କନ୍ଧମାଳ ହଳଦୀ ଦେଖି ଖୁସି ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ, କଫି ପ୍ୟାକେଟ୍‌ ବି କିଣିଲେ

ଦାରିଙ୍ଗବାଡ଼ି,୧୮ା୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ଅନସୂଚିତ ଜନଜାତି ବସବାସ କରୁଛନ୍ତି। ଏହି ଜିଲାର ହଳଦୀ ସମଗ୍ର ବିଶ୍ୱ ଦରବାରରେ ପରିଚିତ ରହିଥିବା ବେଳେ ଜୈବିକ ପଦ୍ଧତିର ହଳଦୀ ପାଇଁ ବିଶ୍ୱ ବିଖ୍ୟାତ ହୋଇପାରିଛି। ଦିଲ୍ଲୀଠାରୁ ପଲ୍ଲୀ ପର୍ଯ୍ୟନ୍ତ କନ୍ଧମାଳ ହଳଦୀର ସ୍ବତନ୍ତ୍ର ପରିଚୟ ରହିଥିବା ବେଳେ ଏବେ ଦିଲ୍ଲୀ ନିଜେ ଭାରତର ପ୍ରଧାନମନ୍ତ୍ରୀ ଅତି ନିକଟରୁ କନ୍ଧମାଳ ହଳଦୀ ଗୁଣ୍ଡ ସମେତ ବିଭିନ୍ନ ପାରମ୍ପରିକ ଖାଦ୍ୟ ଶସ୍ୟ ଦେଖି ଖୁସି ବ୍ୟକ୍ତ କରିଛନ୍ତି।

ପ୍ରକାଶ ଯେ, ଦିଲ୍ଲୀର ଇଣ୍ଡିଆ ଗେଟ୍‌ ନିକଟବର୍ତ୍ତୀ ଧ୍ୟାନଚାନ୍ଦ ଷ୍ଟାଡିୟମଠାରେ ଆଦି ମହୋତ୍ସବ ( କେବଳ ଆଦିବାସୀ ମେଳା) ୧୨ ଦିନ ଧରି ଚାଲିଛି। ଏହାର ଶୁଭ ଉଦ୍‌ଘାଟନ ଗୁରୁବାର ହୋଇଥିବା ବେଳେ ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଛନ୍ତି। ସେ ବିଭିନ୍ନ ଷ୍ଟଲ୍‌ ବୁଲି ଦେଖୁ୍‌ଥିବା ବେଳେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରୁ ଯାଇଥିବା ଫାରମର୍‌ସ ପ୍ରଡ୍ୟୁସର କମ୍ପାନୀର ଷ୍ଟଲ୍‌ରେ ଅଟକିବା ସହ ଫାରମର୍‌ସ କମ୍ପାନୀର ସମ୍ପାଦକ ସୁରେଶ ପ୍ରଧାନ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମଳୟ ପ୍ରଧାନଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ। ସେମାନଙ୍କୁ କେଉଁଠାରୁ ଆସିଥିବା ପଚାରିବୁଝିବା ସହ ହଳଦୀ ସମ୍ପର୍କରେ ପଚାରି ବୁଝିଥିଲେ। ହଳଦୀ ସମେତ କ୍ଷୁଦ୍ରଦାନା ଶସ୍ୟ ମାଣ୍ଡିଆ, ସୋରିଷ,ଅଦା, ଦାରିଙ୍ଗବାଡ଼ି କଫି ସମେତ ଦାରିଙ୍ଗବାଡ଼ି ଅଞ୍ଚଳର ପାରମ୍ପରିକ ସାମଗ୍ରୀ ସମ୍ପର୍କରେ ପଚାରି ବୁଝିଥିଲେ। ଦାରିଙ୍ଗବାଡ଼ିରେ ଜୈବିକ ପଦ୍ଧତିରେ ଚାଷ ଓ ଅମଳ ହେଉଥିବା କଫିରୁ ଦୁଇ ପ୍ୟାକେଟ ପ୍ରଧାନମନ୍ତ୍ରୀ କିଣି ନେଇଥିବା ପ୍ରଡ୍ୟୁସର ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ଅଧିକାରୀ ମଳୟ ରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି।

ସେହିପରି ଦିଲ୍ଲୀର ନୋଇଡା ହାଟ ନିକଟରେ ସରସ ମେଳା ଶୁକ୍ରବାରଠାରୁ ଆରମ୍ଭ ହୋଇଥିତ୍ବା ବେଳେ ବିଧିବଦ୍ଧ ଭାବେ ଶନିବାର ଏହାକୁ ଉଦଘାଟନ କରାଯାଇଛି। ସେଠାରେ ମଧ୍ୟ ଓଡ଼ିଶାରୁ ମାତ୍ର ୯ଟି ଷ୍ଟଲ୍‌ ଯାଇଥିବା ବେଳେ ଦାରିଙ୍ଗବାଡ଼ିର ଏକ ମହିଳା ଗ୍ରୁପ୍‌ ଫୁଡ୍ସ ଏବଂ ସ୍ପାଇସ୍‌ ନେଇ ଝରଣା ସାହୁ ଏବଂ ପ୍ରଭାକର ସାହୁ କନ୍ଧମାଳ ହଳଦୀ ସମେତ ମାଣ୍ଡିଆ, ସୋରିଷ, ଆରିଶା ପିଠା ସମେତ ପାରମ୍ପରିକ ସାମଗ୍ରୀ ବିକ୍ରି କରୁଛନ୍ତି। ଖୁବ୍‌ ବିକ୍ରିବଟା ହେଉଥିବା ଝରଣା ସାହୁ କହିଛନ୍ତି। ଏଥିପାଇଁ ଓଆଏମ୍‌ଏସ୍‌ ( ଓଡିଶା ରୁରାଲ ଡେଭଲପମେଣ୍ଟ ଆଣ୍ଡ ମାର୍କେଟିଂ ସୋସାଇଟି (କନ୍ଧମାଳ)ର ସହଯୋଗ ଏବଂ ରାଜ୍ୟ ସରକାରଙ୍କ ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତି ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରୋତ୍ସାହନ ଦିଆଯାଉଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri