Posted inଜାତୀୟ

ପ୍ରେସର କୁକରରେ ସିଝିଲାନି ଭାତ, ଡାଲି: ୧୬,୭୫୫ ଟଙ୍କା ଦେଲା କମ୍ପାନୀ

ବିଶାଖାପାଟଣା,୧୨।୧୧: ନିର୍ଦ୍ଧାରିତ ୩ରୁ ୪ଟି ସିଟି ବାଜିବା ପରେ ମଧ୍ୟ ପ୍ରେସର କୁକରରେ ଭାତ ଓ ଡାଲି ଠିକ୍‌ ଭାବରେ ନ ସିଝିବା କମ୍ପାନୀ ଓ ଦୋକାନୀଙ୍କୁ ମହଙ୍ଗା ପଡ଼ିଛି। ଏହି ମାମଲାରେ ବିଶାଖାପାଟଣା ଜିଲା ଉପଭୋକ୍ତା ବିବାଦ ନିବାରଣ କମିଶନ(ଡିସିଡିଆର୍‌ସି) ସମ୍ପୃକ୍ତ ଦୋକାନୀ, ଡିଲର ଏବଂ ଉକ୍ତ ରୋଷେଇ ଉପକରଣ କମ୍ପାନୀକୁ ଦୋଷୀ ସାବ୍ୟସ୍ତ କରିବା ସହ ଅଭିଯୋଗକାରିଣୀଙ୍କୁ ୧୬,୭୫୫ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଟଙ୍କା ଫେରସ୍ତ ପାଇବା କମ୍ପାନୀର କୌଣସି ଦୟା ନୁହେଁ, ବରଂ ଏହା ଜଣେ ଗ୍ରାହକଙ୍କ ଆଇନଗତ ଅଧିକାର ବୋଲି କମିଶନ ସ୍ପଷ୍ଟ କରିଛନ୍ତି।
ସୂଚନାନୁଯାୟୀ, ଅଭିଯୋଗକାରିଣୀ ଏକ ଦୋକାନରୁ ୟୁପିଆଇ ମାଧ୍ୟମରେ ୧,୭୫୫ ଟଙ୍କା ଦେଇ ୪ ଲିଟର କ୍ଷମତା ବିଶିଷ୍ଟ ଏକ ନାମୀ କମ୍ପାନୀର ଡିପ୍‌ ପ୍ୟାନ୍‌ ପ୍ରେସର କୁକର କିଣିଥିଲେ। କିଣିବା ଦିନ ହିଁ ସେଥିରେ ଭାତ ରାନ୍ଧିବା ବେଳେ ୩ରୁ ୪ଟି ସିଟି ବାଜିବା ପରେ ମଧ୍ୟ ଭାତ ଅଧା ସିଝା ରହିଥିଲା। ପରଦିନ ଡାଲି ରାନ୍ଧିବାବେଳେ ମଧ୍ୟ ସମାନ ସମସ୍ୟା ଉପୁଜିବାରୁ ସେ ଏନେଇ ସମ୍ପୃକ୍ତ ଦୋକାନୀଙ୍କ ସହ ଯୋଗାଯୋଗ କରିଥିଲେ। ହେଲେ ଦୋକାନୀ ମହିଳାଙ୍କ ସମସ୍ୟା ସମାଧାନ କରିବା ପରିବର୍ତ୍ତେ, ତାଙ୍କୁ ଦୁର୍ୱ୍ୟବହାର ପ୍ରଦର୍ଶନ କରିବା ସହ ସିଧା ସର୍ଭିସ ସେଣ୍ଟର ଯିବାକୁ କହିଥିଲେ। ହେଲେ ମହିଳା ଜଣଙ୍କ ନିଜର ଶାରୀରିକ ଅସୁସ୍ଥତା ଦର୍ଶାଇ ସର୍ଭିସ ସେଣ୍ଟର ଯାଇପାରିବେ ନାହିଁ ବୋଲି କହିଥିଲେ। ପରେ ଦୋକାନୀ ଉକ୍ତ ପ୍ରେସର କୁକରକୁ ନିଜ ପାଖରେ ରଖି ଏହାକୁ ମରାମତି କରିବା ପାଇଁ କମ୍ପାନୀ ପଠାଇବେ ବୋଲି କହିଥିଲେ। ହେଲେ ମହିଳା ଜଣକ ନୂଆ କୁକରଟିରେ ତ୍ରୁଟି ଥିବା କାରଣରୁ ମରାମତି ବଦଳରେ ନୂଆ କୁକର ଦେବାକୁ ଦାବି କରିଥିଲେ। ମାତ୍ର କମ୍ପାନୀ କର୍ତ୍ତୃପକ୍ଷ ଏହାକୁ ନ ଶୁଣି କୁକରଟିକୁ ଦୋକାନରେ ଛାଡ଼ି ଦେଇ ଚୁପ୍‌ ବସିଥିଲେ। ପରେ ମହିଳା ଡିସିଡିଆର୍‌ସିଙ୍କ ଦ୍ୱାରସ୍ଥ ହୋଇଥିଲେ। ଡିସିଡିଆର୍‌ସି ଅଧ୍ୟକ୍ଷ ଗୁଡ୍‌ଲା ତନୁଜା ଏବଂ ସଦସ୍ୟ ଭାର୍ଡି କ୍ରିଷ୍ଣା ମୂର୍ତ୍ତି ଓ ରହିମୁନ୍ନିସା ବେଗମ୍‌ଙ୍କୁ ନେଇ ଗଠିତ ଖଣ୍ଡପୀଠ ଗତ ଅକ୍ଟୋବର ୩୧ ତାରିଖରେ ଏହି ମାମଲାର ଚୂଡ଼ାନ୍ତ ରାୟରେ କହିଛନ୍ତି, ପ୍ରେସର କୁକର ଦୈନନ୍ଦିନ ଜୀବନର ଏକ ଅତି ମୌଳିକ ଓ ଜରୁରୀ ସାମଗ୍ରୀ। ଏହାର ବ୍ୟବହାର ଅଭାବରୁ ଅଭିଯୋଗକାରିଣୀ ଯଥେଷ୍ଟ ମାନସିକ କଷ୍ଟ ଓ ଯନ୍ତ୍ରଣା ଭୋଗିଛନ୍ତି। ତେଣୁ ସେବାରେ ତ୍ରୁଟି ପାଇଁ ପ୍ରତିପକ୍ଷମାନେ ଯୁକ୍ତିଯୁକ୍ତ କ୍ଷତିପୂରଣ ଏବଂ ମାମଲା ଖର୍ଚ୍ଚ ଦେବାକୁ ବାଧ୍ୟ। ଏଥିପାଇଁ କୁକର ମୂଲ୍ୟ ୧୭୫୫ଟଙ୍କା ଏବଂ ବିବାଦ ଖର୍ଚ୍ଚ ଏବଂ କ୍ଷତିପୂରଣ ବାବଦକୁ ୧୫ହଜାର ଟଙ୍କା ଏପରି ମୋଟ ୧୬,୭୫୫ଟଙ୍କା ଅଭିଯୋଗକାରିଣୀଙ୍କୁ ପ୍ରଦାନ କରିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣରେ ପ୍ରଳୟର ବନ୍ୟା

ବିଭିନ୍ନ ପୌରାଣିକ ଗ୍ରନ୍ଥରେ ବନ୍ୟା ସମ୍ପର୍କରେ ଉଲ୍ଲେଖ ରହିଛି। ଏଗୁଡ଼ିକୁ ପ୍ରଳୟକୈନ୍ଦ୍ରିକ ଭାବେ ଦର୍ଶାଯାଇଛି। ବାଇବେଲ (ଖ୍ରୀଷ୍ଟପୂର୍ୱ ୫୦୦)ରେ ନୋଆ ଏବଂ ମହାବନ୍ୟା ବା ମହାପ୍ରଳୟର କାହାଣୀ…

ବାଣ ପ୍ରଦୂଷଣ ପାଇଁ ଚିନ୍ତା ନାହିଁ, ଆପେ କମିଯିବ: ଯୋଗୀ

ଲକ୍ଷ୍ନୌ, ୧୨ା୧୧:ଦୀପାବଳି ପରେ ବୃଦ୍ଧି ପାଇଥିବା ପ୍ରଦୂଷଣକୁ ନେଇ ଚିନ୍ତା ପ୍ରକଟ କରୁଥିବା ବ୍ୟକ୍ତିମାନଙ୍କୁ କଡ଼ା ସମାଲୋଚନା କରିଛନ୍ତି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ବୁଧବାର…

ଚାଇନା ଗବେଷକ ସୃଷ୍ଟିକଲେ ବିଶ୍ୱର ସବୁଠୁ ଶୀତଳ ତାପମାତ୍ରା

ବେଜିଂ, ୧୨ା୧୧: ବ୍ରହ୍ମାଣ୍ଡର ପ୍ରାକୃତିକ ପୃଷ୍ଠଭୂମି ତାପମାତ୍ରା ପ୍ରାୟ ୨.୭ କେଲଭିନ (-୨୭୦.୪୫ ଡିଗ୍ରୀ ସେଲ୍‌ସିୟସ୍‌) ଥିବାବେଳେ, ଚାଇନାର ମହାକାଶ ଗବେଷକମାନେ ଏହା ତୁଳନାରେ ପ୍ରାୟ ୨୮୦…

ଆଜିଠୁ ଅମୁଲ, ମଦର ଡେରୀ କ୍ଷୀର ମହଙ୍ଗା

ନୂଆଦିଲ୍ଲୀ,୧୨ା୧୧(ପି.ଟି.): ପ୍ରମୁଖ ଦୁଗ୍ଧ ବ୍ରାଣ୍ଡ ଅମୁଲ ଏବଂ ମଦର ଡେରୀ ଗୁରୁବାରଠାରୁ କ୍ଷୀର ଦର ଲିଟର ପ୍ରତି ୨ରୁ ୪ ଟଙ୍କା ବୃଦ୍ଧି କରିଛନ୍ତି। ଚାଷୀଙ୍କଠାରୁ ଅଧିକ…

ସ୍ୱଚ୍ଛତା: ପୁରୀ, ଭୁବନେଶ୍ୱର, ଆସିକାକୁ ଜାତୀୟ ସ୍ୱୀକୃତି

ଭୁବନେଶ୍ୱର, ୧୨ା୧୧ (ରବିନାରାୟଣ ଜେନା):ସହରାଞ୍ଚଳର ପରିମଳ ବ୍ୟବସ୍ଥା, ସ୍ୱଚ୍ଛତା ଓ ସୁସ୍ଥାୟୀ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ଓଡ଼ିଶାର ନିରନ୍ତର ପ୍ରୟାସକୁ ଜାତୀୟସ୍ତରରେ ସ୍ୱୀକୃତି ମିଳିଛି। ସ୍ୱଚ୍ଛ ସର୍ୱେକ୍ଷଣ…

ଜେନାପୁର ଉଚ୍ଚ ବିଦ୍ୟାଳୟ: ଶିକ୍ଷକ ଅଭାବରୁ ପଢ଼ା ବାଧାପ୍ରାପ୍ତ

ଜେନାପୁର,୧୨ା୧୧(ଅଶୋକ ଦାସ):ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଉଥିଲେ ସୁଦ୍ଧା ଏବେ ବି ବହୁ ସ୍ଥାନରେ…

ଜମ୍ମୁ-କାଶ୍ମୀରରେ କୁଲଗାମ ପରେ କିଶ୍ୱାଡ଼ରେ ଆତଙ୍କୀ ଆକ୍ରମଣ ଆଶଙ୍କା: ଦୁଇ SPO ଯବାନ ନିଖୋଜ, ହାଇଆଲର୍ଟ

ଶ୍ରୀନଗର,୧୧ା୧୧: : ଜମ୍ମୁ-କାଶ୍ମୀରର କୁଲଗାମରେ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଏବେ କିଶ୍ୱାଡ଼ ଜିଲାରେ ଉତ୍ତେଜନା ପ୍ରକାଶ ପାଇଛି। କିଶ୍ୱାଡ଼ର ମାରୱାହ ସ୍ଥିତ ଦେହରନା ଜଙ୍ଗଲ ଅଞ୍ଚଳରେ…

ICCର ଟେଷ୍ଟ ରାଙ୍କିଂ ଜାରି; ଟପ୍‌-୧୦ରେ ୨ ଭାରତୀୟ ଖେଳାଳି, ଦେଖନ୍ତୁ ଲିଷ୍ଟ

ନୂଆଦିଲ୍ଲୀ,୧୧।୧୧: ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ICC) ବୁଧବାର ଟେଷ୍ଟ କ୍ରିକେଟ୍‌ର ସଦ୍ୟତମ ଖେଳାଳି ରାଙ୍କିଂ ଜାରି କରିଛି । ଏହି ରାଙ୍କିଂର ଟପ୍‌-୧୦ ବ୍ୟାଟରଙ୍କ ତାଲିକାରେ ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?