Posted inଜାତୀୟ

ବାଣ ପ୍ରଦୂଷଣ ପାଇଁ ଚିନ୍ତା ନାହିଁ, ଆପେ କମିଯିବ: ଯୋଗୀ

ଲକ୍ଷ୍ନୌ, ୧୨ା୧୧:ଦୀପାବଳି ପରେ ବୃଦ୍ଧି ପାଇଥିବା ପ୍ରଦୂଷଣକୁ ନେଇ ଚିନ୍ତା ପ୍ରକଟ କରୁଥିବା ବ୍ୟକ୍ତିମାନଙ୍କୁ କଡ଼ା ସମାଲୋଚନା କରିଛନ୍ତି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ବୁଧବାର ଲକ୍ଷ୍ନୌରେ ଏକ ସରକାରୀ କାର୍ଯ୍ୟକ୍ରମକୁ ସମ୍ୱୋଧନ କରି ସେ କହିଛନ୍ତି, ଦୀପାବଳିରେ ବାଣ ଫୁଟିବା କାରଣରୁ ଯଦି ପ୍ରଦୂଷଣ ବଢ଼ିଛି, ତେବେ ତାହା କିଛି ସମୟ ପରେ ଆପେ ଆପେ କମିଯିବ; ଏଥିପାଇଁ ଏତେ ବ୍ୟସ୍ତ ହେବାର କୌଣସି ଆବଶ୍ୟକତା ନାହିଁ।
ସମାଲୋଚକମାନଙ୍କୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ ଯୋଗୀ ପ୍ରଶ୍ନ କରିଛନ୍ତି, ‘ଯେଉଁମାନେ ନିଜର ଦୁର୍ନୀତି ଜରିଆରେ ସମଗ୍ର ବ୍ୟବସ୍ଥାକୁ ପ୍ରଦୂଷିତ କରିଛନ୍ତି, ସେମାନଙ୍କୁ କେହି କେବେ ପ୍ରଶ୍ନ କରନ୍ତି ନାହିଁ? କିନ୍ତୁ ସାଧାରଣ
ବାଣ ପ୍ରଦୂଷଣ…
ଜନତା ଯଦି ବର୍ଷକୁ ଗୋଟିଏ ଦିନ ଖୁସି ମନାଇବା ପାଇଁ ବାଣ ଫୁଟାନ୍ତି, ତେବେ ସେଥିପାଇଁ ହଠାତ୍‌ ପ୍ରଦୂଷଣ ଏକ ବଡ଼ ପ୍ରସଙ୍ଗ ପାଲଟିଯାଏ।’ ସେ ନିଜେ ଅଯୋଧ୍ୟାରେ ଅନୁଷ୍ଠିତ ଭବ୍ୟ ଦୀପୋତ୍ସବରେ ବାଣ ଫୁଟାଇ ଉତ୍ସବରେ ସାମିଲ ହୋଇଥିବା କଥା ମଧ୍ୟ ସ୍ମରଣ କରାଇଛନ୍ତି। ରାଜ୍ୟରେ ଆଇନଶୃଙ୍ଖଳା ଏବଂ ଉତ୍ସବ ପାଳନ ସମ୍ପର୍କରେ କହିବାକୁ ଯାଇ ଯୋଗୀ କହିଛନ୍ତି, ୨୦୧୭ ମସିହାରେ ରାଜ୍ୟରେ ଭାଜପା ସରକାର ଆସିବା ପୂର୍ୱରୁ ହୋଲି, ଦୀପାବଳି, ଦଶହରା, ଜନ୍ମାଷ୍ଟମୀ କିମ୍ୱା ଇଦ୍‌ ଭଳି ଯେକୌଣସି ପର୍ୱପର୍ୱାଣି ଆସିଲେ ରାଜ୍ୟରେ ସାମ୍ପ୍ରଦାୟିକ ଉତ୍ତେଜନା ଏବଂ ଦଙ୍ଗା ଲାଗିରହୁଥିଲା। ‘ଗତ ସାଢ଼େ ନଅ ବର୍ଷ ମଧ୍ୟରେ ଉତ୍ତର ପ୍ରଦେଶରେ ଗୋଟିଏ ବି କର୍ଫ୍ୟୁ କିମ୍ୱା ଦଙ୍ଗା ହୋଇନାହିଁ’ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ପୂର୍ୱ ସରକାରଙ୍କ ଅମଳରେ କର୍ଫ୍ୟୁ କାରଣରୁ ବ୍ୟବସାୟୀମାନେ କ୍ଷତିଗ୍ରସ୍ତ ହେଉଥିବା ଏବଂ ବଜାର ବନ୍ଦ ରହୁଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣରେ ପ୍ରଳୟର ବନ୍ୟା

ବିଭିନ୍ନ ପୌରାଣିକ ଗ୍ରନ୍ଥରେ ବନ୍ୟା ସମ୍ପର୍କରେ ଉଲ୍ଲେଖ ରହିଛି। ଏଗୁଡ଼ିକୁ ପ୍ରଳୟକୈନ୍ଦ୍ରିକ ଭାବେ ଦର୍ଶାଯାଇଛି। ବାଇବେଲ (ଖ୍ରୀଷ୍ଟପୂର୍ୱ ୫୦୦)ରେ ନୋଆ ଏବଂ ମହାବନ୍ୟା ବା ମହାପ୍ରଳୟର କାହାଣୀ…

ପ୍ରେସର କୁକରରେ ସିଝିଲାନି ଭାତ, ଡାଲି: ୧୬,୭୫୫ ଟଙ୍କା ଦେଲା କମ୍ପାନୀ

ବିଶାଖାପାଟଣା,୧୨।୧୧: ନିର୍ଦ୍ଧାରିତ ୩ରୁ ୪ଟି ସିଟି ବାଜିବା ପରେ ମଧ୍ୟ ପ୍ରେସର କୁକରରେ ଭାତ ଓ ଡାଲି ଠିକ୍‌ ଭାବରେ ନ ସିଝିବା କମ୍ପାନୀ ଓ ଦୋକାନୀଙ୍କୁ…

ଚାଇନା ଗବେଷକ ସୃଷ୍ଟିକଲେ ବିଶ୍ୱର ସବୁଠୁ ଶୀତଳ ତାପମାତ୍ରା

ବେଜିଂ, ୧୨ା୧୧: ବ୍ରହ୍ମାଣ୍ଡର ପ୍ରାକୃତିକ ପୃଷ୍ଠଭୂମି ତାପମାତ୍ରା ପ୍ରାୟ ୨.୭ କେଲଭିନ (-୨୭୦.୪୫ ଡିଗ୍ରୀ ସେଲ୍‌ସିୟସ୍‌) ଥିବାବେଳେ, ଚାଇନାର ମହାକାଶ ଗବେଷକମାନେ ଏହା ତୁଳନାରେ ପ୍ରାୟ ୨୮୦…

ଆଜିଠୁ ଅମୁଲ, ମଦର ଡେରୀ କ୍ଷୀର ମହଙ୍ଗା

ନୂଆଦିଲ୍ଲୀ,୧୨ା୧୧(ପି.ଟି.): ପ୍ରମୁଖ ଦୁଗ୍ଧ ବ୍ରାଣ୍ଡ ଅମୁଲ ଏବଂ ମଦର ଡେରୀ ଗୁରୁବାରଠାରୁ କ୍ଷୀର ଦର ଲିଟର ପ୍ରତି ୨ରୁ ୪ ଟଙ୍କା ବୃଦ୍ଧି କରିଛନ୍ତି। ଚାଷୀଙ୍କଠାରୁ ଅଧିକ…

ସ୍ୱଚ୍ଛତା: ପୁରୀ, ଭୁବନେଶ୍ୱର, ଆସିକାକୁ ଜାତୀୟ ସ୍ୱୀକୃତି

ଭୁବନେଶ୍ୱର, ୧୨ା୧୧ (ରବିନାରାୟଣ ଜେନା):ସହରାଞ୍ଚଳର ପରିମଳ ବ୍ୟବସ୍ଥା, ସ୍ୱଚ୍ଛତା ଓ ସୁସ୍ଥାୟୀ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ଓଡ଼ିଶାର ନିରନ୍ତର ପ୍ରୟାସକୁ ଜାତୀୟସ୍ତରରେ ସ୍ୱୀକୃତି ମିଳିଛି। ସ୍ୱଚ୍ଛ ସର୍ୱେକ୍ଷଣ…

ଜେନାପୁର ଉଚ୍ଚ ବିଦ୍ୟାଳୟ: ଶିକ୍ଷକ ଅଭାବରୁ ପଢ଼ା ବାଧାପ୍ରାପ୍ତ

ଜେନାପୁର,୧୨ା୧୧(ଅଶୋକ ଦାସ):ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଉଥିଲେ ସୁଦ୍ଧା ଏବେ ବି ବହୁ ସ୍ଥାନରେ…

ଜମ୍ମୁ-କାଶ୍ମୀରରେ କୁଲଗାମ ପରେ କିଶ୍ୱାଡ଼ରେ ଆତଙ୍କୀ ଆକ୍ରମଣ ଆଶଙ୍କା: ଦୁଇ SPO ଯବାନ ନିଖୋଜ, ହାଇଆଲର୍ଟ

ଶ୍ରୀନଗର,୧୧ା୧୧: : ଜମ୍ମୁ-କାଶ୍ମୀରର କୁଲଗାମରେ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଏବେ କିଶ୍ୱାଡ଼ ଜିଲାରେ ଉତ୍ତେଜନା ପ୍ରକାଶ ପାଇଛି। କିଶ୍ୱାଡ଼ର ମାରୱାହ ସ୍ଥିତ ଦେହରନା ଜଙ୍ଗଲ ଅଞ୍ଚଳରେ…

ICCର ଟେଷ୍ଟ ରାଙ୍କିଂ ଜାରି; ଟପ୍‌-୧୦ରେ ୨ ଭାରତୀୟ ଖେଳାଳି, ଦେଖନ୍ତୁ ଲିଷ୍ଟ

ନୂଆଦିଲ୍ଲୀ,୧୧।୧୧: ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ICC) ବୁଧବାର ଟେଷ୍ଟ କ୍ରିକେଟ୍‌ର ସଦ୍ୟତମ ଖେଳାଳି ରାଙ୍କିଂ ଜାରି କରିଛି । ଏହି ରାଙ୍କିଂର ଟପ୍‌-୧୦ ବ୍ୟାଟରଙ୍କ ତାଲିକାରେ ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?