୫ ବର୍ଷରେ ୪,୫୮୧ ନାମ ପଞ୍ଜୀକରଣ: ନିଯୁକ୍ତି ଶୂନ

ପାରାଦୀପ,୨୪ା୬ (ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ପାରାଦୀପ ବନ୍ଦର ସହରରେ ଅଛି ୧୫ଟି ବୃହତ୍‌ ଶିଳ୍ପ। ଏହା ବ୍ୟତୀତ ଶତାଧିକ କ୍ଷୁଦ୍ରଶିଳ୍ପ, ଠିକା ସଂସ୍ଥା, ପାରାଦୀପ ବନ୍ଦର, ଭାରତୀୟ ତୈଳ ନିଗମର ତୈଳ ବିଶୋଧନାଗାର ଆଦି ରହିଛି। କିନ୍ତୁ ନିଯୁକ୍ତି ସୁଯୋଗ ପାରାଦୀପରେ ଗତ ୫ ବର୍ଷ ମଧ୍ୟରେ ଆଦୌ ନାହିଁ ବୋଲି ସରକାରୀ ଭାବେ ଜଣାପଡିଛି। ପାରାଦୀପରେ ରହିଛି ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର କର୍ମ ନିୟୋଜନ କାର୍ଯ୍ୟାଳୟ। ଏହି ସରକାରୀ କାର୍ଯ୍ୟାଳୟ ସୀମା ମଧ୍ୟରେ ପାରାଦୀପ ପୌରାଞ୍ଚଳ, କୁଜଙ୍ଗ, ଏରସମା ଓ ତିର୍ତ୍ତୋଲ ବ୍ଲକ ରହିଛି। ଏହିସବୁ ଅଞ୍ଚଳର ବେକାର ଯୁବତୀଯୁବକମାନେ ନିଯୁକ୍ତି ନିମନ୍ତେ ନିୟୋଜନ କାର୍ଯ୍ୟାଳୟରେ ନାମ ପଞ୍ଜୀକରଣ କରିଥା’ନ୍ତି। ଉକ୍ତ କାର୍ଯ୍ୟାଳୟର ରିପୋର୍ଟ ଅନୁସାରେ ଗତ ୫ ବର୍ଷରେ ଏଠାରେ ୪,୫୮୧ ଜଣ ନାମ ପଞ୍ଜୀକରଣ କରିଛନ୍ତି। ୨୦୧୭ରେ ୧,୫୮୩, ୨୦୧୮ରେ ୧,୨୧୮, ୨୦୧୯ରେ ୯୯୫, ୨୦୨୦ରେ ୩୦୭, ୨୦୨୧ରେ ୩୫୪ ଓ ୨୦୨୨ ଜୁନ ୧୮ ସୁଦ୍ଧା ୧୨୪ ଜଣ ନାମ ପଞ୍ଜୀକରଣ କରିଛନ୍ତି।
ଓଆରଭି (ଓଡ଼ିଶା ରିଜର୍ଭେଶନ ଭାକାନ୍ସି) ଆଇନ ୧୯୫୯ ଅନୁଯାୟୀ ପ୍ରତ୍ୟେକ ଶିଳ୍ପ ସଂସ୍ଥା ଓ ସରକାରୀ ଉଦ୍ୟୋଗ ତାଙ୍କର ନିଯୁକ୍ତି ବେଳେ ନିୟୋଜନ କାର୍ଯ୍ୟାଳୟକୁ ଆବେଦନ କରିବା କଥା। ନିଯୁକ୍ତି କ୍ଷେତ୍ରରେ ୧ମରୁ ୪ର୍ଥ ଶ୍ରେଣୀ କର୍ମଚାରୀ ନିୟୋଜନ ପାଇଁ ପ୍ରତିଶତ ଧାର୍ଯ୍ୟ କରାଯାଇଛି। ଯେମିତି ତୃତୀୟ, ଚତୁର୍ଥ ଶ୍ରେଣୀ କର୍ମଚାରୀ କ୍ଷେତ୍ରରେ ୯୦%, ପ୍ରଥମ ଏବଂ ଦ୍ବିତୀୟ ଶ୍ରେଣୀ ପଦବୀ ପାଇଁ ସେମିତି ନିୟମ ରହିଛି। କିନ୍ତୁ ଉକ୍ତ ନିୟମ କେବେ କାର୍ଯ୍ୟକାରୀ ହେବାର ଦୃଷ୍ଟାନ୍ତ ନାହିଁ ବୋଲି ଅଭିଯୋଗ ହୁଏ। ଏତଦ୍‌ବ୍ୟତୀତ କେଉଁ ଶିଳ୍ପ ସଂସ୍ଥାର କେତେ କର୍ମଚାରୀ ଅଛନ୍ତି, ତା’ର ସବିଶେଷ ବିବରଣୀ ପ୍ରତିବର୍ଷ ଉକ୍ତ ବିଭାଗ ପାଖରେ ସୂଚନା ଦେବା କଥା। ତା’ମଧ୍ୟ ହେଉ ନ ଥିବା ଜଣାପଡ଼ିଛି।
ପାରାଦୀପର ଯେତେବେଳେ କେଉଁଠି ନିଯୁକ୍ତି ସୁଯୋଗ ସୃଷ୍ଟି ହୁଏ, ସେତେବେଳେ ତଥାକଥିତ ରାଜନେତା, ଶ୍ରମିକ ନେତା ଆବଶ୍ୟକ ପଡ଼ନ୍ତି। ଯେଉଁ ନେତାଙ୍କ ପତିଆରା ଅଧିକ ତାଙ୍କ ପିଲା ନିଯୁକ୍ତି କ୍ଷେତ୍ରରେ ଅଧିକ ସୁଯୋଗ ପାଇଥା’ନ୍ତି। ଏହାର ସୁଯୋଗ ନେଇ କେତେଜଣ ନେତାଙ୍କ ଅନୁଗତମାନେ ଚାକିରି ନାମରେ ଅର୍ଥ ଆଦାୟ କରୁଛନ୍ତି। ଏହା ସତ୍ତ୍ୱେ ନିୟୋଜନ କାର୍ଯ୍ୟାଳୟ ପକ୍ଷରୁ ସେପରି କୌଣସି ପଦକ୍ଷେପ ନିଆଯାଉ ନାହିଁ। କୌତୂହଳ କଥା, ଉକ୍ତ ବିଭାଗର କର୍ମଚାରୀ, ତାଙ୍କ ସନ୍ତାନ ଓ ଆତ୍ମୀୟଙ୍କ ନିଯୁକ୍ତି ପାଇଁ ଏହି ନେତାଙ୍କ ପଛରେ ଦୌଡୁଛନ୍ତି। ଅପରପକ୍ଷେ ପ୍ରଶାସନ ବେଳେବେଳେ କିଛି ସ୍ଥାନରେ ନିଯୁକ୍ତି ମେଳା କରୁଛନ୍ତି। ଏହାବାଦ୍‌ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ମଧ୍ୟ ହେଉଛି। ସେସବୁ କେବଳ ନାମକୁମାତ୍ର ବୋଲି ଦେବୀପ୍ରସାଦ ସାହୁ ନାମକ ଜଣେ ଯୁବକ କହିଛନ୍ତି। ଏ ସମ୍ପର୍କରେ ଜିଲା ନିୟୋଜନ ଅଧିକାରୀ ତାପସ ସ୍ବାଇଁଙ୍କୁ ପଚାରିବାରେ ନିୟମ ତ ଅନେକ ଅଛି, କିନ୍ତୁ ବ୍ୟବସ୍ଥା ବଦଳି ଯାଇଛି; ଯେଉଁଥିପାଇଁ ନିଯୁକ୍ତି ମିଶନ କାର୍ଯ୍ୟକାରୀ ହୋଇପାରୁନି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁହଁ ଖୋଲିଲେ ଦୀପକେଙ୍କ ମାଆ, ସିଧା କହିଲେ ଦେଖିନେବି…

ନୂଆଦିଲ୍ଲୀ,୧୦।୧୦: କକରୋଚ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଦିଲ୍ଲୀ ବିମାନବନ୍ଦରରେ ଅଟକ ରଖାଯିବା ଘଟଣାକୁ ନେଇ ତାଙ୍କ ପିତାମାତା ସରକାରଙ୍କ ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି।…

ସିଜେପି ଆନ୍ଦୋଳନକୁ ମିଳିଲା ସୁପ୍ରିମକୋର୍ଟ ଓକିଲଙ୍କ ସମର୍ଥନ, CJI କହିଲେ…

ନୂଆଦିଲ୍ଲୀ,୧୦ା୧୦: ଦିଲ୍ଲୀରେ କକରୋଚ ଜନତା ପାର୍ଟି(ସିଜେପି)ର ପ୍ରଦର୍ଶନକୁ ମିଳିଛି ସୁପ୍ରିମକୋର୍ଟ ଓକିଲଙ୍କ ସମର୍ଥନ।ଫଳରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ବିରୋଧରେ ଜାରି ଆନ୍ଦୋଳନ ଆହୁରି ତୀବ୍ର…

ବିଶ୍ୱ ଦରବାରରେ ଓଡ଼ିଆ ପୁଅ: ଜାପାନରେ ପ୍ରଶଂସିତ ହୋଇ ଜନ୍ମମାଟି ପାଇଁ ଗୌରବ ଆଣିଲେ ଗୋଡ଼ଭଗାର ଡାକ୍ତର ଅଭିଷେକ

ଅତାବିରା,୧୦ା୧୦(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ଗୋଡ଼ଭଗାର ଡା. ଅଭିଷେକ ନାଏକ। ଜନ୍ମମାଟି ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ। ସେ ବିଏଚ୍‌ୟୁସ୍ଥିତ ଇନ୍‌ଷ୍ଟିଚ୍ୟୁଟ ଅଫ…

IND vs WI: ବୋଲରଙ୍କ କ୍ୟାରିୟର ବରବାଦ…! କାହା ଉପରେ ରାଗି ଏମିତି କହିଲେ ଗୌତମ ଗମ୍ଭୀର? ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଦଶ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ, ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ପିଚକୁ ନେଇ କଡ଼ା ସମାଲୋଚନା କରିଛନ୍ତି। ଗତ ରାତିରେ ଭାରତ…

ଲଜ୍ଜାଜନକ ରେକର୍ଡ କଲେ ଶ୍ରେୟସ ଆୟର: ଅଧିନାୟିକତ୍ୱ ଉପରେ ଉଠିଲା ପ୍ରଶ୍ନବାଚୀ

ନୂଆଦିଲ୍ଲୀ,୧୦।୧୦: ରାଞ୍ଚିର JSCA ଅନ୍ତର୍ଜାତୀୟ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ଏକ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହୋଇଛି। ପ୍ରଥମେ ବ୍ୟାଟିଂ…

ନୀଳମାଧବଙ୍କ ନୀତିକାନ୍ତି ବିଳମ୍ବ ନେଇ ବିବାଦୀୟ ପରିସ୍ଥିତି, ମଧ୍ୟାହ୍ନ ସାଢ଼େ ୧୨ଟା ସୁଦ୍ଧା ହୋଇନି ଆଳତି

ଖଣ୍ଡପଡ଼ା,୧୦ା୧୦(ଅଜୟ କୁମାର ମହାରଣା): ଜଗନ୍ନାଥ ସଂସ୍କୃତିର ଆଦି ଦେବତା ଭାବରେ ପ୍ରଭୁ ଶ୍ରୀ ନୀଳମାଧବ ଜୀଉ ସର୍ବଜନ ବିଦିତ। ପୁରୀ ଶ୍ରୀ ମନ୍ଦିରର ପୂଜା ନୀତି ସହ…

ବିଦ୍ୟାଳୟରେ ଅବ୍ୟବସ୍ଥା: ଚରମସୀମାରେ ଛାତ୍ରୀଛାତ୍ରଙ୍କ ଅସନ୍ତୋଷ, ବିଡିଓଙ୍କୁ ଭେଟିବାକୁ ଚାଲିଚାଲି ପଳେଇଲେ

ବାରିପଦା,୧୦ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ଅବ୍ୟବସ୍ଥାକୁ ନେଇ ଶନିବାର ଛାତ୍ରୀଛାତ୍ରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ…

CJPର ଦିଲ୍ଲୀ ବିକ୍ଷୋଭରେ କାହିଁକି ଯୋଗ ଦେଲେ ନାହଁ ସୋନମ ୱାଙ୍ଗଚୁକ ? ନିଜେ କହିଲେ ଏହାର ବଡ଼ କାରଣ

ନୂଆଦିଲ୍ଲୀ,୧୦।୧୦: ‘କକରୋଚ ଜନତା ପାର୍ଟି’ (Cockroach Janata Party) ଶନିବାର (୧୦ ଅକ୍ଟୋବର, ୨୦୨୬) ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନ କରିଛି। ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?