Posted inଜାତୀୟ

ପ୍ରେମ ପାଇଁ ମାଓବାଦୀ ଛାଡ଼ିଲେ ଲାଲ୍‌ କୋରିଡୋର

ଦନ୍ତେ ଓ୍ବାଡ଼ା,୧୫।୨: ପ୍ରେମ ଓ ଭଲ ପାଇବା ଆଗରେ ହାର ମାନିଛି ହିଂସା। କେବଳ ପ୍ରେମ ଲାଗି ମାଓବାଦୀଙ୍କ ହାତରୁ ଖସି ପଡ଼ିଛି ବନ୍ଧୁକ। ପୁଣି ସତ୍ୟ ସାବ୍ୟସ୍ତ ହୋଇଛି ଯେ, ହିଂସା ପ୍ରଣୋଦିତ ତରବାରୀ ଦ୍ୱାରା କରାଯାଇଥିବା ବିଜୟ ପ୍ରକୃତ ବିଜୟ ନୁହେଁ। ହୃଦୟ ଜୟ ଦ୍ୱାରା ହୋଇଥିବା ବିଜୟ ହିଁ ପ୍ରକୃତ ବିଜୟ। ଏହାର ସଦ୍ୟତମ ଉଦାହରଣ ଛତିଶଗଡ଼ରେ ଘଟିଛି। ପ୍ରେମ ପାଇଁ ୧୫ ମାଓବାଦୀ ଯୋଡ଼ି ଲାଲ୍‌ କୋରିଡୋର ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ସହିତ ଭାଲେଣ୍ଟାଇନ୍‌ ଡେ’ ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେମାନଙ୍କ ମାରିବା ମରିବା ଜୀବନରେ ଏବେ ଭବିଷ୍ୟତର ଆଶାର ସୃଜନ ଉଙ୍କି ମାରୁଛି। ଏବେ ସେମାନେ ବନ୍ଧୁକ ଛାଡ଼ି ହଳ ଲଙ୍ଗଳ ଧରିବାକୁ ଅଣ୍ଟା ଭିଡ଼ିଛନ୍ତି। ଦନ୍ତେ ଓ୍ବାଡ଼ାରେ ଆତ୍ମସମର୍ପଣ କରିଥିବା ୧୫  ମାଓବାଦୀ ଯୋଡ଼ିଙ୍କ ବିବାହ କାର୍ଯ୍ୟ ଏସ୍‌ପି ଅଭିଷେକ ପଲ୍ଲବଙ୍କ ଉପସ୍ଥିତିରେ ସମ୍ପନ୍ନ ହୋଇଛି। ପୋଲିସ ବିଭାଗର ଘର ବାହୁଡ଼ା ଅଭିଯାନ ଅନ୍ତର୍ଗତ ଗତ ୬ ମାସ ମଧ୍ୟରେ ୩୦୦ରୁ ଅଧିକ ମାଓବାଦୀ ହିଂସାର ରାସ୍ତା ଛାଡ଼ି ଶାନ୍ତିର ପଥକୁ ଫେରିଥିବା ଏସ୍‌ପି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫୨ ବର୍ଷ ପର୍ଯ୍ୟନ୍ତ ତ୍ରିରଙ୍ଗା ଉଡାଇ ନାହାନ୍ତି ଦେଶଦ୍ରୋହୀ ସଙ୍ଗଠନର ଲୋକେ: ଭାଜପାକୁ ରାହୁଲଙ୍କ ଟାର୍ଗେଟ

ନୂଆଦିଲ୍ଲୀ,୪ ।୮: ମୋଦି ସରକାରଙ୍କ ‘ହର ଘର ତ୍ରିରଙ୍ଗା’କୁ ନେଇ ଆରମ୍ଭ ହୋଇ ଗଲାଣି ରାଜନୀତି । ଗୋଟିଏ ପଟେ ଭାରତୀୟ ଜନତା ପାର୍ଟି(ଭାଜପା) ଏହି...

ଚିଟ୍‌ଫଣ୍ଡ ସଂଶୋଧନ ବିଲ୍‌ ଲୋକ ସଭାରେ ଗୃହୀତ

ନୂଆଦିଲ୍ଲୀ,୨୧।୧୧: ଚିଟ୍‌ଫଣ୍ଡ ସଂଶୋଧନ ବିଲ୍‌ ବୁଧବାର ଲୋକ ସଭାରେ ଗୃହୀତ ହୋଇଯାଇଛି। ବିଲ୍‌ର ବ୍ୟବସ୍ଥା ଅନୁଯାୟୀ ଚିଟ୍‌ଫଣ୍ଡ ଜମାରାଶି ସୀମା ୩ ଗୁଣ ବଢ଼ାଯାଇଛି। ଏହି...

ବିବାହର ୬ ବର୍ଷ ପରେ ସନ୍ତାନ ଜନ୍ମ ନ ଦେବାରୁ କୋର୍ଟ ଗଲେ ଶାଶୁ-ଶ୍ୱଶୁର

ହରିଦ୍ୱାର,୧୩ା୫:  ବିବାହର ୬ ବର୍ଷ ପରେ ବୋହୂ-ପୁଅ ସନ୍ତାନ ଜନ୍ମ ନ ଦେବାରୁ ଶାଶୁ-ଶ୍ୱଶୁର କୋର୍ଟରେ ମାମଲା ରୁଜୁ କରିଛନ୍ତି। ବୋହୂ-ପୁଅଙ୍କର ସନ୍ତାନ ଜନ୍ମ ନ...

ଫ୍ଲୋର ଟେଷ୍ଟର ଆଉ ଆବଶ୍ୟକତା ନାହିଁ, ବିଧାନସଭା ସଚିବ ଦେଲେ ସୂଚନା…

ମୁମ୍ବାଇ, ୩୦।୬ : ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦରୁ ଉଦ୍ଧବ ଠାକ୍‌ରେଙ୍କ ଇସ୍ତଫା ପରେ ବିଧାନସଭା ସଚିବ ରାଜେନ୍ଦ୍ର ଭାଗଓ୍ବତ ସୂଚନା ଦେଇଛନ୍ତି ଯେ, ଆଉ ଫ୍ଲୋର...

ଲଖିମପୁର ଖେରି ହିଂସା: ଆଶିଷଙ୍କୁ ମିଳିଲା ନାହିଁ ଜାମିନ

ଲକ୍ଷ୍ନୌ,୧୩ ।୧୦: ଲଖିମପୁର ଖେରି ହିଂସାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ଜାମିନ ଆବେଦନକୁ ସିଜେଏମ୍ କୋର୍ଟ ଖାରଜ...

୩ ମାସରେ ୯୫୦ ଥର ଅସ୍ତ୍ରବିରତି ଉଲ୍ଲଂଘନ

ନୂଆଦିଲ୍ଲୀ, ୧୯ା୧୧(ପି.ଟି.) ପାକିସ୍ତାନ ସୀମାରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରିଆସୁଛି। ଚଳିତବର୍ଷ ଗତ ଅଗଷ୍ଟରୁ ଅକ୍ଟୋବର ମାସ ମଧ୍ୟରେ ନିୟନ୍ତ୍ରଣ ରେଖା (ଏଲ୍‌ଓସି) ନିକଟରେ ୯୫୦...

ଭାରତ-ପାକିସ୍ତାନ ସୀମାରେ ଶକ୍ତିଶାଳୀ ତାରବାଡ଼ ନିର୍ମାଣ ଶେଷ

ନୂଆଦିଲ୍ଲୀ,୧୦।୨: ଭାରତ ପାକିସ୍ତାନ ସୀମାରେ ଅମୃତସରଠାରେ ୭.୧୮ କିଲୋମିଟର ଶକ୍ତିଶାଳୀ ତାରବାଡ଼ ନିର୍ମାଣ ଶେଷ ହୋଇଛି। ଏସମ୍ପର୍କରେ ସ୍ବରାଷ୍ଟ୍ର ବିଭାଗ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ...

କରୋନାରେ ବିଚାରପତିଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୨୦ା୪: କରୋନାରେ ସଂକ୍ରମିତ ହୋଇଥିବା ଦିଲ୍ଲୀର ଜଣେ ଜିଲା ଜଜ୍‌ କୋବଇ ବେଣୁଗୋପାଳ(୪୭)ଙ୍କ ସୋମବାର ଏକ ସରକାର ହସ୍ପିଟାଲରେ ମୃତ୍ୟୁ ଘଟିଛି। ସପ୍ତାହେ ପୂର୍ବରୁ...

Advertisement
Archives

Model This Week