ପୁଣି ବଢ଼ିଲା ବିମାନ ଇନ୍ଧନ ମୂଲ୍ୟ

ନୂଆଦିଲ୍ଲୀ,୧୭।୧:  ବିମାନ ଇନ୍ଧନ ବା ଏଟିଏଫ୍‌ ମୂଲ୍ୟ ରବିବାର ୪.୨% ବୃଦ୍ଧି ପାଇଛି। ଚଳିତ ମାସରେ ଏହା ୨ୟ ଥର ପାଇଁ ବୃଦ୍ଧି ଘଟିଥିବା ସୂଚନା ମିଳିଛି। ଏହି ବୃଦ୍ଧି ଅନ୍ତର୍ଜାତୀୟ ତୈଳ ଦର ବୃଦ୍ଧି ଯୋଗୁ ହୋଇଥିବା ଜଣାପଡ଼ିଛି। ଅପରପକ୍ଷରେ ଉଭୟ ପେଟ୍ରୋଲ ଓ ଡିଜେଲ ମୂଲ୍ୟ କ୍ରମାଗତ ୭୨ ଦିନ ହେବ ଅପରିବର୍ତ୍ତିତ ରହିଛି। ରାଷ୍ଟ୍ରାୟତ୍ତ ଇନ୍ଧନ ଖୁଚୁରା ବ୍ୟବସାୟୀଙ୍କ ମୂଲ୍ୟ ବିଜ୍ଞପ୍ତି ଅନୁଯାୟୀ ୧୬ ଜାନୁୟାରୀରେ ଏଭିଏଶନ ଟର୍ବାଇନ ଇନ୍ଧନ (ଏଟିଏଫ୍‌)ର ମୂଲ୍ୟ ୩,୨୩୨.୮୭ ଟଙ୍କା ପ୍ରତି କିଲୋଲିଟର ପିଛା ବା ୪.୨୫% ବୃଦ୍ଧି ପାଇଛି। ଏହା ଫଳରେ ଦିଲ୍ଲୀରେ ଏଟିଏଫ୍‌ ମୂଲ୍ୟ ୭୯,୨୯୪.୯୧ ଟଙ୍କା ପ୍ରତି କିଲୋଲିଟର ପିଛା ରହିଛି। ଜାନୁୟାରୀ ୧ରେ ୨,୦୩୯.୬୩ ଟଙ୍କା ବା ୨.୭୫% ବୃଦ୍ଧି ପାଇ ୭୬,୦୬୨.୦୪ ଟଙ୍କାରେ ରହିଥିଲା। ନଭେମ୍ବର ମଧ୍ୟଭାଗରେ ଏଟିଏଫ୍‌ ମୂଲ୍ୟ ୮୦, ୮୩୫.୦୪ ଟଙ୍କା ପ୍ରତି କିଲୋଲିଟରରେ ରହିଥିଲା। ଡିସେମ୍ବର ୧ ଏବଂ ୧୫ରେ ଏହି ମୂଲ୍ୟରେ ୬,୮୧୨.୨୫ ଟଙ୍କା (୮.୪%) ହ୍ରାସ ପାଇଥିଲା। ଆମଦାନୀ ଆଧାରରେ ଜେଟ୍‌ ଇନ୍ଧନ ମୂଲ୍ୟ ପ୍ରତି ମାସର ୧ ଏବଂ ୧୬ ତାରିଖରେ ସଂଶୋଧିତ ହୋଇଥାଏ। ଏଟିଏଫ୍‌ ପରି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ମଧ୍ୟ ପ୍ରତିଦିନ ସଂଶୋଧିତ ହୁଏ କିନ୍ତୁ ୨୦୨୧ ନଭେମ୍ବର ୪ ପରଠାରୁ ଏହାର ମୂଲ୍ୟ ଅପରିବର୍ତ୍ତିତ ରହିଛି। ସେତେବେଳେ କେନ୍ଦ୍ର ସରକାର ପେଟ୍ରୋଲ ଉପରେ ଉତ୍ପାଦ ଶୁଳ୍କ ଲିଟର ପିଛା ୫ ଟଙ୍କା ଏବଂ ଡିଜେଲ ଉପରେ ୧୦ ଟଙ୍କା ହ୍ରାସ କରିଥିଲେ। ଦିଲ୍ଲୀରେ ପେଟ୍ରୋଲର ଲିଟର ୯୫.୪୧ ଟଙ୍କା ଏବଂ ଡିଜେଲର ମୂଲ୍ୟ ୮୬.୬୭ ଟଙ୍କା ରହିଛି ବୋଲି ରାଜ୍ୟ ଇନ୍ଧନ ଖୁଚୁରା ବ୍ୟବସାୟୀଙ୍କ ସୂଚନାରୁ ଜଣାପଡିଛି। କେନ୍ଦ୍ରର ଉତ୍ପାଦ ଶୁଳ୍କ ହ୍ରାସ ପୂର୍ବରୁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ସାରା ଦେଶରେ ରେକର୍ଡ ସ୍ତରରେ ରହିଥିଲା। ଏପରି କି ଅଧିକାଂଶ ସହରରେ ପେଟ୍ରୋଲ ଲିଟର ପିଛା ୧୦୦ ଟପି ଯାଇଥ୍‌ତ୍ବା ବେଳେ ଡିଜେଲ ଦର ମଧ୍ୟ ୧୦୦ ଟଙ୍କା ଅତିକ୍ରମ କରିଥିଲା। ଦିଲ୍ଲୀରେ ପେଟ୍ରୋଲ ଲିଟର ୧୧୦.୦୪ ଏବଂ ଡିଜେଲ ୯୮.୪୨ ଟଙ୍କାରେ କାରବାର ହୋଇଛି। ସେହିପରି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୦୧.୮୦ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୧.୬୨ ଟଙ୍କା ରହିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୭୦୯ ପଏଣ୍ଟ ଖସିଲା ସେନ୍‌ସେକ୍ସ

ମୁମ୍ବାଇ,୧୯-୩: କରୋନା ପ୍ରଭାବରେ ଭାରତୀୟ ଶେୟାର ବଜାର କାରବାର ଲଗାତର ଭାବେ ହ୍ରାସ ପାଇ ଚାଲିଛି। ବୁଧବାର ସେନ୍‌ସେକ୍ସରେ ସୂଚକାଙ୍କ ୧୭୦୯ ପଏଣ୍ଟ ଖସିଥିବା ବେଳେ...

୨ରୁ ୩ ବର୍ଷରେ ୫୦୦ ଖଣିଜ ବ୍ଲକ ନିଲାମ ହେବ

ନୂଆଦିଲ୍ଲୀ: ଆଗାମୀ ୨ରୁ ୩ ବର୍ଷ ମଧ୍ୟରେ ସାରା ଦେଶରେ ପ୍ରାୟ ୫୦୦ ଖଣିଜ ବ୍ଲକ ନିଲାମ କରିବା ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି। ଖଣି...

କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ;ଘର କ୍ରେତାଙ୍କ ଲାଗି ଏକକ ପ୍ରସ୍ତାବ ଆଣ

ନୂଆଦିଲ୍ଲୀ,୧୦-୭: ଲକ୍ଷ ଲକ୍ଷ ଘର କ୍ରେତାଙ୍କ ସମସ୍ୟା ଦୂର କରିବା ଲାଗି କେନ୍ଦ୍ର ସରକାର ଏକକ ପ୍ରସ୍ତାବ(ୟୁନିଫର୍ମ ପ୍ରପୋଜାଲ୍‌) ଆଣନ୍ତୁ ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର ନିର୍ଦ୍ଦେଶ...

ଭାରତୀୟଙ୍କ ଲାଗି ସୁଯୋଗ

ନୂଆଦିଲ୍ଲୀ: ଜୋ ବାଇଡେନ୍‌ ଆମେରିକା ରାଷ୍ଟ୍ରପତି ହେବା ପରେ ସେଠାକୁ ଯାଇ କାମ କରିବା ଏବଂ ନାଗରିକତା ଗ୍ରହଣ କରିବାକୁ ଚାହୁଁଥିବା ଭାରତୀୟଙ୍କ ଲାଗି ନୂଆ...

ଜିଏସ୍‌ଟି କ୍ଷତିପୂରଣ ମତଭେଦ ଟଳିଲା; ପ୍ରଥମ ବିକଳ୍ପକୁ ରାଜ୍ୟଗୁଡ଼ିକର ସମ୍ମତି

ନୂଆଦିଲ୍ଲୀ: ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ବ୍ୟବସ୍ଥାରେ ରାଜ୍ୟଗୁଡିକୁ କ୍ଷତିପୂରଣ ପ୍ରଦାନ କରିବା ନେଇ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ରହିଥିବା ମତଭେଦ ଏବେ ସମାଧାନ...

ଏକ ଯୋଡ଼ା ବିଶେଷ ଟ୍ରେନ୍‌ର ଚଳାଚଳ ବାତିଲ

ଭୁବନେଶ୍ୱର,୧୭।୧୦: ରାଜ୍ୟରେ କୋଭିଡ୍‌ ସଂକ୍ରମଣର ସଂଖ୍ୟା ବୃଦ୍ଧି ସହ କେତେକ ଟ୍ରେନ୍‌ରେ ଖରାପ ପୃଷ୍ଠପୋଷକତାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ଏକ ଯୋଡ଼ା ବିଶେଷ...

ଘର କ୍ରେତାଙ୍କ ସମସ୍ୟା ଦୂରକରିବ ରେରା:ମୋଦି

ଲକ୍ଷ୍ନୌ : ବିଲ୍ଡର ଏବଂ ଘର କିଣୁଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରେ ବିଶ୍ୱାସ କ୍ଷେତ୍ରରେ ବିଭିନ୍ନ ସମସ୍ୟା ରହିଛି। ଏଭଳି ବିଭିନ୍ନ ଆନୁଷଙ୍ଗିକ ସମସ୍ୟା ଦୂରକରିବା ଲାଗି...

ଇଣ୍ଡୋ-ବାଂଲା ଫ୍ରେଣ୍ଡଶିପ୍‌ ପାଇପଲାଇନ ଆସନ୍ତା ମାସରୁ…

ନୂଆଦିଲ୍ଲୀ,୮।୧ : ଭାରତ ଏବଂ ବାଂଲାଦେଶର ଉଚ୍ଚାଭିଳାଷୀ ଇଣ୍ଡୋ-ବାଂଲା ଫ୍ରେଣ୍ଡଶିପ୍‌ ପାଇପଲାଇନ ପ୍ରକଳ୍ପ (ଆଇବିଏଫପିଏଲ) ଆସନ୍ତା ମାସରୁ ଆରମ୍ଭ ହେବ। ଏହି ପାଇପଲାଇନର କାର୍ଯ୍ୟ ଆରମ୍ଭ...

Advertisement
Archives

Model This Week