ଅନ୍ୟ ଗ୍ରହରେ ବସତି ସମସ୍ୟା, ବୈଜ୍ଞାନିକମାନେ ତାଲିକାଭୁକ୍ତ କରି…

ବୈଜ୍ଞାନିକମାନେ ଗ୍ରହମାନଙ୍କର ବାସ୍ତବିକ ରଙ୍ଗ ଭାବେ ତାଲିକାଭୁକ୍ତ କରିଛନ୍ତି। ଏହି ଅନୁସାରେ ବୁଧ: ଧୁସର, ଶୁକ୍ର : ହଳଦିଆ ସହ ଧଳା, ପୃଥିବୀ: ନୀଳ ସହ ଧଳା, ମଙ୍ଗଳ: ନାରଙ୍ଗୀ ସହ ଲାଲ, ବୃହସ୍ପତି: ସାମାନ୍ୟ ବାଦାମୀ, ମାଟିଆ, ଲାଲ, ଶନି: ହାଲୁକା ସ୍ବର୍ଣ୍ଣିମ/ ହଳଦିଆ, ୟୁରାନସ: ସାମାନ୍ୟ ନୀଳ ଓ ଉଜ୍ଜ୍ୱଳ ଶାଗୁଆ ଏବଂ ନେପ୍‌ଚ୍ୟୁନ: ଗାଢ଼ ନୀଳ। ଗ୍ରହମାନଙ୍କ ରଙ୍ଗରେ ଭିନ୍ନତା ପଛରେ କାରଣ ହେଉଛି ସେମାନେ ଯେଉଁ ଉପାଦାନମାନଙ୍କ ଦ୍ୱାରା ଗଠିତ ସେଥିରେ ମେଳ ନାହିଁ। ପୁଣି ସେମାନଙ୍କ ପୃଷ୍ଠଦେଶ ଓ ବାୟୁମଣ୍ଡଳ ପରସ୍ପରଠାରୁ ପୃଥକ୍‌ ହୋଇଥିବାରୁ ସେମାନେ ସୂର୍ଯ୍ୟାଲୋକ ମଧ୍ୟରୁ ଅଲଗା ବର୍ଣ୍ଣମାନ ପ୍ରତିଫଳନ ଓ ଶୋଷଣ କରିଥାନ୍ତି। ସୂର୍ଯ୍ୟକୁ ଏକ ଦୃଷ୍ଟାନ୍ତ ଭାବେ ନିଆଯାଇପାରେ। ବିଜ୍ଞାନ ବହିରେ ଏହା ଅତ୍ୟଧିକ ଉତ୍ତପ୍ତ ଓ ଧଳା ଭାବେ ଚିତ୍ରିତ ହୋଇଥାଏ। କିନ୍ତୁ ଜନପ୍ରିୟ ପୁସ୍ତକରେ ଏହା ଉଷ୍ଣ, ହଳଦିଆ ଭାବେ ଅଙ୍କିତ ହୋଇଥାଏ। ଦିନେ ଚନ୍ଦ୍ରକୁ କମନୀୟ, ମନଲୋଭା ବୋଲି ଉପସ୍ଥାପନା କରି ରୂପବତୀ ନାରୀ ସହ ତୁଳନା କରାଯାଉଥିଲା। କିନ୍ତୁ ବିଜ୍ଞାନ ପ୍ରମାଣ କଲା ତାହା ବନ୍ଧୁର, ଆବୁଡ଼ାଖାବୁଡ଼ା।
ଉପରୋକ୍ତ ସୌର ଗ୍ରହମାନଙ୍କ ବିବରଣୀରୁ ସ୍ପଷ୍ଟ ହୁଏ ଯେ, ସେମାନେ ଆମକୁ ଆତିଥେୟତା ପ୍ରଦାନ କରିବେ ନାହିଁ। କଳାକାରମାନଙ୍କ ଉଦ୍ଦେଶ୍ୟମୂଳକ କାଳ୍ପନିକ ଚିତ୍ରମାନଙ୍କ ବର୍ଣ୍ଣ ଦେଖି ଆମେ ରଙ୍ଗିନ ସ୍ବପ୍ନରେ ବିଭୋର ହେବା ଓ ସୁନେଲି ସ୍ବପ୍ନରେ ମସ୍‌ଗୁଲ ହେବା ଠିକ୍‌ ନୁହେଁ। ନିଷ୍ଠୁର ବାସ୍ତବତାକୁ ସ୍ବୀକାର କରିବାକୁ ଏଇ ବିଜ୍ଞାନ – ଯୁଗ ଆହ୍ବାନ ଦେଉଛି। ତେବେ ସାମ୍ପ୍ରତିକ ପରିସ୍ଥିତିରେ ପୃଥିବୀ ହେଉଛି ଆମ ପାଇଁ ଏକମାତ୍ର ବାସୋପଯୋଗୀ ସ୍ଥାନ। ଅବଶ୍ୟ ପୃଥିବୀ ନାନା ପ୍ରକାର ବିପଦର ସମ୍ମୁଖୀନ ହୁଏ, ଯଥା- ପରିକଳ୍ପିତ ମଙ୍ଗଳ ଗ୍ରହରେ କଲୋନି ଝଡ଼, ତୋଫାନ, ବନ୍ୟା, ଭୂମିକମ୍ପ, ଉଲ୍‌କାପାତ ଇତ୍ୟାଦି ପ୍ରାକୃତିକ ବିପଦ ଯାହାକି ବୈଜ୍ଞାନିକ ଉପାୟରେ ପ୍ରତିକାର ଦ୍ୱାରା ଲାଘବ କରାଯାଇପାରିବ। କିନ୍ତୁ ଏହି ସୁନ୍ଦର ସୃଷ୍ଟିରେ ବିଭ୍ରାଟ ପାଇଁ ମନୁଷ୍ୟକୃତ ବିପଦକୁ ରୋକିବା ଆମ ହାତରେ ଅଛି। ଏହି ପରିପ୍ରେକ୍ଷୀରେ ସବୁଜ ଗୃହ ପ୍ରଭାବ, ଆଣବିକ ଯୁଦ୍ଧ ଇତ୍ୟାଦି ଏଡ଼ାଇବା ଆମର ଧ୍ୟେୟ ହେବା ଉଚିତ। ପ୍ରକୃତିର ଧ୍ୱଂସସାଧନ ଜୀବଜଗତର ବିନାଶର କାରଣ ହେବ, ଏହା ଧ୍ରୁବ ସତ୍ୟ। ପୃଥିବୀ ବାସ୍ତବରେ ମଙ୍ଗଳମୟ ଜୀବନର ଜନକ ତଥା ରକ୍ଷକ ଭାବେ ଏକ ଅସାଧାରଣ ସୌର ଗ୍ରହ। ଏହି ଧ୍ରୁବ ସତ୍ୟ ଆମକୁ ସତତ ପ୍ରେରଣା ଦେଉ।
-ଡ. ନିଖିଳାନନ୍ଦ ପାଣିଗ୍ରାହୀ
ମୋ : ୯୪୩୭୭୪୨୪୯୯

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?