‘ଚାଷ ପଦ୍ଧତିରେ ଆବଶ୍ୟକ ପରିବର୍ତ୍ତନ‘: କୃଷି ବିଜ୍ଞାନ କେନ୍ଦ୍ରରେ ୨୫ ଜଣ ଅଗ୍ରଣୀ ଚାଷୀ

କର୍ଲାମୁଣ୍ଡା, ୧୭।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ଆତ୍ମା ତଥା କଳାହାଣ୍ଡି ପିଡି ଆତ୍ମା ପକ୍ଷରୁ ୨୫ ଜଣ ଅଗ୍ରଣୀ ଚାଷୀଙ୍କୁ ନେଇ ସୋନପୁର ଜିଲାର କୃଷି ବିଜ୍ଞାନ କେନ୍ଦ୍ରରେ ଦୁଇଦିନିଆ କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ପ୍ରଥମ ଦିବସ ସୋମବାର ମୁଖ୍ୟ ଅତିଥି ଭାବେ ସୋନପୁର ଜିଲାପାଳ ଡ. ନୃପରାଜ ସାହୁ ଯୋଗଦେଇ ଚାଷୀମାନଙ୍କ ସହ ବିଭିନ୍ନ ଚାଷ ସମ୍ପର୍କରେ ଆଲୋଚନା କରିବା ସହ ପରିସ୍ଥିତିର ପରିବର୍ତ୍ତନ ଅନୁଯାୟୀ ଚାଷ ପଦ୍ଧତିରେ ଆବଶ୍ୟକ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ କରିଥିଲେ।

ଏଥିରେ ସୋନପୁର କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ବିଶ୍ୱରଞ୍ଜନ ପଟ୍ଟନାୟକ, ବୈଜ୍ଞାନିକ (ଫସଲ ସଂରକ୍ଷଣ) ତ୍ରିନାଥ ଖଣ୍ଡାଇତରାୟ, ବୈଜ୍ଞାନିକ (କ୍ଷେତ୍ର ବିଜ୍ଞାନ) ସତ୍ୟବ୍ରତ ମଙ୍ଗରାଜ, ବୈଜ୍ଞାନିକ (କୃଷି ସମ୍ପ୍ରସାରଣ) ସୁପ୍ରଭା ସେଠ୍ ଓ ବୈଜ୍ଞାନିକ (ଗୃହ ବିଜ୍ଞାନ) ଲୋପାମୁଦ୍ରା ରାୟ ପ୍ରମୁଖ ଯୋଗଦେଇ ଚାଷୀମାନଙ୍କୁ ବିଭିନ୍ନ କୃଷି ସମ୍ପର୍କିତ ଜ୍ଞାନ ପ୍ରଦାନ କରିଥିଲେ।

ବିଶେଷକରି ଜୈବିକ ଖତ ପ୍ରସ୍ତୁତି ଓ ପ୍ରୟୋଗ, ଛତୁ ଚାଷ ପ୍ରଣାଳୀ, ଜିଆ ଖତ ପ୍ରସ୍ତୁତି, ବତକ ଚାଷ, ମାଛ ଚାଷ, ଘର ଅଗଣାରେ ପନିପରିବା ଚାଷ, ଖରଟିଆ ଚାଷ, ରୋଗପୋକ ନିୟନ୍ତ୍ରଣ, ବିଭିନ୍ନ କିସମର ଧାନ ବିହନ, ମାଟି ପରୀକ୍ଷାର ଆବଶ୍ୟକତା ତଥା ଉନ୍ନତମାନର ଜ୍ଞାନକୌଶଳ ବ୍ୟବହାର ପଦ୍ଧତି ସମ୍ପର୍କରେ ଚାଷୀମାନଙ୍କୁ ଅବଗତ କରାଯାଇଥିଲା।

କାର୍ଯ୍ୟକ୍ରମରେ କର୍ଲାମୁଣ୍ଡା ଆତ୍ମା ଅଧ୍ୟକ୍ଷ ଗୌରକିଶୋର ରଣା, ଆତ୍ମା କମିଟି ସଦସ୍ୟ ପ୍ରଦୀପ କୁମାର ସାହୁ, ଯୁବ ଚାଷୀ ମହେନ୍ଦ୍ର ରଣା, ନନ୍ଦକିଶୋର ଭୋଇ,  ଦୟା ରଣା, ବନମାଳୀ ସାହୁ, ପ୍ରମୋଦ ସାହୁ, ଭୂପିନ୍ଦର ଚୌଧୁରୀ, ଟିକେଧର ରଣା, ଆନନ୍ଦ ସାହୁ, ରମେଶ ସାହୁ, କଳ୍ପ ସାହୁ, ପ୍ରକାଶ ରଣା, ଟୁକୁ ସାହୁ, କ୍ଷୀର ସାହୁ, ଓକିଲ ପ୍ରଧାନ, ବାହାଦୂର ଧରୁଆ, ଗିରିଧାରୀ ସାହୁ, ମହେନ୍ଦ୍ର ସାହୁ, ବରିଷ୍ଠ ଚାଷୀ ଦୀନବନ୍ଧୁ ସାହୁ, ଦୟାସାଗର ମାଝୀ, କୃଷକ ମୋର୍ଚ୍ଚା ବ୍ଲକ ସଂଯୋଜକ ଦୁର୍ଯୋଧନ ସାହୁ, ଜୈବିକ ଚାଷୀ ବଳଦେବ ଭୋଇ, ଏଟିଏମ୍ ଶ୍ୟାମପଦ ଭଞ୍ଜ, ମିଲନ କୁମାର ଗୋଚ୍ଛାୟତ, ଗ୍ରାମ୍ୟ କୃଷି କର୍ମୀ ଲୋକନାଥ ନାଗ ଓ ମୃତ୍ତିକା ସଂରକ୍ଷଣ ବିଭାଗ ସହାୟକ ବିଜୟ ମିଶ୍ରଙ୍କ ସମେତ ଅନ୍ୟମାନେ ଅଂଶଗ୍ରହଣ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟାପାଣିରେ ଭାସିଯାଇଥିଲେ ଯୁବକ, ୪ଦିନ ପରେ ମୃତଦେହ ଉଦ୍ଧାର

ଧାମନଗର,୧୭।୮(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ବ୍ଲକ ଦିହୁଡ଼ି-ଆନନ୍ଦପୁର ପଞ୍ଚାୟତ ପାହଡ଼ପୁର ଯେନାସାହି ଗ୍ରାମର ଗଣେଶ ଜେନା (୫୨)ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିଖୋଜର ୪ଦିନ ପରେ ଜଙ୍ଗଲରୁ…

ଆଜି ବୁଧ-ଶନିଙ୍କ ନବପଞ୍ଚମ ଯୋଗ, ମିଥୁନ ସମେତ ଏହି ୪ ରାଶିର କ୍ୟାରିୟରରେ ଆସିବ ବଡ଼ ସଫଳତା, ବ୍ୟବସାୟରେ…

ନବପଞ୍ଚମ ଦୃଷ୍ଟି ଯୋଗ ଦୁଇଟି ଗ୍ରହ ପରସ୍ପରଠାରୁ ୫ମ ଏବଂ ୯ମ ଭାବରେ ଅବସ୍ଥିତ ହେଲେ ଗଠିତ ହୁଏ। ଏହି ଯୋଗ ଗଠନ ହେବା ଫଳରେ ଭାଗ୍ୟଶାଳୀ…

ଅଷ୍ଟ୍ରେଲିଆକୁ ICC ଦେଲା ବଡ଼ ଦଣ୍ଡ: ବାଂଲାଦେଶଠାରୁ ଶୋଚନୀୟ ପରାଜୟ ପରେ କଙ୍ଗାରୁ ଟିମ୍‌କୁ…

ଆଡ଼ିଲେଡ,୧୭।୮: ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୯ ଉଇକେଟେରେ ପରାସ୍ତ କରି ବାଂଲାଦେଶ ଇତିହାସ ରଚିଥିଲା। ଟେଷ୍ଟ କ୍ରିକେଟ ଇତିହାସରେ ଏହା ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ…

ଅନ୍ୟ ଗ୍ରହରେ ବସତି ସମସ୍ୟା, ବୈଜ୍ଞାନିକମାନେ ତାଲିକାଭୁକ୍ତ କରି…

ବୈଜ୍ଞାନିକମାନେ ଗ୍ରହମାନଙ୍କର ବାସ୍ତବିକ ରଙ୍ଗ ଭାବେ ତାଲିକାଭୁକ୍ତ କରିଛନ୍ତି। ଏହି ଅନୁସାରେ ବୁଧ: ଧୁସର, ଶୁକ୍ର : ହଳଦିଆ ସହ ଧଳା, ପୃଥିବୀ: ନୀଳ ସହ ଧଳା,…

ଗ୍ୟାସ ସିଲିଣ୍ଡର ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି! ବଢ଼ିଲା e-KYCର ଶେଷ ତାରିଖ

ନୂଆଦିଲ୍ଲୀ,୧୭।୮: LPG ସିଲିଣ୍ଡର ଉପଭୋକ୍ତାଙ୍କ ପାଇଁ ବଡ଼ ଖବର । ଗ୍ୟାସ୍‌ର e-KYC କରିବାର ଶେଷ ତାରିଖ ବଢ଼ାଇ ଦିଆଯାଇଛି । ପୂର୍ବରୁ ଅଗଷ୍ଟ ୧୬ ତାରିଖ…

ଜାଣନ୍ତୁ ରେଳବାଇର ଏହି ଜରୁରୀ ନିୟମ, ନ ହେଲେ ଗଣିବାକୁ ପଡ଼ିପାରେ ଜରିମାନା

ନୂଆଦିଲ୍ଲୀ,୧୭।୮: ପ୍ରାୟତଃ ଲୋକମାନେ ରେଳ ଷ୍ଟେଶନକୁ ନିଜ ବନ୍ଧୁ କିମ୍ବା ସମ୍ପର୍କୀୟଙ୍କୁ ନେବା ବା ଛାଡ଼ିବା ପାଇଁ ଯାଆନ୍ତି। ଏଥିପାଇଁ ସେମାନଙ୍କୁ ପ୍ଲାଟଫର୍ମ ଟିକେଟ ନେବାକୁ ପଡ଼େ।…

ବର୍ଷାରେ ଧୋଇଯାଇଥିଲା ରାସ୍ତା, ମରାମତି ପରେ ଯୋଗାଯୋଗ ସ୍ବାଭାବିକ

କେନ୍ଦୁଝର,୧୭।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ପ୍ରବଳ ବର୍ଷା ସାଙ୍ଗକୁ ମାଟି ଅତଡ଼ା ଧସିବା ଯୋଗୁ ତେଲକୋଇ ବଳଭଦ୍ରପୁର ପୋଲ ନିକଟରେ ରାସ୍ତା କ୍ଷତିଗ୍ରସ୍ତ ହୋଇ ଗାଡି ଚଳାଚଳ ବନ୍ଦ…

ବଲାଙ୍ଗୀର ବ୍ୟବସାୟୀଙ୍କୁ ଅପହରଣ ଘଟଣାରେ ବଡ଼ ଖୁଲାସା; ରାଜଧାନୀରେ କରାଯାଇଥିଲା ଆପରାଧିକ ଷଡ଼ଯନ୍ତ୍ର, ଖଣ୍ଡଗିରି ଥାନାକୁ…

ବଲାଙ୍ଗୀର,୧୭ା୮(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ଘଟଣାରେ ବଡ଼ ଖୁଲାସା କରିଛି ବଲାଙ୍ଗୀର ପୋଲିସ । ଏହି ଆପରାଧିକ ଷଡ଼ଯନ୍ତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri