୪ ବର୍ଷ ପରେବି ପୂରଣ ହେଉନି ପ୍ରତିଶ୍ରୁତି

ଜଗତ୍‌ସିଂହପୁର ଅଫିସ, ୨୪ା୬: ରାଜ୍ୟର ୨୦ଟି ଜିଲାରେ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ହେବ ବୋଲି ପାଖାପାଖି ୪ ବର୍ଷ ପୂର୍ବରୁ ରାଜ୍ୟ ସରକାର ଘୋଷଣା କରିଥିଲେ। ଏହି ତାଲିକାରୁ ଜଗତ୍‌ସିଂହପୁର ଜିଲା ବାଦ୍‌ ପଡ଼ିଥିଲା। ସେଥିପାଇଁ ସେତେବେଳେ ଜିଲାବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏପରି କି କାହିଁକି ଜଗତ୍‌ସିଂହପୁର ବାଦ୍‌ ପଡିଲା ସେନେଇ ରାଜନୀତି ମଧ୍ୟ ହୋଇଥିଲା। ଶେଷରେ ତତ୍କାଳୀନ ସ୍ବାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ଜଗତ୍‌ସିଂହପୁରରେ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଇତିମଧ୍ୟରେ ୪ ବର୍ଷ ଅତିକ୍ରାନ୍ତ ହୋଇଥିଲେ ସୁଦ୍ଧା ମନ୍ତ୍ରୀଙ୍କ ପ୍ରତିଶ୍ରୁତି ଧୂଆଁବାଣ ହୋଇଛି। ଏନେଇ ଜନସାଧାରଣଙ୍କ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି।
୨୦୧୮ ଜୁନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ଜିଲାର ୨୦ଟି ସ୍ଥାନରେ ପବ୍ଲିକ ପ୍ରାଇଭେଟ୍‌ ପାର୍ଟନରଶିପ୍‌ (ପିପିପି) ମୋଡ୍‌ରେ ମଲ୍ଡିଂ ସ୍ପେଶିଆଲିଟି ହସ୍ପିଟାଲ କରାଯିବ ବୋଲି ଘୋଷଣା କରିଥିଲେ। ସେଗୁଡିକ ହେଲା ପୁରୀ, ଜୟପୁର, ଅନୁଗୋଳ, ବଡବିଲ, ବାରିପଦା, ଭଦ୍ରକ, ବଲାଙ୍ଗୀର, ଝାରସୁଗୁଡ଼ା, କଳାହାଣ୍ଡି, ଫୁଲବାଣୀ, ଢେଙ୍କାନାଳ, ବୌଦ୍ଧ, ନୂଆପଡ଼ା, ମାଲକାନଗିର, ନବରଙ୍ଗପୁର, ସୁବର୍ଣ୍ଣପୁର, ରାୟଗଡ଼ା, ପାରଳାଖେମୁଣ୍ଡି, ରାଇରଙ୍ଗପୁର ଏବଂ କେନ୍ଦ୍ରାପଡ଼ା। ଏସବୁ ମଲ୍ଟି ସ୍ପେଶାଲିଟି ହସ୍ପିଟାଲରେ ୨,୭୦୦ ଶଯ୍ୟା ସୃଷ୍ଟି ହେବା ସହ ଏଥିପାଇଁ ୧,୦୦୦ କୋଟି ଟଙ୍କା ବ୍ୟୟ ହେବ । ୧୦,୦୦୦ କର୍ମନିଯୁକ୍ତି ସୃଷ୍ଟି ହେବ। ଏହାଦ୍ୱାରା ରାଜ୍ୟରେ ଅଭାବ ଥିବା ମୋଟ ଶଯ୍ୟା ସଂଖ୍ୟା ମଧ୍ୟରୁ ୫୬% ପୂରଣ ହୋଇପାରିବ। ହୃଦ୍‌ରୋଗ, ସ୍ନାୟୁ ସହ ମଲ୍ଟି ସ୍ପେଶାଲିଟି ସ୍ବାସ୍ଥ୍ୟ ଯନତ୍ ସୁବିଧା ଉପଲବ୍ଧ ହେବ ବୋଲି କୁହାଯାଇଥିଲା। ଦୁଃଖର କଥା ହେଲା ଏହି ସୁବିଧାରୁ ଜଗତ୍‌ସିଂହପୁର ଜିଲାକୁ ବାଦ୍‌ ଦିଆଯାଇଥିଲା। ସରକାରଙ୍କ ଏହି ଘୋଷଣା ଉପରେ ସେତେବେଳେ ଜଗତ୍‌ସିଂହପୁର ପୌର ପରିଷଦ ସଭାଗୃହରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକର ଆୟୋଜନ ହୋଇଥିଲା। କିନ୍ତୁ ଏହି ବୈଠକରେ ମଲ୍ଟି ନୁହେଁ, ସୁପର ସ୍ପେଶାଲିଟି ହସ୍ପିଟାଲ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏନେଇ ନାଉଗାଁ ଅଞ୍ଚଳରୁ ଏକ ସଙ୍ଗଠନ ପକ୍ଷରୁ ପଦଯାତ୍ରାର ଆୟୋଜନ କରାଯାଇଥିଲା। ବୈଠକ ନିଷ୍ପତ୍ତିକୁ ଜିଲାର ତତ୍କାଳୀନ ୪ ବିଧାୟକ, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ, ଜଗତ୍‌ସିଂହପୁର ଏମ୍‌ପି ପ୍ରମୁଖ ସମର୍ଥନ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏପରି କି ତତ୍କାଳୀନ ବିଭାଗୀୟ ମନ୍ତ୍ରୀ ଜେନାଙ୍କ ଆଗରେ ବିଜେଡି ବିଧାୟକ ଓ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ସମେତ ଦଳୀୟ ନେତାମାନେ ଜଗତ୍‌ସିଂହପୁରକୁ ଏହି ତାଲିକାରେ ଯୋଡାଯାଉ ବୋଲି ଦାବି କରିଥିଲେ। ଜେନା ମଲ୍ଟି ଓ ସୁପର ସ୍ପେଶାଲିଟି ମଧ୍ୟରେ ପ୍ରଭେଦ ନ ବୁଝି ଗଣମାଧ୍ୟମରେ ଜଗତ୍‌ସିଂହପୁର ଜିଲାକୁ ଏହି ତାଲିକାରେ ଅନ୍ତର୍ଭୁକ୍ତ କରାଯିବ ବୋଲି ଘୋଷଣା କରିଥିଲେ। ସେତେବେଳେ ଧରିତ୍ରୀ ଏହି ପ୍ରସଙ୍ଗକୁ ପ୍ରାଧାନ୍ୟ ଦେଇ ଜଗତ୍‌ସିଂହପୁରରେ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ହେଉ ବୋଲି ଯୁକ୍ତି ବାଢିଥିଲା। ପରବର୍ତ୍ତୀ ସମୟରେ ତତ୍କାଳୀନ ୪ ବିଧାୟକ, ଏମ୍‌ପି, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଏପରି କି ତତ୍କାଳୀନ ମନ୍ତ୍ରୀ ଜେନା ମଧ୍ୟ ଭୁଲ୍‌ ଯୁକ୍ତି ଉପରେ ପ୍ରତିଶ୍ରୁତି ଦେଇଥିବା କହି ନିଜ ବାକ୍ୟ ସଂଶୋଧନ କରିଥିଲେ। ଜେନା କହିଥିଲେ ଖୁବଶୀଘ୍ର ଅର୍ଥାତ୍‌ ଦ୍ୱିତୀୟ ପର୍ଯ୍ୟାୟରେ ଜିଲାରେ ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲ ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ହେଲେ ଏ ପର୍ଯ୍ୟନ୍ତ କାହିଁକି ବିଜ୍ଞପ୍ତି ପ୍ରକାଶ ପାଇଲା ନାହିଁ । ସ୍ଥାନୀୟ ଅଞ୍ଚଳର କେତେଜଣ ବୁଦ୍ଧିଜୀବୀ ସେମାନଙ୍କ ପ୍ରତିକ୍ରିୟାରେ କହିଛନ୍ତି, ନିର୍ବାଚନ ସମୟ ପାଖେଇ ଆସିଲେ ଏଭଳି ପ୍ରତିଶ୍ରୁତି ମିଳେ। ଏହା ସରକାରଙ୍କ କିପରି ପ୍ରତିବଦ୍ଧତା ତାହା ସହଜେ ଅନୁମେୟ। ଗତ ନିର୍ବାଚନରେ ଜଗତ୍‌ସିଂହପୁର ଜିଲାରେ ବିଜେଡିକୁ ଶତପ୍ରତିଶତ ସଫଳତା ମିଳିଛି। ଅର୍ଥାତ୍‌ ଲୋକେ ଏହି ଦଳର ୪ ବିଧାୟକ ଓ ଏମ୍‌ପି ପ୍ରାର୍ଥୀଙ୍କୁ ବିଜୟୀ କରିଛନ୍ତି। ଏବେ ଏହି ନେତାମାନେ ମୁଖ୍ୟମନ୍ତ୍ରୀ ଓ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ତୁରନ୍ତ ଜଗତ୍‌ସିଂହପୁରରେ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ନିର୍ମାଣ ପାଇଁ ପଦକ୍ଷେପ ନିଅନ୍ତୁ। ନ ହେଲେ ଲୋକେ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସେମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ଏଏପି ପରେ ଓଡ଼ିଶାରେ ପ୍ରାର୍ଥୀ ଘୋଷଣା କଲା ସିପିଆଇଏମ, ଭୁବନେଶ୍ୱର ଲୋକ ସଭା ଆସନରୁ ଲଢିବେ ଏହି ନେତା

ଭୁବନେଶ୍ୱର,୧୮।୪: ରାଜ୍ୟର ୩୭ଟି ବିଧାନସଭା ପାଇଁ ଆମ ଆଦମୀ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସିପିଆଇ(ଏମ ) ମଧ୍ୟ ଆଜି ଭୁବନେଶ୍ୱର ଲୋକ...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri