କନ୍ଧମାଳ ହଳଦୀ ଦେଖି ଖୁସି ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ, କଫି ପ୍ୟାକେଟ୍‌ ବି କିଣିଲେ

ଦାରିଙ୍ଗବାଡ଼ି,୧୮ା୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ଅନସୂଚିତ ଜନଜାତି ବସବାସ କରୁଛନ୍ତି। ଏହି ଜିଲାର ହଳଦୀ ସମଗ୍ର ବିଶ୍ୱ ଦରବାରରେ ପରିଚିତ ରହିଥିବା ବେଳେ ଜୈବିକ ପଦ୍ଧତିର ହଳଦୀ ପାଇଁ ବିଶ୍ୱ ବିଖ୍ୟାତ ହୋଇପାରିଛି। ଦିଲ୍ଲୀଠାରୁ ପଲ୍ଲୀ ପର୍ଯ୍ୟନ୍ତ କନ୍ଧମାଳ ହଳଦୀର ସ୍ବତନ୍ତ୍ର ପରିଚୟ ରହିଥିବା ବେଳେ ଏବେ ଦିଲ୍ଲୀ ନିଜେ ଭାରତର ପ୍ରଧାନମନ୍ତ୍ରୀ ଅତି ନିକଟରୁ କନ୍ଧମାଳ ହଳଦୀ ଗୁଣ୍ଡ ସମେତ ବିଭିନ୍ନ ପାରମ୍ପରିକ ଖାଦ୍ୟ ଶସ୍ୟ ଦେଖି ଖୁସି ବ୍ୟକ୍ତ କରିଛନ୍ତି।

ପ୍ରକାଶ ଯେ, ଦିଲ୍ଲୀର ଇଣ୍ଡିଆ ଗେଟ୍‌ ନିକଟବର୍ତ୍ତୀ ଧ୍ୟାନଚାନ୍ଦ ଷ୍ଟାଡିୟମଠାରେ ଆଦି ମହୋତ୍ସବ ( କେବଳ ଆଦିବାସୀ ମେଳା) ୧୨ ଦିନ ଧରି ଚାଲିଛି। ଏହାର ଶୁଭ ଉଦ୍‌ଘାଟନ ଗୁରୁବାର ହୋଇଥିବା ବେଳେ ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଛନ୍ତି। ସେ ବିଭିନ୍ନ ଷ୍ଟଲ୍‌ ବୁଲି ଦେଖୁ୍‌ଥିବା ବେଳେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରୁ ଯାଇଥିବା ଫାରମର୍‌ସ ପ୍ରଡ୍ୟୁସର କମ୍ପାନୀର ଷ୍ଟଲ୍‌ରେ ଅଟକିବା ସହ ଫାରମର୍‌ସ କମ୍ପାନୀର ସମ୍ପାଦକ ସୁରେଶ ପ୍ରଧାନ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମଳୟ ପ୍ରଧାନଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ। ସେମାନଙ୍କୁ କେଉଁଠାରୁ ଆସିଥିବା ପଚାରିବୁଝିବା ସହ ହଳଦୀ ସମ୍ପର୍କରେ ପଚାରି ବୁଝିଥିଲେ। ହଳଦୀ ସମେତ କ୍ଷୁଦ୍ରଦାନା ଶସ୍ୟ ମାଣ୍ଡିଆ, ସୋରିଷ,ଅଦା, ଦାରିଙ୍ଗବାଡ଼ି କଫି ସମେତ ଦାରିଙ୍ଗବାଡ଼ି ଅଞ୍ଚଳର ପାରମ୍ପରିକ ସାମଗ୍ରୀ ସମ୍ପର୍କରେ ପଚାରି ବୁଝିଥିଲେ। ଦାରିଙ୍ଗବାଡ଼ିରେ ଜୈବିକ ପଦ୍ଧତିରେ ଚାଷ ଓ ଅମଳ ହେଉଥିବା କଫିରୁ ଦୁଇ ପ୍ୟାକେଟ ପ୍ରଧାନମନ୍ତ୍ରୀ କିଣି ନେଇଥିବା ପ୍ରଡ୍ୟୁସର ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ଅଧିକାରୀ ମଳୟ ରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି।

ସେହିପରି ଦିଲ୍ଲୀର ନୋଇଡା ହାଟ ନିକଟରେ ସରସ ମେଳା ଶୁକ୍ରବାରଠାରୁ ଆରମ୍ଭ ହୋଇଥିତ୍ବା ବେଳେ ବିଧିବଦ୍ଧ ଭାବେ ଶନିବାର ଏହାକୁ ଉଦଘାଟନ କରାଯାଇଛି। ସେଠାରେ ମଧ୍ୟ ଓଡ଼ିଶାରୁ ମାତ୍ର ୯ଟି ଷ୍ଟଲ୍‌ ଯାଇଥିବା ବେଳେ ଦାରିଙ୍ଗବାଡ଼ିର ଏକ ମହିଳା ଗ୍ରୁପ୍‌ ଫୁଡ୍ସ ଏବଂ ସ୍ପାଇସ୍‌ ନେଇ ଝରଣା ସାହୁ ଏବଂ ପ୍ରଭାକର ସାହୁ କନ୍ଧମାଳ ହଳଦୀ ସମେତ ମାଣ୍ଡିଆ, ସୋରିଷ, ଆରିଶା ପିଠା ସମେତ ପାରମ୍ପରିକ ସାମଗ୍ରୀ ବିକ୍ରି କରୁଛନ୍ତି। ଖୁବ୍‌ ବିକ୍ରିବଟା ହେଉଥିବା ଝରଣା ସାହୁ କହିଛନ୍ତି। ଏଥିପାଇଁ ଓଆଏମ୍‌ଏସ୍‌ ( ଓଡିଶା ରୁରାଲ ଡେଭଲପମେଣ୍ଟ ଆଣ୍ଡ ମାର୍କେଟିଂ ସୋସାଇଟି (କନ୍ଧମାଳ)ର ସହଯୋଗ ଏବଂ ରାଜ୍ୟ ସରକାରଙ୍କ ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତି ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରୋତ୍ସାହନ ଦିଆଯାଉଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାଟ୍ରିନାଙ୍କ ସମର୍ଥନରେ ସଲମାନ, ବିକିଙ୍କ ନିରବତାକୁ ନେଇ ପ୍ରଶ୍ନ; ଭାଇଜାନ୍‌ଙ୍କଠାରୁ ଶିଖ…

ମୁମ୍ବାଇ,୨୦ା୯: ଗଣେଶ ଚତୁର୍ଥୀ ଅବସରରେ ସ୍ୱାମୀ ବିକି କୌଶଲଙ୍କ ସହ ନଜର ଆସିଥିଲେ ଅଭିନେତ୍ରୀ କ୍ୟାଟ୍ରିନା କୈଫ । ଏହା ପରେ ସୋସିଆଲ ମିଡିଆର କିଛି ପେଜ୍‌…

ଗଣେଶ ମେଢ଼ ଭସାଣିବେଳେ ନିଆଁରେ ପୋଡ଼ି ୩ ଶିଶୁ ଆହତ: ପରିବାରକୁ ଭେଟି ପ୍ରଶାସନର ସହାୟତା

ପୁରୁଷୋତ୍ତମପୁର,୨୦ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଗଣେଶ ମୂର୍ତ୍ତି ଭସାଣିବେଳେ ଜେନେରେଟରରୁ ନିଆଁ ଲାଗି ପୋଡ଼ି ଆହତ ହୋଇଥିଲେ ୩ ଶିଶୁ। ଉକ୍ତ ପରିବାରକୁ ଜିଲାପାଳଙ୍କ ନିର୍ଦ୍ଦେଶ…

ପାକିସ୍ତାନରେ ହଲଚଲ! ଆନ୍ଦୋଳନ ପୂର୍ବରୁ ପୋଲିସ୍‌ର ବଡ଼ କାର୍ଯ୍ୟାନୁଷ୍ଠାନ, ଗିରଫ ହେଲେ….

ଇସଲାମାବାଦ,୨୦ା୯: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଓ ପାକିସ୍ତାନ ତେହରିକ୍‌-ଏ-ଇନ୍‌ସାଫ୍‌ (PTI) ମୁଖ୍ୟ ଇମ୍ରାନ ଖାନ୍‌ଙ୍କ ଭଉଣୀ ଅଲିମା ଖାନ୍‌ଙ୍କୁ ଲାହୋର ପୋଲିସ୍‌ ଗିରଫ କରିଛି । ରବିବାର…

ଭାଜପାକୁ ନେଇ ଅଖିଳେଶ ଯାଦବଙ୍କ ବଡ଼ ଦାବି, ପ୍ରତି ବିଧାନସଭାରେ କମିବ…

ଲକ୍ଷ୍ନୌ,୨୦ା୯: ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ସମାଜବାଦୀ ପାର୍ଟି (ସପା) ନିଜର ସଂଗଠନକୁ ମଜବୁତ କରିବା ଆରମ୍ଭ କରିଛି । ଦଳର ପ୍ରଦେଶ କାର୍ଯ୍ୟକାରିଣୀ ବୈଠକ…

ଦୁଇଦିନ ଧରି ଅନୁଷ୍ଠିତ ହେବ ଘୁମୁସର ଗବେଷଣା ପ୍ରତିଷ୍ଠାନର ବାର୍ଷିକ ସମ୍ମିଳନୀ, ଯୋଗ ଦେବେ…

ଭଞ୍ଜନଗର,୨୦ା୯(ବାବୁଲା ପ୍ରଧାନ): ଘୁମୁସର ଗବେଷଣା ପ୍ରତିଷ୍ଠାନର କାର୍ଯ୍ୟକାରିଣୀ ବୈଠକ ରବିବାର ଭଞ୍ଜନଗରସ୍ଥିତ ପ୍ରତିଷ୍ଠାନ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆଗାମୀ ଦୁଇଦିନିଆ ବାର୍ଷିକ ସମ୍ମିଳନୀ ସମେତ…

ଗର୍ଭବତୀ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ସ୍ବାମୀ, ଦିଅର କହିଲେ…

ବଲାଙ୍ଗୀର,୨୦ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ କର୍ଲାପିଟା ଗାଁରେ ରବିବାର ବୀଭତ୍ସ ହତ୍ୟାକାଣ୍ଡ ଘଟିଯାଇଛି। ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ୪ ମାସର ଗର୍ଭବତୀ ସ୍ତ୍ରୀ…

ହଠାତ୍ ଆକ୍ରମଣରେ ଥରିଲା ରୁଷିଆ, ହଜାରେରୁ ଅଧିକ ଡ୍ରୋନ୍‌ ମାଡ଼ କଲା ୟୁକ୍ରେନ

ମସ୍କୋ,୨୦ା୯: ରୁଷିଆ ଉପରେ ୟୁକ୍ରେନ୍‌ ବଡ଼ଧରଣର ଡ୍ରୋନ୍‌ ଆକ୍ରମଣ କରିଛି । ରୁଷିଆର ଅଧିକାରୀଙ୍କ ଦାବି ଅନୁସାରେ, ବିଭିନ୍ନ ଅଞ୍ଚଳରେ ୧,୧୦୦ରୁ ଅଧିକ ୟୁକ୍ରେନୀୟ ଡ୍ରୋନ୍‌ ଉଡ଼ିଥିଲା।…

ଏଥର ପୋଲିସ ପାଳି, ବର୍ଦ୍ଦିରେ ରହି ସୋସିଆଲ ମିଡିଆରେ ଫଟୋ ଭିଡିଓ ପୋଷ୍ଟ କଲେ…

ଭୁବନେଶ୍ୱର,୨୦ା୯: ଏଣିକି ପୋଲିସ ପାଳି। ରାଜ୍ୟରେ ଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ କମିଶନରେଟ୍‌ ପୋଲିସ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଗାଇଡ୍‌ଲାଇନ୍‌ ଜାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?