ରଫ୍‌ଖାତାକୁ ଆଦର

ଡ. ସତ୍ୟ ନାରାୟଣ ମିଶ୍ର

ସମୟର ଘନଘଟା ମଧ୍ୟରେ ମଣିଷ କର୍ମ କରେ ଓ କର୍ମଫଳକୁ ମଧ୍ୟ ଭୋଗ କରେ। ସତ୍‌ କର୍ମର ଫଳ ସୁଖ ପ୍ରାପ୍ତି କରିଥାଏ ଓ ଅସତ୍‌ କର୍ମର ଫଳ ଦୁଃଖ ଆଣିଥାଏ। ତେବେ ଉକ୍ତ କର୍ମର ନିର୍ଦ୍ଦେଶକ ହେଉଛି ବିବେକ ଓ ବିବେକର ନିୟନ୍ତ୍ରକ ହେଉଛି ମନ। ତେଣୁ ମନକୁ ନିୟନ୍ତ୍ରଣ କରି କର୍ମ, ଅକର୍ମ, ବିବେକର ପ୍ରୟୋଗରୁ ଜୀବନର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତର ସ୍ଥିତି ସ୍ପଷ୍ଟ ହୋଇଥାଏ। ସୃଷ୍ଟିର ପ୍ରତ୍ୟେକ ଘଟଣାକ୍ରମରେ କିଛି ନା କିଛି ସାକ୍ଷୀ ଥାଏ ତାହା ଦୃଶ୍ୟମାନରେ ଥାଏ ଅଥବା ଅଦୃଶ୍ୟ ମାନରେ ହୋଇଥାଏ। କୌଣସି ଘଟଣାକ୍ରମର ସାକ୍ଷୀ ପ୍ରାମାଣିକ ତଥ୍ୟା ଉପରେ ପର୍ଯ୍ୟବସିତ ହେଲେ ତାହା ମନୁଷ୍ୟକୃତ ହୋଇଥାଏ ଓ ଘଟଣାକ୍ରମର ଅନ୍ୟ ଉପାୟ ଥିଲେ ତାହା ଅଲୌକିକ ଘଟଣା ପ୍ରବାହ ଉପରେ ନିର୍ଭର କରିଥାଏ। ମଣିଷ ବିବର୍ତ୍ତନର ଇତିହାସରୁ କ୍ରମବର୍ଦ୍ଧିଷ୍ଣୁ ବିକାଶ ହେଉଛି ମଣିଷର ଉଦ୍ଦେଶ୍ୟ ଓ ଉକ୍ତ ଉଦ୍ଦେଶ୍ୟକୁ ଚରିତାର୍ଥ କରିବାକୁ ଯାଇ ମଣିଷ ନିଜର କର୍ମର ସ୍ଥିତିକୁ ପରବର୍ତ୍ତୀ ସମୟ ପାଇଁ ସାଇତି ରଖିବାକୁ ଯାଇ ସୃଷ୍ଟି କରିଥିଲା କାଗଜ କଲମର ଲେଖା। ଯେକୌଣସି ରଚନା, ଉଦ୍ଭାବନ, ଆବିଷ୍କାର ଇତ୍ୟାଦିର ପୂର୍ଣାଙ୍ଗ ରୂପରେଖ ପୂର୍ବରୁ ମଣିଷ ତାହାର ଏକ ରେଖାଙ୍କିତ ଆକୃତି ବା ରଫ୍‌ କରିଥାଏ, ଯାହା ପରବର୍ତ୍ତୀ ସମୟରେ ଉତ୍ତରୋତ୍ତର ସଂଶୋଧନ ହୋଇ କ୍ରମେ ପୂର୍ଣ୍ଣାଙ୍ଗ ରୂପରେଖରେ ପରିଣତ ହୋଇ ଏକ ସୁନ୍ଦର ଉପହାରରେ ପରିଣତ ହୋଇଥାଏ। ତେଣୁ ଯେଉଁଠାରୁ ଆରମ୍ଭ ହୋଇଥାଏ ତାହାକୁ ରଫ୍‌ କୁହାଯାଏ ଓ ଯେଉଁଥିରେ ରଫ୍‌କୁ ଲିପିବଦ୍ଧ କରାଯାଇଥାଏ ତାହାକୁ ରଫ୍‌ଖାତା କୁହାଯାଏ।
ରଫ୍‌ଖାତା ହେଉଛି ଏକ ଭାବର ଆବେଗ। ମଣିଷର ଶୈଶବରୁ ମୃତ୍ୟୁ ପର୍ଯ୍ୟନ୍ତ ରଫ୍‌ଖାତା ସହ ଜଡିତ ଥାଏ କାରଣ ଯେକୌଣସି କର୍ମ କରିବାକୁ ହେଲେ ପ୍ରଥମେ ଏକ ରଫ କରାଯାଇଥାଏ ଓ ତତ୍ପରେ ଆବଶ୍ୟକ ସଂଶୋଧନ କରି ତାହା ଅନ୍ୟ ଏକ ସୁନ୍ଦର ସ୍ଥାୟୀ ଖାତାରେ ଲିପିବଦ୍ଧ କରାଯାଇଥାଏ। ଶିକ୍ଷାଦାନର ପ୍ରାରମ୍ଭରୁ ଛାତ୍ରୀଛାତ୍ରମାନେ ପ୍ରଥମେ ରଫ୍‌ଖାତାରେ ଶିକ୍ଷାର ଅୟମାରମ୍ଭ କରିଥାନ୍ତି। ରଫ୍‌ଖାତାରୁ ସୁନ୍ଦର ଖାତାକୁ ଆବଶ୍ୟକ ତଥ୍ୟ ସଂଶୋଧିତ ହୋଇ ରହିଲା ପରେ ସୁନ୍ଦର ଖାତାର ଆଦର ଯଥେଷ୍ଟ ଅଧିକ ଥାଏ ଓ ରଫ୍‌ଖାତା କେତେ କଷ୍ଟ ସ୍ବୀକାର କରି ଉଦ୍ଦେଶ୍ୟର ଅୟମାରମ୍ଭ କରିଥାଏ ତାହା ଗୌଣ ହୋଇଯାଏ ଓ ତାହାର ସ୍ଥିତି ଧୀରେ ଧୀରେ ଅଳିଆ ଗଦା ବା ଅନ୍ୟ ଏକ ନିଭୃତ କ୍ଷେତ୍ର ମଧ୍ୟକୁ ନିକ୍ଷେପ ହୋଇଥାଏ; ଯେଉଁଠାରେ ନା ଥାଏ ଆଦର, ନା ଥାଏ ସେଥିପ୍ରତି ଆକର୍ଷଣ। ମାତ୍ର ଏହା ଭୁଲିଯିବା ଉଚିତ ନୁହେଁ ଯେ ରଫ୍‌ଖାତା କେବେ ସ୍ରଷ୍ଟାର ଅନିଷ୍ଟ କରି ନ ଥାଏ। ହୃଦୟର କର୍ମକ୍ଷେତ୍ର ମଧ୍ୟକୁ ରଫ୍‌ଖାତାର ପ୍ରାମାଣିକତ୍ୱକୁ ଜାହିର କରିଥାଏ, ମାତ୍ର ତାହା ଥାଏ ଚିରନ୍ତନ ସତ୍ୟ। ଉକ୍ତ ରଫ୍‌ଖାତା ଉପରେ କେତେ କଟାକଟି, ଚିରାଚିରି ଇତ୍ୟାଦି ହୋଇଥାଏ, ମାତ୍ର ରଫ୍‌ଖାତା ନୀରବ ରହି ମଣିଷକୁ କେବଳ ଆଗକୁ ବଢିବାର ସହାୟକ ହୋଇଥାଏ। ମଣିଷର ସାହସକୁ ପରିପକ୍ୱତା ଦେଇଥାଏ ରଫଖାତା ଓ ସାହସର ବଳିଷ୍ଟ ନିର୍ଦ୍ଦେଶ ରଫ୍‌ଖାତାରୁ ଆସିଥାଏ କାରଣ ଏହା ହେଉଛି ଶିକ୍ଷାର କର୍ମ ଭୂମି। ସମୟ କ୍ରମେ ଯେତେବେଳେ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ବା ରଚନାର ସଂଶୋଧନ ପାଇଁ ଆବଶ୍ୟକ ପଡେ ସେତେବେଳେ ରଫ୍‌ଖାତାର ଆବଶ୍ୟକତା ପଡିଥାଏ ଓ ସେତେବେଳେ ମଣିଷର ନିଜର ହୋଇଥାଏ ରଫ୍‌ଖାତା।
ବର୍ତ୍ତମାନ ସମାଜରେ ସମୟର କାଳ ଚକ୍ରରେ ପରିବର୍ତ୍ତନର ମଣିଷ କେବଳ ଖୋଜି ବୁଲୁଛି ସେଇ ଅବହେଳିତ ରଫ୍‌ଖାତାକୁ, ଯାହାକୁ ଦୀର୍ଘ ବର୍ଷ ଧରି ଅବହେଳା କରିଆସୁଥଲା। ଆଜି ପ୍ରାୟଶ୍ଚିତ୍ତର ଚକ୍ରବୂ୍ୟହ ମଧ୍ୟରେ ମଣିଷ ନିଜର ମାତାପିତା, ମାତୃଭୂମି ଆଦିକୁ ରଫ୍‌ଖାତା ଭଳି ବ୍ୟବହାର କରି ଅଲୋଡା ମନେକରୁଛି। ମାତ୍ର ସମୟର ପରିବର୍ତ୍ତନରେ ପରିସ୍ଥିତିର ନିର୍ଦ୍ଦେଶରେ ପୁଣି କେତେବେଳେ ମଣିଷ ନିଜର ହୃତ ଧନକୁ ପାଇବା ପାଇଁ ଚେଷ୍ଟା କରୁଛି ଓ ସେଥିପାଇଁ ମଣିଷକୁ ଅନେକ କଷ୍ଟ ସହିବାକୁ ପଡୁଛି। ବର୍ଷ ବର୍ଷ ଧରି ମଣିଷ ନିଜର ମାତୃଭୂମି ଓ ମାତାପିତା ତଥା ଆତ୍ମୀୟସ୍ବଜନମାନଙ୍କୁ ଉପେକ୍ଷା କରିଆସୁଥିଲେ ହେଁ ବର୍ତ୍ତମାନ ପୁଣି ସେହି ମାତୃଭୂମି, ମାତାପିତା ଓ ଆତ୍ମୀୟସ୍ବଜନ ହିଁ ହେଉଛନ୍ତି ପ୍ରକୃତ ନିଜର ଆଦରର ରଫ୍‌ଖାତା। ସମୟର ବ୍ୟବସ୍ଥା ମଧ୍ୟରେ ମଣିଷ ରଫଖାତାର ଆଦର କରିପାରିଲେ ପ୍ରକୃତ ଜୀବନର ମୂଲ୍ୟାୟନକୁ ଉପଲବ୍ଧି କରିହେବ। ଅବସାଦଯୁକ୍ତ ମଣିଷ ଯେତେବେଳେ ଅତୀତର ରଫଖାତାକୁ ପଢିଥାଏ ସେଥିରୁ ସେ ପାଇଥାଏ କେବଳ ଶିକ୍ଷାର ଅନୁଭୂତି ତଥା ପରିମାର୍ଜିତ ପଥର ରାସ୍ତା। ମଣିଷ ନିଜର ପରାକାଷ୍ଠା ତଥା ଉନ୍ନତିରେ କେବେହେଲେ ଅତୀତକୁ ବା ଅତୀତର ସ୍ମୃତିକୁ ଉପେକ୍ଷା କରିବା ଉଚିତ ନୁହେଁ। ରଫଖାତାକୁ ସମ୍ମାନ କଲେ ସୂକ୍ଷ୍ମ ସୁନ୍ଦର ସ୍ଥାୟୀ ଖାତା ମଧ୍ୟ ସମ୍ମାନର ଅଧିକାରୀ ହୋଇପାରିବ। ନିଭୃତ ଅଳିଆ ଗଦାରୁ ସସମ୍ମାନେ ରଫ୍‌ଖାତାକୁ ଉଦ୍ଧାର କରି କର୍ତ୍ତବ୍ୟର ଡୋରିରେ ବାନ୍ଧି ରଖିଲେ ମଣିଷର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଆଲୋକିତ ହେବ।
ମୋ-୯୯୩୭୩୪୫୯୦୦


Enter your email to get our daily news in your inbox.

All Right Reserved By Dharitri.Com

ଝିଅ ଜନ୍ମ: ଏକ ତପସ୍ୟା

ରାସ୍ତାକଡ଼ର ଜରି ଗୋଟାଳି ଝିଅର ମନଭାବ କିମ୍ବା ତା’ ଭୋକର ଦାଉକୁ କେବେ ବୁଝିଛନ୍ତି କି? ସମ୍ଭବତଃ ନା। କାହିଁକି ନା ଆମେ ଏହାକୁ ଅତି ସାଧାରଣ…

ନରେନ୍ଦ୍ର ମୋଦୀଙ୍କ ଯୁଗ

ନରେନ୍ଦ୍ର ମୋଦୀ ଅଜାଣତରେ ରବର୍ଟ ଫ୍ରଷ୍ଟଙ୍କ ଚିନ୍ତାଧାରା ଉପରେ ବିଶ୍ୱାସ କରନ୍ତି: ସେ ଏପରି ଏକ ମାର୍ଗ ବାଛିଛନ୍ତି ଯେଉଁଥିରେ ସାଧାରଣତଃ କେହି ଯାଆନ୍ତି ନାହିଁ ଏବଂ…

ଜିନ୍‌ପିଙ୍ଗ୍‌ ଗଲେ କୋରିଆ

ବର୍ତ୍ତମାନ ସ୍ଥିତିରେ ବିଶ୍ୱରେ କେଉଁ ଦେଶ ଅଧିକ କ୍ଷମତାଶାଳୀ କହିବା କଷ୍ଟକର। ଦିନ ଥିଲା, ଆମେରିକା ଓ ରୁଷିଆ ସୁପରପାଓ୍ବାର ଭାବେ ରାଜୁତି କରୁଥିଲେ। ଚାଇନା ଶକ୍ତିଶାଳୀ…

ଏଇ ଭାରତରେ

ଦେଶୀ ଗଛର ସୁରକ୍ଷା କରୁଛନ୍ତି ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି। ଅନନ୍ତ ୧୯୭୭ରେ ବିଦର୍ଭ ଅଞ୍ଚଳର ଫୁଲି…

ଐଶ୍ୱର୍ଯ୍ୟ ଭିଡ଼ରେ ନିର୍ବାସନ

ଥରେ ଜଣେ ରାଜା ନିଜର ଶିକ୍ଷା, ଦକ୍ଷତା, ବିସ୍ତାରବାଦୀ ଚିନ୍ତାଧାରା, ଯୁଦ୍ଧଖୋର ମନୋବୃତ୍ତିଜନିତ ଅର୍ଥନୈତିକ ସୁଖ ସମୃଦ୍ଧି ଯୋଗୁ ଖୁବ୍‌ କମ୍‌ ଦିନରେ ଜଣେ ବିଚକ୍ଷଣ ସମ୍ରାଟ…

ଭୂଦାନ କନ୍ୟା ନନ୍ଦିନୀ

ଓଡ଼ିଆ ସାହିତ୍ୟରେ ସବୁଜ ଯୁଗର ଅନ୍ୟତମ ଉଜ୍ଜ୍ବଳ ଜ୍ୟୋତିଷ୍କ ପଦ୍ମଶ୍ରୀ କାଳିନ୍ଦୀ ଚରଣ ପାଣିଗ୍ରାହୀ। ଗାନ୍ଧିବାଦ ଆଧାରରେ ରଚିତ ତାଙ୍କ ଉପନ୍ୟାସ ‘ମାଟିର ମଣିଷ’ କିଛି ସାଧାରଣ…

ଉତୁରୁଛି ଅପରାଧ

ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶିବାଜୀ କଲେଜରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟ କରୁଥିବା ଦେବୋସ୍ମିତା ପଲ୍‌ଙ୍କୁ ୩ ଜୁନ୍‌ରେ ଯେଭଳି ଭାବେ ହତ୍ୟା କରାଯାଇଛି, ତାହା ଏବେ ଦେଶସାରା…

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri