Posted inଖେଳ

ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ, ୨୧ା୫ (ପି.ଟି.)-କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ତରଫରୁ ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ଦରଖାସ୍ତ ଆହ୍ବାନ କରାଯାଇଛି। କୋଭିଡ୍‌ ଯୋଗୁ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ପ୍ରାର୍ଥୀମାନଙ୍କୁ ଅନ୍‌ଲାଇନ୍‌ରେ ଆବେଦନ କରିବା ଲାଗି କୁହାଯାଇଛି। ଆବେଦନର ଶେଷ ଦିବସ ଜୁନ୍‌ ୨୧ ରଖାଯାଇଛି। ମହାମାରୀ ଯୋଗୁ ଗତ ବର୍ଷ ଭଳି ଏଥର ବ୍ୟକ୍ତିଗତ ଭାବେ ପୁରସ୍କାର ପାଇଁ ଆବେଦନ କରିହେବ। ୨୦୧୯ ପର୍ଯ୍ୟନ୍ତ ଆବେଦନକାରୀଙ୍କ ଲାଗି ସୁପାରିସର ଆବଶ୍ୟକତା ଥିଲା। କୋଭିଡ୍‌ ଲକ୍‌ଡାଉନ୍‌ ଯୋଗୁ ନିୟମରେ କୋହଳତା ଅବଲମ୍ବନ କରାଯାଇଥିଲା। ଜାତୀୟ ପୁରସ୍କାର ପାଇଁ ଗତବର୍ଷ ୭୪ଟି ଆବେଦନପତ୍ର ମିଳିଥିଲା। ପୁରସ୍କାର ରାଶି ମଧ୍ୟ ବୃଦ୍ଧି କରାଯାଇଥିଲା। ଖେଳରତ୍ନ ପୁରସ୍କାର ବିଜେତାଙ୍କୁ ୨୫ ଲକ୍ଷ ଟଙ୍କା, ଅର୍ଜୁନ ବିଜେତାଙ୍କୁ ୧୫ ଲକ୍ଷ, ଦ୍ରୋଣାଚାର୍ଯ୍ୟ (ଲାଇଫ୍‌ଟାଇମ୍‌) ବିଜେତାଙ୍କୁ ୧୫ ଲକ୍ଷ ଏବଂ ଧ୍ୟାନଚାନ୍ଦ ପୁରସ୍କାର ବିଜେତାଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏ ପ୍ରଦାନ କରାଯାଇଥିଲା। ଗତବର୍ଷ ଏକ ଅଭୂତପୂର୍ବ କଥା ଦେଖିବାକୁ ମିଳିଥିଲା। କ୍ରିକେଟର ରୋହିତ ଶର୍ମା, ମହିଳା ହକି ଟିମ୍‌ ଅଧିନାୟିକା ରାଣୀ ରାମ୍‌ପାଲ, ରେସ୍‌ଲର ଭିନେଶ ଫୋଗତ୍‌, ପାରାଅଲିମ୍ପିଆନ ମାରିୟାପାନ ଥଙ୍ଗାଭେଲୁ ଓ ଟିଟି ଖେଳାଳି ମନିକା ବାତ୍ରାଙ୍କୁ ମିଳିତ ଭାବେ ଖେଳରନତ୍ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନ ବିପକ୍ଷ ମ୍ୟାଚ ପୂର୍ବରୁ ପରିବର୍ତ୍ତନ ହୋଇପାରେ ଟିମ ଇଣ୍ଡିଆର ପ୍ଲେ-୧୧

ନୂଆଦିଲ୍ଲୀ,୯।୯: ରବିବାର ଭାରତ ଏବଂ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ। କଲମ୍ବୋରେ ଖେଳାଯିବାକୁ ଥିବା ଏହି ମ୍ୟାଚ ପାଇଁ ଟିମ ଇଣ୍ଡିଆର ପ୍ଲେ-୧୧ରେ ପରିବର୍ତ୍ତନ ହୋଇପାରେ।...

ଦିନିକିଆ ସିରିଜ, ଆଇପିଏଲ୍‌ରୁ ଆୟାର ଆଉଟ୍‌

ପୁଣେ,୨୫।୩(ପି.ଟି.): ଭାରତୀୟ ମିଡ୍‌ଲ ଅର୍ଡର ବ୍ୟାଟ୍ସମ୍ୟାନ ଶ୍ରେୟାସ ଆୟାର ଚଳିତ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ଓ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରୁ ବାଦ୍‌ ପଡିଛନ୍ତି।...

ହକି ବିଶ୍ୱକପର ନିଆରା ଦର୍ଶକ

ଭୁବନେଶ୍ୱର, ୧୭।୧(କ୍ରୀଡ଼ା ପ୍ରତିନିଧି): ଜଣକ ଘର ଫ୍ରାନ୍ସ, ଆଉ ଜଣକର ଜର୍ମାନୀ। ମାତ୍ର ସେମାନେ ଚଳିତ ହକି ବିଶ୍ୱକପରେ କ୍ରମାଗତଭାବେ ଦକ୍ଷିଣ ଆଫ୍ରିକା ଦଳକୁ ସମର୍ଥନ...

ପନ୍ତଙ୍କୁ ନେଇ କାର୍ତ୍ତିକଙ୍କ ଭବିଷ୍ୟବାଣୀ: କହିଲେ ୧୦୦ ଟେଷ୍ଟ ଖେଳିବେ…

ନୂଆଦିଲ୍ଲୀ,୮।୬: ଅଷ୍ଟ୍ରେଲିଆ-ଇଂଲଣ୍ଡ ବିପକ୍ଷରେ ଦମ୍‌ଦାର ବ୍ୟାଟିଂ କରି ପ୍ରଶଂସିତ ହୋଇଥିଲେ ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ। ଆଇପିଏଲ୍‌ ଆରମ୍ଭ ହେବା ପୂର୍ବରୁ ସେ ଅନେକ...

କ୍ୱାର୍ଟର ଫାଇନାଲରେ ପହଞ୍ଚିଲେ ସିନ୍ଧୁ, ସେନ୍‌

କାଲଗାରି,୭ା୭: ଦୁଇ ଷ୍ଟାର ବ୍ୟାଡ୍‌ମିଣ୍ଟନ ଖେଳାଳି ପି.ଭି. ସିନ୍ଧୁ ଓ ଲକ୍ଷ୍ୟ ସେନ୍‌ କାନାଡା ଓପନ ସୁପର  ଟୁର୍ନାମେଣ୍ଟର ଯଥାକ୍ରମେ ମହିଳା ଓ ପୁରୁଷ କ୍ୱାର୍ଟରଫାଇନାଲରେ...

ଇଂଲଣ୍ଡକୁ ହରାଇଲା ଦକ୍ଷିଣ ଆଫ୍ରିକା

ସେଞ୍ଚୁରିଅନ୍‌, ୩୦ା୧୨ (ଏଏଫ୍‌ପି)-ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ସିରିଜରେ ଦକ୍ଷିଣ ଆଫ୍ରିକା ଏହାର ପ୍ରଥମ ଟେଷ୍ଟ ବିଜୟ ହାସଲ କରିଛି। ରବିବାର ସ୍ଥାନୀୟ ସୁପର ସ୍ପୋଟର୍‌ସ ପାର୍କଠାରେ...

ଏପଟେ ଆଉଟ୍‌ କଲେ ସେପଟେ ଟିପ୍ସ ନେଲେ

ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ୧୬ ବର୍ଷର ଦୀର୍ଘ କ୍ରିକେଟ୍‌ କ୍ୟାରିୟର ମଧ୍ୟରେ ୫୩୮ ଆନ୍ତର୍ଜାତୀୟ ମ୍ୟାଚ ଖେଳିବାର ଅଭିଜ୍ଞତା...

ମହିଳା ବିଗ୍‌ବାସ ଲିଗ୍‌ରେ ପଦାର୍ପଣ କରିବେ ଶେଫାଳୀ, ରାଧା

ନୂଆଦିଲ୍ଲୀ,୧୪।୫(ପି.ଟି.): ଭାରତୀୟ ମହିଳା ବ୍ୟାଟିଂ ସେନ୍‌ସେସନ ଶେଫାଳୀ ବର୍ମା ଓମ୍ୟାନ ବିଗ୍‌ବାସ ଲିଗ୍‌ (ଡବ୍ଲ୍ୟୁବିବିଏଲ୍‌)ରେ ପଦାର୍ପଣ କରିବେ। ଦୁଇଥର ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିବା...

Advertisement
Archives

Model This Week