ଜେଲ ଫେରନ୍ତାଙ୍କୁ ତଣ୍ଟି ଚିପି ହତ୍ୟା

ଭୁବନେଶ୍ୱର,୫।୩(ବ୍ୟୁରୋ): କିଛିଦିନର ଅନ୍ତରାଳରେ ରାଜଧାନୀରେ ଆଉଏକ ହତ୍ୟାକାଣ୍ଡ ଘଟିଛି। ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ପଳାଶୁଣି ମୁଣ୍ଡାସାହିସ୍ଥିତ ନିର୍ମାଣାଧୀନ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ଭିତରେ ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ତଣ୍ଟି ଚିପି ହତ୍ୟା କରିଛନ୍ତି। ମୃତକ ହେଲେ ବିହାରର ମୁକେଶ ଚୌଧୁରୀ। ସେ ସ୍ଥାନୀୟ ଅଞ୍ଚଳରେ ଏକ ସିମେଣ୍ଟ ଗୋଦାମରେ କାମ କରୁଥିଲେ। ଦେଢ଼ବର୍ଷ ତଳେ ଏକ ବାଇକ ଚୋରି ମାମଲାରେ ଗିରଫ ହୋଇ ଜେଲ ଯାଇଥିଲେ। ତେବେ ୪ଦିନ ତଳେ ଜେଲରୁ ଫେରିଥିବାବେଳେ ହଠାତ୍‌ ତାଙ୍କ ହତ୍ୟାକୁ ନେଇ ନାନା ଚର୍ଚ୍ଚା ଚାଲିଛି।
ପୂର୍ବାହ୍ନରେ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟରରେ ଏକ ମୃତଦେହ ପଡିଥିବା ଖବର ପାଇ ଜୋନ୍‌-୫ ଏସିପି ସଞ୍ଜୀବ ଶତପଥୀ ଓ ମଞ୍ଚେଶ୍ୱର ଥାନା ଅଧିକାରୀ ସୁଧୀର କୁମାର ସାହୁ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଥିଲେ। ସାଇଣ୍ଚିଫିକ୍‌ ଟିମ୍‌ ମଧ୍ୟ ଉକ୍ତ ସ୍ଥାନକୁ ଯାଞ୍ଚ କରିିବା ସହ ବିଭିନ୍ନ ନମୁନା ସଂଗ୍ରହ କରିଥିଲା। ମୃତ ଯୁବକଙ୍କ ବୟସ ୨୮ରୁ ୩୨ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି। ଚିହ୍ନଟ ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଛି। ତେବେ ତାଙ୍କ ଠିକଣା ଜଣାପଡି ନ ଥିବାରୁ ପରିବାର ଲୋକଙ୍କ ସହ ଯୋଗାଯୋଗ ହୋଇପାରି ନାହିଁ। ମୃତଦେହକୁ ଶବ ସଂରକ୍ଷଣ ଗୃହରେ ରଖାଯାଇଛି। ଏନେଇ ପୋଲିସ ଏକ ହତ୍ୟା ମାମଲା (ନଂ. ୬୧/୨୨) ରୁଜୁ କରି ଅଧିକ ତଦନ୍ତ ଚଳାଇଛି। ଏସିପି ଶତପଥୀ କହିଛନ୍ତି, ଏହି ଘଟଣାରେ ସମ୍ପୃକ୍ତ କେତେଜଣ ଲୋକଙ୍କୁ ଚିହ୍ନଟ କରାଯାଇଛି। ସେମାନେ ଧରାପଡ଼ିଲେ ହତ୍ୟା ଘଟଣା ଉପରୁ ପରଦା ହଟିବ। ମୃତକଙ୍କ ପରିବାର ଲୋକେ ନ ଆସିଲେ ମୃତଦେହକୁ ୭୨ ଘଣ୍ଟା ପରେ ବ୍ୟବଚ୍ଛେଦ କରାଯାଇ ସତ୍କାର କରାଯିବ ବୋଲି ଏସିପି କହିଛନ୍ତି।
ନିଶା ପାଇଁ ଗଣ୍ଡଗୋଳ
ପରେ ହତ୍ୟା ସନ୍ଦେହ
ସ୍ଥାନୀୟ ଲୋକଙ୍କ କହିବାନୁସାରେ, ମୁକେଶ ସିମେଣ୍ଟ କମ୍ପାନୀରେ କାମ କରିବା ସହ ଏଠିସେଠି ରହୁଥିଲେ। ସବୁବେଳେ ନିଶା ସେବନ କରନ୍ତି। କେତେଜଣ ନିଶାଗ୍ରସ୍ତ ଯୁବକଙ୍କ ସହ ନିୟମିତ ବୁଲାବୁଲି କରୁଥିଲେ। ନିକଟରେ ସେ ଜେଲରୁ ଫେରିଥିଲେ। ଗୁରୁବାର ସାରେ ସ୍ଥାନୀୟ ଅଞ୍ଚଳରେ ଭଡ଼ାରେ ରହୁଥିବା ଚନ୍ଦନ ଓ ଅନ୍ୟ କେତେଜଣ ଯୁବକଙ୍କ ସହ ନିଶା ପାଇଁ ତାଙ୍କର ଝଗଡା ହୋଇଥିଲା। ତେବେ ତା’ପରଠାରୁ ଲୋକମାନେ ଆଉ ଚନ୍ଦନଙ୍କୁ ଦେଖାଇବାକୁ ପାଉନାହାନ୍ତି। ଚନ୍ଦନ ଓ ତାଙ୍କ ସହ ଥିବା ଯୁବକମାନେ ହିଁ ମୁକେଶଙ୍କୁ ହତ୍ୟା କରିଥାଇପାରନ୍ତି ବୋଲି ସେମାନେ ସନ୍ଦେହ କରିଛନ୍ତି।
ମୃତଦେହ ସାରା ଦାଗ,
ତଣ୍ଟିରେ କ୍ଷତ ଚିହ୍ନ
ଦୁର୍ବୃତ୍ତମାନେ ମୁକେଶଙ୍କୁ ହତ୍ୟା କରିବା ପରେ ମୃତଦେହକୁ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର କାନ୍ଥ କଡ଼ରେ ଶୁଆଇ ଦେଇଥିଲେ। ଏହାପରେ ସେଠାରେ ଥିବା ଇଟାରେ ମୃତଦେହକୁ ସମ୍ପୂର୍ଣ୍ଣ ଘୋଡ଼ାଇ ଦେଇଥିଲେ। ଫଳରେ ବାହାରକୁ ମୃତଦେହଟି ଆଦୌ ଦେଖାଯାଉ ନ ଥିଲା। ମୃତ ମୁକେଶ କେବଳ ଏକ ହାପ୍‌ ପ୍ୟାଣ୍ଟ ପିନ୍ଧିଥିଲେ। ତେବେ ଇଟା ଘୋଡ଼ା ହୋଇଥିବାରୁ ମୃତଦେହର ବିଭିନ୍ନ ସ୍ଥାନରେ ଦାଗ ରହିଥିଲା। ତେବେ ତାଙ୍କ ବେକରେ ଗୋଲେଇ ଆକାରର ମୋଟା ଦାଗ ସହ ରକ୍ତ ଚିହ୍ନ ରହିଛି। ତେଣୁ ତାଙ୍କ ବେକକୁ ପ୍ରଥମେ ଗାମୁଛା କିମ୍ବା ମୋଟା ଦଉଡ଼ିରେ ଭିଡ଼ାଯାଇ ହତ୍ୟା କରାଯାଇଥିବା ସ୍ପଷ୍ଟ ଜଣାପଡୁଛି ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଧାନାଙ୍କ ରେକର୍ଡ ଶତକ: ଭାରତର ଲଗାତର ଦ୍ୱିତୀୟ ବିଜୟ

ଦୁବାଇ,୩ା୯: ସ୍ମୃତି ମନ୍ଧାନାଙ୍କ ରେକର୍ଡ ଶତକ ବଳରେ ମହିଳା ଏସିଆ କପ୍‌ରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ୧୩୭ ରନର ବଡ଼ ବ୍ୟବଧାନରେ ହଂକଂ, ଚାଇନାକୁ ପରାସ୍ତ…

ଷ୍ଟେଶନରେ ଯୁବତୀଙ୍କୁ ବଳାତ୍କାର

ରାଉରକେଲା,୩।୯: ରାଉରକେଲା ଭଳି ଜନଗହଳିପୂର୍ଣ୍ଣ ରେଲ ଷ୍ଟେଶନରେ ଗୁରୁବାର ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଷ୍ଟେଶନର ରେଷ୍ଟ ରୁମ୍‌ରେ ଜଣେ ଯୁବତୀଙ୍କ ବଳାତ୍କାର କରାଯାଇଥିବା…

୫୬ ଭୋଗ ନ ଥିଲେ ବି ପ୍ରସନ୍ନ ହେବେ କାହ୍ନା! ଜନ୍ମାଷ୍ଟମୀରେ ବାଳଗୋପାଳଙ୍କୁ ଚଢ଼ାନ୍ତୁ ଏହି ୫ଟି ପ୍ରିୟ ଜିନିଷ; ଜାଣନ୍ତୁ ବିଧି

ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଭାବେ ସାରା ଦେଶରେ ଉତ୍ସାହର ସହ ପାଳନ କରାଯାଏ। ଏହି ଦିନ ଭକ୍ତମାନେ ବ୍ରତ ରଖି ମଧ୍ୟରାତ୍ରିରେ ବାଳଗୋପାଳଙ୍କ…

ଟ୍ରକ ତଳେ ପଶିଗଲା ସ୍କୁଟି, ଆଉ ତା’ପରେ…

ଦିଗପହଣ୍ଡି,୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନମ୍ବର ରାଜ୍ୟ ରାଜପଥ ଦିଗପହଣ୍ଡି ଆନନ୍ଦନଗର ନିକଟରେ ଏକ ଭୟାନକ ଦୁର୍ଘଟଣା ଘଟିଛି। ରାସ୍ତାକଡରେ ପାର୍କିଂ କରିଥିବା…

ଖେଳାଳିଙ୍କୁ ମିଳୁନି ବିଶ୍ରାମ! ବାରମ୍ବାର ଆହତ ହେବା ନେଇ BCCIର ବଡ଼ ଖୁଲାସା, ବଦଳିବ ରଣନୀତି

ମୁମ୍ବାଇ,୩।୯: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI)ର ମୁଖ୍ୟ କାର୍ଯ୍ୟାଳୟରେ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିସିସିଆଇ ସମ୍ପାଦକ ଦେବଜୀତ୍ ଶୈକିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ଆକ୍ସନରେ ଜିଲାପାଳ: ବଦଳିଲେ ସୁନାବେଢା ସିଡିପିଓ

କୋରାପୁଟ ୩l୯(ଅମିତାଭ ବେହେରା): ଅଙ୍ଗନଓ୍ବାଡି କର୍ମୀମାନଙ୍କୁ ଖରାପ ବ୍ୟବହାର କରିଥିବା ଅଭିଯୋଗରେ ସୁନାବେଢା ସିଡିପିଓ ନଳିନୀ ବେହେରାଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ସିଡିପିଓ ନଳିନୀଙ୍କୁ ଜୟପୁର ଉପଜିଲାପାଳଙ୍କ…

୧୧ ବର୍ଷ ଧରି କେଶ ଖାଉଥିଲେ ଛାତ୍ରୀ; ଏବେ ଡାକ୍ତର ତାଙ୍କ ପେଟରୁ ବାହାର କଲେ ୧.୧୬ କିଲୋଗ୍ରାମର ଗଣ୍ଠି

ନୂଆଦିଲ୍ଲୀ,୩।୯: ଦିଲ୍ଲୀର ଦ୍ୱାରକାସ୍ଥିତ ମଣିପାଲ ହସ୍ପିଟାଲର ଡାକ୍ତରମାନେ ଜଣେ 20 ବର୍ଷୀୟ ଛାତ୍ରୀଙ୍କ ପେଟରୁ 1.16 କିଲୋଗ୍ରାମ ଓଜନର ଏକ ବଡ଼ କେଶ ପିଣ୍ଡ ବାହାର କରିଛନ୍ତି।…

ସ୍ମୃତି ମନ୍ଧାନାଙ୍କ ଡବଲ ଧମାକା: କଲେ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୩।୯: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନା ଆନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଶତକ ଏବଂ ରନ ପାଇଁ ଏକ ବିଶ୍ୱ ରେକର୍ଡ ସ୍ଥାପନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri