ମଧ୍ୟବିତ୍ତଙ୍କ ଚାପାକୋହ

ଡ. ମୌସୁମୀ ପରିଡ଼ା

ଆର୍ଥିକ କ୍ଷେତ୍ରରେ ଉଚ୍ଚ ବର୍ଗଟି ସବୁମତେ ତିଷ୍ଠିଯାଇପାରେ। ନିମ୍ନବର୍ଗଟି ସରକାରଙ୍କ ବିଭିନ୍ନ ଯୋଜନାକୁ ଉପଭୋଗ କରିବାର ସୁଯୋଗ ପାଆନ୍ତି। କିନ୍ତୁ ମଧ୍ୟବିତ୍ତଟି ଏସବୁ ସୁଖସୁବିଧାରୁ ସବୁ ପ୍ରକାରେ ବଞ୍ଚତ୍ତ ହୁଏ। ମଧ୍ୟବିତ୍ତ କହିଲେ ଗୋଟେ ପ୍ରକାରର ଶ୍ରେଣୀ, ଯେଉଁମାନେ ଭଲ ଚାକିରି କରି ମଧ୍ୟ ଅନେକ ସମୟରେ ଭଲ ଦରମା ପାଇପାରନ୍ତିନି। ଯାହା ବି ପାଆନ୍ତି ମାସକୁ, ଚଳିଯାଆନ୍ତି ଯେନତେନ ପ୍ରକାରରେ। ଖର୍ଚ୍ଚ କାଟଛାଣ୍ଟ କରି ମାସ ଶେଷରେ ଯାହା ବି ସଞ୍ଚୟ କରିପାରନ୍ତି ସେତକ ହିଁ ଜରୁରୀ ସମୟର ସାହା ଭରସା ପାଲଟିଯାଏ। ସେଥିପାଇଁ ଏମାନଙ୍କୁ ନା ଧନୀ ନା ଦରିଦ୍ର ବର୍ଗରେ ନିଆଯାଇପାରିବ। ଏମାନେ କୌଣସି ବଡ ଆକାରର ଖର୍ଚ୍ଚ ବହୁତ ବୁଝିବିଚାରି କରନ୍ତି। ଅତି ଆବଶ୍ୟକ ନ ହେଲେ କୌଣସି ଖର୍ଚ୍ଚ କରିବାରେ ଏମାନଙ୍କର ଅଜସ୍ର କୁଣ୍ଠା। ଆଗପଛ ବିଚାରି, ସ୍ଥିତିର ଅନୁଶୀଳନ ପୂର୍ବକ ସୀମିତ ଆର୍ଥିକ ସମ୍ବଳକୁ ବିନିଯୋଗ କରି, ହାତେ ମାପି ଚାଖଣ୍ଡେଠାରୁ ବି କମ୍‌ ବ୍ୟବଧାନରେ କଷ୍ଟର ସହ ଚାଲି ଏମାନେ ପରାଜିତ ହୁଅନ୍ତିନି ବରଂ ନିଜେ ନିଜର ଦମ୍ଭ ପାଲଟନ୍ତି। ଏମାନେ କୌଣସି ଯୋଜନାରେ ସାମିଲ୍‌ ହୋଇପାରନ୍ତିନି ଓଲଟା ପେଷି ହୁଅନ୍ତି ବେଶି। ଶୋଷଣର ଶିକାର ହୁଅନ୍ତି ପ୍ରତିଟି ଜାଗାରେ।
ମଧ୍ୟବିତ୍ତ ବି ଦୁଇ ପ୍ରକାରର। ଉଚ୍ଚ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ। ଉଚ୍ଚ ମଧ୍ୟବିତ୍ତଙ୍କ ସଂସାର କହିଲେ ରହିବା ପାଇଁ ନିଜସ୍ବ ଘର, ପିଲାମାନଙ୍କ ସୁଖ ସୁବିଧା ସହିତ ପାଠ ପଢା ଖର୍ଚ୍ଚ, ଘର ଖର୍ଚ୍ଚ, ବନ୍ଧୁବାନ୍ଧବଙ୍କ ଖର୍ଚ୍ଚ ସହିତ ସାମାଜିକ ନୀତି ନିୟମ ଓ ପର୍ବପର୍ବାଣିରେ ସାମିଲ୍‌ ହୋଇପାରିବାର ସାମର୍ଥ୍ୟ ରଖିଥିବା ଗୋଟେ ବର୍ଗର ଲୋକେ। ଚାରିଚକିଆ ବା ଦୁଇଚକିଆ ଯାନ ଥିବା ପରିବାର ଯିଏ ବର୍ଷକୁ ନିହାତି ଥରେ ଅଧେ ଅବକାଶର ସଦୁପଯୋଗ କରି ଆଖପାଖକୁ ବୁଲିଯିବା ପାଇଁ ଅଳ୍ପ ଅର୍ଥ ସଞ୍ଚୟ କରିିପାରୁଥିବା କିଛି ଅଭାବୀ ମଣିଷ। କାରଣ ପ୍ରତିଥର ଖର୍ଚ୍ଚକଲାବେଳେ ପକେଟକୁ ମାପିବାକୁ ପଡୁଥାଏ। ଜୀବନର ସଂଘର୍ଷ କମ୍‌ ନୁହେଁ ତାଙ୍କର। ହାତକୁ ମାସିକ ଦରମା ଆସିବା ପରେ ଯୋଜନା ମୁତାବକ ଖର୍ଚ୍ଚ କାଟ କରି ପ୍ରତିଟିର ହିସାବ ରଖିବାକୁ ହୁଏ। ଖବରକାଗଜ, କ୍ଷୀରବାଲାଠୁ ଆରମ୍ଭ କରି ରୋଷେଇ ଘରଯାଏ, ପୁଣି ଘରଠୁ ଆରମ୍ଭ କରି ବାହାରଯାଏ ସବୁଠି ହିସାବ ନିକାଶ କରିବକୁ ପଡେ। ସତ କହିବାକୁ ଗଲେ ନା ଖର୍ଚ୍ଚ କରିବାବେଳେ ହୃଦୟକୁ ପ୍ରଶସ୍ତ କରିଦେଇପାରନ୍ତି ଏମାନେ ନା ବିପିଏଲ୍‌ ତାଲିକାରେ ନିଜ ନାମକୁ ସାମିଲ କରିବାକୁ କାହାର ଦ୍ୱାରସ୍ଥ ହୋଇପାରନ୍ତି।
ହଁ ବଡ ବଡ ସ୍ବପ୍ନ ଦେଖିପାରନ୍ତି ଏମାନେ, ତାକୁ ପୂରଣ କରିବାକୁ କିଛି ଛୋଟମୋଟ ଖୁସିକୁ ଜଳାଞ୍ଜଳି ଦେଇପାରନ୍ତି। ତେବେ ବି ସେ ବଡ ବଡ ସ୍ବପ୍ନ ସବୁବେଳେ ନିଜର ହୋଇପାରନ୍ତିନି। ଯେମିତି କି ମନଲାଖି ଘର ଅବା ଗାଡି। ସବୁଥିରେ ଏମାନେ ଆଡଜଷ୍ଟ କରିବା ଜାଣନ୍ତି। ଏମାନଙ୍କ ଭିତରେ ଭରି ରହିଥାଏ ପ୍ରଚୁର ଆମତ୍ସମ୍ମାନ। ସେହି ଆମତ୍ସମ୍ମାନ ପାଇଁ କମ୍‌ କଷ୍ଟ ସହନ୍ତିନି। ବନ୍ଧୁବାନ୍ଧବଙ୍କ ମହଲରେ ଆର୍ଥିକ ସ୍ବଚ୍ଛଳ ବୋଲି ପ୍ରମାଣିତ କରିବାକୁ କମ୍‌ କସରତ କରନ୍ତିନି ସେମାନେ। ତେବେ ନିମ୍ନ ମଧ୍ୟବିତ୍ତକୁ ଅଧିକ କଞ୍ଜୁସି କରିବାକୁ ପଡେ। ଭବିଷ୍ୟତକୁ ନିରାପଦରେ ରଖିବା ପାଇଁ ଅନେକ କଷ୍ଟ କରିବାକୁ ହୁଏ। କାରଣ ତେଲ ଲୁଣ ସଂସାରରେ ସବୁଠୁ ବେଶି ଆଡ୍‌ଜଷ୍ଟ କରିପାରନ୍ତି ଏମାନେ। କିଛିକୁ ଛାଡିପାରନ୍ତିନି। ଘର ପାଇଁ, ଗାଡି ପାଇଁ ଲୋନ୍‌ର ସାହାରା ନିଏ ଉଚ୍ଚ ମଧ୍ୟବିତ୍ତ ପରି କାରଣ ତାକୁ ବି ଦେବାକୁ ପଡେ ଟିକସ। ଦେଖେଇବାକୁ ପଡେ ଖର୍ଚ୍ଚ ସହ ଜମାପୁଞ୍ଜିର ତାଲିକା। ୟୁନିଟ୍‌ ପିଛା ହୁ ହୁ ହୋଇ ବଢୁଥିବା ପ୍ରତି ମାସର ବିଜୁଳି ବିଲ୍‌, ଜୀବନ ବୀମା ପାଇଁ ଭରିବାକୁ ଥିବା ଅର୍ଥରାଶି, ପ୍ରାୟ ଫି’ ବର୍ଷ ଘର କିମ୍ବା ଗାଡି ଲୋନ୍‌ର ସୁଧ ବୃଦ୍ଧି, ଜମାପଞ୍ଜି ଉପରେ ସୁଧ ହ୍ରାସ ଆଦି ସମସ୍ୟା ସହ ଯୁଝି ହୋଇ ମାସକୁ ଯାହା ବି ବଞ୍ଚାଏ ସେଥିରୁ ବି କିଛି ଯାଏ ଦେଶର ଅଭିବୃଦ୍ଧିରେ, ଟିକସ ବାବଦରେ! ତେବେ ବି ତାକୁ ଶ୍ରେୟ ମିଳେନି ଦେଶର ଅଭିବୃଦ୍ଧି ପାଇଁ। ଓଲଟା କୋଉ ମାସରେ ସ୍ବାସ୍ଥ୍ୟ ବା ଅନ୍ୟାନ୍ୟ ବାବଦରେ ଆକସ୍ମିକ ଖର୍ଚ୍ଚ ବଢିଗଲେ ହୁଏତ ବିଜୁଳି ବିଲ୍‌ ବାକି ରହେ ନ ହେଲେ ଆଉକିଛି ସୁଖସୁବିଧାରୁ ନିଜକୁ ବଞ୍ଚିତ କରିବାକୁ ପଡେ ଏମାନଙ୍କୁ। ନିଜ ଆବଶ୍ୟକତା ପୂରଣ କରିବାକୁ ସେ ପିଲାମାନଙ୍କୁ ଯୋଗ୍ୟ କରାଏ। ଦରକାର ହେଲେ ପାଠପଢା ପାଇଁ ଲୋନ୍‌ ବି ନିଏ। ଲୋନ୍‌ ଭରଣା କରିବାକୁ ଦରମାରୁ ଅର୍ଥ କଟେ। କେବେକେବେ ସ୍ଥିତି ଖରାପ ହେଲେ ଲୋନ୍‌ ପାଇଁ ବନ୍ଧା ପଡିଥିବା ଜିନିଷ ବି ହାତରୁ ଚାଲିଯିବାର ଆଶଙ୍କା ରହିଥାଏ। ଏସବୁ ଜଞ୍ଜାଳ ବାଦ୍‌ ବି ସେ ସ୍ବପ୍ନଗୁଡିକୁ ସାକାର କରିବାକୁ ଚେଷ୍ଟିତ ରହିଥାଏ ପୂର୍ବପରି। କିଛି ବଡ ଖର୍ଚ୍ଚ ପାଇଁ ବହୁ ଆଗରୁ ତାକୁ ଉପାୟ କରିବାକୁ ହୋଇଥାଏ। ମୋଟାମୋଟି ଭାବେ କହିଲେ ପାରିଶ୍ରମିକଜନିତ ସୁଖକୁ ବାଦ୍‌ ଦେଲେ ଅନ୍ୟାନ୍ୟ ସରକାରୀ ସୁବିଧାକୁ ଉପଭୋଗ କରୁ ନ ଥିବା ଗୋଟେ ବର୍ଗ ଯେଉଁ ବର୍ଗଙ୍କ କଥା ପ୍ରକୃତରେ କେହି ଭାବନ୍ତି ନାହିଁ।
ଆମ ଦେଶରେ ଦରମାର ତାରତମ୍ୟ ଅଧିକ ତାହା ମଧ୍ୟ ସମାନ କାମରେ। ଜଣେ ସମାନ ସମୟ ନେଇ ସମାନ କାମ କରି କମ୍‌ ଦରମା ପାଉଥିବାବେଳେ ଅନ୍ୟଜଣେ ଦଶଗୁଣ ଅଧିକ ଦରମା ପାଇପାରୁଛି। ଏଭଳି ଅର୍ଥଗତ ବିଭେଦ ସବୁବେଳେ ଅସନ୍ତୋଷର ନିଆଁ ବୃଦ୍ଧି କରିଆସିଛି, ଯାହାକୁ ଶୀତତାପ ନିୟନ୍ତ୍ରିତ କୋଠରିରେ ବସିଥିବା ଅଫିସରମାନେ ନ୍ୟାୟୋଚିତ ପଦକ୍ଷେପ ନେଇପାରୁନାହାନ୍ତି। ଅଭାବରେ ରହି ଗୁହାରି କଲେ ବି ଏମାନଙ୍କ ଆର୍ତ୍ତ ଚିକତ୍ାର କାହାକୁ ଶୁଭୁନାହିଁ। ତେବେ ବି ଏ ବର୍ଗର ଲୋକେ ସୁଖ ଯୋଗାଡିବାରେ କାର୍ପଣ୍ୟ କରନ୍ତି ନାହିଁ। ବିଭିନ୍ନ ଉପାୟରେ ଟିକସର ବୋଝ ସହୁଥିବା ଏ ବର୍ଗଟି ଝିଅଟିଏ ଜନ୍ମ ହେଲେ ଗହଣା ସାଇତେ, ପୁଅର ଉଚ୍ଚତର ଶିକ୍ଷା ପାଇଁ ଲୋନ୍‌ ନିଏ, ଆବଶ୍ୟକ ହେଲେ ସ୍ତ୍ରୀର ଗହଣା ବନ୍ଧା ପକାଏ। ତେବେ ବି ପିଲାମାନଙ୍କୁ ଉଚ୍ଚଶିକ୍ଷା ଦେବାରେ କାର୍ପଣ୍ୟ କରେନି। କାରଣ ତା’ ଭିତରେ ଚାକିରିର ମୋହ ବଞ୍ଚି ରହିଥାଏ। ଏସବୁ ଜଞ୍ଜାଳ ଭିତରେ ବାରମ୍ବାର ଦରଦାମ୍‌ ବୃଦ୍ଧି ହେଲେ ତା’ ପାଇଁ ବେଡି ଉପରେ କୋରଡା ମାଡ। ତେଲ ଦର ବୃଦ୍ଧି ହେଲେ କି ସଉଦା ପତ୍ରର ଦାମ୍‌ ବଢିଲେ ତା’ର ବେଶି ମୁଣ୍ଡ ବ୍ୟଥା ହୁଏ। ପରିବା ଦର ବଢିଲେ ବି ଦୋକାନୀକୁ ଚଢା ଦାମ୍‌ ଦେଇ ପରିବା ନେଇକି ଯାଏ ଘରକୁ କାରଣ ଏମାନଙ୍କୁ ଅଭାବ ନାମକ ଶବ୍ଦଟି ଭାରି ଅଡୁଆ। ତାଙ୍କର ଅସୁବିଧା ଏଇଆ ଯେ ଖାସି ମାଂସ କିଲୋ ପାଞ୍ଚ ଶହ ହେଲେ ବି ଅନ୍ୟ ସୁଖ ସୁବିଧା ସହ ଆଡ୍‌ଜଷ୍ଟ କରି କିଣିଆଣନ୍ତି ଏମାନେ। ପର୍ବପର୍ବାଣିରେ ପିଲାମାନଙ୍କ ପାଇଁ କମ୍‌ ଦାମ୍‌ର ପୋଷାକ କିଣି ଚଳେଇ ଦିଅନ୍ତି ଆର ବର୍ଷର ଲୋଭ ଦେଖେଇ। କାରଣ ବନ୍ଧୁ ମହଲରେ ବି ନିଜର ପରିଚୟଟେ କାଏମ ରଖିବାକୁ ହୁଏ।
ଏହି ବର୍ଗର ଲୋକଙ୍କ ଉପରେ କାମର ଚାପ ସର୍ବାଧିକ। ଉପରିସ୍ଥ ଅଫିସରଙ୍କ ବେଶି ଜୁଲମ୍‌ ଏମାନଙ୍କ ଉପରେ। ବାସ୍ତବିକ ଖଟନ୍ତି ମଧ୍ୟବିତ୍ତମାନେ ଓ ସ୍ଥିତିକୁ ସମ୍ଭାଳନ୍ତି ଏମାନେ। ଜରୁରିକାଳୀନ ସ୍ଥିତି, ପ୍ରାକୃତିକ ଦୁର୍ବିପାକ କିମ୍ବା ନିର୍ବାଚନ ଋତୁରେ ଏମାନେ ନିଜ ଜୀବନକୁ ପଛରେ ପକେଇ କାମ କରନ୍ତି। ତେବେ ବି ନା ଏମାନଙ୍କ ମତାମତ କେହି ଲୋଡନ୍ତି ନା ଏମାନଙ୍କୁ ଗୁରୁତ୍ୱ ଦିଅନ୍ତି। କାଳେକାଳେ ଅବହେଳିତ ହେଉଥାନ୍ତି । ନିଜ ଦାବି ପୂରଣ ପାଇଁ ରାଜରାସ୍ତାକୁ ଓହ୍ଲାନ୍ତି । ନିଜ ଶ୍ରମର ମୂଲ ମାଗିବାକୁ ସରକାରଙ୍କ ପାଖରେ ହାରିଗୁହାରି କରନ୍ତି। ଥରକରେ ସରକାର କୋଉ ଶୁଣନ୍ତି ଯେ! କେବେକେବେ ଧସ୍ତାଧସ୍ତି ହୁଅନ୍ତି ପୋଲିସ୍‌ କର୍ମୀଙ୍କ ସହ। ହତାହତ ହୋଇ, ଜେଲ୍‌ ଯାଇ ମଧ୍ୟ ନ୍ୟାୟ ଥାଏ ଅପହଞ୍ଚ ଇଲାକାରେ। ବହୁ ସମୟରେ ଏମାନଙ୍କ ଭବିଷ୍ୟତ ଫାଇଲ୍‌ ତଳେ ଚାପି ହୋଇରହିଯାଏ। ଅବସର ନେଇ ଚାଲିଯାନ୍ତି ଲୋକେ। ଅଥଚ ଭାଗ୍ୟ ସୁଧୁରେନି। ନ୍ୟାୟ ନ ପାଇ ବି ଥକିପଡନ୍ତିନି। ନିଜ ଅଧିକାର ପାଇବାକୁ ଖରା ବର୍ଷା ଶୀତ କାକର ସହି ଯୁଝୁଥାନ୍ତି ଭାଗ୍ୟ ସହ। ଏମାନେ ଧର୍ମଭୀରୁ ବୋଲି ନିଜର ସମସ୍ତ ଅଭାବ ଅସୁବିଧାର ଦୋଷ ବିଧାତା ଓ ଭାଗ୍ୟ ଉପରେ ଲଦି ଦିଅନ୍ତି। କାରଣ ଅନ୍ୟ ଚାରା ହିଁ ନ ଥାଏ ନିଜକୁ ସାନ୍ତ୍ବନା ଦେବା ପାଇଁ। ବୟସ୍କ ବାପା ମା’ଙ୍କ ଔଷଧ ଖର୍ଚ୍ଚ ସହ ନିଜ ସ୍ବାସ୍ଥ୍ୟ, ସ୍ତ୍ରୀ ପିଲାଙ୍କ ସ୍ବାସ୍ଥ୍ୟ ଖର୍ଚ୍ଚ ପାଇଁ ଛୋଟଛୋଟ ଇଚ୍ଛା ଆକାଂକ୍ଷାଗୁଡିକ ସହ ସାଲିସ୍‌ କରୁଥାନ୍ତି ଅହରହ। ସେଥିପାଇଁ ସ୍ବପ୍ନଗୁଡ଼ିକ ଅକାଳରେ ମରି ଝରିପଡନ୍ତି ଅର୍ଥାଭାବରେ।
ଝିଅକୁ ବିବାହ ଦେବାବେଳେ ଲୁଚିଛପି ଯୌତୁକ ଯୋଗାଡ କରନ୍ତି କାଳେ ସେସବୁ ନ ଦେଲେ ଝିଅ ଜୀବନ ପ୍ରତି ବିପଦ ଆସିବ। ସତ କହିଲେ ମଧ୍ୟବିତ୍ତମାନେ ସବୁବେଳେ ଦ୍ୱନ୍ଦ୍ୱ ଭିଡରେ ବଞ୍ଚନ୍ତି ଅଟା ପରି ଚକଟି ହୋଇ, ରୁଟି ପରି ବେଲି ହୋଇ, ସେକି ହେଉଥାନ୍ତି ତମାମ୍‌ ଆୟୁଷ। ଖୁବ୍‌ ଗୁଡେ ଅଭାବ ସହିତ ସାଲିସ୍‌ କରି ନିଜକୁ ସୁଖୀ ମନେ କରନ୍ତି ଯାବତୀୟ ଜୀବନ ଯନ୍ତ୍ରଣାରେ ଥାଇ। ତେବେ ବି ବିପଦ ଟଳେନି। ନା ମନୁଷ୍ୟକୃତ ନା ଭାଗ୍ୟଜନିତ ଅସହାୟତାରୁ ସେମାନେ ମୁକୁଳିପାରନ୍ତି। କାରଣ ନ ଥିଲା ପରି ତିଷ୍ଠି ରହିଥାନ୍ତି ଏମାନେ ସମାଜରେ, ନିଜର ସ୍ବଳ୍ପ ସାମର୍ଥ୍ୟ ବଳରେ।
ମୋ-୮୨୪୯୧୦୭୯୬୭


Enter your email to get our daily news in your inbox.

All Right Reserved By Dharitri.Com

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?