, ଏଥିରେ ପୁରୀ ସଂଗ୍ରହାଳୟକୁ ସାମିଲ କରି ସ୍ବତନ୍ତ୍ର ପ୍ରକୋଷ୍ଠ ନିର୍ମାଣ ସହ ଗବେଷକ ଏବଂ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ କରିବାର ସମୟ ଆସିଛି। ଅନ୍ୟପକ୍ଷରେ ଏ ନେଇ ଜିଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ କହିଛନ୍ତି, ରାଜ୍ୟ ସଂଗ୍ରହାଳୟର ଏହା ଏକ ଶାଖା। ରାଜ୍ୟ ସଂଗ୍ରହାଳୟ ପକ୍ଷରୁ ପ୍ରଦତ୍ତ କଳାକୃତି ଓ ଐତିହ୍ୟକୁ ନେଇ ଉକ୍ତ ସଂଗ୍ରହାଳୟ ଚାଲିଛି। ଏଠାକାର ଦାୟିତ୍ୱରେ ଥିବା ୨ଜଣ କର୍ମଚାରୀ ଅବସର ନେଇସାରିଛନ୍ତି। ନୂତନ କର୍ମଚାରୀ ନିଯୁକ୍ତି ପାଇଁ ପଦକ୍ଷେପ ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି, ଅମର-ଶ୍ରୀମୟୀଙ୍କୁ ମିଳିଲା…

ଭୁବନେଶ୍ୱର,୨୩।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦିଆଯାଇଛି।...

ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର,୨୩।୪: ଆଜି ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ସହରରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୧୭ଟି ସହର ତାପମାତ୍ରା ୪୦ ଡିଗ୍ରୀ...

ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

କଟକ,୨୩ା୪ (କାର୍ତ୍ତିକ ସାହୁ): ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ମୃତକ ମାଖୁନ୍‌ ବାଗ୍‌ଙ୍କ...

ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ୭୯ତମ ପ୍ରତିଷ୍ଠା ଦିବସ: ପ୍ରଯୁକ୍ତି ବିଦ୍ୟାର ବିକାଶ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଛି’

କଟକ,୨୩ା୪ (କାର୍ତ୍ତିକ ସାହୁ) ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ୭୯ତମ ପ୍ରତିଷ୍ଠା ଦିବସ ଏବଂ ଧାନ ଦିବସ ପ୍ଲାଟିନମ୍‌ ଜୁବୁଲି ସମ୍ମିଳନୀ କକ୍ଷରେ ମଙ୍ଗଳବାର...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ଷ୍ଟାର ପ୍ରଚାରକ ଲିଷ୍ଟରେ ନାହିଁ ୩ ତାରକାଙ୍କ ନାମ

ଭୁବନେଶ୍ୱର,୨୩।୪: ଭାଜପା ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ୩ ଓଲିଉଡ ଷ୍ଟାର । ନିକଟରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ଓଲିଉଡ ଷ୍ଟାରଙ୍କୁ...

ଭାଜପାରେ ଯୋଗ ଦେଲେ ହିନ୍ଦୋଳ ବିଧାୟିକା ସୀମା ନାୟକ

ଭୁବନେଶ୍ୱର,୨୩।୪: ଭାଜପାରେ ସାମିଲ ହେଲେ ହିନ୍ଦୋଳ ବିଧାୟକ ସୀମା ନାୟକ। ଗତକାଲି ରାତିରେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ। ଭାଜପା ରାଜ୍ୟ କାର୍ଯ୍ୟାଳୟକୁ ଆସି ଆନୁଷ୍ଠାନିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri