ରଫ୍‌ଖାତାକୁ ଆଦର

ଡ. ସତ୍ୟ ନାରାୟଣ ମିଶ୍ର

ସମୟର ଘନଘଟା ମଧ୍ୟରେ ମଣିଷ କର୍ମ କରେ ଓ କର୍ମଫଳକୁ ମଧ୍ୟ ଭୋଗ କରେ। ସତ୍‌ କର୍ମର ଫଳ ସୁଖ ପ୍ରାପ୍ତି କରିଥାଏ ଓ ଅସତ୍‌ କର୍ମର ଫଳ ଦୁଃଖ ଆଣିଥାଏ। ତେବେ ଉକ୍ତ କର୍ମର ନିର୍ଦ୍ଦେଶକ ହେଉଛି ବିବେକ ଓ ବିବେକର ନିୟନ୍ତ୍ରକ ହେଉଛି ମନ। ତେଣୁ ମନକୁ ନିୟନ୍ତ୍ରଣ କରି କର୍ମ, ଅକର୍ମ, ବିବେକର ପ୍ରୟୋଗରୁ ଜୀବନର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତର ସ୍ଥିତି ସ୍ପଷ୍ଟ ହୋଇଥାଏ। ସୃଷ୍ଟିର ପ୍ରତ୍ୟେକ ଘଟଣାକ୍ରମରେ କିଛି ନା କିଛି ସାକ୍ଷୀ ଥାଏ ତାହା ଦୃଶ୍ୟମାନରେ ଥାଏ ଅଥବା ଅଦୃଶ୍ୟ ମାନରେ ହୋଇଥାଏ। କୌଣସି ଘଟଣାକ୍ରମର ସାକ୍ଷୀ ପ୍ରାମାଣିକ ତଥ୍ୟା ଉପରେ ପର୍ଯ୍ୟବସିତ ହେଲେ ତାହା ମନୁଷ୍ୟକୃତ ହୋଇଥାଏ ଓ ଘଟଣାକ୍ରମର ଅନ୍ୟ ଉପାୟ ଥିଲେ ତାହା ଅଲୌକିକ ଘଟଣା ପ୍ରବାହ ଉପରେ ନିର୍ଭର କରିଥାଏ। ମଣିଷ ବିବର୍ତ୍ତନର ଇତିହାସରୁ କ୍ରମବର୍ଦ୍ଧିଷ୍ଣୁ ବିକାଶ ହେଉଛି ମଣିଷର ଉଦ୍ଦେଶ୍ୟ ଓ ଉକ୍ତ ଉଦ୍ଦେଶ୍ୟକୁ ଚରିତାର୍ଥ କରିବାକୁ ଯାଇ ମଣିଷ ନିଜର କର୍ମର ସ୍ଥିତିକୁ ପରବର୍ତ୍ତୀ ସମୟ ପାଇଁ ସାଇତି ରଖିବାକୁ ଯାଇ ସୃଷ୍ଟି କରିଥିଲା କାଗଜ କଲମର ଲେଖା। ଯେକୌଣସି ରଚନା, ଉଦ୍ଭାବନ, ଆବିଷ୍କାର ଇତ୍ୟାଦିର ପୂର୍ଣାଙ୍ଗ ରୂପରେଖ ପୂର୍ବରୁ ମଣିଷ ତାହାର ଏକ ରେଖାଙ୍କିତ ଆକୃତି ବା ରଫ୍‌ କରିଥାଏ, ଯାହା ପରବର୍ତ୍ତୀ ସମୟରେ ଉତ୍ତରୋତ୍ତର ସଂଶୋଧନ ହୋଇ କ୍ରମେ ପୂର୍ଣ୍ଣାଙ୍ଗ ରୂପରେଖରେ ପରିଣତ ହୋଇ ଏକ ସୁନ୍ଦର ଉପହାରରେ ପରିଣତ ହୋଇଥାଏ। ତେଣୁ ଯେଉଁଠାରୁ ଆରମ୍ଭ ହୋଇଥାଏ ତାହାକୁ ରଫ୍‌ କୁହାଯାଏ ଓ ଯେଉଁଥିରେ ରଫ୍‌କୁ ଲିପିବଦ୍ଧ କରାଯାଇଥାଏ ତାହାକୁ ରଫ୍‌ଖାତା କୁହାଯାଏ।
ରଫ୍‌ଖାତା ହେଉଛି ଏକ ଭାବର ଆବେଗ। ମଣିଷର ଶୈଶବରୁ ମୃତ୍ୟୁ ପର୍ଯ୍ୟନ୍ତ ରଫ୍‌ଖାତା ସହ ଜଡିତ ଥାଏ କାରଣ ଯେକୌଣସି କର୍ମ କରିବାକୁ ହେଲେ ପ୍ରଥମେ ଏକ ରଫ କରାଯାଇଥାଏ ଓ ତତ୍ପରେ ଆବଶ୍ୟକ ସଂଶୋଧନ କରି ତାହା ଅନ୍ୟ ଏକ ସୁନ୍ଦର ସ୍ଥାୟୀ ଖାତାରେ ଲିପିବଦ୍ଧ କରାଯାଇଥାଏ। ଶିକ୍ଷାଦାନର ପ୍ରାରମ୍ଭରୁ ଛାତ୍ରୀଛାତ୍ରମାନେ ପ୍ରଥମେ ରଫ୍‌ଖାତାରେ ଶିକ୍ଷାର ଅୟମାରମ୍ଭ କରିଥାନ୍ତି। ରଫ୍‌ଖାତାରୁ ସୁନ୍ଦର ଖାତାକୁ ଆବଶ୍ୟକ ତଥ୍ୟ ସଂଶୋଧିତ ହୋଇ ରହିଲା ପରେ ସୁନ୍ଦର ଖାତାର ଆଦର ଯଥେଷ୍ଟ ଅଧିକ ଥାଏ ଓ ରଫ୍‌ଖାତା କେତେ କଷ୍ଟ ସ୍ବୀକାର କରି ଉଦ୍ଦେଶ୍ୟର ଅୟମାରମ୍ଭ କରିଥାଏ ତାହା ଗୌଣ ହୋଇଯାଏ ଓ ତାହାର ସ୍ଥିତି ଧୀରେ ଧୀରେ ଅଳିଆ ଗଦା ବା ଅନ୍ୟ ଏକ ନିଭୃତ କ୍ଷେତ୍ର ମଧ୍ୟକୁ ନିକ୍ଷେପ ହୋଇଥାଏ; ଯେଉଁଠାରେ ନା ଥାଏ ଆଦର, ନା ଥାଏ ସେଥିପ୍ରତି ଆକର୍ଷଣ। ମାତ୍ର ଏହା ଭୁଲିଯିବା ଉଚିତ ନୁହେଁ ଯେ ରଫ୍‌ଖାତା କେବେ ସ୍ରଷ୍ଟାର ଅନିଷ୍ଟ କରି ନ ଥାଏ। ହୃଦୟର କର୍ମକ୍ଷେତ୍ର ମଧ୍ୟକୁ ରଫ୍‌ଖାତାର ପ୍ରାମାଣିକତ୍ୱକୁ ଜାହିର କରିଥାଏ, ମାତ୍ର ତାହା ଥାଏ ଚିରନ୍ତନ ସତ୍ୟ। ଉକ୍ତ ରଫ୍‌ଖାତା ଉପରେ କେତେ କଟାକଟି, ଚିରାଚିରି ଇତ୍ୟାଦି ହୋଇଥାଏ, ମାତ୍ର ରଫ୍‌ଖାତା ନୀରବ ରହି ମଣିଷକୁ କେବଳ ଆଗକୁ ବଢିବାର ସହାୟକ ହୋଇଥାଏ। ମଣିଷର ସାହସକୁ ପରିପକ୍ୱତା ଦେଇଥାଏ ରଫଖାତା ଓ ସାହସର ବଳିଷ୍ଟ ନିର୍ଦ୍ଦେଶ ରଫ୍‌ଖାତାରୁ ଆସିଥାଏ କାରଣ ଏହା ହେଉଛି ଶିକ୍ଷାର କର୍ମ ଭୂମି। ସମୟ କ୍ରମେ ଯେତେବେଳେ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ବା ରଚନାର ସଂଶୋଧନ ପାଇଁ ଆବଶ୍ୟକ ପଡେ ସେତେବେଳେ ରଫ୍‌ଖାତାର ଆବଶ୍ୟକତା ପଡିଥାଏ ଓ ସେତେବେଳେ ମଣିଷର ନିଜର ହୋଇଥାଏ ରଫ୍‌ଖାତା।
ବର୍ତ୍ତମାନ ସମାଜରେ ସମୟର କାଳ ଚକ୍ରରେ ପରିବର୍ତ୍ତନର ମଣିଷ କେବଳ ଖୋଜି ବୁଲୁଛି ସେଇ ଅବହେଳିତ ରଫ୍‌ଖାତାକୁ, ଯାହାକୁ ଦୀର୍ଘ ବର୍ଷ ଧରି ଅବହେଳା କରିଆସୁଥଲା। ଆଜି ପ୍ରାୟଶ୍ଚିତ୍ତର ଚକ୍ରବୂ୍ୟହ ମଧ୍ୟରେ ମଣିଷ ନିଜର ମାତାପିତା, ମାତୃଭୂମି ଆଦିକୁ ରଫ୍‌ଖାତା ଭଳି ବ୍ୟବହାର କରି ଅଲୋଡା ମନେକରୁଛି। ମାତ୍ର ସମୟର ପରିବର୍ତ୍ତନରେ ପରିସ୍ଥିତିର ନିର୍ଦ୍ଦେଶରେ ପୁଣି କେତେବେଳେ ମଣିଷ ନିଜର ହୃତ ଧନକୁ ପାଇବା ପାଇଁ ଚେଷ୍ଟା କରୁଛି ଓ ସେଥିପାଇଁ ମଣିଷକୁ ଅନେକ କଷ୍ଟ ସହିବାକୁ ପଡୁଛି। ବର୍ଷ ବର୍ଷ ଧରି ମଣିଷ ନିଜର ମାତୃଭୂମି ଓ ମାତାପିତା ତଥା ଆତ୍ମୀୟସ୍ବଜନମାନଙ୍କୁ ଉପେକ୍ଷା କରିଆସୁଥିଲେ ହେଁ ବର୍ତ୍ତମାନ ପୁଣି ସେହି ମାତୃଭୂମି, ମାତାପିତା ଓ ଆତ୍ମୀୟସ୍ବଜନ ହିଁ ହେଉଛନ୍ତି ପ୍ରକୃତ ନିଜର ଆଦରର ରଫ୍‌ଖାତା। ସମୟର ବ୍ୟବସ୍ଥା ମଧ୍ୟରେ ମଣିଷ ରଫଖାତାର ଆଦର କରିପାରିଲେ ପ୍ରକୃତ ଜୀବନର ମୂଲ୍ୟାୟନକୁ ଉପଲବ୍ଧି କରିହେବ। ଅବସାଦଯୁକ୍ତ ମଣିଷ ଯେତେବେଳେ ଅତୀତର ରଫଖାତାକୁ ପଢିଥାଏ ସେଥିରୁ ସେ ପାଇଥାଏ କେବଳ ଶିକ୍ଷାର ଅନୁଭୂତି ତଥା ପରିମାର୍ଜିତ ପଥର ରାସ୍ତା। ମଣିଷ ନିଜର ପରାକାଷ୍ଠା ତଥା ଉନ୍ନତିରେ କେବେହେଲେ ଅତୀତକୁ ବା ଅତୀତର ସ୍ମୃତିକୁ ଉପେକ୍ଷା କରିବା ଉଚିତ ନୁହେଁ। ରଫଖାତାକୁ ସମ୍ମାନ କଲେ ସୂକ୍ଷ୍ମ ସୁନ୍ଦର ସ୍ଥାୟୀ ଖାତା ମଧ୍ୟ ସମ୍ମାନର ଅଧିକାରୀ ହୋଇପାରିବ। ନିଭୃତ ଅଳିଆ ଗଦାରୁ ସସମ୍ମାନେ ରଫ୍‌ଖାତାକୁ ଉଦ୍ଧାର କରି କର୍ତ୍ତବ୍ୟର ଡୋରିରେ ବାନ୍ଧି ରଖିଲେ ମଣିଷର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଆଲୋକିତ ହେବ।
ମୋ-୯୯୩୭୩୪୫୯୦୦


Enter your email to get our daily news in your inbox.

All Right Reserved By Dharitri.Com

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?