ଜେଲ ଫେରନ୍ତାଙ୍କୁ ତଣ୍ଟି ଚିପି ହତ୍ୟା

ଭୁବନେଶ୍ୱର,୫।୩(ବ୍ୟୁରୋ): କିଛିଦିନର ଅନ୍ତରାଳରେ ରାଜଧାନୀରେ ଆଉଏକ ହତ୍ୟାକାଣ୍ଡ ଘଟିଛି। ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ପଳାଶୁଣି ମୁଣ୍ଡାସାହିସ୍ଥିତ ନିର୍ମାଣାଧୀନ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ଭିତରେ ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ତଣ୍ଟି ଚିପି ହତ୍ୟା କରିଛନ୍ତି। ମୃତକ ହେଲେ ବିହାରର ମୁକେଶ ଚୌଧୁରୀ। ସେ ସ୍ଥାନୀୟ ଅଞ୍ଚଳରେ ଏକ ସିମେଣ୍ଟ ଗୋଦାମରେ କାମ କରୁଥିଲେ। ଦେଢ଼ବର୍ଷ ତଳେ ଏକ ବାଇକ ଚୋରି ମାମଲାରେ ଗିରଫ ହୋଇ ଜେଲ ଯାଇଥିଲେ। ତେବେ ୪ଦିନ ତଳେ ଜେଲରୁ ଫେରିଥିବାବେଳେ ହଠାତ୍‌ ତାଙ୍କ ହତ୍ୟାକୁ ନେଇ ନାନା ଚର୍ଚ୍ଚା ଚାଲିଛି।
ପୂର୍ବାହ୍ନରେ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟରରେ ଏକ ମୃତଦେହ ପଡିଥିବା ଖବର ପାଇ ଜୋନ୍‌-୫ ଏସିପି ସଞ୍ଜୀବ ଶତପଥୀ ଓ ମଞ୍ଚେଶ୍ୱର ଥାନା ଅଧିକାରୀ ସୁଧୀର କୁମାର ସାହୁ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଥିଲେ। ସାଇଣ୍ଚିଫିକ୍‌ ଟିମ୍‌ ମଧ୍ୟ ଉକ୍ତ ସ୍ଥାନକୁ ଯାଞ୍ଚ କରିିବା ସହ ବିଭିନ୍ନ ନମୁନା ସଂଗ୍ରହ କରିଥିଲା। ମୃତ ଯୁବକଙ୍କ ବୟସ ୨୮ରୁ ୩୨ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି। ଚିହ୍ନଟ ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଛି। ତେବେ ତାଙ୍କ ଠିକଣା ଜଣାପଡି ନ ଥିବାରୁ ପରିବାର ଲୋକଙ୍କ ସହ ଯୋଗାଯୋଗ ହୋଇପାରି ନାହିଁ। ମୃତଦେହକୁ ଶବ ସଂରକ୍ଷଣ ଗୃହରେ ରଖାଯାଇଛି। ଏନେଇ ପୋଲିସ ଏକ ହତ୍ୟା ମାମଲା (ନଂ. ୬୧/୨୨) ରୁଜୁ କରି ଅଧିକ ତଦନ୍ତ ଚଳାଇଛି। ଏସିପି ଶତପଥୀ କହିଛନ୍ତି, ଏହି ଘଟଣାରେ ସମ୍ପୃକ୍ତ କେତେଜଣ ଲୋକଙ୍କୁ ଚିହ୍ନଟ କରାଯାଇଛି। ସେମାନେ ଧରାପଡ଼ିଲେ ହତ୍ୟା ଘଟଣା ଉପରୁ ପରଦା ହଟିବ। ମୃତକଙ୍କ ପରିବାର ଲୋକେ ନ ଆସିଲେ ମୃତଦେହକୁ ୭୨ ଘଣ୍ଟା ପରେ ବ୍ୟବଚ୍ଛେଦ କରାଯାଇ ସତ୍କାର କରାଯିବ ବୋଲି ଏସିପି କହିଛନ୍ତି।
ନିଶା ପାଇଁ ଗଣ୍ଡଗୋଳ
ପରେ ହତ୍ୟା ସନ୍ଦେହ
ସ୍ଥାନୀୟ ଲୋକଙ୍କ କହିବାନୁସାରେ, ମୁକେଶ ସିମେଣ୍ଟ କମ୍ପାନୀରେ କାମ କରିବା ସହ ଏଠିସେଠି ରହୁଥିଲେ। ସବୁବେଳେ ନିଶା ସେବନ କରନ୍ତି। କେତେଜଣ ନିଶାଗ୍ରସ୍ତ ଯୁବକଙ୍କ ସହ ନିୟମିତ ବୁଲାବୁଲି କରୁଥିଲେ। ନିକଟରେ ସେ ଜେଲରୁ ଫେରିଥିଲେ। ଗୁରୁବାର ସାରେ ସ୍ଥାନୀୟ ଅଞ୍ଚଳରେ ଭଡ଼ାରେ ରହୁଥିବା ଚନ୍ଦନ ଓ ଅନ୍ୟ କେତେଜଣ ଯୁବକଙ୍କ ସହ ନିଶା ପାଇଁ ତାଙ୍କର ଝଗଡା ହୋଇଥିଲା। ତେବେ ତା’ପରଠାରୁ ଲୋକମାନେ ଆଉ ଚନ୍ଦନଙ୍କୁ ଦେଖାଇବାକୁ ପାଉନାହାନ୍ତି। ଚନ୍ଦନ ଓ ତାଙ୍କ ସହ ଥିବା ଯୁବକମାନେ ହିଁ ମୁକେଶଙ୍କୁ ହତ୍ୟା କରିଥାଇପାରନ୍ତି ବୋଲି ସେମାନେ ସନ୍ଦେହ କରିଛନ୍ତି।
ମୃତଦେହ ସାରା ଦାଗ,
ତଣ୍ଟିରେ କ୍ଷତ ଚିହ୍ନ
ଦୁର୍ବୃତ୍ତମାନେ ମୁକେଶଙ୍କୁ ହତ୍ୟା କରିବା ପରେ ମୃତଦେହକୁ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର କାନ୍ଥ କଡ଼ରେ ଶୁଆଇ ଦେଇଥିଲେ। ଏହାପରେ ସେଠାରେ ଥିବା ଇଟାରେ ମୃତଦେହକୁ ସମ୍ପୂର୍ଣ୍ଣ ଘୋଡ଼ାଇ ଦେଇଥିଲେ। ଫଳରେ ବାହାରକୁ ମୃତଦେହଟି ଆଦୌ ଦେଖାଯାଉ ନ ଥିଲା। ମୃତ ମୁକେଶ କେବଳ ଏକ ହାପ୍‌ ପ୍ୟାଣ୍ଟ ପିନ୍ଧିଥିଲେ। ତେବେ ଇଟା ଘୋଡ଼ା ହୋଇଥିବାରୁ ମୃତଦେହର ବିଭିନ୍ନ ସ୍ଥାନରେ ଦାଗ ରହିଥିଲା। ତେବେ ତାଙ୍କ ବେକରେ ଗୋଲେଇ ଆକାରର ମୋଟା ଦାଗ ସହ ରକ୍ତ ଚିହ୍ନ ରହିଛି। ତେଣୁ ତାଙ୍କ ବେକକୁ ପ୍ରଥମେ ଗାମୁଛା କିମ୍ବା ମୋଟା ଦଉଡ଼ିରେ ଭିଡ଼ାଯାଇ ହତ୍ୟା କରାଯାଇଥିବା ସ୍ପଷ୍ଟ ଜଣାପଡୁଛି ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୨ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୨ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ଭୋଟରଙ୍କୁ ସଚେତନ କରୁଛନ୍ତି ପଦ୍ମଶ୍ରୀ ହଳଧର ନାଗ, କଂସ ମହାରାଜ ହୃଷୀକେଶ ଭୋଇ

ବରଗଡ଼,୨୨ା୪(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନରେ ସମସ୍ତ ଭୋଟରଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ତଥା ଭୋଟରଙ୍କୁ ସଚେତନ କରିବା ପାଇଁ ବରଗଡ଼ ଜିଲା ପ୍ରଶାସନ ଅଭିନୟ ପ୍ରୟାସ...

୪୫ ଡେଇଁବ ପାରଦ! ସାରା ରାଜ୍ୟକୁ ସିଭିୟର ହିଟ୍‌ ଓ୍ବେଭ ଆଲର୍ଟ

ଭୁବନେଶ୍ୱର,୨୪।୪:ତାତିରୁ ମିଳିବନି ତ୍ରାହି । ୫ ଦିନ ଧରି କଲବଲ କରିବ ଗ୍ରୀଷ୍ମ ପ୍ରବାହ । ବିଶେଷ କରି ୨୭ ଓ ୨୮ ତାରିଖରେ ଜଳିବ...

ମେ’ ପ୍ରଥମ ସପ୍ତାହରୁ ଓଜେଇଇ ପରୀକ୍ଷା

ଭୁବନେଶ୍ୱର,୨୪।୪(ଅସମାପିକା ସାହୁ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୪ ମେ’ ୬ରୁ ଆରମ୍ଭ ହେବ। ସିବିଟି ମୋଡ୍‌ରେ ହେବାକୁ ଥିବା ଏହି ପରୀକ୍ଷା ମେ...

ଛୁଟିଦିନ ପାଇଁ ପିଲାଙ୍କୁ ମିଳିବ ଶୁଖିଲା ରାଶନ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ଛୁଟିଦିନ ପାଇଁ ଛାତ୍ରୀଛାତ୍ରଙ୍କୁ ପିଏମ୍‌ ପୋଷଣ ଯୋଜନାରେ ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଦିଆଯିବ। ମୋଟ ୧୨ଦିନର ମଧ୍ୟାହ୍ନ ଭୋଜନ ବାବଦକୁ ଶୁଖିଲା...

ଚମକାଇଲା ଅନୁଭବଙ୍କ ପୋଷ୍ଟ, ନବୀନଙ୍କୁ ମାଗିଲେ ଆର୍ଶୀବାଦ…

ଭୁବନେଶ୍ୱର,୨୪।୪: ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବଢିଲା ଚର୍ଚ୍ଚା। ଗତ କିଛିଦିନ ପୂର୍ବରୁ ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ହେଲେ ବୁଧବାର...

ଲୁଙ୍ଗିକୁ ନେଇ ରାଜ୍ୟ ରାଜ୍ୟନୀତିରେ ଚହଳ, ନବୀନ ପିନ୍ଧିଲେ ବୋଲି…

ଭୁବନେଶ୍ୱର,୨୪।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri