ଯୁକ୍ତ୨ ପରୀକ୍ଷା ପାଇଁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର,୨୪।୧(ବ୍ୟୁରୋ): କରୋନା ପାଇଁ ଗତବର୍ଷ ବିନା ପରୀକ୍ଷାରେ ମାଟ୍ରିକ ଓ ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। କିନ୍ତୁ ଚଳିତବର୍ଷ ମାଟ୍ରିକ ପରୀକ୍ଷା ନ ହେଲେ ବିକଳ୍ପ ପଦ୍ଧତିରେ ଫଳ ପ୍ରକାଶ ପାଇଁ ବ୍ୟବସ୍ଥା କରାଯାଇଛି। ହେଲେ ଯୁକ୍ତ୨ ପାଇଁ ସେଭଳି କୌଣସି ବିକଳ୍ପ ବ୍ୟବସ୍ଥା ହୋଇ ନ ଥିବାରୁ ଏଥର ଅଫ୍‌ଲାଇନ୍‌ରେ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ପ୍ରାୟତଃ ନିଶ୍ଚିତ ହୋଇଯାଇଛି। ଇତିମଧ୍ୟରେ ଏହି ପରୀକ୍ଷା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟର ସବୁ ପରୀକ୍ଷା କେନ୍ଦ୍ର ଅନୁଧ୍ୟାନ କରି ଜାନୁୟାରୀ ଶେଷ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁଠି ବିଦ୍ୟୁତ୍‌ ସମସ୍ୟା ରହିଥିବ ସେଠାରେ ସୋଲାର ଭଳି ବିକଳ୍ପ ବ୍ୟବସ୍ଥା କରିବା ପାଇଁ କୁହାଯାଇଛି। ଯେଉଁସବୁ ସ୍କୁଲ ଉପାନ୍ତ ଅଞ୍ଚଳ ମଧ୍ୟରେ ରହିଛି ଏବଂ ଯଦି ସମ୍ପୃକ୍ତ ଅଞ୍ଚଳକୁ କୌଣସି ବିଦ୍ୟୁତ୍‌ ସଂଯୋଗ ପହଞ୍ଚତ୍ ନ ଥିବ କିମ୍ବା ବିଦ୍ୟୁତ୍‌ ସମସ୍ୟା ରହିଥିବ, ସେସବୁ ଅଞ୍ଚଳରେ ଥିବା ଉଚ୍ଚ ମାଧ୍ୟମିକ ସ୍କୁଲଗୁଡ଼ିକରେ ସୋଲାର ବ୍ୟବସ୍ଥାକୁ ବିକଳ୍ପ ଭାବେ ବ୍ୟବହାର କରାଯିବ ବୋଲି ଜଣାପଡ଼ିଛି। ସେହିପରି ଯେଉଁ ପରୀକ୍ଷା କେନ୍ଦ୍ରରେ ସୁରକ୍ଷା, ପ୍ରଶ୍ନପତ୍ର ଏବଂ ଉତ୍ତରଖାତା ରହିବା ଭଳି ଆଇରନ୍‌ ଚେଷ୍ଟ, ପାଚେରି, ସିସି କ୍ୟାମେରା ବ୍ୟବସ୍ଥା ନ ଥିବ ସେହି ସ୍କୁଲରେ ପରୀକ୍ଷା କେନ୍ଦ୍ର କରାଯିବ ନାହିଁ। ଏହାର ଜିଲାୱାରୀ ଯାଞ୍ଚ ପ୍ରକ୍ରିୟା ଶେଷ ହେବାପରେ ଚୂଡ଼ାନ୍ତ ପରୀକ୍ଷା କେନ୍ଦ୍ରର ତାଲିକା କରାଯିବ। ଏଥିସହ ପରୀକ୍ଷା କେନ୍ଦ୍ର ପାଇଁ ୬ଟି ମାନଦଣ୍ଡକୁ ଅଗ୍ରଧିକାର ଦିଆଯାଇଛି। ଆବଶ୍ୟକ ଭିତ୍ତିଭୂମି ସହ ପାଚେରୀ, ମୁଖ୍ୟ ଫାଟକ ଓ ସ୍କୁଲ ଫାଟକରେ ଗେଟ୍‌ ବ୍ୟବସ୍ଥା, କରିଡର, ଶ୍ରେଣୀଗୃହରେ ସିସି କ୍ୟାମେରା, ବିଦ୍ୟୁତ୍‌ ସଂଯୋଗ, ଲାଇଟ୍‌, ଫ୍ୟାନ୍‌, ପିଇବା ପାଣିର ବ୍ୟବସ୍ଥା ଥିବା ବାଧ୍ୟତାମୂଳକ କରାଯାଇଛି। ବିଶେଷକରି କୋଭିଡ୍‌ କଟକଣା ସହ ପରୀକ୍ଷାର୍ଥୀଙ୍କ ଲାଗି ମୌଳିକ ସୁବିଧା ଓ ବିଦ୍ୟୁତ୍‌ ବ୍ୟବସ୍ଥାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ଗତ କିଛିବର୍ଷ ହେବ ବିଦ୍ୟୁତ ସଂଯୋଗ ନ ଥିବା ଓ ବାରମ୍ବାର ବିଦ୍ୟୁତ୍‌କାଟ ପାଇଁ ପରୀକ୍ଷା ସହ ଖାତାଦେଖାରେ ସମସ୍ୟା ସୃଷ୍ଟି ହୋଇଥିବା ଅଭିଯୋଗ ହେଉଥିଲା। ତେଣୁ ଏଥର ପ୍ରଥମ ପର୍ଯ୍ୟାୟ ଅନୁଧ୍ୟାନ ରିପୋର୍ଟରେ କେଉଁ କଲେଜରେ ବିଦ୍ୟୁତ୍‌ ବ୍ୟବସ୍ଥା ରହିଛି ଏବଂ କେଉଁଠି ସମସ୍ୟା ରହିଛି ତାହାର ତାଲିକା ପ୍ରସ୍ତୁତ କରାଯିବ। ବିଦ୍ୟୁତ୍‌ ସମସ୍ୟା ରହିଥିଲେ ବିକଳ୍ପ ବ୍ୟବସ୍ଥା ଭାବେ ସୋଲାର ବ୍ୟବସ୍ଥା କରାଯିବ। ସେଥିପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ସମଗ୍ର ଶିକ୍ଷା ଯୋଜନାରେ ମିଳିଥିବା ଅନୁଦାନର ଟଙ୍କା ବ୍ୟୟ କରାଯିବ। ଏନେଇ ପ୍ରାଥମିକ ସ୍ତରରେ କେତେ ଖର୍ଚ୍ଚ ହେବ ତାହା ସ୍ପଷ୍ଟ ହୋଇନାହିଁ। ଜାନୁୟାରୀରେ ଅନୁଧ୍ୟାନ ରିପୋର୍ଟ ମିଳିବା ପରେ ବଜେଟ ପ୍ରସ୍ତୁତ କରାଯାଇ ଫେବୃୟାରୀ ଦ୍ୱିତୀୟ ସପ୍ତାହ ମଧ୍ୟରେ ଏହି ବିଦ୍ୟୁତ୍‌ ବ୍ୟବସ୍ଥା କରାଯିବ। ସେହିପରି ଏଥର ପରୀକ୍ଷା ପୂର୍ବରୁ ଜିଲାୱାରୀ ମକ୍‌ଡିଲ୍‌ ମଧ୍ୟ ହେବ, ଯେଉଁଥିରେ ପ୍ରଥମଥର ପାଇଁ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ରହିବେ ବୋଲି ନିଷ୍ପତ୍ତି ହୋଇଛି। ପରୀକ୍ଷାରେ ସର୍ବାଧିକ ସ୍ବଚ୍ଛତାକୁ ଗୁରୁତ୍ୱ ଦେବାକୁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଆର୍‌ଏସ୍‌ ନେଲେ ଆଇପିଏସ୍‌ ସଞ୍ଜୟ ସିଂ

ଭୁବନେଶ୍ୱର,୧୮।୪: ଓଡ଼ିଶା କ୍ୟାଡର ଆଇପିଏସ୍‌ ସଞ୍ଜୟ ସିଂ ଭିଆରଏସ୍‌ ଘୋଷଣା କରିଛନ୍ତି। ୧୯୯୬ ବ୍ୟାଚ୍‌ ଆଇପିଏସ୍‌ ସଞ୍ଜୟ ସିଂଙ୍କୁ ଭିଆରଏସ୍‌ ଆବେଦନକୁ ରାଜ୍ୟ ଗୃହ ବିଭାଗ...

ନାହିଁ ମୌଳିକ ସୁବିଧା, ଭୋଟ ବର୍ଜନ କରିବେ ୬୦ ପରିବାର

ବାଲିଗୁଡା ,୧୮/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ ): ନିର୍ବାଚନ ସମୟରେ ରାଜନୈତିକ ଦଳମାନେ ଲୋକଙ୍କ ନିକଟରେ କିଭଳି ମୌଳିକ ସୁବିଧା ହାତ ପାହନ୍ତାରେ ଉପଲବ୍ଧ ହେବ ସେଥି...

ଓଡ଼ିଶାବାସୀଙ୍କ ମତାମତ ଲୋଡ଼ିଲେ ପାଣ୍ଡିଆନ୍‌, କଲେ ଏଭଳି ଅପିଲ୍‌

ଭୁବନେଶ୍ୱର୧୮।୪: ଆଗାମୀ ସାଧାରଣ ନିର୍ବାଚନକୁ ନେଇ ବିଜେଡିର ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇବ। ଏହା ର୍ପୂବରୁ ଲୋକଙ୍କ ମତାମତ ଲୋଡିଛି ବିଜେଡି। ୫-ଟି ଅଧ୍ୟକ୍ଷ କାର୍ତ୍ତିକ...

ଓଡ଼ିଶାରେ ୩୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଦେଲା ଏଏପି, ଜାଣନ୍ତୁ କେଉଁଠୁ କିଏ ପାଇଲେ…

ଭୁବନେଶ୍ୱର,୧୮।୪: ଓଡ଼ିଶାରେ ଆମ ଆଦମୀ ପାର୍ଟି(ଏଏପି) ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟରେ ଦଳ ରାଜ୍ୟର ୩୭ ବିଧାନସଭା ଆସନ ଲାଗି ପ୍ରାର୍ଥୀ...

ସମ୍ବଲପୁରରେ ସରଗରମ ହେଉଛି ରାଜନୀତି, ଧର୍ମେନ୍ଦ୍ରଙ୍କୁ ସିଧା ଟାର୍ଗେଟ କଲେ ବବି ଦାସ

ସମ୍ବଲପୁର,୧୮।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ଏହାରି ଭିତରେ ରାଜ୍ୟର ହେଭିଓ୍ବେଟ ଲଢେଇ ହେବାକୁ ଯାଉଥିବା ସମ୍ବଊପୁରରେ ଏବେ...

ବିଜେଡିରେ ବର୍ଷା-ଭାଜପାରେ ଅନୁଭବ; ରୋଚକ ହେଉଛି ଓଡ଼ିଶାର ରାଜନୀତି

ଭୁବନେଶ୍ୱର,୧୮।୪: ବିଧାନସଭା ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ଦୈନଦିନ ଅନେକ ରୋଚକ ଘଟଣା ସବୁ ଦେଖିବାକୁ ମିଳୁଛି। ଏହି କ୍ରମରେ ଗୁରୁବାର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ...

ପରପାରିରେ ବିଶିଷ୍ଠ ଅଭିନେତା-ନିର୍ଦ୍ଦେଶକ ସଚ୍ଚି ଦାସ

ଭୁବନେଶ୍ୱର,୧୮।୪: ଆରପାରିରେ ବିଶିଷ୍ଟ ସିନେ କଳାକାର ଡ. ସଚ୍ଚି ଦାସ । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ସଚ୍ଚି ଦାସ, କବି ସମ୍ରାଟ...

ରାଜ୍ୟର ସବୁଠାରୁ କନିଷ୍ଠ ବିଧାୟିକ ପ୍ରାର୍ଥୀ, ଏହି ଠୁ ବିଜେଡି ଟିକେଟ୍‌ରେ ଲଢିବେ ନିର୍ବାଚନ

ସାନଖେମୁଣ୍ଡି,୧୮।୪: କାହା ଭାଗ୍ୟରେ ଗଞ୍ଜାମ ଜିଲାର ସାନଖେମୁଣ୍ଡି ଆସନ? ଚଳିତ ନିର୍ବାଚନରେ ଗଡ଼ ରକ୍ଷା କରି ପାରିବ କି କଂଗ୍ରେସ ନା ବାଜି ମାରିନେବ ବିଜେଡି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri